Posted inଫୁରସତ

ଜାଣନ୍ତି କି ନୁଡଲ୍ସର ଜନକ କିଏ? ଏହା କେମିତି ହେଲା ଲୋକପ୍ରିୟ…

ବ୍ୟାଚେଲର୍‌ ହୁଅନ୍ତୁ ଅବା ହଷ୍ଟେଲରେ ରହି ପଢୁଥିବା ପିଲା, ସମସ୍ତଙ୍କର ପ୍ରଥମ ପସନ୍ଦ ଇନ୍‌ଷ୍ଟାଣ୍ଟ ନୁଡଲ୍ସ। ଖୁବ୍‌ ଜୋର୍‌ରେ ଭୋକ ହେଉଥିବା ବେଳେ ଫଟାଫଟ୍‌ ତିଆରି ହୋଇଯାଏ। ଖାଇବାକୁ ସ୍ବାଦିଷ୍ଟ। ପେଟ ବି ଭରେ। ଖାସ୍‌ ଏଇସବୁ କାରଣରୁ ଏହା ସାରା ପୃଥିବୀରେ ବେଶ୍‌ ଲୋକପ୍ରିୟ। ତେବେ ଜାଣନ୍ତି କି ଏହାର ଜନକ କିଏ ଓ ଏହା କେମିତି ହେଲା ଲୋକପ୍ରିୟ…

ଏ ହେଉଛି ସେତେବେଳର କଥା, ଯେବେ ଆମେରିକା ଜାପାନର ହିରୋସିମା ଓ ନାଗାସାକି ଉପରେ ପରମାଣୁ ବୋମା ପକାଇଥିଲା। ଜାପାନ ସେତେବେଳେ ଧ୍ୱସ୍ତବିଧ୍ୱସ୍ତ ହେଇଯାଇଥିଲା। ଯେଉଁମାନେ ଜୀବିତ ଥିଲେ ସେମାନଙ୍କର ନା ଥିଲା ମୁଣ୍ଡକୁ ଛାତ ନା ପେଟର ଭୋକ ମାରିବା ପାଇଁ ଖାଦ୍ୟ। ଏଭଳି ସ୍ଥିତିର କେମିତି ସମାଧାନ କରିବେ ଜାପାନ ସରକାରଙ୍କ ପାଇଁ ବି ବଡ଼ ଚ୍ୟାଲେଞ୍ଜ ଥିଲା । ତେବେ ଜାପାନ ଉପରେ ପରମାଣୁ ବୋମା ପକାଇବାର କିଛିଦିନ ପରେ ଆମେରିକା ଜାପାନର ଲୋକଙ୍କୁ ଭୋକରେ ମରିବାରୁ ବଞ୍ଚତ୍ବା ଲାଗି ବହୁଳ ମାତ୍ରାରେ ଅଟା ପଠାଇଥିଲା; ଯାହାକୁ ବ୍ୟବହାର କରି ଜାପାନ ସରକାର ବ୍ରେଡ ତିଆରି କରିବେ ଓ ଲୋକଙ୍କ ପେଟ ଭରିବେ। ହେଲେ ଜାପାନର ଲୋକମାନେ ଅଧିକ ମାତ୍ରାର ବ୍ରେଡ ତିଆରି କରିବା ଜାଣି ନ ଥିଲେ। ହେଲେ ସେମାନେ ନୁଡଲ୍ସ ତିଆରି କରିବା ଜାଣିଥିଲେ। କାରଣ ନୁଡଲ୍ସର ଇତିହାସ ବହୁ ପୁରୁଣା, ଯାହାକି ଶହ ଶହ ବର୍ଷ ପୂର୍ବେ ପ୍ରଥମେ ଚାଇନାରେ ତିଆରି ହୋଇଥିବା କୁହାଯାଏ। ହେଲେ ନୁଡଲ୍ସର ଗୋଟେ ଖରାପ କଥା ଥିଲା ଯେ, ତାକୁ ତିଆରି କରିବାକୁ ବହୁତ ସମୟ ଲାଗୁଥିଲା।

ଥରେ ଜାପାନର ଫୁଡ୍‌ କମ୍ପାନୀ ନିସିନ ଫଡ୍‌ସ୍‌ର ପ୍ରତିଷ୍ଠାତା ମୋମୋଫୁକୁ ଆଣ୍ଡୋ ଦେଖିଲେ ଲୋକମାନେ ନୁଡଲ୍ସ ପାଇଁ ଘଣ୍ଟା ଘଣ୍ଟା ଧରି ଲାଇନ୍‌ରେ ଠିଆ ହୋଇ ରହୁଛନ୍ତି। ସେ ଭାବିଲେ ଗୋଟେ କପ୍‌ ନୁଡଲ୍‌ ପାଇଁ ଲୋକଙ୍କୁ କେତେ ସମୟ ଠିଆ ହେବାକୁ ପଡ଼ୁଛି। ତେଣୁ ଏମିତି ନୁଡ଼ଲ୍ସ ତିଆରି କରାଯିବା ଜରୁରୀ, ଯାହାକୁ ଖାଇଲେ ପେଟ ଭରିବ ଓ କମ୍‌ ସମୟ ଭିତରେ ପ୍ରସ୍ତୁତ ହୋଇପାରୁଥିବ। ସେଥିପାଇଁ ସେ ନୁଡଲ୍ସ ଉପରେ ଗବେଷଣା କରିବାକୁ ଲାଗିଲେ। ଆଉ ସେ ଇନ୍‌ଷ୍ଟାଣ୍ଟ ତିଆରି ହୋଇପାରୁଥିବା ନୁଡଲ୍ସ ତିଆରି କରିବାରେ ସଫଳ ହେଲେ, ଯାହାକୁ କେବଳ ଗରମ ପାଣିରେ ପକାଇଲେ ଦୁଇ ମିନିଟରେ ପ୍ରସ୍ତୁତ ହୋଇପାରିଲା। ୧୯୫୮ରେ ଏହା ଚିକିନ ରମେନ ନାମରେ ଲଞ୍ଚ ହେଲା। ଲୋକେ ଏହି ନୁଡଲ୍ସକୁ ବହୁତ ପସନ୍ଦ କଲେ। ୧୯୭୧ରେ ସେ ପ୍ରଥମ କପ୍‌ ନୁଡଲ୍ସ ବି ଆରମ୍ଭ କଲେ। ଆଉ ଧୀରେ ଧୀରେ ଏହା ସାରା ପୃଥିବୀରେ ଲୋକପ୍ରିୟ ହୋଇଗଲା।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ଚକୋଲେଟ୍‌ ଦେଇ ସମ୍ପର୍କରେ ମଧୁରତା ଭରିବେ ପ୍ରେମୀଯୁଗଳ

ଭୁବନେଶ୍ୱର,୯। ୨ (ସୌମ୍ୟରଞ୍ଜନ ରାଉତ): ରାଜଧାନୀରେ ଏବେ ପ୍ରେମଛିଟା ବୋଳି ହୋଇଯାଇଛି। କଲେଜଠାରୁ ଆରମ୍ଭ କରି ପାର୍କ, ହୋଟେଲ୍‌, ସିନେମା ହଲ୍‌ ଓ ବିଭିନ୍ନ ମଲ୍‌ରେ ଏବେ…

ସମର୍ପିତ କୁକୁର ଶ୍ମଶାନ ଘାଟ! ଯେଉଁଠାରେ ସମ୍ମାନର ସହିତ ପ୍ରାଣୀମାନଙ୍କର କରାଯାଏ ଶେଷକୃତ୍ୟ

ଫରିଦାବାଦ,୮।୨: ଫରିଦାବାଦ ମାନବିକତା ଏବଂ ଦାୟିତ୍ୱର ଏକ ନୂତନ ଉଦାହରଣ ସୃଷ୍ଟି କରିଛି। ଏହା ହରିୟାଣାର ପ୍ରଥମ ସହର ହୋଇଛି ଯେଉଁଠାରେ ବୁଲା କୁକୁରଙ୍କ ପାଇଁ ଏକ…

ପ୍ରଥମ ରୋଜଗାର ଟଙ୍କା ବାପା-ବୋଉ ହାତକୁ ବଢାଇ ଦେବାର ସତ୍‌ ସାହସ ନ ଥିଲା: ପରେ ମୋ ପଇସାରେ ବାପାଙ୍କ ଲୋନ୍‌ କ୍ଲିଅର କରିଥିଲି

ଏତେ ବର୍ଷ ପରେ ନିଜ ପହିଲି ରୋଜଗାରର ପୁଲକ ବିଷୟରେ କିଛି ଲେଖିବାକୁ ଆରମ୍ଭ କଲା ବେଳେ ଟିକେ ଭାବପ୍ରବଣ ହୋଇ ଉଠୁଛି ମନ। ଦୃଶ୍ୟପଟ୍ଟରେ ଭାସି…

ସ୍ବେଚ୍ଛାଚାରୀ ଶାସକ ଭାବେ ପରିଚିତ ହିଟଲର୍‌ଙ୍କୁ ବି ହୋଇଥିଲା ପ୍ରେମ: ଜାଣନ୍ତୁ ତାଙ୍କ ରୋଚକ ପ୍ରେମକାହାଣୀ

ସତରେ ! ପ୍ରେମ କାହାକୁ ବି ହୋଇପାରେ, ସେଇଥିପାଇଁ ବୋଧେ ସମଗ୍ର ବିଶ୍ୱରେ କ୍ରୁର ଓ ସ୍ବେଚ୍ଛାଚାରୀ ଶାସକଭାବେ ପରିଚିତ ହିଟଲର୍‌ ବି ଏଥିରୁ ବାଦ୍‌ ଯାଇ…

ଏମାନେ ଧନୀ ନୁହନ୍ତି, କୋଟି କୋଟି ଟଙ୍କା ଖର୍ଚ୍ଚ ବି କରିନାହାନ୍ତି: ତଥାପି ବିବାହ ଭାଇରାଲ

ପ୍ରେମ ଦୁଇଟି ମନର ମିଳନ। ଏହା ପବିତ୍ର, ଏହା ଶାଶ୍ୱତ। ପ୍ରେମ ମାନେ ନୁହେଁ ଜଣକୁ ପାଇ ଖୁସି ହୋଇଯିବା, ବରଂ ପ୍ରେମ ହେଉଛି ତାହା ଯାହାକୁ…

ମନର ଭାବନାକୁ ପାର୍ଟନରଙ୍କ ଆଗରେ ଖୋଲାଖୋଲି ପ୍ରକାଶ କରିବାର ଦିନଟିଏ…

ପ୍ରତିବର୍ଷ ଫେବୃଆରୀ ୮ରେ ବିଶେଷକରି ଯୁବପିଢ଼ି ପାଳନ କରିଥାନ୍ତି ପ୍ରପୋଜ ଡେ’। ଭାଲେଣ୍ଟାଇନ୍ସ ଉଇକ୍‌ର ଦ୍ୱିତୀୟ ଦିନ ହେଉଛି ପ୍ରପୋଜ ଡେ’। ଏହି ଦିନଟି ନିଜର ଭାବନାକୁ…

ଏହି ଗାଁରେ ଦୁଇ ମହଲା ଘର ତିଆରି କରିବାକୁ ଡରନ୍ତି ଗ୍ରାମବାସୀ, କାରଣ ଜାଣିଲେ…

ଭାରତରେ ଅନେକ ଗାଁ ରହିଛି। ଗାଁରେ ଅନେକ ଆଶ୍ଚର୍ଯ୍ୟଜନକ କାହାଣୀ ବି ଶୁଣିବାକୁ ମିଳେ। ପ୍ରତ୍ୟେକ ଗାଁର ନିଜସ୍ବ ପରମ୍ପରା ଏବଂ ସଂସ୍କୃତି ଅଛି। ଏପରି ଏକ…

Valentine’s Week: ଗୋଲାପରୁ କାହିଁକି ଆରମ୍ଭ ହୁଏ ପ୍ରେମ, ଜାଣନ୍ତୁ…

ଫେବୃଆରୀ ୭ରୁ ୧୪ ପର୍ଯ୍ୟନ୍ତ ଯୁବବର୍ଗ ପାଳନ କରିବେ ଭାଲେଣ୍ଟାଇନ୍ସ ଉଇକ୍‌ ବା ପ୍ରେମ ସପ୍ତାହ। ଏହି ସପ୍ତାହର ପ୍ରଥମ ଦିନ ରୋଜ୍‌ ଡେ’ ବା ଗୋଲାପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri