Posted inଫୁରସତ

ଭାରତର ସବୁଠୁ ଶକ୍ତିଶାଳୀ ଗାଁ କେଉଁଠି ଅଛି ଜାଣନ୍ତି କି? ବିଶେଷତ୍ୱ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ:ଦକ୍ଷିଣ ଦିଲ୍ଲୀ ଉପକଣ୍ଠସ୍ଥିତ ଛତ୍ରପୁର ଅଞ୍ଚଳରେ ଥିବା ଅସୋଲା-ଫତେହପୁର ବେରି ଗ୍ରାମକୁ ଭାରତର ସବୁଠାରୁ ଶକ୍ତିଶାଳୀ ଗ୍ରାମ କୁହାଯାଇଥାଏ। ଦେଶର ରାଷ୍ଟ୍ରୀୟ ରାଜଧାନୀରେ ଥିବା ନାଇଟ୍‌ କ୍ଲବ୍‌ଗୁଡ଼ିକରେ କାର୍ଯ୍ୟରତ ବାଉନ୍ସରଙ୍କ ଏକ ବଡ଼ ଅଂଶ ଏହି ଗ୍ରାମରୁ ଆସିଥାଏ। ତେଣୁ ଏହି ଗ୍ରାମକୁ ବାଉନ୍ସରଙ୍କ ହବ୍‌ ଭାବେ ମଧ୍ୟ କୁହାଯାଇଥାଏ।
ସ୍ଥାନୀୟ ମଲ୍ଲଯୋଦ୍ଧା ବିଜୟ ତନ୍‌ୱର ଅଲିମ୍ପିକ୍ସରେ ଭାରତୀୟ କୁସ୍ତି ଦଳରେ ସ୍ଥାନ ପାଇବାରୁ ଅଳ୍ପକେ ବଞ୍ଚିତ ହୋଇଥିଲେ। ପରେ ସେ ଜଣେ ବାଉନ୍ସର ଭାବେ ନିଜ ଜୀବିକା ନିର୍ବାହ କରିଥିଲେ। ତାଙ୍କ ସଫଳତା ଅସୋଲା-ଫତେହପୁର ବେରି ଗାଁର ଅନ୍ୟ ଲୋକଙ୍କୁ ପ୍ରେରଣା ଦେଇଥିଲା। ସେମାନେ ମଧ୍ୟ ବାଉନ୍ସର ଭାବେ କାର୍ଯ୍ୟ କରି ନିଜ ଶାରୀରିକ ଶକ୍ତିକୁ ଜୀବିକାରେ ପରିଣତ କରିବାକୁ ନିଷ୍ପତ୍ତି ନେଇଥିଲେ।
ଜାତୀୟ ଗଣମାଧ୍ୟମକୁ ବିଜୟ କହିଛନ୍ତି, ସେ ଅସୋଲା-ଫତେହପୁର ବେରି ଗ୍ରାମରୁ ପ୍ରଥମ ବାଉନ୍ସର ଥିଲେ। ପରେ ଗଁାର ଅନ୍ୟ ଯୁବକମାନେ ମଧ୍ୟ ତାଙ୍କ ପଥ ଅନୁସରଣ କରିବା ଆରମ୍ଭ କରିଥିଲେ। ଏବେ ଗଁାର ୩୦୦ରୁ ଅଧିକ ମଲ୍ଲଯୋଦ୍ଧା ଦିଲ୍ଲୀର ବିଭିନ୍ନ କ୍ଲବ୍‌ ଏବଂ ବାର୍‌ଗୁଡ଼ିକରେ ବାଉନ୍ସର ଭାବେ କାର୍ଯ୍ୟ କରୁଛନ୍ତି। ସେ ଆହୁରି କହିଛନ୍ତି, ସ୍ବାସ୍ଥ୍ୟ ହିଁ ଧନ, ସ୍ବାସ୍ଥ୍ୟ ହିଁ ଧନ। ଏହି ଉକ୍ତି ଗଁାର ମୂଳମନ୍ତ୍ର ଭାବେ ପରିଣତ ହୋଇଛି। ଗ୍ରାମର ଯୁବପିଢ଼ି ବ୍ୟାୟାମ ଏବଂ କସରତ କରି କେବଳ ସୁସ୍ଥ ରହୁନାହାନ୍ତି ବରଂ ସେମାନେ ବାଉନ୍ସର ଭାବେ କାର୍ଯ୍ୟ କରି ଭଲ ଅର୍ଥ ମଧ୍ୟ ରୋଜଗାର କରୁଛନ୍ତି। ଫଳରେ ଅସୋଲା-ଫତେହପୁର ଗ୍ରାମରେ ଅନେକ ପରିବାରର ଆର୍ଥିକ ଅବସ୍ଥା ଧୀରେ ଧୀରେ ସୁଧୁରୁଥିବା ବିଜୟ କହିଛନ୍ତି।
ଏହି ଗ୍ରାମର ଯୁବକମାନେ ସ୍ଥାନୀୟ ଆଖଡ଼ାରେ କଠୋର ତାଲିମ ନେଇଥାନ୍ତି, ଯେଉଁଠାରେ ସେମାନେ ପ୍ରତିଦିନ ଅନେକ ଶହ ପୁସ୍‌-ଅପ୍‌, ସିଟ୍‌-ଅପ୍‌ ଏବଂ କୁସ୍ତି ଅଭ୍ୟାସ କରନ୍ତି। ପିଢ଼ି ପରେ ପିଢ଼ି ଧରି ଏଠାରେ ମଲ୍ଲଯୋଦ୍ଧାମାନଙ୍କ ଦ୍ୱାରା ଚାଲିଆସୁଥିବା ଶୃଙ୍ଖଳିତ ଜୀବନଶୈଳୀ ଅସୋଲା-ଫତେହପୁର ବେରି ଗ୍ରାମକୁ ଦେଶର ଶକ୍ତିଶାଳୀ ଗ୍ରାମ ଭାବେ ପରିଚୟ ଦେଇଛି। ଗଁାରେ ମଦ୍ୟପାନ ଏବଂ ତମାଖୁ ସେବନ ଉପରେ ବାରଣ ରହିଛି। ସେହିପରି ଗଁାର ଯୁବପିଢ଼ିମାନେ ପ୍ରୋଟିନ୍‌ଯୁକ୍ତ ଖାଦ୍ୟ ଗ୍ରହଣ କରିବା ସହ ନିଜ ନିଜର ଶାରୀରିକ ତାଲିମ ପାଇଁ ଅନେକ ଘଣ୍ଟା ସମୟ ଦେଇଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ତ୍ରୀଙ୍କ ସହ ଟପ ମାଓବାଦୀ ନେତା ନିଖିଲକଲେ ଆତ୍ମସମର୍ପଣ

ରାୟଗଡ଼ା,୬।୨(ଆଶିଷ ରଞ୍ଜନ ପଣ୍ଡା): ମାଓବାଦୀ ନେତା ନିଖିଲ୍‌ ଆତ୍ମସମର୍ପଣ କରିଛନ୍ତି। ଓଡ଼ିଶାର ଟପ ମାଓବାଦୀ ନେତା ନିଖିଲ ଓରଫ ନିରଞ୍ଜନ ଆତ୍ମସମର୍ପଣ କରିଥିବା ବେଳେ ତାଙ୍କ ସହ…

ଟାଇଟଲ୍‌ ଲକ୍ଷ୍ୟରେ ଭାରତ: ଇଂଲଣ୍ଡ ଆଗରେ ୪୧୨ ରନ୍‌ର ବିଶାଳ ଟାର୍ଗେଟ୍‌

ହରାରେ,୬।୨: ହରାରେ ସ୍ପୋଟର୍‌ସ କ୍ଲବଠାରେ ଶୁକ୍ରବାର ୧୯ ବର୍ଷରୁ କମ୍‌ ପୁରୁଷ ବିଶ୍ବକପ୍‌ ଫାଇନାଲ ମ୍ୟାଚ୍‌ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଉଛି। ଫାଇନାଲ ମ୍ୟାଚ୍‌ରେ ଭାରତ…

ଜନଗଣନା ପାଇଁ ପ୍ରସ୍ତୁତି: ଏପ୍ରିଲ ୧୬ରୁ କେନ୍ଦୁଝରରେ ଆରମ୍ଭ ହେବ ଗୃହ ତାଲିକା

କେନ୍ଦୁଝର,୬ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଆସନ୍ତା ଜନଗଣନା-୨୦୨୭କୁ ସୂଚାରୁ ରୂପେ ପରିଚାଳନା କରିବା ପାଇଁ ଜିଲାପାଳଙ୍କ କାର୍ଯ୍ୟାଳୟରେ ଏକ ଜିଲାସ୍ତରୀୟ ସମୀକ୍ଷା ବୈଠକ ଓ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ…

ମହଙ୍ଗା ପଡିଲା ନାବାଳିକାଙ୍କୁ ଗଣବଳାତ୍କାର: ୫ ନାବାଳକଙ୍କୁ ହେଲା…

ବଲାଙ୍ଗୀର,୬।୨ ( ସୁନିଲ କୁମାର ମହାନ୍ତି): ମହଙ୍ଗା ପଡିଲା ସହପାଠିନୀକୁ ଗଣବଳାତ୍କାର କରିବ। ବନ୍ଧାହେଲେ ଛଅ ଜଣ ଅଭିଯୁକ୍ତ । ବାଳସୁଧାର ଗୃହକୁ ପଠାଇଲା ଯୁଭେନାଲ ଜଷ୍ଟିସ…

ରୁଷିଆର ଶୀର୍ଷ ଗୁପ୍ତଚର ଅଧିକାରୀଙ୍କୁ ଆକ୍ରମଣ

ମସ୍କୋ,୬।୨: ମସ୍କୋରେ ଏକାଧିକ ଗୁଳି ମାଡ଼ ହେବା ପରେ ଜଣେ ବରିଷ୍ଠ ରୁଷୀୟ ସେନା ଜେନେରାଲ ଆହତ ହୋଇଛନ୍ତି। ସହରର ଉତ୍ତର-ପଶ୍ଚିମ ଉପକଣ୍ଠରେ ଏକ ଆବାସିକ କୋଠାରେ…

ରେକର୍ଡ ବୁକ ଦୋହଲାଇ ଦେଲେ Vaibhav Suryavanshi, ବିଶ୍ୱକପ ଫାଇନାଲରେ ସଭିଙ୍କୁ କଲେ ଚକିତ

ନୂଆଦିଲ୍ଲୀ,୬।୨: ବୈଭବ ସୂର୍ଯ୍ୟବଂଶୀ ୧୯ ବର୍ଷରୁ କମ ବିଶ୍ୱକପ ୨୦୨୬ ର ଫାଇନାଲରେ ଶୁକ୍ରବାର ବିପର୍ଯ୍ୟୟ ସୃଷ୍ଟି କରିଥିଲେ। ହରାରେ ସ୍ପୋଟର୍‌ସ କ୍ଲବରେ ଇଂଲଣ୍ଡ ୧୯ ବର୍ଷରୁ…

ରୋଗୀଙ୍କୁ ଔଷଧ ଖୁଆଇବେ ସ୍ବାସ୍ଥ୍ୟକର୍ମୀ

ଭୁବନେଶ୍ୱର,୬୬।୨: ଫାଇଲେରିଆ ନିରାକରଣ ପାଇଁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏକ ବଡ଼ ଆକ୍ସନ ପ୍ଲାନ ପ୍ରସ୍ତୁତ କରାଯାଇଛି। ଏଣିକି ସ୍ବାସ୍ଥ୍ୟକର୍ମୀ ଘରକୁ ଘର ଯାଇ ଫାଇଲେରିଆରେ ଆକ୍ରାନ୍ତ…

କୋରାପୁଟରେ ପରୀକ୍ଷା ପେ’ ଚର୍ଚ୍ଚା, ସିଧା ଯୋଡ଼ି ହେଲେ ଛାତ୍ରୀଛାତ୍ର

କୋରାପୁଟ,୬ା୨(ଅମିତାଭ ବେହେରା): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନବମ ପରୀକ୍ଷା ପେ’ ଚର୍ଚ୍ଚା କାର୍ଯ୍ୟକ୍ରମର ସିଧା ପ୍ରସାରଣ ଶୁକ୍ରବାର ସାରା ଦେଶର ବିଭିନ୍ନ ଶିକ୍ଷା ଅନୁଷ୍ଠାନରେ ଚାଲିଥିଲା ବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri