ଘରେ କରନ୍ତୁ ପେଡିକିଓର

ତୁଳାରେ ରିମୁଭର ଲଗାଇ ପୁରୁଣା ନେଲପଲିସ୍‌କୁ ଛଡ଼ାଇ ଦିଅନ୍ତୁ। ଏହାପରେ ଉଷୁମ ପାଣିରେ ଅଳ୍ପ ସାମ୍ପୁ, ଲୁଣ ଓ ନଡିଆ ତେଲ ପକାଇ ସେଥିରେ ପାଦକୁ ୧୫ ମିନିଟ୍‌ ପର୍ଯ୍ୟନ୍ତ ଭିଜାନ୍ତୁ।
ପାଣିରେ ଭିଜାଇବା ପରେ ପାଦକୁ ପ୍ୟୁମିକ୍‌ ଷ୍ଟୋନରେ ଧୀରେ ଧୀରେ ସଫା କରନ୍ତୁ। ନଖକୁ ବ୍ରଶରେ ସଫା କରନ୍ତୁ। ଏହାପରେ ତଉଲିଆରେ ପାଦକୁ ଭଲଭାବେ ସଫା କରି ପାଣିରେ ଧୋଇ ଦିଅନ୍ତୁ।
ନଖ କାଟିବା ଆବଶ୍ୟକ ହୋଇଥାଏ ତେବେ ପାଦକୁ ପାଣିରୁ କାଢିବା ପରେ ପରେ ନଖ କାଟି ଦିଅନ୍ତୁ। ପାଦ ଆଙ୍ଗୁଠିର ନଖକୁ ସବୁବେଳେ ସିଧା କାଟନ୍ତୁ। ପାଦର ନଖର କ୍ୟୁଟିକଲ୍ସକୁ କାଟନ୍ତୁ ନାହିଁ।
ଓ ନଖରେ କ୍ରିମ୍‌ ଲଗାଇ ଭଲଭାବେ ମାଲିସ୍‌ କରନ୍ତୁ। ବିଶେଷକରି ଗୋଇଠିରେ ଭଲଭାବେ କ୍ରିମ୍‌ ଲଗାଇ ମାଲିସ୍‌ କରନ୍ତୁ।
ପାଦ ଯଦି ଅଧିକ ରୁକ୍ଷ ହୋଇଥାଏ ତେବେ ଘରୋଇ ଉପାୟରେ ପ୍ରସ୍ତୁତ ପ୍ୟାକ୍‌ ଲଗାଇପାରିବେ। ଏଥିପାଇଁ କ୍ଷୀର, ଓଟ୍‌ସ, ଆଲୋବେରା ଜେଲ୍‌, ବାଦାମ ତେଲ ମିଶାନ୍ତୁ। ଏସବୁକୁ ଭଲଭାବେ ମିଶାଇ ପେଷ୍ଟ ତିଆରି କରି ପାଦର ସବୁଆଡେ ଲଗାଇ ଏକ ସଫା କପଡା ବାନ୍ଧି ଦିଅନ୍ତୁ। ୧୫ ମିନିଟ୍‌ ପରେ ପାଦକୁ ଧୋଇ ଦିଅନ୍ତୁ।
ଲଗାଇବା ପାଇଁ ଆପଣ ୨ ବଡ଼ ଚାମଚ ସୂର୍ଯ୍ୟମୁଖୀ ତେଲ, ୨ ବଡ ଚାମଚ ଲେମ୍ବୁ ରସ, ୩ ବଡ ଚାମଚ ଚିନିକୁ ଭଲଭାବେ ମିଶାନ୍ତୁ। ଭଲଭାବେ ମିଶି ପେଷ୍ଟ ହୋଇ ଗଲାପରେ ଏହାକୁ ଦୁଇ ପାଦରେ ଲଗାଇ ଘଷନ୍ତୁ। ୧୫ ମିନିଟ୍‌ ପରେ ପାଦ ଧୋଇ ଦିଅନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟର ସର୍ବୋଚ୍ଚ ଶିବ ପ୍ରତିମୂର୍ତ୍ତି: ବେଲେଶ୍ୱର ପୀଠରେ ଦର୍ଶନ ପାଇଁ ସକାଳୁ ସକାଳୁ ଶ୍ରଦ୍ଧାଳୁ…

ଭଞ୍ଜନଗର,୧୫ା୨(ବାବୁଲା ପ୍ରଧାନ): ଆଜି ହେଉଛି ମହାଶିବରାତ୍ରି ପର୍ବ। ତେଣୁ ରବିବାର ଭଞ୍ଜନଗର ଅଞ୍ଚଳର ସମସ୍ତ ଶୈବ ପୀଠରେ ଭଗବାନ ଶିବଠାକୁରଙ୍କ ଦର୍ଶନ ପାଇଁ ସକାଳୁ ସକାଳୁ ଶ୍ରଦ୍ଧାଳୁଙ୍କ…

Mahashivratri 2026: ଜାଗରରେ ମଙ୍ଗଳଙ୍କ ମହାପରିବର୍ତ୍ତନ, ଏହି ୩ରାଶିର ବାଜିବ ଲଟେରୀ!

ମହାଶିବରାତ୍ରି ପର୍ୱକୁ ଭଗବାନ ଶିବଙ୍କ ପୂଜା ଏବଂ ଭକ୍ତିର ସର୍ୱୋତ୍ତମ ଉତ୍ସବ ଭାବରେ ବିବେଚନା କରାଯାଏ। ଏହି ବର୍ଷ ମହାଶିବରାତ୍ରିକୁ ବହୁତ ସ୍ୱତନ୍ତ୍ର ଭାବରେ ବିବେଚନା କରାଯାଏ…

ମା’ କାଳୀଙ୍କ ପାଦତଳେ କାହିଁକି ଶୋଇଥିଲେ ଭଗବାନ ଶିବ, ଜାଣନ୍ତୁ ଆକର୍ଷଣୀୟ କାହାଣୀ…

ଆଜି ହେଉଛି ପବିତ୍ର ମହାଶିବରାତ୍ରି। ଏହି ଦିନରେ ଭଗବାନ ଶିବଙ୍କୁ ପୂଜା ଏବଂ ଉପବାସ କରାଯାଏ। ଏହି ଦିନରେ ଉପବାସ ଏବଂ ପୂଜା କରିବା ଦ୍ୱାରା ଆନନ୍ଦ…

India vs Pakistan: ଭାରତ-ପାକିସ୍ତାନ ମ୍ୟାଚ୍‌କୁ ନେଇ ସବୁଠୁ ବଡ଼ ଭବିଷ୍ୟବାଣୀ! ଜିତିବ ଏହି ଟିମ୍‌ …

କଲମ୍ୱୋ,୧୫ା୨: ଟ୍ବେଣ୍ଟି ଟ୍ବେଣ୍ଟି ବିଶ୍ବକପ୍‌ ୨୦୨୬ର ସବୁଠୁ ହାଇ ଭୋଲଟେଜ୍ ମୁକାବିଲା ଆସନ୍ତାକାଲି ଖେଳାଯିବ । ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦୀଙ୍କ ମଧ୍ୟରେ ଘମାଘୋଟ୍‌ ଲଢେଇ ହେବାକୁ ଯାଉଛି…

ମହାଶିବରାତ୍ରିକୁ ନେଇ ଚଳଚଞ୍ଚଳ ଭୋଗରାଇ: ଭକ୍ତଙ୍କ ପ୍ରବଳ ଗହଳି, ଭୋର ୪.୩୦ରେ ଉଠିବ ମହାଦୀପ

ଭୋଗରାଇ, ୧୫।୨(ପ୍ରଦୀପ ଦାସ): ଆଜି ହେଉଛି ପବିତ୍ର ମହାଶିବରାତ୍ରି। ସମସ୍ତ ଶୈବପୀଠ ହୋଇଛି ଭକ୍ତମୟ। ସବୁଠି ଓଁ ନମଃ ଶିବାୟରେ ପ୍ରକମ୍ପିତ ହେଉଛି ମନ୍ଦିର l ଏଭଳି…

ମହାଦେବଙ୍କୁ ଆରାଧନା ପାଇଁ ଲାଗିଛି ଲମ୍ବା ଧାଡ଼ି, ସବୁଠି ଶୁଭୁଛି ଓମ୍‌ ନଃ ଶିବାୟ

ବଲାଙ୍ଗୀର,୧୫ା୨(ସୁନିଲ କୁମାର ମହାନ୍ତି): ପବିତ୍ର ମହାଶିବରାତ୍ରି ଅବସରରେ ବଲାଙ୍ଗୀର ଜିଲାର ସମସ୍ତ ଶୈବପୀଠ ରବିବାର ଚଳଚଞ୍ଚଳ ହୋଇଉଠିଛି। ସବୁଠି ଓଁ ନମଃ ଶିବାୟ ଶୁଣିବାକୁ ମିଳୁଛି ।…

ଆଜି ଜାଗର: ପ୍ରଭୁ ଲିଙ୍ଗରାଜଙ୍କ ପୀଠରେ ରାତି ୧୦ଟାରେ ଉଠିବ ମହାଦୀପ

ପୁରୁଣା ଭୁବନେଶ୍ୱର,୧୫ା୨(ସୁବାସ ଚନ୍ଦ୍ର ପ୍ରଧାନ): ରବିବାର ମହାଶିବରାତ୍ରି ଓ ଜାଗର ଯାତ୍ରା। ଏନେଇ ଏକାମ୍ର କ୍ଷେତ୍ରର ଆରାଧ୍ୟ ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ପୀଠ ଚଳଚଞ୍ଚଳ ହୋଇଉଠିଛି। ମନ୍ଦିର…

ଲମ୍ୱା ଯୁଦ୍ଧ ପାଇଁ ଆମେରିକାର ସଜବାଜ

ଓ୍ୱାଶିଂଟନ୍‌,୧୫ା୨: ଇରାନ ଏବଂ ଆମେରିକା ମଧ୍ୟରେ ଆଲୋଚନା ଫେଲ୍‌ ମାରିଛି। ଇରାନର ଆଣବିକ କାର୍ଯ୍ୟକ୍ରମକୁ ନେଇ ଗତ ସପ୍ତାହରେ ଓମାନ ମଧ୍ୟସ୍ଥତାରେ ଉଭୟ ପକ୍ଷ ମଧ୍ୟରେ ଆଲୋଚନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri