ସାଧାରଣ ଥଣ୍ଡା ଅବା କାଶକୁ ହେୟଜ୍ଞାନ କରନ୍ତୁ ନାହିଁ, ସମସ୍ତ ଅଙ୍ଗ ଅକାମୀ ହେବା ଆଶଙ୍କା, ଡବ୍ଲ୍ୟୁଏଚ୍‌ଓର ଚେତାବନୀ…

ଜେନେଭା, ୫।୧ : ପୃଥିବୀରେ କରୋନା ମହାମାରୀର ନୂଆ ଭାରିଆଣ୍ଟ୍‌ ଓମିକ୍ରନ୍‌ ଯୋଗୁ ସଙ୍କଟ ସୃଷ୍ଟି ହେବାରେ ଲାଗିଛି। ଓମିକ୍ରନ୍‌ ଭାରତ ସମେତ ପୃଥିବୀର ବହୁ ଦେଶରେ ରେକର୍ଡ ଭାଙ୍ଗିବାରେ ଲାଗିଛି। କରୋନାର ସବୁଠାରୁ ବିପଜ୍ଜନକ ଭାରିଆଣ୍ଟ୍‌ ଓମିକ୍ରନ ସଂକମ୍ରଣ ଯୋଗୁ ସାରା ପୃଥିବୀର ବିଭିନ୍ନ ଦେଶରେ ଏହାକୁ ରୋକିବା ପାଇଁ ପ୍ରତିବନ୍ଧକ ମଧ୍ୟ ଲଗାଇବା ଆରମ୍ଭ ହୋଇଛି।

ଏପରିସ୍ଥଳେ, ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) ପକ୍ଷରୁ ଓମିକ୍ରନକୁ ନେଇ ଏକ ନୂତନ ଚେତାବନୀ ଜାରି ହୋଇଛି। ଡବ୍ଲ୍ୟୁଏଚ୍‌ଓ କହିଛି ଯେ ଓମିକ୍ରନ ଭାରିଆଣ୍ଟ୍‌ ଯୋଗୁ ଦେଖାଦେଉଥିବା ଥଣ୍ଡା ଏବଂ କାଶକୁ ସାଧାରଣ ସମସ୍ୟା ଭାବି ଏହାର ଚିକିତ୍ସା କରିବାରେ ଅଣଦେଖା କରନ୍ତୁ ନାହିଁ। ଓମିକ୍ରନ ଯୋଗୁ ଶରୀର ସମସ୍ତ ଅଙ୍ଗ ଅକାମୀ ହେବାର ଆଶଙ୍କା ରହିଛି। ତେଣୁ ଥଣ୍ଡା ଅବା କାଶ ହେଲେ ଯାଥାଶୀଘ୍ର ଏହାର ଚିକିତ୍ସା କରିବା ଆବଶ୍ୟକ ବୋଲି ଡବ୍ଲ୍ୟୁଏଚ୍‌ଓ କହିଛି।

ଡବ୍ଲ୍ୟୁଏଚ୍‌ଓର ବରିଷ୍ଠ ଜରୁରୀକାଳୀନ ଅଧିକାରୀ କ୍ୟାଥରିନ ସ୍ମଲଉଡ କହିଛନ୍ତି ଯେ ବର୍ତ୍ତମାନ ସତର୍କତା ଅବଲମ୍ବନ କରିବା ଅତ୍ୟନ୍ତ ଜରୁରୀ। ନଚେତ ଓମିକ୍ରନ ସଂକ୍ରମଣର ବୃଦ୍ଧି ହାର ବିପରୀତ ପ୍ରଭାବ ପକାଇବାର ଆଶଙ୍କା ରହିଛି। ଓମିକ୍ରନ ଡେଲ୍ଟା ଭାରିଆଣ୍ଟ ଅପେକ୍ଷା କମ ସାଂଘାତିକ, କିନ୍ତୁ ଅଣଦେଖା କଲେ ଏହା ମୃତ୍ୟୁର କାରଣ ହୋଇପାରେ। ସେ କହିଛନ୍ତି ଯେ ଆମେ ଏକ ବିପଜ୍ଜନକ ଅବସ୍ଥାରେ ଅଛୁ। ପଶ୍ଚିମ ୟୁରୋପରେ ଓମିକ୍ରନ୍‌ ସଂକ୍ରମଣ ହାର ବଢ଼ିବାରେ ଲାଗିଛି। ଏହାର ସମ୍ପୂର୍ଣ୍ଣ ପ୍ରଭାବ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।

ପୂର୍ବରୁ ଡବ୍ଲ୍ୟୁଏଚ୍‌ଓ ମହାନିର୍ଦ୍ଦେଶକ ଟେଡ୍ରାସ ଅଧାନାମ ଘେବ୍ରେୟସସ କହିଥିଲେ ଯେ ଡେଲଟା ସଂକ୍ରମଣ ସମୟରେ ଓମିକ୍ରନ ଯୋଗୁ ଅଧିକ ଲୋକ ସଂକ୍ରମିତ ହୋଇ ସ୍ଥିତି ଅସମ୍ଭାଳ ହେବାର ଆଶଙ୍କା ରହିଛି।
କରୋନାର ଓମିକ୍ରନ ଭାରିଆଣ୍ଟ ଗତ ୨୦୨୧ ବର୍ଷ ନଭେମ୍ବରରେ ଦକ୍ଷିଣ ଆଫ୍ରିକା ଏବଂ ବୋଷ୍ଟୱାନାର ଏକ ଫାର୍ମରେ ଚିହ୍ନଟ କରାଯାଇଥିଲା। ସେବେଠାରୁ ଓମିକ୍ରନ ଇତିମଧ୍ୟରେ ୧୦୦ ଟି ଦେଶକୂ ବ୍ୟାପିଛି। ଫଳରେ ବହୁଦେଶ ପକ୍ଷରୁ ଅନ୍ତର୍ଜାତୀୟ ବିମାନ ଉଡ଼ାଣକୁ ବାତିଲ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କୋଣାର୍କ ମନ୍ଦିର ଗର୍ଭଗୃହକୁ ବାଟ ଫିଟିଲା: ମନ୍ଦିର କାନ୍ଥରେ ଖୋଳା ହେଲା ଟନେଲ୍‌

ପୁରୀ,୮।୧୨: ବିଶ୍ୱପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିରର ଗର୍ଭଗୃହରେ ଥିବା ବାଲି କାଢ଼ିବା ପୂର୍ବରୁ ଆଜି ମନ୍ଦିର କାନ୍ଥର ସ୍ଥିତି ଅନୁଧ୍ୟାନ କରିବା ପାଇଁ ୯ ମିଟର (ପ୍ରାୟ...

ଆମ୍ବୁଲାନ୍ସ ମିଳିଲାନି, ମା’ଙ୍କ ମୃତଦେହକୁ ଷ୍ଟ୍ରେଚରରେ ଟାଣି ଘରକୁ ନେଲେ ପୁଅ

ପାଟନା,୮।୧୨: ବିହାରର ନାୱାଦା ଜିଲାରେ ମାନବିକତାକୁ ଲଜ୍ଜା ଦେବା ଭଳି ଏକ ଘଟଣା ସାମ୍ନାକୁ ଆସିଛି। ଆମ୍ବୁଲାନ୍ସ ନ ମିଳିବାରୁ ଜଣେ ପୁଅ ରାତି ଅଧରେ...

‘ସବୁ ଓଡ଼ିଆଙ୍କୁ କଷ୍ଟ ଦେଉଛି’: ବିକାଶମୂଳକ ଖର୍ଚ୍ଚ ଅବହେଳା ପାଇଁ ସରକାରଙ୍କୁ ନବୀନଙ୍କ କଡ଼ା ସମାଲୋଚନା

ଭୁବନେଶ୍ୱର,୮।୧୨: ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ମୋହନ ମାଝୀ ସରକାରଙ୍କୁ ଓଡ଼ିଶାର ଲୋକଙ୍କ କଲ୍ୟାଣ ଏବଂ ବିକାଶ ପାଇଁ...

ନବୀନଙ୍କ ଟାର୍ଗେଟ୍‌ ପରେ ମୁଖ୍ୟମନ୍ତ୍ରୀଙ୍କ ପାଲଟା ଜବାବ: ‘ଗୃହରେ ୨ ମିନିଟ୍‌ ବସିବାକୁ ଧୈର୍ଯ୍ୟ ନାହିଁ’

ଭୁବନେଶ୍ୱର,୮।୧୨: ରାଜଗାଙ୍ଗପୁର ଲଞ୍ଜିବେଣ୍ଡା ଠାରେ ଜଣେ କଲେଜ ଛାତ୍ରୀଙ୍କୁ ଜାଳି ଦିଆଯିବା ଘଟଣାକୁ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀଦଳ ନେତା ନବୀନ ପଟ୍ଟନାୟକ ରାଜ୍ୟ...

୮ମ ବେତନ କମିଶନ ଉପରେ ଆସିଲା ବଡ଼ ଅପଡେଟ୍: ଉପକୃତ ହେବେ ଏତିକି କର୍ମଚାରୀ ଓ ପେନସନଭୋଗୀ

ନୂଆଦିଲ୍ଲୀ,୮।୧୨: କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଅଷ୍ଟମ ବେତନ କମିଶନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି। କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟର...

ଜାପାନରରେ ଶକ୍ତିଶାଳୀ ୭.୨ ତୀବ୍ରତାର ଭୂକମ୍ପ, ସୁନାମି ସତର୍କତା ଜାରି

ନୂଆଦିଲ୍ଲୀ,୮।୧୨: ସୋମବାର ଜାପାନର ଉତ୍ତର ଉପକୂଳରେ ଏକ ଶକ୍ତିଶାଳୀ ୭.୨ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଛି, ଯାହାପରେ ଜାପାନ ପାଣିପାଗ ଏଜେନ୍ସି (JMA) ପକ୍ଷରୁ ସୁନାମି...

ନବଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ, ମହଙ୍ଗା ପଡିଲା ‘୫୦୦ କୋଟି’ ମନ୍ତବ୍ୟ

ନୂଆଦିଲ୍ଲୀ,୮।୧୨: ମୁଖ୍ୟମନ୍ତ୍ରୀ ପଦ ପାଇଁ କଂଗ୍ରେସ ‘୫୦୦ କୋଟି ଟଙ୍କାର ସୁଟକେସ୍’ ନେଇଥାଏ ବୋଲି ଅଭିଯୋଗ କରି ରାଜନୈତିକ ବିବାଦ ସୃଷ୍ଟି କରିଥିବା ପଞ୍ଜାବ କଂଗ୍ରେସ...

ଭାରତରେ ଷ୍ଟାରଲିଙ୍କ୍ ଇଣ୍ଟରନେଟ ମୂଲ୍ୟ ଘୋଷଣା କଲେ ମସ୍କ: ମାସିକ ଖର୍ଚ୍ଚ ଏତିକି ଟଙ୍କା

ନୂଆଦିଲ୍ଲୀ,୮।୧୨: ଏଲନ୍ ମସ୍କଙ୍କ ସାଟେଲାଇଟ୍ ଇଣ୍ଟରନେଟ୍ ସେବା ଷ୍ଟାରଲିଙ୍କ୍ ଭାରତରେ ଏହାର ମୂଲ୍ୟ ଘୋଷଣା କରିଛି। ଖୁବ୍ ଶୀଘ୍ର ଭାରତରେ ଆରମ୍ଭ ହେବାକୁ ଥିବା ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri