Posted inଫୁରସତ

ଭାରତର ସବୁଠୁ ଶକ୍ତିଶାଳୀ ଗାଁ କେଉଁଠି ଅଛି ଜାଣନ୍ତି କି? ବିଶେଷତ୍ୱ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ:ଦକ୍ଷିଣ ଦିଲ୍ଲୀ ଉପକଣ୍ଠସ୍ଥିତ ଛତ୍ରପୁର ଅଞ୍ଚଳରେ ଥିବା ଅସୋଲା-ଫତେହପୁର ବେରି ଗ୍ରାମକୁ ଭାରତର ସବୁଠାରୁ ଶକ୍ତିଶାଳୀ ଗ୍ରାମ କୁହାଯାଇଥାଏ। ଦେଶର ରାଷ୍ଟ୍ରୀୟ ରାଜଧାନୀରେ ଥିବା ନାଇଟ୍‌ କ୍ଲବ୍‌ଗୁଡ଼ିକରେ କାର୍ଯ୍ୟରତ ବାଉନ୍ସରଙ୍କ ଏକ ବଡ଼ ଅଂଶ ଏହି ଗ୍ରାମରୁ ଆସିଥାଏ। ତେଣୁ ଏହି ଗ୍ରାମକୁ ବାଉନ୍ସରଙ୍କ ହବ୍‌ ଭାବେ ମଧ୍ୟ କୁହାଯାଇଥାଏ।
ସ୍ଥାନୀୟ ମଲ୍ଲଯୋଦ୍ଧା ବିଜୟ ତନ୍‌ୱର ଅଲିମ୍ପିକ୍ସରେ ଭାରତୀୟ କୁସ୍ତି ଦଳରେ ସ୍ଥାନ ପାଇବାରୁ ଅଳ୍ପକେ ବଞ୍ଚିତ ହୋଇଥିଲେ। ପରେ ସେ ଜଣେ ବାଉନ୍ସର ଭାବେ ନିଜ ଜୀବିକା ନିର୍ବାହ କରିଥିଲେ। ତାଙ୍କ ସଫଳତା ଅସୋଲା-ଫତେହପୁର ବେରି ଗାଁର ଅନ୍ୟ ଲୋକଙ୍କୁ ପ୍ରେରଣା ଦେଇଥିଲା। ସେମାନେ ମଧ୍ୟ ବାଉନ୍ସର ଭାବେ କାର୍ଯ୍ୟ କରି ନିଜ ଶାରୀରିକ ଶକ୍ତିକୁ ଜୀବିକାରେ ପରିଣତ କରିବାକୁ ନିଷ୍ପତ୍ତି ନେଇଥିଲେ।
ଜାତୀୟ ଗଣମାଧ୍ୟମକୁ ବିଜୟ କହିଛନ୍ତି, ସେ ଅସୋଲା-ଫତେହପୁର ବେରି ଗ୍ରାମରୁ ପ୍ରଥମ ବାଉନ୍ସର ଥିଲେ। ପରେ ଗଁାର ଅନ୍ୟ ଯୁବକମାନେ ମଧ୍ୟ ତାଙ୍କ ପଥ ଅନୁସରଣ କରିବା ଆରମ୍ଭ କରିଥିଲେ। ଏବେ ଗଁାର ୩୦୦ରୁ ଅଧିକ ମଲ୍ଲଯୋଦ୍ଧା ଦିଲ୍ଲୀର ବିଭିନ୍ନ କ୍ଲବ୍‌ ଏବଂ ବାର୍‌ଗୁଡ଼ିକରେ ବାଉନ୍ସର ଭାବେ କାର୍ଯ୍ୟ କରୁଛନ୍ତି। ସେ ଆହୁରି କହିଛନ୍ତି, ସ୍ବାସ୍ଥ୍ୟ ହିଁ ଧନ, ସ୍ବାସ୍ଥ୍ୟ ହିଁ ଧନ। ଏହି ଉକ୍ତି ଗଁାର ମୂଳମନ୍ତ୍ର ଭାବେ ପରିଣତ ହୋଇଛି। ଗ୍ରାମର ଯୁବପିଢ଼ି ବ୍ୟାୟାମ ଏବଂ କସରତ କରି କେବଳ ସୁସ୍ଥ ରହୁନାହାନ୍ତି ବରଂ ସେମାନେ ବାଉନ୍ସର ଭାବେ କାର୍ଯ୍ୟ କରି ଭଲ ଅର୍ଥ ମଧ୍ୟ ରୋଜଗାର କରୁଛନ୍ତି। ଫଳରେ ଅସୋଲା-ଫତେହପୁର ଗ୍ରାମରେ ଅନେକ ପରିବାରର ଆର୍ଥିକ ଅବସ୍ଥା ଧୀରେ ଧୀରେ ସୁଧୁରୁଥିବା ବିଜୟ କହିଛନ୍ତି।
ଏହି ଗ୍ରାମର ଯୁବକମାନେ ସ୍ଥାନୀୟ ଆଖଡ଼ାରେ କଠୋର ତାଲିମ ନେଇଥାନ୍ତି, ଯେଉଁଠାରେ ସେମାନେ ପ୍ରତିଦିନ ଅନେକ ଶହ ପୁସ୍‌-ଅପ୍‌, ସିଟ୍‌-ଅପ୍‌ ଏବଂ କୁସ୍ତି ଅଭ୍ୟାସ କରନ୍ତି। ପିଢ଼ି ପରେ ପିଢ଼ି ଧରି ଏଠାରେ ମଲ୍ଲଯୋଦ୍ଧାମାନଙ୍କ ଦ୍ୱାରା ଚାଲିଆସୁଥିବା ଶୃଙ୍ଖଳିତ ଜୀବନଶୈଳୀ ଅସୋଲା-ଫତେହପୁର ବେରି ଗ୍ରାମକୁ ଦେଶର ଶକ୍ତିଶାଳୀ ଗ୍ରାମ ଭାବେ ପରିଚୟ ଦେଇଛି। ଗଁାରେ ମଦ୍ୟପାନ ଏବଂ ତମାଖୁ ସେବନ ଉପରେ ବାରଣ ରହିଛି। ସେହିପରି ଗଁାର ଯୁବପିଢ଼ିମାନେ ପ୍ରୋଟିନ୍‌ଯୁକ୍ତ ଖାଦ୍ୟ ଗ୍ରହଣ କରିବା ସହ ନିଜ ନିଜର ଶାରୀରିକ ତାଲିମ ପାଇଁ ଅନେକ ଘଣ୍ଟା ସମୟ ଦେଇଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri