ଘରେ ରଖାଯାଇଥିବା ଏହି ୫ ଅଶୁଭ ଜିନିଷ ବଢ଼ାଇଥାଏ ଦୁର୍ଭାଗ୍ୟ; ଯଥାଶୀଘ୍ର ବାହାର କରିଦିଅନ୍ତୁ…

ବାସ୍ତୁଶାସ୍ତ୍ର ଅନୁଯାୟୀ, ଘରେ ରଖାଯାଇଥିବା କିଛି ଖରାପ ଜିନିଷ ନକାରାତ୍ମକ ଶକ୍ତି ଆଣିଥାଏ। ଏହି ଜିନିଷଗୁଡ଼ିକୁ ଘରେ ରଖିବା ଦ୍ୱାରା ଦାରିଦ୍ରତା ମାଡ଼ି ଆସେ। ବୈବାହିକ ଜୀବନରେ ଝଡ଼ ଆସେ। ଝଗଡା ଏବଂ ଉତ୍ତେଜନା ଦ୍ୱାରା ମନ ବିଚଳିତ ହୋଇ ରହିଥାଏ। ଚିନ୍ତା ବୃଦ୍ଧିପାଏ। ଏଣୁ ଏହି ଖରାପ ଜିନିଷଗୁଡ଼ିକୁ ଘରୁ ବାହାର କରିବା ଭଲ। ଏହା କରିବା ପରେ ହିଁ ଆପଣ ଏକ ସୁଖମୟ ଜୀବନକୁ ଉପଭୋଗ କରିପାରିବେ। ଆସନ୍ତୁ ଆଜି ଆପଣଙ୍କୁ ଏହିପରି ପାଞ୍ଚଟି ଜିନିଷ ବିଷୟରେ କହିବା, ଯାହା ଘରେ ଆର୍ଥିକ ପ୍ରତିବନ୍ଧକ ସୃଷ୍ଟି କରିଥାଏ।

ବନ୍ଦ ଘଣ୍ଟା/ଖରାପ ହୋଇଥିବା ଘଣ୍ଟା:
ବନ୍ଦ ଘଣ୍ଟା ଘରେ କେବେବି ରଖିବା ଉଚିତ ନୁହେଁ। କୁହାଯାଏ ଯେ କାନ୍ଥରେ ବନ୍ଦ ଘଣ୍ଟା ଝୁଲୁଥିଲେ ମନୁଷ୍ୟର ଦୁର୍ଭାଗ୍ୟ ସୃଷ୍ଟି କରିଥାଏ। ଏହା ଜଣେ ବ୍ୟକ୍ତିର ଖରାପ ସମୟ ଆସିବାର ସଙ୍କେତ ଅଟେ।

ମିଆଦ ପୁରି ଯାଇଥିବା ଔଷଧ/ଏକ୍ସପାୟରୀ ମେଡିସିନ:
ଘରେ ମିଆଦ ପୁରି ଯାଇଥିବା ଔ ଷଧ ରହିବା ମଧ୍ୟ ଅତ୍ୟନ୍ତ ଖରାପ ଅଟେ। ଘରେ ଏପରି ଜିନିଷରରହିଲେ ରୋଗର ପ୍ରଭାବବୃଦ୍ଧି ପାଇଥାଏ। ତେଣୁ ଯଥାଶୀଘ୍ର ଏହି ଜିନିଷଗୁଡ଼ିକୁ ଘରୁ ବାହାର କରିଦିଅନ୍ତୁ।

ଯୁଦ୍ଧ ଚିତ୍ର:
ଭୁଲ୍‌ରେ ମଧ୍ୟ ଘରେ ଯୁଦ୍ଧର ଫଟୋ ରଖିବା ଉଚିତ୍‌ ନୁହେଁ। ଏହା ବ୍ୟତୀତ ମହାଭାରତ ଯୁଦ୍ଧର ଚିତ୍ର, ପଶୁମାନଙ୍କର ଆକ୍ରମଣାତ୍ମକ ଚିତ୍ର କିମ୍ବା ବୁଡ଼ି ଯାଉଥିବା ଜାହାଜର ଚିତ୍ର ମଧ୍ୟ ଘରେ ରଖିବା ଉଚିତ ନୁହେଁ।

ଭଙ୍ଗା ମୂର୍ତ୍ତି:
ଯଦି ତୁମେ ଭଗବାନଙ୍କ ଭଙ୍ଗା ମୂର୍ତ୍ତିଗୁଡ଼ିକୁ ଘରେ ସଞ୍ଚୟ କରିଛ, ତେବେ ଆଜି ଏହି ଭୁଲକୁ ସଂଶୋଧନ କର। ଏହି ପ୍ରତିମାଗୁଡ଼ିକୁ ଏକ ନଦୀ କିମ୍ବା ପୋଖରୀରେ ବିସର୍ଜନ କରି ଘରକୁ ଏକ ନୂତନ ପ୍ରତିମା ଆଣ।

କଣ୍ଟାଯୁକ୍ତ ଗଛ:
ଘରକୁ ସୁନ୍ଦର କରିବା ପାଇଁ କିଛି ଲୋକ ଇନଡୋର ପ୍ଲାଣ୍ଟ ଲଗାନ୍ତି। କିନ୍ତୁ ଆପଣ ଜାଣନ୍ତି କି କଣ୍ଟା ଗଛକୁ ଘରେ କେବେବି ରଖିବା ଉଚିତ ନୁହେଁ। ଏହାଦ୍ୱାରା ଘରେ ଅସନ୍ତୋଷ ଦେଖାଦେଇଥାଏ ଏବଂ ସମ୍ପର୍କ ମଧ୍ୟରେ ମତଭେଦ ଦେଖାଦେଇଥାଏ। ଘରେ ଗୋଲାପ କିମ୍ବା କାକ୍‌ଟସ ପ୍ଲାଣ୍ଟ ରଖିବା ମଧ୍ୟ ଉଚିତ ନୁହେଁ।


Enter your email to get our daily news in your inbox.

All Right Reserved By Dharitri.Com

ଚା’ ପିଇ କଲେଜକୁ ଫେରୁଥିଲେ, ଧକ୍କା ଦେଲା ସ୍ପିଡ ବାଇକ୍‌; ଡାକ୍ତରୀ ଛାତ୍ରୀ ଗୁରୁତର

ବଲାଙ୍ଗୀର,୧୪।୨ -( ସୁନିଲ କୁମାର ମହାନ୍ତି) ବଲାଙ୍ଗୀର ସହର ଭିଆଇପି ରାସ୍ତା ତଥା ଭାଗିରଥି ଛକରୁ ସର୍କିଟ ହାଉସ୍ ରାସ୍ତାରେ ଜଣେ ସ୍ପିଡ ବାଇକ ଆରୋହୀଙ୍କ ଧକ୍କାରେ…

ଭୁଶୁଡ଼ିଲା ନିର୍ମାଣାଧୀନ ମେଟ୍ରୋ ସ୍ଲାବ୍‌: ଚାଲିଗଲା ଜଣଙ୍କ ଜୀବନ, ମୁଖ୍ୟମନ୍ତ୍ରୀଙ୍କ ତଦନ୍ତ ନିର୍ଦ୍ଦେଶ

ମୁମ୍ବାଇ,୧୪ା୨: ମୁମ୍ବାଇର ମୁଲୁନ୍ଦ ଅଞ୍ଚଳରେ ଏକ ଅଘଟଣ ଘଟିଛି। ଏକ ନିର୍ମାଣାଧୀନ ମେଟ୍ରୋ ରେଳ ପ୍ରକଳ୍ପର ଏକ ସ୍ଲାବ୍‌ ଶନିବାର ଭୁଶୁଡ଼ି ପଡ଼ିବାରୁ ଜଣଙ୍କର ମୃତ୍ୟୁ ଘଟିଛି।…

ରାତି ପାହିଲେ ଜାଗର: ଶୃଙ୍ଖଳିତ ଦର୍ଶନକୁ ଗୁରୁତ୍ୱ

ଭୁବନେଶ୍ୱର,୧୪।୨: ରାତି ପାହିଲେ ଜାଗର। ଏନେଇ ଲିଙ୍ଗରାଜ ମନ୍ଦିର ଚଳଚଞ୍ଚଳ ହୋଇ ପଡିଥିବା ବେଳେ ଝଲସି ଉଠୁଛି ମନ୍ଦିର ପରିସର। ରାତି ୧୦ଟାରେ ଉଠିବ ମହାପ୍ରଭୁ ଲିଙ୍ଗରାଜଙ୍କ…

୩ ଦିନ ବ୍ୟବଧାନରେ ପୁଣି ବୁଲିଲା ଖଣ୍ଡା, ଫୁଟିଲା ଗୁଳି; ବୈଶିଙ୍ଗାରେ ବଢୁଛି ଅସମାଜିକ ବ୍ୟକ୍ତିଙ୍କ ଦୌରାତ୍ମ୍ୟ 

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ଥାନା ଅଞ୍ଚଳ ଅଶାନ୍ତ ହୋଇଉଠିଛି। ଶୁକ୍ରବାର ୮  ଜଣ କୁଖ୍ୟାତ ଆନ୍ତଃରାଜ୍ୟ ଡ଼କାୟତଙ୍କୁ ବିଭିନ୍ନ ମାରଣାସ୍ତ୍ର ସହ ଧରି କୋର୍ଟ…

ଯେଉଁ ପିଚ୍‌ରେ ଜିମ୍ବାଓ୍ବେ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା, ସେହି ପିଚ୍‌ରେ ହେବ ଭାରତ-ପାକିସ୍ତାନ ମ୍ୟାଚ୍‌

କଲମ୍ବୋ,୧୪ା୨- ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ଟି୨୦ ବିଶ୍ୱକପ୍‌ ମ୍ୟାଚ୍‌ ଆର୍‌ ପ୍ରେମଦାସା ଷ୍ଟାଡିୟମରେ ଏକ ବ୍ୟବହୃତ ପିଚ୍‌ରେ ହେବ। ଏଣୁ ପିଚ୍‌ ଧିମା…

ଦମ୍‌ ଦେଖାଇଲେ ସ୍ପିନର: ସ୍କଟଲାଣ୍ଡକୁ ୫ଉଇକେଟରେ ହରାଇଲା ଇଂଲଣ୍ଡ

କୋଲକାତା,୧୪ା୨: ଭେଟେରାନ ଲେଗ୍‌ ସ୍ପିନର ଆଦିଲ ରଶିଦ(୩/୩୬)ଙ୍କ ୩ ଉଇକେଟ ସଫଳତା ଏବଂ ମିଡଲ ଓଭରରେ ଟମ୍‌ ବାଣ୍ଟନଙ୍କ ଆକର୍ଷଣୀୟ ଅପରାଜିତ ଅର୍ଦ୍ଧଶତକ ସହାୟତାରେ ଇଂଲଣ୍ଡ ଚଳିତ…

ଭାରତ-ପାକିସ୍ତାନ ମ୍ୟାଚ୍‌ ଦେଖିବେ ବିସିବି ମୁଖ୍ୟ, ଜାଣନ୍ତୁ କହିଁକି…

କଲମ୍ବୋ,୧୪ା୨: ବାଂଲାଦେଶ କ୍ରିକେଟ ବୋର୍ଡ (ବିସିବି) ମୁଖ୍ୟ ଅନିମୁଲ ଇସ୍ଲାମ ବୁଲବୁଲ ରବିବାର ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ହାଇ ଭୋଲ୍ଟେଜ ଟି୨୦ ବିଶ୍ୱକପ୍‌…

କେନ୍ଦୁଝର ଜିଲାରେ ବ୍ୟାପୁଛି ଜଣ୍ଡିସ

ବଞ୍ଚୋ,୧୪।୨(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ହାଟଡିହି ବ୍ଲକ ଅଧୀନ ବଞ୍ଚୋ ପଞ୍ଚାୟତ ନାଇକସାହିରେ ଜଣ୍ଡିସ ରୋଗ ବ୍ୟାପିବାରେ ଲାଗିଛି। ଏନେଇ ଗ୍ରାମବାସୀ ଭୟଭିତ ହୋଇପଡିଛନ୍ତି। ଅନ୍ୟପକ୍ଷେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri