ଡ. ଇତି ସାମନ୍ତ ହେଲେ ‘ୱାଜା ଓଡ଼ିଶା’ ଅଧ୍ୟକ୍ଷା

ଭୁବନେଶ୍ୱର,୧୦ା୭(ବ୍ୟୁରୋ): ଲେଖକ-ସାମ୍ବାଦିକଙ୍କ ପ୍ରଥମ ଜାତୀୟ ସ୍ତରୀୟ ମିଳିତ ମଞ୍ଚ ‘ରାଇଟର୍ସ ଆଣ୍ଡ୍‌ ଜର୍ନାଲିଷ୍ଟ ଆସୋସିଏଶନ୍‌ ଅଫ୍‌ ଇଣ୍ଡିଆ (ଓ୍ବାଜା ଇଣ୍ଡିଆ)’ର ଓଡ଼ିଶା ପ୍ରଦେଶ ଅଧ୍ୟକ୍ଷା ଭାବେ ବିଶିଷ୍ଟ ଲେଖିକା, ସାମାଜିକ କର୍ମୀ, ଉଦ୍ୟୋଗୀ ତଥା ‘କାଦମ୍ବିନୀ’ର ସମ୍ପାଦିକା ଡ. ଇତି ସାମନ୍ତ ମନୋନୀତ ହୋଇଛନ୍ତି। ଓ୍ବାଜା ଇଣ୍ଡିଆର ଜାତୀୟ ମହାସଚିବ ଶିବେନ୍ଦ୍ର ପ୍ରକାଶ ଦ୍ୱିବେଦୀଙ୍କ ଦ୍ୱାରା ଏ ସମ୍ପର୍କିତ ମନୋନୟନ ପତ୍ର ନୂଆଦିଲ୍ଲୀ କାର୍ଯ୍ୟାଳୟରୁ ପ୍ରକାଶ ପାଇଛି। ସୂଚନାଯୋଗ୍ୟ, ରାଷ୍ଟ୍ରୀୟ ଏକୀକରଣ ଓ ବିଭିନ୍ନ ଭାଷା ସାହିତ୍ୟର ବିକାଶକୁ ପ୍ରାଧାନ୍ୟ ଦେଇ ଲେଖକ ଓ ସାମ୍ବାଦିକଙ୍କୁ ଗୋଟିଏ ମଞ୍ଚରେ ଏକତ୍ର କରିବା ଲକ୍ଷ୍ୟରେ ଏହି ଆସୋସିଏଶନ ଗଠନ କରାଯାଇଛି। ବିଭିନ୍ନ ରାଜ୍ୟରେ ସଂଘର ଶାଖା ରହିଥିବାବେଳେ ଓଡ଼ିଶା ଶାଖାର ଅଧ୍ୟକ୍ଷା ଭାବରେ ଡ. ସାମନ୍ତଙ୍କ ମନୋନୟନକୁ
ବିଭିନ୍ନ ବର୍ଗରେ ସ୍ବାଗତ କରାଯାଇଛି।