୨୫୪ ବିଜୁ ସେତୁ ଅଧାପନ୍ତରିଆ

ଯାଜପୁର ଅଫିସ,୧।୨: ଗ୍ରାମାଞ୍ଚଳ ତଥା ଦୁର୍ଗମ ଅଞ୍ଚଳର ଯୋଗାଯୋଗ ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ୨୦୧୧ ଅକ୍ଟୋବରରୁ ବିଜୁ ସେତୁ ଯୋଜନା କାର୍ଯ୍ୟକାରୀ କରାଯାଇଛି। ଏଥିପାଇଁ ସାଧାରଣ ଲୋକଙ୍କ ଟିକସରୁ ବ୍ୟାପକ ଅର୍ଥ ଆବଣ୍ଟିତ ହେଉଛି। କିନ୍ତୁ ଏହି ଯୋଜନାରେ ଯେଉଁ ପରିମାଣରେ ଜନବସତି ଉପକୃତ ହେବା ପାଇଁ ଲକ୍ଷ୍ୟ ରଖାଯାଉଛି, ତାହା ବିଭାଗୀୟ ସମୀକ୍ଷା ବୈଠକର ନିଷ୍ପତ୍ତିରେ ସୀମିତ ରହୁଛି। ୨୦୨୧ ଜୁଲାଇରେ ଅନୁଷ୍ଠିତ ବିଭାଗୀୟ ସମୀକ୍ଷା ବୈଠକରେ ବ୍ରହ୍ମପୁର, ଭବାନୀପାଟଣା, ଭୁବନେଶ୍ୱର, ବାରିପଦା, ବଲାଙ୍ଗୀର, କଟକ, କେନ୍ଦ୍ରାପଡ଼ା-ଯାଜପୁର, କେନ୍ଦୁଝର, ସମ୍ବଲପୁର, ସୁନାବେଡ଼ା, ସୁନ୍ଦରଗଡ଼, ଅନୁଗୋଳ ଓ ବାଲେଶ୍ୱର ଗ୍ରାମ୍ୟ ନିର୍ମାଣ ସର୍କଲ ଅଧୀନରେ ନିର୍ମାଣାଧୀନ ୩୧୨ ବିଜୁ ସେତୁ ସମ୍ପୂର୍ଣ୍ଣ କରିବାକୁ ନିଷ୍ପତ୍ତି ହୋଇଥିଲା। ହେଲେ ଗତ ଡିସେମ୍ବର ୩୧ ସୁଦ୍ଧା ମାତ୍ର ୫୮ଟି ସେତୁ ନିର୍ମାଣ ସମ୍ପୂର୍ଣ୍ଣ ହୋଇଛି। ଏହି ବିଫଳତା ଉପରେ ଗତ ୧୭ରୁ ୨୧ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ବୈଠକରେ ଗ୍ରାମ୍ୟ ନିର୍ମାଣ ବିଭାଗର ଚିଫ୍‌ ଇଞ୍ଜିନିୟର ଉଦ୍‌ବେଗ ପ୍ରକାଶ କରିବା ସହ ବାକି ରହିଥିବା ୨୫୪ ସେତୁରୁ ମାର୍ଚ୍ଚ ସୁଦ୍ଧା ୨୧୩ ଟି ଏବଂ ମାର୍ଚ୍ଚ ପରେ ବାକି ୪୧ଟି ସେତୁ ସମ୍ପୂର୍ଣ୍ଣ କରିବାକୁ ସମ୍ପୃକ୍ତ ଯନ୍ତ୍ରୀ ଓ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ଠିକାସଂସ୍ଥାଗୁଡିକ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଅଭାବରୁ ଏଭଳି ସ୍ଥିତି ସୃଷ୍ଟି ହୋଇଛି ବୋଲି ବୈଠକରେ ଚିଫ୍‌ ଇଞ୍ଜିନିୟର ପ୍ରକାଶ କରିଛନ୍ତି। ହେଲେ ଏହି ଅଧାପନ୍ତରିଆ ସେତୁଗୁଡିକ ଦ୍ୱାରା ପ୍ରଭାବିତ ଗ୍ରାମାଞ୍ଚଳର ପ୍ରାୟ ୨୦ ଲକ୍ଷ ଲୋକ ଚଳିତ ପଞ୍ଚାୟତ ନିର୍ବାଚନକୁ ପ୍ରଭାବିତ କରିପାରନ୍ତି ବୋଲି ରାଜନୈତିକ ମହଲରେ ମତପ୍ରକାଶ ପାଇଛି।
ବିଜୁ ସେତୁ ଯୋଜନା ଗ୍ରାମାଞ୍ଚଳ ଲୋକଙ୍କୁ ଉପକୃତ କରୁଛି। ନଦୀନାଳ ଭରା ଅଞ୍ଚଳରେ ଲୋକେ ଏହି ସେତୁ ଦ୍ୱାରା ଅନ୍ୟ ସ୍ଥାନକୁ ସହଜରେ ଯୋଗାଯୋଗ କରି ପାରୁଛନ୍ତି। ହେଲେ ଠିକା କାମ ପରିଚାଳନାରେ ଗ୍ରାମ୍ୟ ନିର୍ମାଣ ବିଭାଗର ବିଫଳତା, ଠିକାଦାରଙ୍କୁ ପାଉଣା ପ୍ରଦାନରେ ବିଳମ୍ବ ଆଦି କାରଣରୁ ପ୍ରକଳ୍ପ ସମ୍ପୂର୍ଣ୍ଣ ହେବାରେ ବାଧକ ସାଜିଛି। ଏହାର ଫାଇଦା ନେଉଛନ୍ତି ସମ୍ପୃକ୍ତ ଠିକାଦାରମାନେ। ଠିକାଦାରମାନେ ବିଳମ୍ବ ହେବା ବାହାନାରେ ବର୍ଦ୍ଧିତ ଦର ଆବେଦନ କରି ଅଧିକ ଲାଭବାନ ହେଉଛନ୍ତି। ଏଥିରେ ଯନ୍ତ୍ରୀ ଓ ଠିକାଦାରଙ୍କ ମଧ୍ୟରେ ସଲାସୁତୁରା ରହିଥିବା ଅଭିଯୋଗ ହେଉଛି। ଯାଜପୁର ଜିଲାରେ ୨୦୧୫ରୁ ଆରମ୍ଭ ହୋଇଥିବା କେଲୁଅ ନଦୀର ଅରାବଳଠାରୁ ରମ୍ଭାପୁର ରାସ୍ତାର ସେତୁ, ୨୦୧୮ରେ ଶଗଡ଼ିଆ ନାଳ ଉପରେ ନରସିଂହପୁର ଠାରୁ ପିପିଲଡିହ, କାଣୀ ନାଳ ଉପରେ ଦତ୍ତପୁରଠାରୁ ଗଣପତିପାଟଣା, ବେଙ୍ଗ ନାଳ ଉପରେ ବରେଇ ନୂଆବିଲଠାରୁ ମିଆପାଟଣା, ବୈତରଣୀ ନଦୀ ଉପରେ ବଲଦାଠାରୁ କୁଟୁରିଆ ରାସ୍ତା ଇତ୍ୟାଦି ସେତୁ ଅଧାପନ୍ତରିଆ ହୋଇ ପଡିଛି। ଏହିକ୍ରମରେ ଜାନୁୟାରୀ ସୁଦ୍ଧା ୫୨, ଫେବୃୟାରୀ ସୁଦ୍ଧା ୬୩, ମାର୍ଚ୍ଚ ସୁଦ୍ଧା ୯୮ ଏବଂ ମାର୍ଚ୍ଚ ପରେ ୪୧ ସେତୁ ସମ୍ପୂର୍ଣ୍ଣ କରିବାକୁ ନିର୍ଦ୍ଦେଶ ହୋଇଛି। ଏଥିରେ ବିଫଳ ହେଲେ ସମ୍ପୃକ୍ତ ଠିକାଦାରଙ୍କଠାରୁ ଆଇନ ଅନୁଯାୟୀ ଜରିମାନା ଆଦାୟ କରାଯିବ ବୋଲି ଚିଫ୍‌ ଇଞ୍ଜିନିୟର ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨ ନବାଗତଙ୍କ ସହ ଅଭିଜ୍ଞଙ୍କ ମୁକାବିଲା

ଅନୁଗୋଳ,୨୬।୪(ଅମିତ କୁମାର ସାମଲ):ଆସନ୍ତା ମେ ୨୫ରେ ହେବ ଅନୁଗୋଳ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭୋଟଗ୍ରହଣ। ଏଥର ବିଜେଡି ଅନୁଗୋଳରେ ନୂଆ ରଣନୀତି ଆପଣାଇଛି। ଦଳ ଦୀର୍ଘ...

ସମ୍ବଲପୁର କଂଗ୍ରେସ ଯୁବନେତା ବିଜେଡି ମୁହାଁ

ସମ୍ବଲପୁର,୨୬ା୪(ଭବାନୀ ଶଙ୍କର ଭୋଇ):ରାଜ୍ୟରେ କଂଗ୍ରେସ ଦଳର ଗୋଟିଏ ପରେ ଗୋଟିଏ ନେତା ଦଳ ଛାଡୁଛନ୍ତି। ରାଜ୍ୟ କିମ୍ବା କେନ୍ଦ୍ରୀୟ ନେତୃତ୍ୱ ନିଜର କର୍ମୀମାନଙ୍କ ଭିତରେ ଉତ୍ସାହ...

ବାପାଙ୍କ ବଦଳରେ ଲଢିବେ ଝିଅ: ୨୭ରେ ଘୋଷଣା କରିପାରେ କଂଗ୍ରେସ

କଟକ,୨୬।୪(ଶିଳ୍ପା ପ୍ରିୟଦର୍ଶିନୀ):କଂଗ୍ରେସ ପକ୍ଷରୁ ଆସନ୍ତା ୨୭ ତାରିଖରେ ବାଲିଯାତ୍ରା ଉପର ପଡ଼ିଆରେ ଏକ ବଡ଼ ସଭା ହେବ ଏବଂ ସେଥିରେ ଦଳ ମହମ୍ମଦ ମୋକିମଙ୍କ ବଡ଼...

ନୟାଗଡ଼ ଡବଲ ମର୍ଡର: ଦୋଷୀଙ୍କୁ ଫାଶୀ

ନୟାଗଡ଼,୨୬ା୪(ଲୋକନାଥ ମିଶ୍ର): ନୟାଗଡ଼ ଜିଲାରେ ହୋଇଥିବା ଡବଲ ମର୍ଡର ଘଟଣାରେ ଶୁକ୍ରବାର ଓଡ଼ଗାଁ ଏଡିଜେ କୋର୍ଟ ଦୋଷୀଙ୍କୁ ଫାଶୀ ଦଣ୍ଡାଦେଶ ଦେଇଛନ୍ତି। ଦୋଷୀ ନିରଞ୍ଜନ ମଲ୍ଲିକଙ୍କୁ...

ଦଳ ବିରୋଧୀ କାର୍ଯ୍ୟ କରିବା ପଡ଼ିଲା ମହଙ୍ଗା, ଯୁବ କଂଗ୍ରେସର ୨ ନେତା ପଦରୁ ନିଲମ୍ବିତ

ଭୁବନେଶ୍ୱର,୨୬।୪: ଦଳ ବିରୋଧୀ କାର୍ଯ୍ୟ ପାଇଁ ବଡ଼ କାର୍ଯ୍ୟାନୁଷ୍ଠାନ ନେଲା କଂଗ୍ରେସ। ଯୁବ କଂଗ୍ରେସର ୨ ନେତାଙ୍କୁ ପଦରୁ ନିଲମ୍ବନ କରାଯାଇଛି। ସା. ସମ୍ପାଦକ ପଦରୁ...

୫୫ନଂ. ରାଜପଥ କାର୍ଯ୍ୟ ସମ୍ପୂର୍ଣ୍ଣ ନେଇ ଅନିଶ୍ଚିତତା

ଢେଙ୍କାନାଳ,୨୬ା୪(ରତନ ନାୟାର): କଟକର ମଙ୍ଗୁଳି ଛକରୁ ଢେଙ୍କାନାଳ ଓ ଅନୁଗୋଳ ଜିଲା ଦେଇ ସମ୍ବଲପୁରକୁ ଯାଇଥିବା ୫୫ନଂ. ଜାତୀୟ ରାଜପଥର ଉନ୍ନତୀକରଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବା...

ସୁରେଶ ପୂଜାରୀଙ୍କ ଘର ପରିସରରେ ଡ୍ରୋନ୍‌ ଖସିବା ଘଟଣା: ହେଲା ବଡ଼ ଖୁଲାସା

ଭୁବନେଶ୍ୱର,୨୬।୪: ଏମ୍‌ପି ସୁରେଶ ପୂଜାରୀଙ୍କ ଘର ପରିସରରେ ଖସିପଡିଥିବା ଡ୍ରୋନ୍‌କୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ତାହା ବନ ବିଭାଗର ବୋଲି ଜଣାପଡିଛି। ଏନେଇ...

ଗ୍ରୀଷ୍ମଛୁଟି ସତ୍ତ୍ୱେ ଚାଲିଲା ସ୍କୁଲ

ମଙ୍ଗୁଳି-ଜଗତପୁର,୨୬।୪(ମାନସ ସାମଲ): ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁ ରାଜ୍ୟ ସରକାର ଏପ୍ରିଲ ୨୫ରୁ ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟଗୁଡ଼ିକୁ ଗ୍ରୀଷ୍ମଛୁଟି ଘୋଷଣା କରିଛନ୍ତି। ତେବେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri