ବର୍ଷ ୨୦୨୪ ଶେଷ ହେବା ପୂର୍ବରୁ କରି ନିଅନ୍ତୁ ଏହି କାମ: ୨୦୨୫ରେ ଚମକିବ ଭାଗ୍ୟ, ବର୍ଷ ସାରା ରହିବନି ଟଙ୍କାର ଅଭାବ

ନୂଆ ବର୍ଷ ନିଜ ସହ କିଛି ନୂଆ ଆଶା ନେଇ ଆସିଥାଏ। ଆଉ ଦିନ କେଇଟାରେ ୨୦୨୪ ବିଦାୟ ନେବ। ଏମିତିରେ ସମସ୍ତେ ଚାହାନ୍ତି ନୂଆ ବର୍ଷ ତାଙ୍କ ପାଇଁ ଖୁସିର ପୁଟୁଳି ନେଇ ଆସୁ। ତେବେ ଜ୍ୟୋତିଷ ଶାସ୍ତ୍ରରେ ଏଭଳି କିଛି ଉପାୟ ବିଷୟରେ ବର୍ଣ୍ଣନା କରାଯାଇଛ, ଯାହାକୁ ନୂଆ ବର୍ଷ ପୂର୍ବରୁ ଆପଣାଇ ନିଜ ଭାଗ୍ୟ ଚମକାଇ ପାରିବେ। ଏହାକୁ କରିବା ଦ୍ୱାରା କେବଳ ଭାଗ୍ୟ ନୁହେଁ ବରଂ ନିଜେ ଜୀବନରେ ସୁଖ ସମୃଦ୍ଧି ପ୍ରାପ୍ତ କରିପାରିବେ।

-ଶନିଦେବଙ୍କ ପୂଜା କରନ୍ତୁ
ଜ୍ୟୋତିଷଶାସ୍ତ୍ର ଅନୁଯାୟୀ ଶନିବାର ଦିନ ଅଶ୍ୱସ୍ତ ବୃକ୍ଷ ତଳେ ରାଶିର ତେଲରେ ଦୀପ ଜଳାନ୍ତୁ। ଏଥିସହ ବିଧିପୂର୍ବକ ଶନିଦେବଙ୍କ ପୂଜା କରନ୍ତୁ। ଏଭଳି କରିବା ଦ୍ୱାରା ଶନିଦେବଙ୍କ କୃପା ମିଳିଥାଏ। ଏଥିସହ ଶନିଦୋଷରୁ ରକ୍ଷା ମିଳିଥାଏ।

-ହଳଦିଆ ସୋରିଷ ଦ୍ୱାରା ଲକ୍ଷ୍ମୀଙ୍କୁ କରନ୍ତୁ ପ୍ରସନ୍ନ
ଯଦି ଆପଣ ମା’ ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବାକୁ ଚାହାନ୍ତି ତେବେ ଏଥିପାଇଁ ଛୋଟିଆ ଉପାୟଟିଏ କରନ୍ତୁ। ନୂଆ ବର୍ଷ ପୂର୍ବରୁ କିଛି ହଳଦିଆ ସୋରିଷ ଏବଂ କର୍ପୂର ନେଇ ରୂପା ନଚେତ ଷ୍ଟିଲ ଗିନାରେ ରଖନ୍ତୁ। ପରେ ଜଳାଇ ଦିଅନ୍ତୁ। ଏହାଛଡ଼ା ଗୋବର ଗିନାରେ ହଳଦିଆ ସୋରିଷ ରଖି ଘରେ ଧୁନି ଦେଇ ଦିଅନ୍ତୁ। ଏମିତି କରିବା ଦ୍ୱାରା ମା ଲକ୍ଷ୍ମୀ ପ୍ରସନ୍ନ ହୁଅନ୍ତି। ଏଥିସହ କ୍ୟାରିୟରରେ ସଫଳତା ମିଳିଥାଏ।

-ଘରେ ରଖନ୍ତୁ ଏହି ସ୍ବତନ୍ତ୍ର ଜିନିଷ:
ବାସ୍ତୁ ଅନୁଯାୟୀ ଦକ୍ଷିଣାବର୍ତ୍ତୀ ଶଙ୍ଖ, ଏକ ଆଖି ନଡ଼ିଆ, ପିତ୍ତଳ ହାତୀ ଘର ନଚେତ କାର୍ଯ୍ୟସ୍ଥଳରେ ଜରୁରୀ ରଖିବା ଉଚିତ। ଏମିତି କରିବା ଦ୍ୱାରା ଚାକିରି-ବ୍ୟବସାୟରେ ଉନ୍ନତି ହୋଇଥାଏ। ଏହାକୁ ଘରେ ରଖିବା ଦ୍ୱାରା ଜୀବନରେ ସୁଖ-ସମୃଦ୍ଧି ସହ ସକରାତ୍ମକ ଉର୍ଜା ଘରକୁ ଆସିଥାଏ।

-ହନୁମାନଙ୍କୁ ଅର୍ପଣ କରନ୍ତୁ ସିନ୍ଦୁର:
ହିନ୍ଦୁ ଧର୍ମରେ ହନୁମାନଙ୍କ ପୂଜାର ବିଶେଷ ମହତ୍ତ୍ୱ ରହିଛି। ଯଦି ଶନିଦେବଙ୍କ ପ୍ରକୋପରୁ ରକ୍ଷା ପାଇବାକୁ ଚାହାନ୍ତି ତେବେ ଶନିବାର ଦିନ ହନୁମାନଙ୍କୁ ସିନ୍ଦୂର ଦିଅନ୍ତୁ। ଏଥିସହ ହନୁମାନ ଚାଳିଶା ପାଠ ପଢ଼ନ୍ତୁ। ମାନ୍ୟତା ଅନୁସାରେ ଏଭଳି କରିବା ଦ୍ୱାରା ଜୀବନରେ ସକରାତ୍ମକ ଉର୍ଜା ସଂଚାର ହୋଇଥାଏ।

 


Enter your email to get our daily news in your inbox.

All Right Reserved By Dharitri.Com

କୋରାପୁଟରେ ପ୍ରବଳ ବର୍ଷା ସମ୍ଭାବନା, ଅଧିକାରୀଙ୍କୁ ମୁଖ୍ୟାଳୟ ନଛାଡ଼ିବା ନିର୍ଦ୍ଦେଶ

କୋରାପୁଟ, ୨୧/୯( ଅମିତାଭ ବେହେରା ): ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇ ଏହା ଅବପାତର ରୂପ ନେବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ସତର୍କ…

୧୪୦ ଅନ୍ତେବାସୀ ହଷ୍ଟେଲ ଛାଡ଼ିବା ଘଟଣା: ୪୬ ଦିନ ପରେ ଉଚ୍ଚସ୍ତରୀୟ ତଦନ୍ତ

ଝରିଗାଁ,୨୧।୯(କିଶୋର ଚନ୍ଦ୍ର ମଣ୍ଡଳ): ମୌଳିକ ସୁବିଧା-ସୁଯୋଗର ଅଭାବ ଏବଂ ନିମ୍ନମାନର ଖାଦ୍ୟ ଯୋଗାଣ ଯୋଗୁ ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ସାନରଟମରା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ…

ଗଭୀର ଅବପାତ ପ୍ରଭାବ: ୩ ଦିନ ବନ୍ଦ ରହିବ ଗଞ୍ଜାମର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର

ଛତ୍ରପୁର, ୨୧/୯ (ଦିଲ୍ଲୀପ ସାମଲ/ଦ୍ଵାରକା ପଟ୍ଟନାୟକ) : ଗଭୀର ଅବପାତ ଯୋଗୁ ସମ୍ଭାବ୍ୟ ପ୍ରତିକୂଳ ପାଣିପାଗ ପରିସ୍ଥିତିକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ…

ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬: ବରଗଡ଼ ଜିଲାରେ ୧୧.୧୧ ଲକ୍ଷ ଭୋଟର

ବରଗଡ,୨୧।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହଠାରେ ସୋମବାର ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ପ୍ରକ୍ରିୟା ଅନ୍ତର୍ଗତ ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬ ଆନୁଷ୍ଠାନିକ ଭାବେ…

ଫୁଟ୍‌ବଲ ମ୍ୟାଚ୍‌ ଦେଖି ଫେରୁଥିଲେ ୨ ଯୁବକ, ଧକ୍କା ଦେଲା ଅଜଣା ଗାଡ଼ି: ଘଟଣାସ୍ଥଳରେ…

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶୁଳିଆପଦା ବ୍ଲକ କାଳିଆଶୋଳ ନିକଟରେ ସୋମବାର ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି ଏକ ଅଜଣା ଗାଡ଼ି ଧକ୍କା…

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ନିହାରିକା, ଖସିଗଲା ଗୋଡ଼: ଆଉ ତା’ପରେ…

ଲାଞ୍ଜିଗଡ,୨୧।୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜି ପଞ୍ଚାୟତ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ସିନ୍ଧିପଦର ଗ୍ରାମର ଜଣେ ନାବାଳିକାର ପାଣିରେ ବୁଡି ମୃତ୍ୟୁ ଘଟିଛି…

ସମ୍ଭାବ୍ୟ ବାତ୍ୟାକୁ ନେଇ ବଡ଼ ଅପଡେଟ୍‌: ଏହି ବାଟ ଦେଇ ଅତିକ୍ରମ କରିବ ସ୍ଥଳଭାଗ!

ଭୁବନେଶ୍ୱର, ୨୧।୯: ସଷ୍ଟି ହେଲା ଅବପାତ। ପୁରୀଠାରୁ ଦକ୍ଷିଣ-ପୂର୍ବ ଦିଗ ଓ ଗୋପାଳପୁରଠାରୁ ପୂର୍ବ-ଦକ୍ଷିଣ-ପୂର୍ବ ଦିଗରେ ୩୧୦ କି.ମି ଦୂରରେ ଅବପାତ କେନ୍ଦ୍ରୀଭୂତ। କଳିଙ୍ଗପାଟନମରୁ ୩୯୦ କି.ମି…

ବହୁମୁଖୀ ଭବନ ଲୋକାର୍ପଣ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର: ବାଣ୍ଟିଲେ ଭତ୍ତା

ଦିଗପହଣ୍ଡି, ୨୧।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ଅନୁଷ୍ଠିତ ହୋଇଛି। ସୋମବାର ଦିଗପହଣ୍ଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?