ଦାବି ଶୁଣିଲନି, ନୂଆ ଜିଲା ଦିଅ

ଯାଜପୁର ଅଫିସ,୨୮ା୪: ବ୍ୟାସନଗର ନାଗରିକ କମିଟି ଏବଂ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ୫ ଦଫା ଦାବି ନେଇ ବିଭିନ୍ନ ସମୟରେ ଆନ୍ଦୋଳନ, ବନ୍ଦ ଆଦି ପାଳନ କରାଯାଉଛି। ଏହି ଆନ୍ଦୋଳନକୁ ଜିଲାର ବହୁ ସଙ୍ଗଠନ ଏବଂ ରାଜନୈତିକ ଦଳଗୁଡିକ ପ୍ରତ୍ୟକ୍ଷ ସମର୍ଥନ କରି ଆସୁଛନ୍ତି। ଏପରି କି ଶାସକ ବିଜେଡିର କେତେଜଣ ବରିଷ୍ଠ ଓ ଯୁବ ନେତା ମଧ୍ୟ ପରୋକ୍ଷରେ ସମର୍ଥନ ଜଣାଇଛନ୍ତି। କିନ୍ତୁ ପ୍ରଶାସନ ପକ୍ଷରୁ ଆଲୋଚନା କିମ୍ବା ଦାବିଗୁଡିକର ସମାଧାନ କରିବାରେ କୌଣସି ପଦକ୍ଷେପ ନିଆଯାଉ ନାହିଁ। ଏହି କ୍ରମରେ ଦାବିଗୁଡିକ ଶୁଣିଲନି, ଏବେ ସ୍ବତନ୍ତ୍ର ଜିଲା ଦିଅ ବୋଲି ଅଞ୍ଚଳବାସୀଙ୍କ ସ୍ବର ତେଜିବାରେ ଲାଗିଛି।
କଳିଙ୍ଗନଗର ଶିଳ୍ପାଞ୍ଚଳର ମୁଖଶାଳା ଭାବେ ପରିଚିତ ବ୍ୟାସନଗର ଏକ ସମସ୍ୟା ବହୁଳ ସହର । ହୋଲଡିଂ ଟିକସ ବୃଦ୍ଧି, ଜମିଜମା ବନ୍ଦୋବସ୍ତ, ରେଳବାଇ ଓଭରବ୍ରିଜ ଓ ୧୦୦ ଶଯ୍ୟା ବିଶିଷ୍ଟ ସ୍ପେଶିଆଲିଷ୍ଟ ହସ୍ପିଟାଲ ପାଇଁ କେତେ ଯେ ଆନ୍ଦୋଳନ ହେଉଛି ତାହାର ହିସାବ ନାହିଁ। କିନ୍ତୁ ପ୍ରଶାସନ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛି। ସ୍ବତନ୍ତ୍ର ଜିଲା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ। ୨୦୧୧ ଜନଗଣନା ଅନୁଯାୟୀ ଯାଜପୁର ଜିଲାର ଲୋକସଂଖ୍ୟା ୧୮ ଲକ୍ଷ ୨୭ ହଜାର ୧୯୨ । ବର୍ତ୍ତମାନ ତାହା ପ୍ରାୟ ୨୨ ଲକ୍ଷରୁ ଅଧିକ ହେଲାଣି । ଏହାବାଦ୍‌ ଜିଲା ବିଭାଜନ ସମୟରେ କେନ୍ଦୁଝର ଜିଲା ପୂର୍ବବତ ରହିଛି । ଆନନ୍ଦପୁରଠାରୁ କେନ୍ଦୁଝରର ଦୂରତା ୮୦ କି.ମି । ଆନନ୍ଦପୁର ବ୍ଲକ ସମେତ ଆନନ୍ଦପୁର ମ୍ୟୁନିସିପାଲିଟି, ହାଟଡିହି ଓ ଘସିପୁରା ବ୍ଲକ ଏବଂ ଯାଜପୁର ଜିଲାର କୋରେଇ ଓ ସୁକିନ୍ଦା ନିର୍ବାଚନ ମଣ୍ଡଳିର ପାଣିକୋଇଲି, ଯାଜପୁରରୋଡ, କୋରେଇ, ଯଖପୁରା, କଳିଙ୍ଗନଗର, ଟମକା, ସୁକିନ୍ଦା, କାଳିଆପାଣି ଆଦି ଥାନା ଅଞ୍ଚଳକୁ ନେଇ ଏକ ନୂତନ ଜିଲା ଗଠନ ପାଇଁ ପ୍ରସ୍ତାବ ରହିଛି। ଏହିସବୁ ଅଞ୍ଚଳର ଜନସଂଖ୍ୟା ୧୩ ଲକ୍ଷରୁ ଊର୍ଦ୍ଧ୍ୱ ହେବ । ୨୦୧୧ ଜନଗଣନା ଅନୁଯାୟୀ ଅନୁଗୋଳ ଜିଲାର ଲୋକସଂଖ୍ୟା ୧୨,୭୩,୮୨୧, ନବରଙ୍ଗପୁର ଜିଲାର ୧୨,୨୦,୯୪୬, ଢେଙ୍କାନାଳ ଜିଲାର ୧୧,୯୨,୮୧୧ ଅନୁଯାୟୀ ୧୩ ଲକ୍ଷରୁ କମ ଲୋକସଂଖ୍ୟାରେ ଜିଲା ଗଠନ ହୋଇଛି । ତେଣୁ ପ୍ରଶାସନିକ ସୁବିଧା, ସର୍ବାଙ୍ଗୀନ ଉନ୍ନତି ତଥା ସାଧାରଣ ଲୋକଙ୍କ ସମୃଦ୍ଧି ପାଇଁ ଉପରୋକ୍ତ ଅଞ୍ଚଳକୁ ନେଇ ଏକ ସ୍ବତନ୍ତ୍ର ଜିଲା ଗଠନ କରାଯାଉ ବୋଲି ଦାବି ଜୋର ଧରିଛି।

ନୂଆ ଜିଲା ଏକମାତ୍ର ବିକଳ୍ପ
ବ୍ୟାସନଗରବାସୀଙ୍କ ଦୁଃଖ କହିଲେ ନ ସରେ। ଏଭଳି ଅବସ୍ଥାରେ ଯେଉଁ ଦାବି ସବୁ ଉପସ୍ଥାପନ କରାଯାଇଛି ସେଗୁଡିକୁ ସରକାର ଓ ପ୍ରଶାସନ ହେୟଜ୍ଞାନ କରୁଛନ୍ତି। ତେଣୁ ନୂତନ ଜିଲା ଗଠନ ହିଁ ଏକମାତ୍ର ବିକଳ୍ପ। ଯଦି ଧର୍ମଶାଳା ଓ ବଡ଼ଚଣା ନିର୍ବାଚନ ମଣ୍ଡଳୀ ଜନସାଧାରଣ ଚାହାନ୍ତି ତେବେ ସେମାନେ ପ୍ରସ୍ତାବିତ ବ୍ୟାସନଗର ଜିଲାକୁ ସମର୍ଥନ ଦେଇ ପାରିବେ। ସ୍କୁଲ, କଲେଜ ଛାତ୍ରୀଛାତ୍ର, ଅଫିସ, କଳକାରଖାନା, ଖଣିଖାଦାନ ଶ୍ରମିକ କର୍ମଚାରୀ, ଡାକ୍ତର, ଓକିଲ, ବୁଦ୍ଧିଜୀବୀ, କୃଷକ, ଶ୍ରମିକ, ଯୁବକ, ମହିଳା, ସାଧାରଣ ଜନଗଣ ସମସ୍ତେ ଏକାଠି ହୋଇ ଏକ ସ୍ବରରେ ଦାବି କଲେ ନୂତନ ଜିଲା ମିଳିବା ଅସମ୍ଭବ ନୁହେଁ। ନିର୍ବାଚନ ବେଳେ ପଦ୍ମପୁରକୁ ସରକାର ଜିଲା ଘୋଷଣା କରିଦେଲେ। ତେଣୁ ବ୍ୟାସନଗରକୁ ମଧ୍ୟ ନୂତନ ଜିଲା ଗଠନ କଲେ କୌଣସି ଅସୁବିଧା ହେବ ନାହିଁ।
-ମାୟାଧର ନାୟକ, ବିଶିଷ୍ଟ ଶ୍ରମିକ ନେତା
ବ୍ୟାସନଗର ସବୁକ୍ଷେତ୍ରରେ ପଛରେ ପଡ଼ିଛି
ଯାଜପୁର ଜିଲା ଗଠନ ପରେ ବ୍ୟାସନଗର ପାଇଛି କ’ଣ ? ହେଡକ୍ବାର୍ଟର ନେଲେ, ମେଡିକାଲ କଲେଜ ନେଲେ। ଏବେ ମିନି ସଚିବାଳୟ ଆଳରେ ବ୍ୟାସନଗର ସହରଠାରୁ ଉଠାଜଳସେଚନ ବିଭାଗ, ଶ୍ରମ କାର୍ଯ୍ୟାଳୟ, ଶିଳ୍ପ ଅଫିସ, ଟ୍ୟାକ୍ସ ଆଦି ଅଫିସକୁ ସଦର ମହକୁମାକୁ ଉଠାଇ ନେବାକୁ ଚକ୍ରାନ୍ତ ହେଉଛି। ସହରବାସୀ ଧୂଳିଧୁଆଁରେ ଆଉଟୁପାଉଟୁ ହେଉଥିବାବେଳେ ୨୦୧୫ରୁ ଜିଲା ଖଣିଜ ପାଣ୍ଠି ହୋଇଥିଲେ ହେଁ ବ୍ୟାସନଗରକୁ ୨୦୨୧ରେ ସାମିଲ କରାଯାଇଛି । ତେବେ ଏହି ପାଣ୍ଠିରୁ ୬୪ କୋଟି ଟଙ୍କାରେ ବ୍ୟାସ ସରୋବର ଉନ୍ନତିକରଣ କାର୍ଯ୍ୟ ଆରମ୍ଭ ହୋଇଥିଲେ ହେଁ ଦଳୀୟ ଲୋକଙ୍କୁ ଲଗାଇ ଏନ୍‌ଜିଟି ଆଳରେ ବାଧା ଦିଆଯାଇଛି। ଦିନେ ସଦର ମହକୁମା ଦାବି କରୁଥିବା ବ୍ୟାସନଗର ଏବେ ସବ୍‌ଡିଭିଜନଟିଏ ହେବାକୁ ପଛରେ ପଡିଛି। ଜିଲାପାଳଙ୍କୁ ହାତ କରି ୫ ଅଙ୍ଗୁଳି ପାଟିରେ ପୁରାଉଛନ୍ତି। କୋରେଇ ସର୍ବଦା ଅବହେଳିତ। ନୂତନ କଳିଙ୍ଗନଗର ଜିଲା ଏହାର ଏକମାତ୍ର ସମାଧାନ।
-ଚନ୍ଦ୍ରଶେଖର ପଣ୍ଡା, ବରିଷ୍ଠ ଆଇନଜୀବୀ।
ଅର୍ଥନୈତିକ ଅବରୋଧ ପରେ ବି କେହି ଚେତିଲେ ନାହିଁ
ସହରର ସର୍ବାଙ୍ଗୀନ ବିକାଶ ପାଇଁ ବ୍ୟାସନଗର ମିଳିତ କ୍ରିୟାନୁଷ୍ଠାନ କମିଟି ଆନୁକୂଲ୍ୟରେ ୧୪ ଦିନ ଧରି ସମସ୍ତ ବର୍ଗର ଲୋକେ ଧାରଣାରେ ବସିଥିଲେ। ଏହି ଆନ୍ଦୋଳନକୁ ସହରର ସମସ୍ତ ବର୍ଗର ଲୋକେ ସମର୍ଥନ କଲେ ଓ ଅର୍ଥନୈତିକ ଅବରୋଧ ଶତ ପ୍ରତିଶତ ସଫଳ ହେଲା । ଏଥିରେ ବି ପ୍ରଶାସନର ସଦ୍‌ବୁଦ୍ଧି ଜାଗ୍ରତ ହେଲାନାହିଁ। କୌଣସି ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳକୁ ଆସି ଆଲୋଚନା କଲେ ନାହିଁ । ସମସ୍ୟାଗୁଡିକର ସମାଧାନ କରିବା ପାଇଁ ପ୍ରଶାସନିକସ୍ତରରେ କୌଣସି ଉଦ୍ୟମ ହେଲାନାହିଁ । କଥାରେ ଅଛି ସିଧା ଆଙ୍ଗୁଠିରେ ଘିଅ ଉଠେ ନାହିଁ ଓ ପିଲା ନ କାନ୍ଦିଲେ ମା’ କ୍ଷୀର ପିଆଏ ନାହିଁ । ଯାହା ମନେହୁଏ ବର୍ତ୍ତମାନ ପରିସ୍ଥିତିରେ ବ୍ୟାସନଗର ସହରର ସର୍ବାଙ୍ଗିନ ବିକାଶ ପାଇଁ ନୂତନ ଜିଲା ଗଠନ ଏକମାତ୍ର ବିକଳ୍ପ। ଦୁର୍ବାର ଆନ୍ଦୋଳନ କରି ଏକ ନୂତନ ଜିଲା ସୃଷ୍ଟି କରିବା ପାଇଁ ସମସ୍ତେ ଆଗେଇ ଆସନ୍ତୁ । ଏହି ବଡ଼ ଦାବି ହାସଲ କରିବା ପାଇଁ ଏବେ ନୁହେଁ ତ କେବେ ନୁହେଁ।
-ପ୍ରସନ୍ନ କୁମାର ସାହୁ, ବରିଷ୍ଠ ଶିଶୁ ରୋଗ ବିଶେଷଜ୍ଞ
ପ୍ରଶାସନିକ ଅବହେଳା ଦାୟୀ
ବହୁ ଦିନରୁ ଲୋକମାନେ ନିଜର ସମସ୍ୟାକୁ ନେଇ ଚିନ୍ତାରେ ଅଛନ୍ତି। ଏ ସଂକ୍ରାନ୍ତରେ ଏକାଧିକ ଥର ଜିଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଇଛି। ଆନ୍ଦେଳନ, ଧାରଣା ଓ ବନ୍ଦ ପାଳନ ହୋଇଛି। ତଥାପି ଜିଲା ପ୍ରଶାସନ ଏହାକୁ ହେୟଜ୍ଞାନ କରିଛି। ଶେଷରେ ଜିଲା ଦାବି ଉଠିଛି। ଏଥିପାଇଁ ପ୍ରଶାସନିକ ଅବହେଳା ହିଁ ଦାୟୀ। ଜନସଂଖ୍ୟା ବୃଦ୍ଧି ତଥା ଏସିଆର ବୃହତ୍ତମ ଲୌହନଗରୀ, ବ୍ୟାପକ ଖଣିଜ ସମ୍ପଦ ଭରା ଓ ବିଭିନ୍ନ ଦପ୍ତର, ରେଳ ଯୋଗାଯୋଗ, ଜାତୀୟ ରାଜପଥ ଆଦିର ଅବସ୍ଥିତି ହେତୁ ଆଧୁନିକ କଳିଙ୍ଗନଗରକୁ ଏକ ଜିଲାର ମାନ୍ୟତା ଦେବା ଆବଶ୍ୟକ। ଯାହା ଫଳରେ ସାଧାରଣ ଲୋକଙ୍କ ପାଖରେ ପ୍ରଶାସନ ପହଞ୍ଚି ପାରିବ। ଏହି ଅଞ୍ଚଳର ଲୋକେ ଖୁସିରେ ରହି ପାରିବେ।
-ଦୁଷ୍ମନ୍ତ କୁମାର ନାୟକ, ଅବସରପ୍ରାପ୍ତ କଲେଜ ଅଧ୍ୟକ୍ଷ
ଜିଲା ଗଠନ ପାଇଁ ଉପଯୁକ୍ତ ସମୟ ଆସିଛି
୧୯୩୬ ଏପ୍ରିଲ ୧ରେ ସ୍ବତନ୍ତ୍ର ଓଡ଼ିଶା ଗଠନ ସମୟରେ ରାଜ୍ୟରେ ମାତ୍ର ୫ଟି ଜିଲା ଥିଲା। ଏହା ପରେ ଜିଲା ସଂଖ୍ୟା ବୃଦ୍ଧି ପାଇ ୧୩ ଜିଲା ହେଲା । ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ସମୟରେ ଜିଲା ପୁର୍ନଗଠନ ହୋଇ ୩୦ରେ ପହଞ୍ଚି ଥିଲା। ଫଳତଃ କଟକ ଜିଲାରୁ ଭାଗ ହୋଇ ଯାଜପୁର ସବ୍‌ଡିଭିଜନ ୧୯୯୩ ଏପ୍ରିଲ ୧ରେ ଏକ ନୂତନ ଜିଲାର ମାନ୍ୟତା ପାଇଲା। ଏବେ ସେଦିନର ସ୍ଥିତିରେ ବହୁ ପରିବର୍ତ୍ତନ ହୋଇଛି। କାମ ଧନ୍ଦା ପାଇଁ ରାଜ୍ୟର ବିଭିନ୍ନ ସ୍ଥାନ ଓ ରାଜ୍ୟ ବାହାରୁ କଳିଙ୍ଗନଗର ଶିଳ୍ପାଞ୍ଚଳକୁ ବହୁ ଲୋକ କାମ ଅନ୍ବେଷଣରେ ଆସୁଛନ୍ତି। ଫଳତଃ ବ୍ୟାସନଗର ପୌରାଞ୍ଚଳ ସମେତ କଳିଙ୍ଗନଗରର ମାନ ଯଥେଷ୍ଟ ବଢ଼ିଛି। ତେଣୁ କଳିଙ୍ଗନଗର ଜିଲା ଗଠନ ପାଇଁ ଏହା ଉପଯୁକ୍ତ ସମୟ ଆସିଛି। ଏଥିରେ ସମସ୍ତଙ୍କ ସହଯୋଗ ରହିବା ଆବଶ୍ୟକ।
-ଦୁଷ୍ମନ୍ତ କୁମାର ରାଉତ, ସାମାଜିକ କର୍ମୀ


Enter your email to get our daily news in your inbox.

All Right Reserved By Dharitri.Com

ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସହିତ ଜଡିତ ସମସ୍ତ ଟ୍ରେଡ ଡିଲ୍‌ କେବଳ ଗୁଜବ; ମୁମ୍ବାଇ ଇଣ୍ଡିଆନ୍ସରୁ ଆସୁଥିବା ଖବର ଆପଣଙ୍କ ହୋସ୍‌ ଉଡାଇ ଦେବ

ନୂଆଦିଲ୍ଲୀ,୨।୭: ୨୦୨୪ ପରି, ହାର୍ଦ୍ଦିକ ପାଣ୍ଡ୍ୟା ପୁଣି ଥରେ ଆଲୋଚନାର ବିଷୟ ପାଲଟିଛନ୍ତି। ତିନି ବର୍ଷ ପୂର୍ବେ ମୁମ୍ବାଇ ଇଣ୍ଡିଆନ୍ସ ଏକ ଟ୍ରେଡ ଡିଲ୍‌ ମାଧ୍ୟମରେ ହାର୍ଦ୍ଦିକଙ୍କୁ…

ପ୍ରଦୂଷିତ ହେଉଛି ସହର, ସବୁଠି ଗଛ ଲଗାଇବାକୁ ଆହ୍ବାନ ଦେଲେ…

ଭଞ୍ଜନଗର,୨ା୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡସ୍ତରୀୟ ବନ ମହୋତ୍ସବ ସପ୍ତାହ ଗାଲେରୀ ରେଞ୍ଜ ସାମରଡ଼ା ବନ ସୁରକ୍ଷା ସମିତି ଅଞ୍ଚଳରେ ପାଳିତ ହୋଇଯାଇଛି।…

Video: ଶାହରୁଖ ଖାନଙ୍କ କ୍ରିକେଟ ଷ୍ଟାଡିୟମ! ଅଲିମ୍ପିକ୍ସ ସମୟରେ ଏହି ସ୍ଥାନରେ ଖେଳାଯିବ ମ୍ୟାଚ, ପୂଜାରୀଙ୍କୁ ଡାକି ହେଲା ପୂଜା

ନୂଆଦିଲ୍ଲୀ,୨।୭: ୧୨୮ ବର୍ଷର ଲମ୍ବା ଅପେକ୍ଷା ପରେ ୨୦୨୮ ଲସ ଆଞ୍ଜେଲସ ଅଲିମ୍ପିକ୍ସରେ କ୍ରିକେଟ ପୁନରାଗମନ କରୁଛି, ଏବଂ ପ୍ରଶଂସକମାନେ ଏହାକୁ ନେଇ ଅତ୍ୟନ୍ତ ଉତ୍ସାହିତ। ଚଳିତ…

ଆତ୍ମସମର୍ପଣ କରିବ କି ୟୁକ୍ରେନ? ରୁଷିଆ ଆକ୍ରମଣରେ ଦୋହଲିଗଲା କ୍ୱିଭ, ଆୟରଲ୍ୟାଣ୍ଡ ଯାତ୍ରାକୁ ଅଧାରେ ଛାଡି ଫେରିଲେ ଜେଲେନସ୍କି

କ୍ୱିଭ,୨।୭: ତୈଳ ବିଶୋଧନାଗାର ଏବଂ ଡିପୋ ଉପରେ ଡ୍ରୋନ ଆକ୍ରମଣ ଯୋଗୁ କ୍ରୋଧିତ ହୋଇ, ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ୟୁକ୍ରେନ ରାଜଧାନୀ କ୍ୱିଭ ଉପରେ ବଡ଼…

ହାଇଓ୍ବା ଧକ୍କାରେ ସ୍କୁଟିଚାଳକ ମୃତ: ୪ ଲକ୍ଷ ଟଙ୍କାର ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ପୁରୁଷୋତ୍ତମପୁର,୨ା୭(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ମୁଖ୍ୟରାସ୍ତାର ଭାଟକୁମରଡ଼ା କଲେଜ ନିକଟରେ ଏକ ହାଇଓ୍ବା ଟ୍ରକ୍‌କୁ ଦ୍ରୁତଗତିରେ ଆସି ଜଣେ ବାଇକ୍‌କୁ ଧକ୍କା…

ଆମେରିକା-ଇରାନ ଯୁଦ୍ଧ ଯୋଗୁ ବନ୍ଦ ଥିବା ଏୟାର ଇଣ୍ଡିଆ ଏକ୍ସପ୍ରେସ ପଶ୍ଚିମ ଏସିଆ ସେବା ପୁନର୍ବାର ଆରମ୍ଭ କରିଛି

ନୂଆଦିଲ୍ଲୀ,୨।୭: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧ ଯୋଗୁ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ବୃଦ୍ଧି ପାଇଥିଲା; କିନ୍ତୁ, ଉତ୍ତେଜନା ହ୍ରାସ ପରେ, ଏୟାର ଇଣ୍ଡିଆ ଏକ୍ସପ୍ରେସ ଏକ ଗୁରୁତ୍ୱପୂର୍ଣ୍ଣ…

WhatsApp ପରେ, ସରକାର ଏବେ Telegram ସହ ସିଗନାଲ ଉପରେ ମଧ୍ୟ ରଖିଛନ୍ତି ନଜର

ନୂଆଦିଲ୍ଲୀ,୨।୭: WhatsAppର ୟୁଜରନେମ ଫିଚରକୁ ବନ୍ଦ କରିବା ପରେ, ସରକାର ଏବେ Telegram ଏବଂ ସିଗନାଲ ବିରୁଦ୍ଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରନ୍ତି। ଏହି ଦୁଇଟି ପ୍ଲାଟଫର୍ମ…

ଜନଗହଳିପୂର୍ଣ୍ଣ ସ୍ଥାନରୁ ମଦ ଦୋକାନ ସ୍ଥାନାନ୍ତର ଦାବି, ମଦ୍ୟପଙ୍କ ଉପଦ୍ରବରେ…

ବଞ୍ଚୋ,୨ା୭(ପ୍ରଦୋଷ ବିଶ୍ୱାଳ): ଆନନ୍ଦପୁର ସହରର ଜନଗହଳିପୂର୍ଣ୍ଣ ଅଞ୍ଚଳରେ ଥିବା ବିଦେଶୀ ମଦ ଦୋକାନକୁ ଏକ ଉପଯୁକ୍ତ ଓ ଖୋଲା ସ୍ଥାନକୁ ସ୍ଥାନାନ୍ତର କରିବା ଦାବିରେ ଗୁରୁବାର ଆନନ୍ଦପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri