ଆପଣଙ୍କର ଅଛି କି ଗ୍ୟାସ୍‌ କନେକ୍ସନ୍‌, ମିଳିବ ଏସବୁ ସୁବିଧା…

ନୂଆଦିଲ୍ଲୀ,୭।୮: ପୂର୍ବରୁ ଏଲ୍‌ପିଜି ସଂଯୋଗ ପାଇବା ଏକ ସମୟରେ କଷ୍ଟସାଧ୍ୟ ଥିଲା। କିନ୍ତୁ ବର୍ତ୍ତମାନ ଏହା ସହଜ ହୋଇଯାଇଛି। ଯଦି ଆପଣଙ୍କ ପାଖରେ ପୂର୍ବରୁ ଏକ ଗ୍ୟାସ କନେକ୍ସନ ଅଛି, ତେବେ ଆପଣ ସେହି ଆଧାରରେ ଅନ୍ୟ ଏକ କନେକ୍ସନ ସୁବିଧା ମଧ୍ୟ ନେଇପାରିବେ। ଦ୍ୱିତୀୟ କନେକ୍ସନ ପାଇବାକୁ ହେଲେ ଆଧାର କାର୍ଡ ଏବଂ କନେକ୍ସନ କାଗଜର ଏକ ନକଲ ଗ୍ୟାସ ଏଜେନ୍ସିରେ ଦାଖଲ କରିବାକୁ ପଡିବ। ଭାରତୀୟ ତୈଳ ନିଗମ (ଆଇଓସି) ଅନୁଯାୟୀ, ଦେଶର ପ୍ରତି ଅଞ୍ଚଳର ଗ୍ୟାସ୍‌ ଉପଭୋକ୍ତାଙ୍କୁ ଏହି ସୁବିଧା ଯୋଗାଇ ଦିଆଯିବ। ପ୍ରଥମ ଗ୍ୟାସ କନେକ୍ସନ ପରି ଅନ୍ୟ କନେକ୍ସନରେ ସବସିଡିର ସୁବିଧା ମିଳି ପାରିବ। ଗ୍ୟାସ କନେକ୍ସନକୁ ଆଧାର ସହିତ ସଂଯୋଗ କରାଯାଇଥିବାରୁ ତ୍ରୁଟିର ଆଶଙ୍କା କମ୍‌ ରହୁଛି। ତେଣୁ ସମାନ ଠିକଣାରେ ସରକାର ଏକାଧିକ ଗ୍ୟାସ କନେକ୍ସନର ସୁବିଧା ପ୍ରଦାନ କରିବା ଲାଗି ନିଷ୍ପତ୍ତି ଗ୍ରହଣ କରିଛନ୍ତି। ସମାନ ଠିକଣାରେ, ଯଦି ଆପଣଙ୍କର ମାତାପିତା, ଭାଇଭଉଣୀଙ୍କ ନାମରେ ପୂର୍ବରୁ ଏକ ଗ୍ୟାସ କନେକ୍ସନ ଅଛି, ତେବେ ଆପଣ ମଧ୍ୟ ଏହି ଠିକଣାରେ ଅନ୍ୟକନେକ୍ସନ ମଧ୍ୟ ନେଇପାରିବେ। ପାଖରେ ଥିବା ପୁରୁଣା କନେକ୍ସନ ସହିତ ଆପଣଙ୍କୁ ଏହାର ଡକ୍ୟୁମେଣ୍ଟ ଦାଖଲ କରିବାକୁ ପଡିବ। ଠିକଣା ଯାଞ୍ଚ ପରେ, ଆପଣଙ୍କୁ ନୂଆ ଗ୍ୟାସ କନେକ୍ସନ ଯୋଗାଇ ଦିଆଯିବ। ଏହିପରି ଗ୍ୟାସ ସଂଯୋଗ ମଧ୍ୟ ପ୍ରଧାନ ମନ୍ତ୍ର ଉଜ୍ୱଳା ଯୋଜନା ଅନ୍ତର୍ଗତ ମଧ୍ୟ ଏହି ସୁବିଧା ମିଳିପାରିବ। ଜୈଳ ମାର୍କେଟିଂ କମ୍ପାନୀଗୁଡିକ ଦ୍ୱାରା ଏହି ସୁବିଧା ଯୋଗାଇ ଦିଆଯାଉଛି। ଏଥିପାଇଁ ଉପଭୋକ୍ତାଙ୍କୁ କୌଣସି ଠିକଣା ପ୍ରମାଣ ଦାଖଲ କରିବାର ଆବଶ୍ୟକତା ନାହିଁ। କେବଳ ଏକ ନୂତନ କନେକ୍ସନ ପାଇଁ ଆବେଦନ କରିବାକୁ ପଡିବ ଏବଂ ଯାଞ୍ଚ ପରେ କନେକ୍ସନ ଯୋଗାଇ ଦିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri