ଘରେ ରଖାଯାଇଥିବା ଏହି ୫ ଅଶୁଭ ଜିନିଷ ବଢ଼ାଇଥାଏ ଦୁର୍ଭାଗ୍ୟ; ଯଥାଶୀଘ୍ର ବାହାର କରିଦିଅନ୍ତୁ…

ବାସ୍ତୁଶାସ୍ତ୍ର ଅନୁଯାୟୀ, ଘରେ ରଖାଯାଇଥିବା କିଛି ଖରାପ ଜିନିଷ ନକାରାତ୍ମକ ଶକ୍ତି ଆଣିଥାଏ। ଏହି ଜିନିଷଗୁଡ଼ିକୁ ଘରେ ରଖିବା ଦ୍ୱାରା ଦାରିଦ୍ରତା ମାଡ଼ି ଆସେ। ବୈବାହିକ ଜୀବନରେ ଝଡ଼ ଆସେ। ଝଗଡା ଏବଂ ଉତ୍ତେଜନା ଦ୍ୱାରା ମନ ବିଚଳିତ ହୋଇ ରହିଥାଏ। ଚିନ୍ତା ବୃଦ୍ଧିପାଏ। ଏଣୁ ଏହି ଖରାପ ଜିନିଷଗୁଡ଼ିକୁ ଘରୁ ବାହାର କରିବା ଭଲ। ଏହା କରିବା ପରେ ହିଁ ଆପଣ ଏକ ସୁଖମୟ ଜୀବନକୁ ଉପଭୋଗ କରିପାରିବେ। ଆସନ୍ତୁ ଆଜି ଆପଣଙ୍କୁ ଏହିପରି ପାଞ୍ଚଟି ଜିନିଷ ବିଷୟରେ କହିବା, ଯାହା ଘରେ ଆର୍ଥିକ ପ୍ରତିବନ୍ଧକ ସୃଷ୍ଟି କରିଥାଏ।

ବନ୍ଦ ଘଣ୍ଟା/ଖରାପ ହୋଇଥିବା ଘଣ୍ଟା:
ବନ୍ଦ ଘଣ୍ଟା ଘରେ କେବେବି ରଖିବା ଉଚିତ ନୁହେଁ। କୁହାଯାଏ ଯେ କାନ୍ଥରେ ବନ୍ଦ ଘଣ୍ଟା ଝୁଲୁଥିଲେ ମନୁଷ୍ୟର ଦୁର୍ଭାଗ୍ୟ ସୃଷ୍ଟି କରିଥାଏ। ଏହା ଜଣେ ବ୍ୟକ୍ତିର ଖରାପ ସମୟ ଆସିବାର ସଙ୍କେତ ଅଟେ।

ମିଆଦ ପୁରି ଯାଇଥିବା ଔଷଧ/ଏକ୍ସପାୟରୀ ମେଡିସିନ:
ଘରେ ମିଆଦ ପୁରି ଯାଇଥିବା ଔ ଷଧ ରହିବା ମଧ୍ୟ ଅତ୍ୟନ୍ତ ଖରାପ ଅଟେ। ଘରେ ଏପରି ଜିନିଷରରହିଲେ ରୋଗର ପ୍ରଭାବବୃଦ୍ଧି ପାଇଥାଏ। ତେଣୁ ଯଥାଶୀଘ୍ର ଏହି ଜିନିଷଗୁଡ଼ିକୁ ଘରୁ ବାହାର କରିଦିଅନ୍ତୁ।

ଯୁଦ୍ଧ ଚିତ୍ର:
ଭୁଲ୍‌ରେ ମଧ୍ୟ ଘରେ ଯୁଦ୍ଧର ଫଟୋ ରଖିବା ଉଚିତ୍‌ ନୁହେଁ। ଏହା ବ୍ୟତୀତ ମହାଭାରତ ଯୁଦ୍ଧର ଚିତ୍ର, ପଶୁମାନଙ୍କର ଆକ୍ରମଣାତ୍ମକ ଚିତ୍ର କିମ୍ବା ବୁଡ଼ି ଯାଉଥିବା ଜାହାଜର ଚିତ୍ର ମଧ୍ୟ ଘରେ ରଖିବା ଉଚିତ ନୁହେଁ।

ଭଙ୍ଗା ମୂର୍ତ୍ତି:
ଯଦି ତୁମେ ଭଗବାନଙ୍କ ଭଙ୍ଗା ମୂର୍ତ୍ତିଗୁଡ଼ିକୁ ଘରେ ସଞ୍ଚୟ କରିଛ, ତେବେ ଆଜି ଏହି ଭୁଲକୁ ସଂଶୋଧନ କର। ଏହି ପ୍ରତିମାଗୁଡ଼ିକୁ ଏକ ନଦୀ କିମ୍ବା ପୋଖରୀରେ ବିସର୍ଜନ କରି ଘରକୁ ଏକ ନୂତନ ପ୍ରତିମା ଆଣ।

କଣ୍ଟାଯୁକ୍ତ ଗଛ:
ଘରକୁ ସୁନ୍ଦର କରିବା ପାଇଁ କିଛି ଲୋକ ଇନଡୋର ପ୍ଲାଣ୍ଟ ଲଗାନ୍ତି। କିନ୍ତୁ ଆପଣ ଜାଣନ୍ତି କି କଣ୍ଟା ଗଛକୁ ଘରେ କେବେବି ରଖିବା ଉଚିତ ନୁହେଁ। ଏହାଦ୍ୱାରା ଘରେ ଅସନ୍ତୋଷ ଦେଖାଦେଇଥାଏ ଏବଂ ସମ୍ପର୍କ ମଧ୍ୟରେ ମତଭେଦ ଦେଖାଦେଇଥାଏ। ଘରେ ଗୋଲାପ କିମ୍ବା କାକ୍‌ଟସ ପ୍ଲାଣ୍ଟ ରଖିବା ମଧ୍ୟ ଉଚିତ ନୁହେଁ।


Enter your email to get our daily news in your inbox.

All Right Reserved By Dharitri.Com

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

କେମିତି ହେବେ ଆଦର୍ଶ ଅଭିଭାବକ: ଜାଣନ୍ତୁ ଟିପ୍ସ

ପିଲାଙ୍କ ପ୍ରଥମ ଗୁରୁ ହେଉଛନ୍ତି ଅଭିଭାବକ। ସେମାନଙ୍କ ଉତ୍ତମ ଭବିଷ୍ୟତ ଗଢ଼ିବାରେ ଅଭିଭାବକଙ୍କର ହିଁ ଥାଏ ଗୁରୁତ୍ୱପୂର୍ଣ୍ଣ ଭୂମିକା। କାରଣ ପିଲାମାନେ ସର୍ବଦା ଅନୁକରଣ ପ୍ରିୟ।...

ଅତ୍ୟଧିକ ମିଠାଜାତୀୟ ଖାଦ୍ୟ ଖାଉଥିଲେ…

ମନଲୋଭା ଖାଦ୍ୟ ମଧ୍ୟରୁ ମିଠା ଅନ୍ୟତମ। ଏହାର ସ୍ବାଦ ହୁଏତ ମିଠା ହୋଇପାରେ, ହେଲେ ଏହାର ପରିମାଣ ଅଧିକ ହେଲେ ତାହା ଆମ ସ୍ମରଣ ଶକ୍ତିକୁ...

ଈଶ୍ୱର କଣିକାର ଆବିଷ୍କାରକ

ପଦାର୍ଥ ବିଜ୍ଞାନର ଏକ ଗୁରୁତ୍ୱପୂର୍ଣ୍ଣ ଆବିଷ୍କାର କରି ଖ୍ୟାତି ଲାଭ କରିଥିବା ପିଟର ହିଗ୍‌ସ ଚଳିତ ବର୍ଷ ଏପ୍ରିଲ ୮ ତାରିଖରେ ପରଲୋକ ଗମନ କରିଛନ୍ତି।...

ଥର୍ମୋମିଟର, ବାରୋମିଟର ଓ ଡାଲ୍‌ଟନ

କଡ଼େଇରେ ପାଣି ରଖି କଡ଼େଇ ତଳେ ନିଆଁ ଜାଳିଲେ ପାଣି ଗରମ ହୁଏ। କାରଣ ନିଆଁରୁ ବାହାରୁଥିବା ତାପ ଦ୍ୱାରା କଡ଼େଇ ଗରମ ହୁଏ। କଡ଼େଇ...

ଖରାଦିନେ ସ୍କିନ୍‌ ଆଲର୍ଜିର ଘରୋଇ ଚିକିତ୍ସା

ଖରାଦିନେ ଝାଳ ବୋହିବା ସହ କେତେକଙ୍କଠାରେ ବିଭିନ୍ନ ପ୍ରକାର ସ୍କିନ୍‌ ଆଲର୍ଜି ସମସ୍ୟା ଦେଖାଯାଇଥାଏ। କାହାର ଘିମିରି ବାହାରେ ତ କାହା ଶରୀରରେ ନାଲି ନାଲି...

ଘରେ ସୁଖସମୃଦ୍ଧି ବୃଦ୍ଧି ପାଇଁ ବାସ୍ତୁ ଉପାୟ, ଆପଣାଇଲେ…

ବାସ୍ତୁଶାସ୍ତ୍ର ଅନୁଯାୟୀ, ଏମିତି କିଛି ବିଶେଷ ଉପାୟ ରହିଛି; ଯାହାକୁ ଆପଣାଇଲେ ଘରେ ସୁଖସମୃଦ୍ଧି ବୃଦ୍ଧି ହେବା ସହ ସମ୍ପର୍କରେ ନିବିଡ଼ତା ଆସିଥାଏ। ତା’ସହିତ ଅନେକ...

ଇଲେକ୍ଟ୍ରିକ୍‌ ସମାଗ୍ରୀ ଚକ୍‌ଚକ୍‌ କରିବାକୁ ଚାହୁଁଥିଲେ…ଆପଣାନ୍ତୁ ଏହି ଉପାୟ

ଇଲେକ୍ଟ୍ରି ସାମଗ୍ରୀ ସଫା କରିବା ସମୟରେ କେତେକ ବିଷୟ ପ୍ରତି ସ୍ବତନ୍ତ୍ର ଭାବରେ ଦୃଷ୍ଟି ଦେବାକୁ ପଡ଼ିଥାଏ। ଏହି ସମୟରେ ନିମ୍ନଲିଖିତ ଟିପ୍ସ ଆପଣେଇ ପାରନ୍ତି…...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri