ସାଧାରଣ ଥଣ୍ଡା ଅବା କାଶକୁ ହେୟଜ୍ଞାନ କରନ୍ତୁ ନାହିଁ, ସମସ୍ତ ଅଙ୍ଗ ଅକାମୀ ହେବା ଆଶଙ୍କା, ଡବ୍ଲ୍ୟୁଏଚ୍‌ଓର ଚେତାବନୀ…

ଜେନେଭା, ୫।୧ : ପୃଥିବୀରେ କରୋନା ମହାମାରୀର ନୂଆ ଭାରିଆଣ୍ଟ୍‌ ଓମିକ୍ରନ୍‌ ଯୋଗୁ ସଙ୍କଟ ସୃଷ୍ଟି ହେବାରେ ଲାଗିଛି। ଓମିକ୍ରନ୍‌ ଭାରତ ସମେତ ପୃଥିବୀର ବହୁ ଦେଶରେ ରେକର୍ଡ ଭାଙ୍ଗିବାରେ ଲାଗିଛି। କରୋନାର ସବୁଠାରୁ ବିପଜ୍ଜନକ ଭାରିଆଣ୍ଟ୍‌ ଓମିକ୍ରନ ସଂକମ୍ରଣ ଯୋଗୁ ସାରା ପୃଥିବୀର ବିଭିନ୍ନ ଦେଶରେ ଏହାକୁ ରୋକିବା ପାଇଁ ପ୍ରତିବନ୍ଧକ ମଧ୍ୟ ଲଗାଇବା ଆରମ୍ଭ ହୋଇଛି।

ଏପରିସ୍ଥଳେ, ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) ପକ୍ଷରୁ ଓମିକ୍ରନକୁ ନେଇ ଏକ ନୂତନ ଚେତାବନୀ ଜାରି ହୋଇଛି। ଡବ୍ଲ୍ୟୁଏଚ୍‌ଓ କହିଛି ଯେ ଓମିକ୍ରନ ଭାରିଆଣ୍ଟ୍‌ ଯୋଗୁ ଦେଖାଦେଉଥିବା ଥଣ୍ଡା ଏବଂ କାଶକୁ ସାଧାରଣ ସମସ୍ୟା ଭାବି ଏହାର ଚିକିତ୍ସା କରିବାରେ ଅଣଦେଖା କରନ୍ତୁ ନାହିଁ। ଓମିକ୍ରନ ଯୋଗୁ ଶରୀର ସମସ୍ତ ଅଙ୍ଗ ଅକାମୀ ହେବାର ଆଶଙ୍କା ରହିଛି। ତେଣୁ ଥଣ୍ଡା ଅବା କାଶ ହେଲେ ଯାଥାଶୀଘ୍ର ଏହାର ଚିକିତ୍ସା କରିବା ଆବଶ୍ୟକ ବୋଲି ଡବ୍ଲ୍ୟୁଏଚ୍‌ଓ କହିଛି।

ଡବ୍ଲ୍ୟୁଏଚ୍‌ଓର ବରିଷ୍ଠ ଜରୁରୀକାଳୀନ ଅଧିକାରୀ କ୍ୟାଥରିନ ସ୍ମଲଉଡ କହିଛନ୍ତି ଯେ ବର୍ତ୍ତମାନ ସତର୍କତା ଅବଲମ୍ବନ କରିବା ଅତ୍ୟନ୍ତ ଜରୁରୀ। ନଚେତ ଓମିକ୍ରନ ସଂକ୍ରମଣର ବୃଦ୍ଧି ହାର ବିପରୀତ ପ୍ରଭାବ ପକାଇବାର ଆଶଙ୍କା ରହିଛି। ଓମିକ୍ରନ ଡେଲ୍ଟା ଭାରିଆଣ୍ଟ ଅପେକ୍ଷା କମ ସାଂଘାତିକ, କିନ୍ତୁ ଅଣଦେଖା କଲେ ଏହା ମୃତ୍ୟୁର କାରଣ ହୋଇପାରେ। ସେ କହିଛନ୍ତି ଯେ ଆମେ ଏକ ବିପଜ୍ଜନକ ଅବସ୍ଥାରେ ଅଛୁ। ପଶ୍ଚିମ ୟୁରୋପରେ ଓମିକ୍ରନ୍‌ ସଂକ୍ରମଣ ହାର ବଢ଼ିବାରେ ଲାଗିଛି। ଏହାର ସମ୍ପୂର୍ଣ୍ଣ ପ୍ରଭାବ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।

ପୂର୍ବରୁ ଡବ୍ଲ୍ୟୁଏଚ୍‌ଓ ମହାନିର୍ଦ୍ଦେଶକ ଟେଡ୍ରାସ ଅଧାନାମ ଘେବ୍ରେୟସସ କହିଥିଲେ ଯେ ଡେଲଟା ସଂକ୍ରମଣ ସମୟରେ ଓମିକ୍ରନ ଯୋଗୁ ଅଧିକ ଲୋକ ସଂକ୍ରମିତ ହୋଇ ସ୍ଥିତି ଅସମ୍ଭାଳ ହେବାର ଆଶଙ୍କା ରହିଛି।
କରୋନାର ଓମିକ୍ରନ ଭାରିଆଣ୍ଟ ଗତ ୨୦୨୧ ବର୍ଷ ନଭେମ୍ବରରେ ଦକ୍ଷିଣ ଆଫ୍ରିକା ଏବଂ ବୋଷ୍ଟୱାନାର ଏକ ଫାର୍ମରେ ଚିହ୍ନଟ କରାଯାଇଥିଲା। ସେବେଠାରୁ ଓମିକ୍ରନ ଇତିମଧ୍ୟରେ ୧୦୦ ଟି ଦେଶକୂ ବ୍ୟାପିଛି। ଫଳରେ ବହୁଦେଶ ପକ୍ଷରୁ ଅନ୍ତର୍ଜାତୀୟ ବିମାନ ଉଡ଼ାଣକୁ ବାତିଲ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

LIVE ମ୍ୟାଚ୍‌ରେ ଭୋ ଭୋ ହୋଇ କାନ୍ଦି ପକାଇଲେ ଜାଡେଜା, CSK ଲୋଗୋକୁ କଲେ ଚୁମ୍ବନ; ପ୍ରଶଂସକଙ୍କୁ ଭାବବିହ୍ବଳ କରୁଛି VIDEO 

ଅହମ୍ମଦାବାଦ,୩୧।୩: ଚେନ୍ନାଇ ସୁପର କିଙ୍ଗସ (CSK)  ସହ ରବୀନ୍ଦ୍ର ଜାଡେଜା ଦୀର୍ଘ ବର୍ଷ ଧରି ଜଡ଼ିତ ହୋଇ ରହିଥିଲେ। କିନ୍ତୁ ଆଇପିଏଲ ୨୦୨୬ରେ ଏହି ସମୀକରଣ ବଦଳି…

ବୈଭବ ସୂର୍ଯ୍ୟବଂଶୀ କାହିଁକି ତାଙ୍କ ଜନ୍ମଦିନର କେକ କାଟିଲେ ନାହିଁ? CSK ହାରିବା ପରେ କହିଲେ ପ୍ରକୃତ କାରଣ

ନୂଆଦିଲ୍ଲୀ,୩୧।୩: ୨୦୨୬ ଆଇପିଏଲ ସିଜିନରେ, ରାଜସ୍ଥାନ ରୟାଲ୍ସ CSK ବିପକ୍ଷରେ ସେମାନଙ୍କର ପ୍ରଥମ ମ୍ୟାଚ ୮ ୱିକେଟରେ ଜିତିଥିଲା। ଏହି ଖେଳରେ, RR ର ଯୁବ ସେନସେସନ,…

ବାଇକରେ ଘରକୁ ଫେରିବା ବେଳେ ଧକ୍କା ଦେଲା ପଥର ବୋଝେଇ ଟ୍ରାକ୍ଟର, ଅକାଳରେ ୨ଯୁବକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି – ଘୋଡ଼ାହାଡ଼ ଡ଼୍ୟାମ ମୁଖ୍ୟରାସ୍ତାର ଭୁଶୁଣ୍ଡା ଗ୍ରାମ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ମଙ୍ଗଳବାର ମଧ୍ୟାହ୍ନ ପ୍ରାୟ…

ଭାଜପାରେ ଯୋଗଦେଲେ ଲିଆଣ୍ଡର ପେସ: ଟିଏମସିକୁ ବଡ଼ ଝଟ୍‌କା

କୋଲକାତା,୩୧।୩:ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନକୁ ନେଇ ରାଜନୀତି ସରଗରମ ରହିଛି। ଏହି ସମୟରେ ଟିଏମସିକୁ ଏକ ଝଟ୍‌କା ଲାଗିଛି। ପୂର୍ବତନ ଟେନିସ ତାରକା ତଥା ଟିଏମ୍‌ସି ନେତା ଲିଆଣ୍ଡର…

ପାଇଖାନା ସେଣ୍ଟ୍ରିଂ ଖୋଲିବା ହେଲା କାଳ, ଶ୍ୱାସରୁଦ୍ଧ ହୋଇ ଚାଲିଗଲା ୨ ଜୀବନ

କୁଚିଣ୍ଡା,୩୧।୩(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା ବାମରା ଵ୍ଲକ ମହୁଲପାଲି ଥାନା ଅନ୍ତର୍ଗତ କେଶାଇବାହାଲରେ ଅଭାବନୀୟ ଘଟଣା । ପାଇଖାନା ଟାଙ୍କି ସେଣ୍ଟ୍ରିଙ୍ଗ ଖୋଲିବା ସମୟରେ ଶ୍ୱାସରୁଦ୍ଧ ହୋଇ…

ଡାହାଣୀ ସନ୍ଦେହରେ ଯୁବକଙ୍କୁ ସଂଘବଦ୍ଧ ହତ୍ୟା, ୪ଜଣ…….

ସୁନ୍ଦରଗଡ,୩୧।୩(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ ସଦର ଥାନା ଅନ୍ତର୍ଗତ ସାନ ପତ୍ରା ପାଲି କେନ୍ଦାମାଲରେ ଅଭାବନୀୟ ଘଟଣା । ମଙ୍ଗଳବାର ଦିନ ଡାହାଣୀ ସନ୍ଦେହରେ ଜଣଙ୍କୁ ସଙ୍ଘବଦ୍ଧ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri