୨୫୪ ବିଜୁ ସେତୁ ଅଧାପନ୍ତରିଆ

ଯାଜପୁର ଅଫିସ,୧।୨: ଗ୍ରାମାଞ୍ଚଳ ତଥା ଦୁର୍ଗମ ଅଞ୍ଚଳର ଯୋଗାଯୋଗ ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ୨୦୧୧ ଅକ୍ଟୋବରରୁ ବିଜୁ ସେତୁ ଯୋଜନା କାର୍ଯ୍ୟକାରୀ କରାଯାଇଛି। ଏଥିପାଇଁ ସାଧାରଣ ଲୋକଙ୍କ ଟିକସରୁ ବ୍ୟାପକ ଅର୍ଥ ଆବଣ୍ଟିତ ହେଉଛି। କିନ୍ତୁ ଏହି ଯୋଜନାରେ ଯେଉଁ ପରିମାଣରେ ଜନବସତି ଉପକୃତ ହେବା ପାଇଁ ଲକ୍ଷ୍ୟ ରଖାଯାଉଛି, ତାହା ବିଭାଗୀୟ ସମୀକ୍ଷା ବୈଠକର ନିଷ୍ପତ୍ତିରେ ସୀମିତ ରହୁଛି। ୨୦୨୧ ଜୁଲାଇରେ ଅନୁଷ୍ଠିତ ବିଭାଗୀୟ ସମୀକ୍ଷା ବୈଠକରେ ବ୍ରହ୍ମପୁର, ଭବାନୀପାଟଣା, ଭୁବନେଶ୍ୱର, ବାରିପଦା, ବଲାଙ୍ଗୀର, କଟକ, କେନ୍ଦ୍ରାପଡ଼ା-ଯାଜପୁର, କେନ୍ଦୁଝର, ସମ୍ବଲପୁର, ସୁନାବେଡ଼ା, ସୁନ୍ଦରଗଡ଼, ଅନୁଗୋଳ ଓ ବାଲେଶ୍ୱର ଗ୍ରାମ୍ୟ ନିର୍ମାଣ ସର୍କଲ ଅଧୀନରେ ନିର୍ମାଣାଧୀନ ୩୧୨ ବିଜୁ ସେତୁ ସମ୍ପୂର୍ଣ୍ଣ କରିବାକୁ ନିଷ୍ପତ୍ତି ହୋଇଥିଲା। ହେଲେ ଗତ ଡିସେମ୍ବର ୩୧ ସୁଦ୍ଧା ମାତ୍ର ୫୮ଟି ସେତୁ ନିର୍ମାଣ ସମ୍ପୂର୍ଣ୍ଣ ହୋଇଛି। ଏହି ବିଫଳତା ଉପରେ ଗତ ୧୭ରୁ ୨୧ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ବୈଠକରେ ଗ୍ରାମ୍ୟ ନିର୍ମାଣ ବିଭାଗର ଚିଫ୍‌ ଇଞ୍ଜିନିୟର ଉଦ୍‌ବେଗ ପ୍ରକାଶ କରିବା ସହ ବାକି ରହିଥିବା ୨୫୪ ସେତୁରୁ ମାର୍ଚ୍ଚ ସୁଦ୍ଧା ୨୧୩ ଟି ଏବଂ ମାର୍ଚ୍ଚ ପରେ ବାକି ୪୧ଟି ସେତୁ ସମ୍ପୂର୍ଣ୍ଣ କରିବାକୁ ସମ୍ପୃକ୍ତ ଯନ୍ତ୍ରୀ ଓ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ଠିକାସଂସ୍ଥାଗୁଡିକ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଅଭାବରୁ ଏଭଳି ସ୍ଥିତି ସୃଷ୍ଟି ହୋଇଛି ବୋଲି ବୈଠକରେ ଚିଫ୍‌ ଇଞ୍ଜିନିୟର ପ୍ରକାଶ କରିଛନ୍ତି। ହେଲେ ଏହି ଅଧାପନ୍ତରିଆ ସେତୁଗୁଡିକ ଦ୍ୱାରା ପ୍ରଭାବିତ ଗ୍ରାମାଞ୍ଚଳର ପ୍ରାୟ ୨୦ ଲକ୍ଷ ଲୋକ ଚଳିତ ପଞ୍ଚାୟତ ନିର୍ବାଚନକୁ ପ୍ରଭାବିତ କରିପାରନ୍ତି ବୋଲି ରାଜନୈତିକ ମହଲରେ ମତପ୍ରକାଶ ପାଇଛି।
ବିଜୁ ସେତୁ ଯୋଜନା ଗ୍ରାମାଞ୍ଚଳ ଲୋକଙ୍କୁ ଉପକୃତ କରୁଛି। ନଦୀନାଳ ଭରା ଅଞ୍ଚଳରେ ଲୋକେ ଏହି ସେତୁ ଦ୍ୱାରା ଅନ୍ୟ ସ୍ଥାନକୁ ସହଜରେ ଯୋଗାଯୋଗ କରି ପାରୁଛନ୍ତି। ହେଲେ ଠିକା କାମ ପରିଚାଳନାରେ ଗ୍ରାମ୍ୟ ନିର୍ମାଣ ବିଭାଗର ବିଫଳତା, ଠିକାଦାରଙ୍କୁ ପାଉଣା ପ୍ରଦାନରେ ବିଳମ୍ବ ଆଦି କାରଣରୁ ପ୍ରକଳ୍ପ ସମ୍ପୂର୍ଣ୍ଣ ହେବାରେ ବାଧକ ସାଜିଛି। ଏହାର ଫାଇଦା ନେଉଛନ୍ତି ସମ୍ପୃକ୍ତ ଠିକାଦାରମାନେ। ଠିକାଦାରମାନେ ବିଳମ୍ବ ହେବା ବାହାନାରେ ବର୍ଦ୍ଧିତ ଦର ଆବେଦନ କରି ଅଧିକ ଲାଭବାନ ହେଉଛନ୍ତି। ଏଥିରେ ଯନ୍ତ୍ରୀ ଓ ଠିକାଦାରଙ୍କ ମଧ୍ୟରେ ସଲାସୁତୁରା ରହିଥିବା ଅଭିଯୋଗ ହେଉଛି। ଯାଜପୁର ଜିଲାରେ ୨୦୧୫ରୁ ଆରମ୍ଭ ହୋଇଥିବା କେଲୁଅ ନଦୀର ଅରାବଳଠାରୁ ରମ୍ଭାପୁର ରାସ୍ତାର ସେତୁ, ୨୦୧୮ରେ ଶଗଡ଼ିଆ ନାଳ ଉପରେ ନରସିଂହପୁର ଠାରୁ ପିପିଲଡିହ, କାଣୀ ନାଳ ଉପରେ ଦତ୍ତପୁରଠାରୁ ଗଣପତିପାଟଣା, ବେଙ୍ଗ ନାଳ ଉପରେ ବରେଇ ନୂଆବିଲଠାରୁ ମିଆପାଟଣା, ବୈତରଣୀ ନଦୀ ଉପରେ ବଲଦାଠାରୁ କୁଟୁରିଆ ରାସ୍ତା ଇତ୍ୟାଦି ସେତୁ ଅଧାପନ୍ତରିଆ ହୋଇ ପଡିଛି। ଏହିକ୍ରମରେ ଜାନୁୟାରୀ ସୁଦ୍ଧା ୫୨, ଫେବୃୟାରୀ ସୁଦ୍ଧା ୬୩, ମାର୍ଚ୍ଚ ସୁଦ୍ଧା ୯୮ ଏବଂ ମାର୍ଚ୍ଚ ପରେ ୪୧ ସେତୁ ସମ୍ପୂର୍ଣ୍ଣ କରିବାକୁ ନିର୍ଦ୍ଦେଶ ହୋଇଛି। ଏଥିରେ ବିଫଳ ହେଲେ ସମ୍ପୃକ୍ତ ଠିକାଦାରଙ୍କଠାରୁ ଆଇନ ଅନୁଯାୟୀ ଜରିମାନା ଆଦାୟ କରାଯିବ ବୋଲି ଚିଫ୍‌ ଇଞ୍ଜିନିୟର ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଦଳିବ ଗ୍ରହଙ୍କ ଚାଲ୍: ବୁଧ-ମଙ୍ଗଳଙ୍କ ଯୋଗରୁ ଖୋଲିଯିବ ୪ଟି ରାଶିର ଭାଗ୍ୟ, ହେବେ ମାଲାମାଲ୍!

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କର ସ୍ଥିତି ଏବଂ ସେମାନଙ୍କ ମଧ୍ୟରେ ସୃଷ୍ଟି ହେଉଥିବା ସମ୍ପର୍କକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମନେକରାଯାଏ। ଦୁଇଟି ଗ୍ରହ ପରସ୍ପରଠାରୁ ଏକ ବିଶେଷ କୋଣରେ ଅବସ୍ଥାନ…

ନବରାତ୍ରୀରେ ଚମକିବ ୩ ରାଶିଙ୍କ ଭାଗ୍ୟ, ମା’ଦୁର୍ଗାଙ୍କ କୃପାରୁ ଧନଲାଭ ଯୋଗ; ଚାକିରିରେ ବଡ଼ ପଦୋନ୍ନତି

ଚଳିତ ବର୍ଷ ଶାରଦୀୟ ନବରାତ୍ରୀ ଅକ୍ଟୋବର ୧୧, ୨୦୨୬ରୁ ଆରମ୍ଭ ହେବ। ଏଥର ମା’ ଦୁର୍ଗା ହାତୀ ଉପରେ ସବାର ହୋଇ ଆସୁଛନ୍ତି। ଜ୍ୟୋତିଷୀୟ ବିଶ୍ୱାସ ଅନୁଯାୟୀ,…

ମୁଖ୍ୟମନ୍ତ୍ରୀ ବିଜୟ ‘ମାମା’ଙ୍କ ସୁନା ମୁଦି କିପରି ନବଜାତ ଶିଶୁଙ୍କ ପାଇଁ ହୋଇପାରେ କ୍ଷତିକାରକ: ଅଭିଭାବକମାନେ ମାନନ୍ତୁ…

ଚେନ୍ନାଇ,୨୯।୯: ତାମିଲନାଡୁର ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟ ସୋମବାର ନିଜର ଏକ ନିର୍ବାଚନୀ ପ୍ରତିଶ୍ରୁତି ପୂରଣ କରିବା ଆରମ୍ଭ କରିଛନ୍ତି। ସେପ୍ଟେମ୍ବର ୨୮ରେ, ସେ ରାଜ୍ୟର ନବଜାତ…

ଏସବୁ ରାଜ୍ୟରେ ବଢିଲା DA! ଅକ୍ଟୋବରରେ ବଢିକି ଆସିବ ଦରମା! ପେନସନଭୋଗୀଙ୍କୁ ବି ଦଶହରା ଭେଟି ଦେଲେ ସରକାର

ନୂଆଦିଲ୍ଲୀ,୨୯।୯: ଯଦି ଆପଣ ଜଣେ ସରକାରୀ କର୍ମଚାରୀ କିମ୍ୱା ଘରେ କୌଣସି ବୟସ୍କ ପେନସନଭୋଗୀ ଅଛନ୍ତି, ତେବେ ଏହି ଖବର ଆପଣଙ୍କ ମୁହଁରେ ଏକ ବଡ଼ ହସ…

୩ ଦିନ ଧରି ଚାଲିଥିବା ଅଙ୍ଗନ କି ଉତ୍ସବ ଉଦଯାପିତ, ଶିଶୁ ତଥା ଅଭିଭାବକଙ୍କୁ ନେଇ ସରିଲା କାର୍ଯ୍ୟକ୍ରମ

ଦାରିଙ୍ଗବାଡି, ୨୯।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସମନ୍ବିତ ଶିଶୁ ଓ ମହିଳା ବିକାଶ କାର୍ଯ୍ୟାଳୟର ସିଡିପିଓ ସାଂରାଣୀ ପଣ୍ଡାଙ୍କ ତତ୍ୱାବଧାନରେ, ଉଭୟ କେନ୍ଦ୍ର…

ରହସ୍ୟମୟ ମନ୍ଦିର: ଯେଉଁଠାରେ ନିଜ ପିଣ୍ଡଦାନ ନିଜେ କରଥାନ୍ତି ଲୋକ!

ଦେଶରେ ଏପରି ଏକ ମନ୍ଦିର ରହିଛି, ଯେଉଁଠାରେ ଜୀବିତ ଲୋକମାନେ ନିଜର ପିଣ୍ଡଦାନ ନିଜେ କରନ୍ତି। ଏହି ମନ୍ଦିରଟି ସମ୍ପୂର୍ଣ୍ଣ ନିଆରା ଏବଂ ଅନନ୍ୟ। ସାଧାରଣତଃ ମୃତ…

ଭାଙ୍ଗିଗଲା ସମସ୍ତ ରେକର୍ଡ; ରାଙ୍କିଙ୍ଗରେ ନୂଆ ଇତିହାସ ରଚିଲେ ଭାରତୀୟ ବୋଲର

ନୂଆଦିଲ୍ଲୀ,୨୯।୯: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର୍‌ ସ୍ପିନର୍‌ ଶ୍ରୀ ଚରଣୀ ଇତିହାସ ସୃଷ୍ଟି କରିଛନ୍ତି। ମଙ୍ଗଳବାର (ସେପ୍ଟେମ୍ବର ୨୯) ପ୍ରକାଶିତ ସର୍ବଶେଷ ଟି-୨୦ ମାନ୍ୟତାରେ, ସେ…

ବ୍ୟବସାୟୀ ଗୁଣ୍ଡା ସାହୁ ଅପହରଣ ମାମଲା: ମୁଖ୍ୟ ଅଭିଯୁକ୍ତ କ୍ଷୀତିଶଙ୍କୁ ପୋଲିସର ମାରାଥନ ଜେରା, ଫିଟିବ ରହସ୍ୟ…

ବଲାଙ୍ଗୀର,୨୯।୯( ସୁନିଲ କୁମାର ମହାନ୍ତି): ବଲାଙ୍ଗୀରର ଜଣାଶୁଣା ବ୍ୟବସାୟୀ ଗୁଣ୍ଡା ଓରଫ ନରେନ୍ଦ୍ର ସାହୁ ଅପହରଣ ଏବଂ ଆକ୍ରମଣ ମାମଲାର ମୁଖ୍ୟ ଅଭିଯୁକ୍ତ କ୍ଷୀତିଶ ଚନ୍ଦ୍ର ସାହୁଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?