Posted inଫୁରସତ

ଔଷଧ ଖୋଳ ଉପରେ କାହିଁକି ଲାଲ୍‌ ରଙ୍ଗର ଗାର ଥାଏ ଜାଣନ୍ତି…

ଆମ ମଧ୍ୟରୁ ଅଧିକାଂଶ ଲୋକ ଅସୁସ୍ଥ ହେବା ପରେ ଡାକ୍ତରଙ୍କ ପାଖକୁ ଯିବା ପରିବର୍ତ୍ତେ ସିଧା ମେଡିସିନ ଷ୍ଟୋରକୁ ଯାଇଥାନ୍ତି। କିଛି ଚିନ୍ତା ନ କରି ରୋଗ ପାଇଁ ଔଷଧ କିଣି ଆଣନ୍ତି। ବେଳେବେଳେ ଲୋକେ ଏହି ଔଷଧ ଦ୍ୱାରା ଆରୋଗ୍ୟ ହୁଅନ୍ତି ସତ ମାତ୍ର ଗମ୍ଭୀର ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି। ଔଷଧ କିଣିବା ସମୟରେ କେବେ ଧ୍ୟାନ ଦେଇଛନ୍ତି କି ଖୋଳ ଉପରେ ଏକ ଲାଲ୍‌ ରଙ୍ଗର ଗାର ପଡ଼ିଥାଏ। ଜାଣନ୍ତି ଏପରି ଗାର କାହିଁକି ପଡ଼ିଥାଏ? ଯଦି ନା ତେବେ ଜାଣନ୍ତୁ ଏ ସମ୍ପର୍କରେ…

ଲାଲ ରଙ୍ଗର ଏହି ଗାର ସମ୍ପର୍କରେ ଡାକ୍ତରଙ୍କୁ ବେଶ୍‌ ଭଲ ଭାବେ ଜଣାଥାଏ। କାରଣ ସାଧାରଣ ଲୋକଙ୍କ ନିକଟରେ ଏ ସମ୍ପର୍କରେ କୌଣସି ଧାରଣା ନ ଥାଏ। ଏମିତିରେ ଲୋକେ ଡାକ୍ତରଙ୍କ ବିନା ପରାମର୍ଶରେ ମେଡିସିନ ଷ୍ଟୋରରୁ ଔଷଧ ଆଣିଥାନ୍ତି। ପରେ ନାନା ସମସ୍ୟାରେ ପଡ଼ିଥାନ୍ତି। ତେଣୁ ମେଡିସିନ କିଣିବା ସମୟରେ ଭଲ ଭାବରେ ଧ୍ୟାନ ଦେବା ଜରୁରୀ ଅଟେ। ଏହି ଲାଲ୍‌ ରଙ୍ଗ ଗାରର ଅର୍ଥ ଡାକ୍ତରଙ୍କ ବିନା ଏହି ଔଷଧ କିଣାଯାଇ ପାରିବ ନାହିଁ କିମ୍ବା ବିକା ଯାଇପାରିବ ନାହିଁ। କେବଳ ଆଣ୍ଟିବାୟୋଟିକ୍‌ର ଭୁଲ ବ୍ୟବହାରକୁ ରୋକିବା ପାଇଁ ଔଷଧଉପରେ ଏପରି ଲାଲ୍‌ ରଙ୍ଗର ଗାର ପଡ଼ିଥାଏ।

ଲାଲ୍‌ ରଙ୍ଗର ଗାର ବ୍ୟତୀତ ଔଷଧ ଖୋଳରେ ଆଉ ମଧ୍ୟ କିଛି ଲେଖାଥିବାର ଆପଣ ଦେଖିଥିବେ। ଏଥିରେ ଆର୍‌ଏକ୍ସ ଲେଖାଥିବା ନିଶ୍ଚିତ ଦେଖିଥିବେ। ଏହାର ଅର୍ଥ ଏହି ଔଷଧ କେବଳ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଗ୍ରହଣ କରାଯିବା ଉଚିତ୍‌। ଆଉ କିଛି ଔଷଧ ଖୋଳରେ ଏନ୍‌ଆର୍‌ଏକ୍ସ ମଧ୍ୟ ଲେଖାଥାଏ। ଏହାର ଅର୍ଥ ହେଉଛି କେବଳ ସେହି ଡାକ୍ତରମାନଙ୍କ ପରାମର୍ଶ ଦରକାର ଯେଉଁମାନେ କି ଔଷଧ ପାଇଁ ଲାଇସେନ୍ସପ୍ରାପ୍ତ ଅଟନ୍ତି। ଆଉ କିଛି ଔଷଧରେ ଏକ୍ସଆର୍‌ଏକ୍ସ ମଧ୍ୟ ଲେଖାଥାଏ। ଏହାର ଅର୍ଥ ଏହି ଔଷଧ କେବଳ ଡାକ୍ତରଙ୍କ ପାଖରୁ ନିଆଯାଇପାରିବ। ଡାକ୍ତର ଏହି ଔଷଧକୁ ରୋଗୀଙ୍କୁ ସିଧାସଳଖ ଦେଇପାରିବେ। ରୋଗୀ ଏହାକୁ କୌଣସି ମେଡିସିନ ଷ୍ଟୋରରୁ କିଣିପାରିବେ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri