Posted inଫୁରସତ

ଜାଣନ୍ତି କି ମୋବାଇଲରେ କାହିଁକି ରହିଥାଏ ଏତେ ଛିଦ୍ର

ଆଜିର ସମୟରେ ମୋବାଇଲ ଯେମିତି ଅତ୍ୟାବଶ୍ୟକୀୟ ସାମଗ୍ରୀ ପାଲଟିଛି। ଧନୀଠାରୁ ଆରମ୍ଭ କରି ମଧ୍ୟବିତ୍ତ, ଗରିବ ସମସ୍ତେ ଏହାକୁ ବ୍ୟବହାର କରୁଛନ୍ତି। ଏବେ ସ୍ମାର୍ଟଫୋନର କ୍ରେଜ ବଢ଼ିବା ସହିତ ଟେକ୍ନୋଲୋଜି ମଧ୍ୟ ବଦଳୁଛି। ଲୋକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ନିର୍ମାତାମାନେ ଫୋନ୍‌ରେ କିଛି ଅସାଧାରଣ କରୁଛନ୍ତି। ସମସ୍ତେ ଫୋନ୍‌ ବ୍ୟବହାର କରୁଛନ୍ତି ସତ ମାତ୍ର ଏଥିରେ କାହିଁକି ଅନେକ ଛିଦ୍ର ରହିଛି ଜାଣନ୍ତି କି? ଯଦି ନା ତେବେ ଜାଣନ୍ତୁ ଏ ସମ୍ପର୍କରେ…

ଛିଦ୍ର ଗୁଡ଼ିକ ବ୍ୟାକ୍‌ କ୍ୟାମେରା ଏବଂ ମୋବାଇଲର ଫ୍ଲାସ ଲାଇଟ୍‌ ଚାରିପାଖରେ ରହିଛି। ଏହା ଫ୍ଲାସର କାମ ନୁହେଁ, କିମ୍ବା ଫଟୋ ଉଠାଏ ନାହିଁ କିମ୍ବା ଏହାର କୌଣସି ପ୍ରକାରର ବଟନ ନାହିଁ। ତେବେ ଏହାକୁ ତିଆରି କରିବାର ଉଦ୍ଦେଶ୍ୟ କ’ଣ?

ଏହି ଛିଦ୍ର ହେଉଛି ଏକ ନଏଜ ବା କୋଳାହଳ କ୍ୟାନସେଲ୍‌ ମାଇକ୍ରୋଫୋନ। ଏହି ମାଇକ୍ରୋଫୋନ୍‌ ଆପଣଙ୍କ ସାଉଣ୍ଡକୁ କମ୍‌ କରିଥାଏ। ଫୋନ ସାମ୍ନାରେ ନିର୍ମିତ ମାଇକ୍ରୋଫୋନ କେବଳ ଶବ୍ଦ ଶୁଣିବା ପାଇଁ, କିନ୍ତୁ ଏହାର କାମ ହେଉଛି ଶବ୍ଦ ହ୍ରାସ କରିବା। ଯଦି ଆପଣ କେବେ ଧ୍ୟାନ ଦେଇଛନ୍ତି, ଫୋନ୍‌ର ତଳ ଭାଗରେ ଏକ ଛୋଟ ଛିଦ୍ର ଅଛି, ଅର୍ଥାତ୍‌ ଚାର୍ଜିଂ ପଏଣ୍ଟ କିମ୍ବା ଇୟରଫୋନ ରଖିବା ପାଇଁ ରହିଛି। ଏହି ହୋଲ୍‌ ମଧ୍ୟ ସାଉଣ୍ଡ କ୍ୟାନସେଲ୍‌ ପାଇଁ ରହିଛି।

ଏହା ବ୍ୟତୀତ ମୋବାଇଲ ସହିତ ଅନେକ କଥା ଜଡ଼ିତ ରହିଛି। ପ୍ରଥମ କଲ୍‌ ୩ ଏପ୍ରିଲ ୧୯୭୩ରେ କରାଯାଇଥିଲା। କେବଳ ଏତିକି ନୁହେଁ, ଆଜିକାଲି ଆମେ ବିଭିନ୍ନ କମ୍ପାନୀର ସ୍ମାର୍ଟଫୋନ୍‌ ବ୍ୟବହାର କରୁଛୁ। କିନ୍ତୁ ଆମେ ଜାଣୁ ନାହିଁ ପ୍ରଥମ ସ୍ମାର୍ଟଫୋନ ପ୍ରାୟ ୨୭ ବର୍ଷ ପୂର୍ବେ ତିଆରି ହୋଇଥିଲା। ଯାହା ଆଇବିଏମ୍‌ କମ୍ପାନୀ ଦ୍ୱାରା ନିର୍ମିତ ହୋଇଥିଲା। ଏହା ପ୍ରଥମ ଫିଙ୍ଗର ଟଚ୍‌ ଫୋନ୍‌ ଯାହା ବ୍ୟବସାୟିକ ଭାବରେ ଉପଲବ୍ଧ ଥିଲା। ଜାପାନର ପ୍ରାୟ ୯୦ ପ୍ରତିଶତ ମୋବାଇଲ ଓ୍ବାଟରପ୍ରୁଫ୍‌।


Enter your email to get our daily news in your inbox.

All Right Reserved By Dharitri.Com

Jio Plan: ମାତ୍ର ୧୨୩ ଟଙ୍କାରେ ୨୮ ଦିନର ଭାଲିଡିଟି, ଏମାନଙ୍କୁ ମିଳିବ ଲାଭ…

ନୂଆଦିଲ୍ଲୀ,୯।୨: ରିଲାଏନ୍ସ ଜିଓର ଏକ ଶସ୍ତା ପ୍ରିପେଡ୍ ରିଚାର୍ଜ ପ୍ଲାନ୍ ହେଉଛି ₹୧୨୩ ପ୍ଲାନ୍, ଯାହା ୨୮ ଦିନର ଭ୍ୟାଲିଡିଟି ଦେଇଥାଏ। ଏହି ପ୍ଲାନ୍ ବିଶେଷକରି ଜିଓ…

ରିଲିଜ ପୂର୍ବରୁ ‘ଲିକ୍’ ହୋଇଗଲା ପୂର୍ବତନ ସେନାଧ୍ୟକ୍ଷଙ୍କ ପୁସ୍ତକ, FIR ରୁଜୁ କଲା ଦିଲ୍ଲୀ ପୋଲିସ

ନୂଆଦିଲ୍ଲୀ,୯।୨: ପୂର୍ବତନ ସେନାଧ୍ୟକ୍ଷ ଜେନେରାଲ ଏମ୍.ଏମ୍. ନରଭାଣେଙ୍କ ଆଗାମୀ ପୁସ୍ତକ ‘ଫୋର୍ ଷ୍ଟାର୍ସ ଅଫ୍ ଡେଷ୍ଟିନି’ର ଅନଧିକୃତ ପ୍ରସାରଣକୁ ନେଇ ଦିଲ୍ଲୀ ପୋଲିସ ଏକ ଅପରାଧିକ ମାମଲା…

ରେଳ ଷ୍ଟେଶନରୁ ନିଖୋଜ ହୋଇଗଲେ ଯୁବତୀ , ମା’ଙ୍କ ସହ ଯାଉଥିବାବେଳେ…

ରାୟଗଡା, (ଆଶିଷ ରଞ୍ଜନ ପଣ୍ଡା): ଧାନବାଦ-ଆଲେପୀ ଏକ୍ସପ୍ରେସ ଟ୍ରେନରେ ଯାତ୍ରା କରୁଥିବା ଜଣେ ଯୁବତୀ ରାୟଗଡା ରେଳ ଷ୍ଟେଶନରୁ ନିଖୋଜ ହୋଇଥିବା ନେଇ ରାୟଗଡା ଜିଆରପିଏସ ଥାନାରେ…

ଫାର୍ମହାଉସ ଅଞ୍ଚଳରେ ମହିଳାଙ୍କ ଗଳିତ ମୃତଦେହ, ପରିଚୟ ଖୋଜୁଛି ସଦର ଥାନା ପୋଲିସ

ଭବାନୀପାଟଣା,୯ା୨(ଉତ୍ତମ କୁମାର ଦାଶ)- କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ଶ୍ରୀପୁରସ୍ଥିତ ଏକ ଫାର୍ମହାଉସ ଅଞ୍ଚଳରୁ ସୋମବାର ଜଣେ ମହିଳାଙ୍କ ଗଳିତ ମୃତଦେହ ଜବତ ହୋଇଛି।…

ସି.କେ ନାଇଡୁ ଟ୍ରଫି: ଓଡ଼ିଶାକୁ ହରାଇ ବେଙ୍ଗଲ ୧୦୨ ରନରେ ବିଜୟୀ

ବରଗଡ,୯।୨(ପ୍ରେମାନନ୍ଦ ଖମାରୀ) : ବରଗଡ ବିକାଶ କ୍ରିକେଟ ଗ୍ରାଉଣ୍ଡରେ ଓଡ଼ିଶା ଦଳ ଓ ବେଙ୍ଗଲ ଦଳ ମଧ୍ୟରେ ଚାଲିଥିବା ସି.କେ ନାଇଡୁ ଟ୍ରଫିର ଇଲାଇଟ ଗ୍ରୁପ-ବିର ମ୍ୟାଚରେ…

ବାଇକ୍‌ରେ ଘରକୁ ଫେରୁଥିଲେ, ପଛପଟୁ ପିଟିଲା ପିକ୍‌ଅପ୍‌ ଭ୍ୟାନ୍‌; ଚାଲିଗଲା ଆରୋହୀଙ୍କ ଜୀବନ

ବଲାଙ୍ଗୀର,୯।୨(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ତୁଷାର ଥାନା ଅନ୍ତର୍ଗତ ଧାନଘରା ବ୍ରିଜ ରାହୁଲ ଢ଼ାବା ନିକଟ ରାସ୍ତାରେ ସୋମବାର ସଂଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା…

BCCI Central Contract 2025-26: ଗିଲଙ୍କ ସମେତ ଏହି ଖେଳାଳିଙ୍କୁ  ଗ୍ରେଡ୍‌ A, ହେଲେ କୋହଲି-ରୋହିତଙ୍କୁ B; ନିରାଶ ହେଲେ…

ନୂଆଦିଲ୍ଲୀ,୯।୨: BCCI ୨୦୨୫-୨୬ ବର୍ଷ ପାଇଁ ସେଣ୍ଟ୍ରାଲ କଣ୍ଟ୍ରାକ୍ଟ ଲିଷ୍ଟ(କେନ୍ଦ୍ରୀୟ ଚୁକ୍ତି ତାଲିକା) ପ୍ରକାଶ କରିଛି। ଏଥିରେ ବଡ଼ ପରିବର୍ତ୍ତନ ହୋଇଛି। ତାଲିକାରୁ ଏ ପ୍ଲସ୍‌ (A+)…

ଚୁଟ୍‌କିରେ ଉଠାଇପାରିବେ PFରୁ ଟଙ୍କା: UPIରୁ ସିଧା ଆକାଉଣ୍ଟକୁ ଆସିବ, EPFO ଆଣୁଛି…

ନୂଆଦିଲ୍ଲୀ,୯।୨: କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (ଇପିଏଫଓ)ର ପ୍ରାୟ ୮ କୋଟିରୁ ଅଧିକ ସଦସ୍ୟଙ୍କ ପାଇଁ ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଶ୍ରମ ମନ୍ତ୍ରଣାଳୟ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri