ଡିଏନ୍‌ ଗ୍ରୁପ୍‌ର କଳାଧନ ହିସାବ ସରୁନି

ଭୁବନେଶ୍ୱର,୮।୭(ସୂର୍ଯ୍ୟକାନ୍ତ ବେହେରା): ଟିକସ ଫାଙ୍କିବା ଅଭିଯୋଗରେ ରିୟଲ୍‌ ଇଷ୍ଟେଟ୍‌ କମ୍ପାନୀ ଡିଏନ୍‌ ଗ୍ରୁପ୍‌ ଉପରେ ଲଗାତର ତିନିଦିନ ଧରି ଆୟକର ବିଭାଗ ଚଢାଉ ଜାରି ରଖିଛି। ତଦନ୍ତ ଯେତେ ଭିତରକୁ ଯାଉଛି, ସେତେ କଳାଧନ ମିଳୁଥିବା ଜଣାପଡିଛି। ତେବେ ପ୍ରଥମ ଦିନ କର୍ମଚାରୀଙ୍କ ଘରୁ ୩୦ କୋଟି ନଗଦ ଟଙ୍କା ଜବତ ହେବା ଓ ଗୁରୁବାର ଦ୍ୱିତୀୟ ଦିନରେ ଡିଏନ୍‌ ଗ୍ରୁପ୍‌ର ୧୦୫ କୋଟିରୁ ଅଧିକ ଟଙ୍କାର ବ୍ୟବସାୟିକ କାରବାର ଚିଠା ମିଳିବା ପରେ ଆୟକର ଟିମ୍‌ ତଦନ୍ତ ପ୍ରକ୍ରିୟାକୁ ଜୋର୍‌ଦାର କରିଛି। ଶୁକ୍ରବାର ଆୟକର ଅଧିକାରୀମାନେ ଆଇଆର୍‌ସି ଭିଲେଜସ୍ଥିତ ମୁଖ୍ୟ କାର୍ଯ୍ୟାଳୟରେ ପହଞ୍ଚତ୍ ଡିଏନ ଗ୍ରୁପ୍‌ର ଅଧ୍ୟକ୍ଷ ଜଗ୍‌ଦୀଶ ପ୍ରସାଦ ନାୟକ ଓ ସହଯୋଗୀଙ୍କ ସମେତ ଅନ୍ୟମାନଙ୍କୁ ମାରାଥନ ପଚରାଉଚରା କରିଛି। ଏହାସହ ୩୦କୋଟି ଟଙ୍କା ରଖିଥିବା ଡିଏନ୍‌ ଗ୍ରୁପ୍‌ର ଲିଗାଲ ଅଫିସର ଚନ୍ଦ୍ରଶେଖର ପଣ୍ଡାଙ୍କ ବନ୍ଧୁ ନୀରଜ ସିଂଙ୍କୁ ମଧ୍ୟ ଜେରା କରିଥିବା ଜଣାପଡିଛି। ତେବେ ନୀରଜ ସିଂ କିଏ ଓ ଡିଏନ୍‌ ଗ୍ରୁପ୍‌ କାର୍ଯ୍ୟରେ ତାଙ୍କର ଭୂମିକା କ’ଣ ତାକୁ ନେଇ ଅଧିକ ଖୋଳତାଡ ଚାଲିଛି। ପଚରାଉଚରାବେଳେ ଏମାନଙ୍କଠାରୁ ଡିଏନ୍‌ ଗ୍ରୁପ୍‌ ଠୁଳ କରିଥିବା କଳାଧନର ବିଭିନ୍ନ ଉତ୍ସକୁ ଧରିଛନ୍ତି ଆୟକର ଅଧିକାରୀ। ଆଉ କେତେ ବେନାମୀ ସମ୍ପତ୍ତି ଲୁଚାଇଛନ୍ତି, କେତେ ଆୟକର ଫାଙ୍କି ହୋଇଛି ତାହାର ହିସାବ ଖୋଜି ଚାଲିଛନ୍ତି। ଅନ୍ୟପକ୍ଷରେ ଡିଏନ୍‌ ଗ୍ରୁପର ବେଆଇନ ଆର୍ଥିକ କାରବାର କଥା ସାମ୍ନାକୁ ଆସୁଥିବାରୁ କିଛି ନେତା ଓ ପ୍ରଶାସକ ଏଥିରେ ପୁଞ୍ଜିନିବେଶ କରିଥିବା ଅଭିଯୋଗ ଉଠୁଥିବାରୁ ବିଭାଗ ଏ ଦିଗରେ ମଧ୍ୟ ତଦନ୍ତକୁ ଆଗକୁ ନେଇଛି। ରାଜଧାନୀର ଆଖପାଖ ଅଞ୍ଚଳରେ ଡିଏନ୍‌ ଗ୍ରୁପ୍‌କୁ ବେଆଇନ ଭାବେ ସରକାରୀ ଜମି ଦିଆଯାଇଛି ଥିବା କଥା ବି ଉଠୁଛି। ଏଥିରେ ବଡ଼ ଧରଣର ସ୍କାମ ହୋଇଥିବା ଅଭିଯୋଗ ହେଉଛି। ଏହାକୁ ତଦନ୍ତ ପରିସରଭୁକ୍ତ କରିବାକୁ ଦାବି ହେଉଛି। ତେଣୁ ଏତେ ପରିମାଣର ନଗଦ ଅର୍ଥ ଓ ବେନାମୀ ସମ୍ପତ୍ତିର ସୁରାକ ମିଳିବା ପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ତତ୍ପର ହୋଇପଡିଛି। କେଉଁ ମୁହୂର୍ତ୍ତରେ ଇଡି ତଦନ୍ତ ଭାର ହାତକୁ ନେଇ ଚଢାଉ କରିବ ବୋଲି ଚର୍ଚ୍ଚା ଚାଲିଛି।
ସୂଚନା ଅନୁସାରେ, ଡିଏନ୍‌ ଗ୍ରୁପ୍‌ ବିରୋଧରେ ଆୟକର ଫାଙ୍କି ନେଇ ଅଭିଯୋଗ ଆସିଥିଲା। ବୁଧବାର ସକାଳେ ୭ଟି ଟିମ୍‌ ଭୁବନେଶ୍ବର ନୂଆପଲ୍ଲୀସ୍ଥିତ ଅଫିସ, ଘର, କଟକ ସମେତ ୨୦ଟି ସ୍ଥାନରେ ଚଢ଼ାଉ କରିଥିଲା। ୟୁନିଟ-୪ରେ ଥିବା ପୋଷ୍ଟାଲ କଲୋନିରେ ରହୁଥିବା ଡିଏନ୍‌ ଗ୍ରୁପ୍‌ର ଲିଗାଲ ଅଫିସର ଚନ୍ଦ୍ରଶେଖର ପଣ୍ଡାଙ୍କ ଘର ଖଟ ତଳେ ୩ଟି ଟ୍ରଙ୍କ ଓ ଗୋଟିଏ ଆଟାଚିରେ ଥିବା ୩୦କୋଟି ଟଙ୍କା ଜବତ କରାଯାଇଥିଲା। ଏହାପରଠାରୁ ଆୟକର ଟିମ୍‌ ଚଢ଼ାଉ, ଯାଞ୍ଚ ଓ ଜେରା ଚଳାଇଥିବାବେଳେ କଳାଧନର ହିସାବ ସରୁ ନ ଥିବା ଜଣାପଡିଛି। ତେବେ ତଦନ୍ତ ଚାଲିଥିବାରୁ ବିଭାଗ ପକ୍ଷରୁ ଅଧିକ କିଛି ସୂଚନା ଦିଆଯାଇନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ରାତିରେ କାଠଗଦାରେ ଚାଲୁଥିଲା ୧୨ ଫୁଟର କିଂ କୋବ୍ରା: ହଠାତ ପଡିଲା ଲୋକଙ୍କ ନଜରରେ…

ଦିଗପହଣ୍ଡି,୭।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡ଼ି ଗାଁରୁ ୧୨ ଫୁଟ ଲମ୍ବର ଏକ ଅହିରାଜ (କିଙ୍ଗକୋବ୍ରା) ସାପକୁ ବନବିଭାଗ କର୍ମଚାରୀ…

ଜବରଦସ୍ତ Family Pack, କରିବାକୁ ପଡିବନି ଅଲଗା ଅଲଗା ରିଚାର୍ଜ! ଗୋଟିଏ ପ୍ଲାନରେ ସବୁ ଫ୍ରି….

ଆପଣ କ’ଣ ଆପଣଙ୍କ ପରିବାରର ଚାରି ଜଣ ସଦସ୍ୟଙ୍କ ପାଇଁ ପୃଥକ ପୃଥକ ରିଚାର୍ଜ କରୁଛନ୍ତି? ପ୍ରତି ମାସରେ ୧୫୦୦ରୁ ୨୦୦୦ ଟଙ୍କା ଖର୍ଚ୍ଚ କରୁଛନ୍ତି? ପ୍ରତ୍ୟେକ…

ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆକ୍ରମଣ କଲା ଆମେରିକା: ଆକାଶଛୁଆଁ ହେବ କି ପେଟ୍ରୋଲ ଡିଜେଲ…

ତେହରାନ,୭।୪: ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆମେରିକା ଆକ୍ରମଣ କରିଛି। ଏହାରି ମଧ୍ୟରେ କାସନରେ ଏକ ବଡ଼ ରେଲୱେ ବ୍ରିଜକୁ ଉଡ଼ାଇ ଦେଇଛି ଇସ୍ରାଏଲ।…

ପୁଣି ଦୁର୍ଘଟଣା ଘଟାଇଲା ଆମବସ୍‌: ଯାତ୍ରୀଙ୍କ ଉପରେ ଭାଙ୍ଗି ପଡ଼ିଲା କାଚ

ଭୁବନେଶ୍ୱର,୭।୪: ପୁଣି ଦୁର୍ଘଟଣା ଘଟାଇଲା ଆମ ବସ୍‌। ହାଇଓ୍ବାକୁ ପିଟିଲା ପଛରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ। ଏଭଳି ଘଟଣା ଘଟିଛି ବାରଙ୍ଗ ଥାନା ପଦ୍ମନାଭ ନଗର ଛକ…

ହର୍ମୁଜରେ ଘନେଇଲା ପୁଣି ବଡ଼ ବିପଦ, ଭାରତୀୟ ଜାହାଜକୁ…

ନୂଆଦିଳ୍ଲୀ,୭।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନାର ପ୍ରଭାବ ଏବେ ସାମୁଦ୍ରିକ ବାଣିଜ୍ୟରେ ମଧ୍ୟ ଦୃଶ୍ୟମାନ ହେଉଛି। ଅନେକ ଅଞ୍ଚଳରେ, ଜାହାଜ ପାଇଁ ବୀମା ପାଇବା ମହଙ୍ଗା ହୋଇଯାଇଛି। ସମ୍ୱନ୍ଧିତ…

ବେଶି ଦିନ ତିଷ୍ଠିଲାନି ପ୍ରେମ ବିବାହ: ସ୍ତ୍ରୀଙ୍କୁ ହତ୍ୟା କଲା ପରେ ଝୁଲିପଡିଲେ ସ୍ବାମୀ, ଅଞ୍ଚଳରେ ଚାଞ୍ଚଲ୍ୟ…

ଭଞ୍ଜନଗର,୭।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ସରନୂଆଁପଲ୍ଲୀ ଗ୍ରାମରେ ସୋମବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମ ବିବାହ କରିଥିବା ସ୍ତ୍ରୀଙ୍କୁ ହତ୍ୟା…

ଭାଜପାର ମହାଅଭିଯାନ: ନୂତନ ଭାରତ ଗଠନ କରିବାକୁ ପ୍ରୟାସ

ବନ୍ତ,୭।୪(କିଶୋର କୁମାର ସେଠୀ): ଭଦ୍ରକ ଜିଲା ବନ୍ତ ସରସ୍ବତୀ ବିଦ୍ୟାମନ୍ଦିରଠାରେ ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ନୀତି ଆଦର୍ଶକୁ ପାଥେୟ କରି ଭାଜପା ତରଫରୁ ଏକ ପ୍ରଶିକ୍ଷଣ ଶିବିର…

କୁଆପଥର ବର୍ଷାରେ ଭାଙ୍ଗିଲା ହଜାର ହାଜାର ଘର: ତହସିଲ ଅଫିସରେ ଧସେଇ ପଶିବା ସହ ରାସ୍ତାରୋକୋ

ପାଟଣା,୭।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅଞ୍ଚଳରେ ମଙ୍ଗଳବାର ଅପରାହ୍ନରେ ଘର୍ଣ୍ଣିଝଡ଼ ସହ ପ୍ରବଳ କୁଆପଥର ମାଡ ହୋଇଛି। ଫଳରେ ହଜାର ହଜାର ଟାଇଲ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri