Posted inଫୁରସତ

ପାଖରେ ଅଛି କି ଏଭଳି ନୋଟ୍‌, ରାତାରାତି ପାଲଟିବେ ଧନୀ…

ନୂଆଦିଲ୍ଲୀ,୧୩।୭: କେତେକ ପୁରୁଣା ନୋଟ୍‌ ଏବଂ ସ୍ବତନ୍ତ୍ର ନମ୍ବର ରହିଥିବା ନୋଟ୍‌ ପାଖରେ ଥିଲେ ଏହା ରାତାରାତି ଧନୀ କରିଦେବ। ଏକ ଟଙ୍କିଆରୁ ଆରମ୍ଭ କରି ୨,୫, ୧୦, ୨୦, ୫୦, ୧୦୦, ୨୦୦, ୫୦୦ ଏବଂ ୨୦୦୦ ଟଙ୍କା ନୋଟ୍‌ରେ ଯଦି ୭୮୬ ଅବା ୧୨୩୪୫୬ ଆଦି ନମ୍ବର ରହିଥିବା ତେବେ ଏହାର ଦାମ୍‌ ଅନେକଗୁଣା ବଢ଼ିଯାଇଥାଏ। ଏଭଳିି ନୋଟ୍‌ ଜଣଙ୍କୁ ଲକ୍ଷପତି ମଧ୍ୟ କରି ପାରିବ। ବିଭିନ୍ନ ସଂସ୍ଥା ପକ୍ଷରୁ ଅନ୍‌ଲାଇନ୍‌ରେ ଏଭଳି ପୁରୁଣା ନୋଟ୍‌ ଏବଂ କଏନ୍‌ କିଣା ବିକା ଲାଗି ଖବର ପ୍ରକାଶ ପାଇଥାଏ। ଇ-ବେ ନାମକ ଓ୍ବେବସାଇଟ୍‌ ଏଭଳି ବିରଳ ଟଙ୍କା ବିକ୍ରିକଲେ ଲକ୍ଷାଧିକ ଟଙ୍କା ମିଳିଥାଏ। ସେହିପରି ଏଭଳି ଏକ ଟଙ୍କିଆ ନୋଟ୍‌ ଥିଲେ ଏହା ଜଣଙ୍କୁ କୋଟିପତି କରିଦେବ। ୮୬ ଅବା ୧୨୩୪୫୬ ଆଦି ନମ୍ବର ରହିଥିବା ନୋଟ୍‌କୁ ସୌଭାଗ୍ୟ ବୃଦ୍ଧିକାରୀ ବୋଲି କେତେକ କହିଥାନ୍ତି। ଏକ ଟଙ୍କିଆ ନୋଟ୍‌କୁ ଛାଡ଼ି ଅନ୍ୟ ସବୁ ନୋଟ୍‌ରେ ଭାରତୀୟ ରିଜର୍ଭ ବ୍ୟାଙ୍କ ଗଭର୍ନରଙ୍କ ହସ୍ତାକ୍ଷର ରହିଥାଏ। ତେବେ ଏକ ଟଙ୍କିଆ ନୋଟ୍‌ରେ ଅର୍ଥମନ୍ତ୍ରଣାଳୟ ସଚିବଙ୍କ ହସ୍ତାକ୍ଷର ରହିଥାଏ। ଅନ୍ୟ ସବସ୍ତ ନୋଟ୍‌କୁ ରିଜର୍ଭ ବ୍ୟାଙ୍କ ଜାରି କରୁଥିବାବେଳେ ଏକ ଟଙ୍କଆ ନୋଟ୍‌କୁ କେନ୍ଦ୍ରୀୟ ଅର୍ଥ ମନ୍ତ୍ରଣାଳୟ ଜାରି କରିଥାଏ। ୧୯୧୭ ନଭେମ୍ବର ୩୦ରେ ପ୍ରଥମେ ଏକ ଟଙ୍କିଆ ନୋଟ୍‌ ଛପାଯାଇଥିଲା। ଏଥିରେ ବ୍ରିଟେନ୍‌ର ରାଜା ଜର୍ଜ ପଞ୍ଚମଙ୍କର ଫଟୋ ଥିଲା। ୧୯୨୬ରେ ଏକ ଟଙ୍କିଆ ନୋଟ୍‌ ଛପା ବନ୍ଦ କରାଯାଇଥିଲା। ୧୯୪୦ରେ ପୁଣି ଏହାର ଛପା ଆରମ୍ଭ ହୋଇଥିଲା। ୧୯୯୪ରେ ପୁଣି ଏହାର ଛପାକୁବନ୍ଦ କରାଯାଇଥିଲା। ୨୦୧୫ରେ ଏହାର ଛପା ପୁଣି ଥରେ ଆରମ୍ଭ କରାଯାଇଥିଲା। ଏଭଳି ପୁରୁଣା ଟଙ୍କା ଅବା କଏନ୍‌କୁ ଏକ ନିଦ୍ଦିଷ୍ଟ ଓ୍ବେବସାଇଟ୍‌ରେ ବିକ୍ରି କରାଯାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା:  ଯାହାକୁ ସ୍ବାମୀ କହୁଥିଲେ ସେ ଥାନାରେ

ଧର୍ମଶାଳା,୧୯।୧୨(ଶିବ ପ୍ରସାଦ ମହାନ୍ତି): ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା। ଯାହାଙ୍କୁ ସ୍ବାମୀ  କହିଲେ ତାଙ୍କୁ ପୋଲିସ ନେଇ ପଚରାଉଚରା କରୁଛି। ଏଭଳି ଅଭାବନୀୟ ଘଟଣା...

‘ଜନସାଧାରଣଙ୍କ ସହଯୋଗ ବିନା ହାତୀ ସୁରକ୍ଷା ଅସମ୍ଭବ’

ଦିଗପହଣ୍ଡି, ୧୯ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ପଞ୍ଚାୟତ ଜନଜାତି ବହୁଳ ଢେପାଗୁଡ଼ା ଗ୍ରାମବାସୀ ଏବଂ ସ୍କୁଲ ଛାତ୍ରୀ ଛାତ୍ରଙ୍କୁ ନେଇ...

ଭାରତରେ Google ଲଞ୍ଚ କଲା ପ୍ରଥମ କ୍ରେଡିଟ୍‌ କାର୍ଡ, ଲାଇଫଟାଇମ୍‌ ଯାଏ Free

ନୂଆଦିଲ୍ଲୀ,୧୯।୧୨: ଭାରତୀୟମାନଙ୍କ ଜୀବନକୁ ଆହୁରି ସହଜ କରିବା ପାଇଁ ଗୁଗଲ ନୂଆ ଡିଜିଟାଲ କ୍ରେଡିଟ କାର୍ଡ ‘ଫ୍ଲେକ୍ସ ବାଇ ଗୁଗଲ ପେ’ ଲଞ୍ଚ କରିଛି। ଏହା...

ଆନ୍ଧ୍ର କୋଟିଆର ମାଉସୀ ହୋଇ ରହୁ, ମା’ ହେବାକୁ ଚେଷ୍ଟା ନ କରୁ: ରାଜସ୍ବମନ୍ତ୍ରୀ

ପଟ୍ଟାଙ୍ଗି,୧୯ା୧୨(ଶରତ କୁମାର ଧଳ)-ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ସୀମାନ୍ତ କୋଟିଆ ପଞ୍ଚାୟତକୁ ଶୁକ୍ରବାର ଗସ୍ତ...

ଫାଇନାଲରେ ଭାରତ, ପାକିସ୍ତାନ ସହ ହେବ ମୁକାବିଲା

ଦୁବାଇ,୧୯।୧୨:  ସିନିଅର୍‌ ମେନ୍ସ ଏସିଆ କପ୍‌ ୨୦୨୫ ପରେ ଏବେ ଅଣ୍ଡର-୧୯ ମେନ୍ସ ଏସିଆ କପ୍‌ ୨୦୨୫ରେ ମଧ୍ୟ ଭାରତ ପ୍ରବେଶ କରିଛି। ଦୁବାଇରେ ଚାଲିଥିବା...

ଛତୁଆ ବିଲ୍‌ କରିଦେବା ପାଇଁ ପୂର୍ବତନ ସିଡିପିଓ ମାଗିଥିଲେ୮୦ ହଜାର ଲାଞ୍ଚ : ଆସିଲା ବଡ଼ ରାୟ 

ଭବାନୀପାଟଣା,୧୯।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ପୂର୍ବତନ ସିଡିପିଓ (ସମ୍ମନିତ ଶିଶୁ ବିକାଶ ସେବା ପ୍ରକଳ୍ପ ଅଧିକାରିଣୀ) ମୀନା ପାତ୍ର ୨୦୨୧ ମସିହାର...

ଆସିଲା ନିଷ୍ପତ୍ତି: ରବି ଚାଷ ପାଇଁ ଘୋଡ଼ାହାଡ଼ ଡ଼୍ୟାମରୁ …

ଦିଗପହଣ୍ଡି,୧୯।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରିି ଗାଁ ନିକଟ ଘୋଡ଼ାହାଡ଼ ଡ଼୍ୟାମରୁ ରବି ଚାଷ ନିମନ୍ତେ ପାଣି ଛଡାଯିବା ପାଇଁ ନିଷ୍ପତ୍ତି...

ସଶକ୍ତ ସମୃଦ୍ଧ କରିବା କେବିକେର ଲକ୍ଷ

ଭଞ୍ଜନଗର,୧୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ଜିଲାର ଅଗ୍ରଣୀ ଚାଷୀ ଏବଂ କୃଷକ ଉତ୍ପାଦକ ସଂଘର କର୍ମକର୍ତ୍ତାମାନଙ୍କୁ ନେଇ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri