ଡେଲିଭରୀ ଚାର୍ଜ ନ ଦେବାରୁ ନବଜାତକକୁ ୧ ଲକ୍ଷ ଟଙ୍କାରେ ବିକିଦେଲେ ଡାକ୍ତର!

ଲକ୍ଷ୍ନୌ,୨ା୯: ମାନବିକତା ହଜିଯାଇଥିବା ପରି ଏକ ଘଟଣା ସାମ୍ନାକୁ ଆସିଛି। ଯେଉଁଠି ଜଣେ ଗିରବ ରିକ୍ସାଚାଳକ ଡେଲିଭରୀ ଚାର୍ଜ ଦେଇପାରିଲେନି ବୋଲି ଭଗବାନ ବୋଲି ମନାଯାଉଥିବା ଡାକ୍ତର ନବଜାତକଙ୍କୁ ୧ ଲକ୍ଷ ଟଙ୍କାରେ ବିକି ଦେବା ଘଟଣା ଲୋକଲୋଚନକୁ ଆସିଛି। ଏହି ଡାକ୍ତରଖାନାରେ ଡେଲିଭରୀ ବିଲ୍‌ ୩୦ ହଜାର ଟଙ୍କା ହୋଇଥିଲା। ଯାହାକୁ ଦେବା ପାଇଁ ଏକ ଦମ୍ପତି ଅସମର୍ଥଥିଲେ। ତେଣୁ ଡାକ୍ତର ପିଲାକୁ ବିକିଦେବାକୁ କହିଲେ। ଏହି ଖବର ଭାଇରାଲ ହେବା ପରେ ଅଭିଯୁକ୍ତ ଦିଲ୍ଲୀପ ମଙ୍ଗଳ ନବଜାତକକୁ ଗରିବ ଦମ୍ପତିଙ୍କୁ ଫେରାଇ ଦେଇଛନ୍ତି। ନିଜ ପିଲାକୁ ପାଖରେ ପାଇ ଦମ୍ପତି ଖୁସିରେ ଆତ୍ମହରା ହୋଇ ଉଠିଛନ୍ତି। ପ୍ରଶାସନ ଏହି ମାମଲାରେ କାର୍ଯ୍ୟାନୁଷ୍ଠାନ ନେବା ସହ ଉକ୍ତ ଡାକ୍ତରଖାନାକୁ ସିଲ୍‌ କରିଦେଇଛି।


ଶମ୍ଭୁନଗରରେ ରହୁଥିବା ଶିବନାରାୟଣ ରିକ୍ସା ଚଳାଇ ପେଟ ପୋଷନ୍ତି। ଲକ୍‌ଡାଉନ୍‌ରେ ତାଙ୍କ ବେପାର ସମ୍ପୂର୍ଣ୍ଣ ବନ୍ଦ ରହିଥିଲା। ଋଣ ଶୁଝିବାକୁ ନିଜ ଘରର ସମସ୍ତ ଜିନିଷ ବିକି ଦେଇଥିଲେ। ୨୪ ଅଗଷ୍ଟରେ ଶମ୍ଭୁଙ୍କ ସ୍ତ୍ରୀ ବବିତାଙ୍କ ପ୍ରସବ ଯନ୍ତ୍ରଣା ହେବାରୁ ତାଙ୍କୁ ଜେପି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ବବିତା ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ। ମାତ୍ର ହସ୍ପିଟାଲରେ ବିଲ୍‌ ୩୦ ହଜାର ହୋଇଥିଲା। ଏହି ଗରିବ ଦମ୍ପତି ଏତେ ଟଙ୍କା ଦେବାକୁ ଅସମର୍ଥ ଥିଲେ। ସେ ଡାକ୍ତରଙ୍କୁ ୫୦୦ ଟଙ୍କା ଦେବେ ବୋଲି ହାତଯୋଡ଼ି ଅନୁରୋଧ କରିଥିଲେ। ମାତ୍ର କେହି ତାଙ୍କ କଥା ଶୁଣି ନ ଥିଲେ। ଡାକ୍ତର ଏହି ଦମ୍ପତିଙ୍କୁ ଧମକାଇଥିଲେ। ଏକ କାଗଜରେ ଦସ୍ତଖତ ନେଇଯାଇଥିଲେ। ଯାହା ପରେ ଡାକ୍ତର ଶିଶୁପୁତ୍ରକୁ ୧ ଲକ୍ଷ ଟଙ୍କାରେ କିଣିନେଲେ ଏବଂ ଏହି ଦମ୍ପତିଙ୍କୁ କିଛି ଟଙ୍କା ଦେଇ ବିଦା କରିଦେଇଥିଲେ।

ଯେତେବେଳେ ଏହି ଘଟଣା ସ୍ଥାନୀୟ ସ୍ବାସ୍ଥ୍ୟ ବିଭାଗ ଜାଣିପାରିଲା ସେତେବେଳେ ହସ୍ପିଟାଲରେ ପହଞ୍ଚି ସିଲ୍‌ କରିଦେଲା। ସିଏମ୍‌ଓ ଡାକ୍ତର ଆର୍‌ସୀ ପାଣ୍ଡେ କହିଛନ୍ତି, ନବଜାତକ ବିକ୍ରି ସମ୍ପର୍କରେ ସୂଚନା ମିଳିଥିଲା। ଏହା ପରେ ପୋଲିସ ଯାଞ୍ଚ ଆରମ୍ଭ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ଏୟାରବସ୍‌ ଏ-୩୨୦ରେ ଗୁଣବତ୍ତା ସମସ୍ୟା, ବିମାନ ଡେଲିଭରିରେ ବିଳମ୍ବ

ପ୍ୟାରିସ୍‌,୬ା୧୨: ଏୟାର ବସ୍‌ ଏ-୩୨୦ ବିମାନଗୁଡ଼ିକରେ ସଫ୍ଟଓ୍ବେର ସମସ୍ୟା ଦେଖାଦେବା ପରେ ଗତ ମାସରେ କମ୍ପାନୀ ସେଗୁଡ଼ିକର ସମାଧାନ କରିଥିଲା। ସଫ୍ଟଓ୍ବେର ଅପ୍‌ଡେଟ୍‌ ପାଇଁ ଅନେକ...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri