Posted inଜାତୀୟ

ଛାଡ଼ି ଯାଅ ନାହିଁ ଜମ୍ମୁ-କଶ୍ମୀର, ଆମେ ସବୁ ଅଛୁ ସାଥିରେ, କଶ୍ମୀର ପଣ୍ଡିତଙ୍କୁ ମୁସଲମାନଙ୍କ ଅନୁରୋଧ…

ଶ୍ରୀନଗର, ୪।୬ : ଗତ କିଛି ଦିନ ହେବ ଜମ୍ମୁ-କଶ୍ମୀରରେ ଆତଙ୍କବାଦୀମାନେ କଶ୍ମୀରୀ ପଣ୍ଡିତଙ୍କ ସମେତ ଅଣ-ମୁସଲମାନ ଲୋକଙ୍କୁ ଟାର୍ଗେଟ କରୁଛନ୍ତି। ଉପତ୍ୟକାରେ ହିଂସା ବୃଦ୍ଧି ପାଉଥିବାରୁ ଲୋକଙ୍କ ତଥା ସରକାରଙ୍କ ଚିନ୍ତା ବ ଢ଼ିଚାଲିଛି। ଜମ୍ମୁ-କଶ୍ମୀରରେ ରହୁଥିବା ସଂଖ୍ୟାଲଘୁ ହିନ୍ଦୁମାନଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି। ଆତଙ୍କବାଦୀଙ୍କ ନିଷ୍ଠୁର କାର୍ଯ୍ୟକୁ ସମସ୍ତେ ଦୃଢ଼ ନିନ୍ଦା କରୁଛନ୍ତି। ଜମ୍ମୁ-କଶ୍ମୀର ରହୁଥିବା ମୁସଲମାନମାନେ କଶ୍ମୀରୀ ପଣ୍ଡିତଙ୍କ ସମର୍ଥନରେ ଠିଆ ହୋଇଛନ୍ତି। ଫଳରେ ଏଠାରେ ଭାଇଚାରା ବଢ଼ିବାରେ ଲାଗିଛି।

୩୨ ବର୍ଷ ଇତିହାସରେ ପ୍ରଥମ ଥର ପାଇଁ ଶୁକ୍ରବାର ଜମ୍ମୁ-କଶ୍ମୀର ପ୍ରାୟ ସମସ୍ତ ପ୍ରମୁଖ ମସଜିଦରୁ ଜୁମା ନମଜା ପାଠ ପରେ ଆତଙ୍କବାଦୀଙ୍କ ନିକଟକୁ ଏକ ବାର୍ତ୍ତା ପଠାଯାଇଛି। ନିରୀହ ଲୋକଙ୍କୁ ହତ୍ୟା କରିବା ଇସଲାମରେ ଅପରାଧ ଅଟେ। ଏହି ବାର୍ତ୍ତା ମାଧ୍ୟମରେ କଶ୍ମୀରୀ ପଣ୍ଡିତ ଏବଂ ସାଧାରଣ ଲୋକଙ୍କ ହତ୍ୟାକୁ ଦୃଢ଼ ଭାବେ ନିନ୍ଦା କରାଯାଇଛି। ନବଭାରତ ଟାଇମ୍ସରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଶୁକ୍ରବାର ପ୍ରାର୍ଥନା ପରେ ମୌଲାନା ଏବଂ ମୁଫତିମାନେ କାଶ୍ମୀରୀ ପଣ୍ଡିତ ତଥା ଅନ୍ୟ ହିନ୍ଦୁ ସଂଖ୍ୟାଲଘୁମାନଙ୍କୁ ଆଶ୍ୱାସନା ଦେଇଛନ୍ତି ଯେ ସେମାନେ କଶ୍ମୀର ଛାଡିବା ଉଚିତ ନୁହେଁ। ନିରୀହ ଲୋକଙ୍କ ହତ୍ୟାରେ ସେମାନେ ଗଭୀର ଦୁଃଖିତ ଏବଂ ହିଂସାକୁ ଦୃଢ଼ ନିନ୍ଦା କରୁଛନ୍ତି। ମୁସଲମାନମାନେ କଶ୍ମୀର ପଣ୍ଡିତଙ୍କ ସାଥିରେ ଅଛନ୍ତି ବୋଲି ମୌଲାନାମାନେ କହିଛନ୍ତି।

ଏଥି ସହିତ, ଶୁକ୍ରବାର ପ୍ରାର୍ଥନା ପରେ ମୁସଲମାନ ସମ୍ପ୍ରଦାୟର ଲୋକମାନେ ବାରମୁଳାରେ ଶାନ୍ତି ପଦଯାତ୍ରା କରିଥିଲେ। ବାରମୁଳା ବ୍ୟତୀତ କୁଲଗାମ, ଶୋପିଆନ, ଶ୍ରୀନଗର, ବନ୍ଦିପୋରା ଏବଂ କୁପୱାରାଠାରେ ଅବସ୍ଥିତ ମସଜିଦରୁ ସଂଖ୍ୟାଲଘୁ ହିନ୍ଦୁଙ୍କ ପ୍ରତି ହିଂସାକୁ ନିନ୍ଦା କରାଯାଇଥିଲା।

ମସଜିଦ ପକ୍ଷରୁ ଦିଆଯାଇଥିବା ବାର୍ତ୍ତାରେ ଏହା ମଧ୍ୟ କୁହାଯାଇଛି ଯେ ଆମ ସମସ୍ତେ ପାକିସ୍ତାନ ସମର୍ଥିତ ଆତଙ୍କବାଦ ବିରୋଧରେ ଏବଂ କଶ୍ମୀରୀ ପଣ୍ଡିତଙ୍କ ସହ ଛିଡା ହୋଇଛୁ। ନାଗରିକ ସମାଜର ଲୋକମାନେ ଶ୍ରୀନଗରର ଲାଲ ଚୌକରେ ଜମାନ ପାଠ କରିବା ପରେ ଆତଙ୍କବାଦୀଙ୍କ କାର୍ଯ୍ୟକୁ ବିରୋଧ କରିଥିଲେ। ଦିଲ୍ଲୀରେ କଶ୍ମୀରରେ ଆତଙ୍କବାଦୀଙ୍କ ଦ୍ୱାରା ନିରୀହ ସାଧାରଣ ନାଗରିକଙ୍କୁ ଟାର୍ଗେଟରେ ହତ୍ୟା କରିବା ପ୍ରସଙ୍ଗରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ନିଷ୍ପତ୍ତି ନିଆଯାଇଛି ଯେ କଶ୍ମୀରୀ ପଣ୍ଡିତମାନେ ଉପତ୍ୟକାରୁ ସମ୍ପୂର୍ଣ୍ଣ ରୂପେ ସ୍ଥାନାନ୍ତରିତ ହେବେ ନାହିଁ, କିନ୍ତୁ ସେମାନଙ୍କୁ ଏକ ସୁରକ୍ଷିତ ସ୍ଥାନକୁ ପଠାଯିବ। ଶୁକ୍ରବାର ଅନୁଷ୍ଠିତ ବୈଠକରେ କେନ୍ଦ୍ରୀୟ ଗୁପ୍ତଚର ଏଜେନ୍ସି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ କହିଛନ୍ତି ଯେ କଶ୍ମୀର ଉପତ୍ୟକାରେ ବଢୁୁଥିବା ହିଂସା ପାଇଁ ପାକିସ୍ତାନ ଦାୟୀ।

ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଏହି ବୈଠକରେ ସର୍ବସମ୍ମତି କ୍ରମେ କଶ୍ମୀର ପଣ୍ଡିତମାନଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯିବାକୁ ସ୍ଥିର ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଯମୁନାରେ ବୁଡ଼ିଲା ଡଙ୍ଗା: ୧୦ ଭକ୍ତଙ୍କ ଚାଲିଗଲା ଜୀବନ, ଉଦ୍ଧାର କାର୍ଯ୍ୟ ଜାରି

ଲକ୍ଷ୍ନୌ,୧୦।୪: ମଥୁରା ଜିଲାର ବୃନ୍ଦାବନରେ ଶୁକ୍ରବାର ଏକ ବଡ଼ ଦୁର୍ଘଟଣା ଘଟିଛି। ଶ୍ରୀନଗର ଘାଟ ନିକଟରେ ଏକ ଡଙ୍ଗା ବୁଡ଼ିଯିବା ପରେ ଅନେକ ଭକ୍ତ ନିଖୋଜ ହୋଇଯାଇଛନ୍ତି।…

ଥଲାପତି ବିଜୟଙ୍କୁ ବଡ଼ ଝଟ୍‌କା: ଅନୁରୋଧ କରି କହିଲେ…

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ…

ହର୍ମୁଜରୁ ଭାରତୀୟ ଜାହାଜ ପାର୍‌ କଲେ ଇରାନ ମାଗିବ କେତେଟଙ୍କା? ଦିନକ ଭିତରେ କମାଇବ…

ନୂଆଦିଲ୍ଲୀ,୧୦।୪: ମଧ୍ୟପ୍ରାଚ୍ୟରେ ଶତ୍ରୁତା ବନ୍ଦ ହେବା ପରେ ମଧ୍ୟ, ହର୍ମୁଜ ପ୍ରଣାଳୀ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସ୍ୱାଭାବିକତାକୁ ଫେରିନାହିଁ। ଏହା ତୈଳ ପାଇଁ ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପଥ…

ଚାଇନାକୁ ପାନେ ଦେବ ଭାରତ: ଇରାନ ମଡେଲ୍‌କୁ ଆପଣାଇ…

ନୂଆଦିଲ୍ଲୀ,୧୦।୪: ସୀମିତ ସମ୍ବଳ ସତ୍ତ୍ୱେ ଏକ ସଂକୀର୍ଣ୍ଣ ସମୁଦ୍ର କରିଡର (ଚୋକପଏଣ୍ଟ)କୁ କିପରି ଏକ ରଣନୈତିକ ଅସ୍ତ୍ରରେ ପରିଣତ କରାଯାଇପାରିବ ତାହା ଇରାନ ବିଶ୍ୱକୁ ଦେଖାଇଛି। ଏବେ…

ଆନନ୍ଦପୁରରେ ବଡ଼ ରାଜନୈତିକ ହଲଚଲ: ବିଜେଡିରୁ ଇସ୍ତଫା ଦେଲେ ଏହି କାଉନସିଲର

ବଞ୍ଚୋ,୧୦ା୪(ପ୍ରଦୋଷ କୁମାର ବିଶ୍ୱାଳ): ଆନନ୍ଦପୁର ନଗରପାଳିକାର ଓ୍ବାର୍ଡ-୭ କାଉନସିଲର କୃଷ୍ଣ ରଣା ଶୁକ୍ରବାର ବିଜୁ ଜନତା ଦଳରୁ ପଦତ୍ୟାଗ କରିଥିବା ସୂଚନା ମିଳିଛି। ଏହି ପଦକ୍ଷେପ ପରେ…

ପଶ୍ଚିମବଙ୍ଗ ପାଇଁ ଭାଜପାର ସଂକଳ୍ପପତ୍ର: ଯୁବତୀଯୁବକ, ମହିଳା, ସରକାରୀ ପେନସନଭୋଗୀଙ୍କ ପାଇଁ ବଡ଼ ଘୋଷଣା

ନୂଆଦିଲ୍ଲୀ,୧୦।୪: ଭାରତୀୟ ଜନତା ପାର୍ଟି (ଭାଜପା) ଶୁକ୍ରବାର ଏହାର ଇସ୍ତାହାର ପ୍ରକାଶ କରିଛି। ସ୍ବରାଷ୍ଟ୍ର ମନ୍ତ୍ରୀ ଏବଂ ଭାଜପା ନେତା ଅମିତ ଶାହା ଇସ୍ତାହାର ବା ଘୋଷଣାପତ୍ର…

ଭାରସାମ୍ୟ ହରାଇ ଓଲଟିଲା ମାନସିକଧାରୀ ଦଣ୍ଡୁଆଙ୍କ ଅଟୋ, ଦଶରୁ ଉର୍ଦ୍ଧ୍ଵ…

ନୟାଗଡ଼/ଭାପୁର,୧୦।୪ (ଲୋକନାଥ ମିଶ୍ର/ପ୍ରଭାତ ବରାଡ): ଭାରସାମ୍ୟ ହରାଇ ଓଲଟିଲା ଅଟୋ । ଫତେଗଡ ଥାନା ବଡସହରା ପଞ୍ଚାୟତର ମାନସିକଧାରୀ ଦଣ୍ଡୁଆଙ୍କ ଅଟୋ ଗାଡି ଓଲଟି ପଡିବାରୁ ଦଶରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri