ଜମି ସମସ୍ୟାରେ ଅଟକିଛି ଡିଏମ୍‌ଏଫ୍‌ ପ୍ରକଳ୍ପ

ଯାଜପୁର ଅଫିସ,୨।୧୧: ଯାଜପୁର ଜିଲାରେ ୧୭ଟି ଉନ୍ନୟନ ପ୍ରକଳ୍ପ (ପ୍ରତ୍ୟେକର ମୂଲ୍ୟ ୧୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା) ବିଭିନ୍ନ କାରଣରୁ ସମ୍ପୂର୍ଣ୍ଣ ହୋଇପାରୁନାହିଁ। ସେଥିରୁ ଜିଲା ଖଣିଜ ପଦାର୍ଥ ପ୍ରତିଷ୍ଠାନ(ଡିଏମ୍‌ଏଫ୍‌) ପାଣ୍ଠି ଓ ଷ୍ଟେଟ ପ୍ଲାନରୁ ୮ଟି ଲେଖାଏ ଏବଂ ଗ୍ରାମୀଣ ଭିତ୍ତିଭୂମି ବିକାଶ ପାଣ୍ଠି (ଆର୍‌ଆଇଡିଏଫ୍‌)ରୁ ଗୋଟିଏ ପ୍ରକଳ୍ପ ରହିଛି। ବିଶେଷକରି ଜମି ଅଧିଗ୍ରହଣ ସମସ୍ୟାରୁ ଏକାଧିକ ପ୍ରକଳ୍ପ କାର୍ଯ୍ୟ ଅଧାପନ୍ତରିଆ ରହିଥିବା ନିର୍ମାଣ ବିଭାଗ ସଚିବ କ୍ରିଷନ କୁମାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମୀକ୍ଷା ବୈଠକ ବିବରଣୀରୁ ସୂଚନା ମିଳିଛି। ଜିଲା ଡିଏମଏଫ ପାଣ୍ଠିର ଉପଯୁକ୍ତ ବିନିଯୋଗ ପାଇଁ ୭ ଜଣ ସ୍ବତନ୍ତ୍ର ପରାମର୍ଶଦାତାଙ୍କୁ ମାସିକ ୨ ରୁ ୨.୫ ଲକ୍ଷ ଟଙ୍କା ଦରମାରେ ରଖାଯାଇଥିଲେ ହେଁ ପ୍ରକଳ୍ପ କାର୍ଯ୍ୟର ନୈରାଶ୍ୟଜନକ ଅଗ୍ରଗତି ସେମାନଙ୍କ କାର୍ଯ୍ୟଦକ୍ଷତାକୁ ନେଇ ପ୍ରଶ୍ନ ଉଠିଛି।
ଖଣି ଖାଦାନଭରା ଅଞ୍ଚଳର ଲୋକଙ୍କ ଜୀବନ ମାନରେ ଉନ୍ନତି ଆଣିବା ପାଇଁ ମାଇନ୍ସ ଓ ମିନେରାଲ ଡେଭଲପମେଣ୍ଟ ଆଣ୍ଡ ରେଗୁଲେଶନ ଆକ୍ଟ ୧୯୫୭କୁ ୨୦୧୫ରେ ସଂଶୋଧନ କରାଯାଇ ଜିଲାସ୍ତରରେ ଡିଏମ୍‌ଏଫ୍‌ ଗଠିତ ହୋଇଛି। ଯାଜପୁର ଜିଲାରେ ଡିଏମ୍‌ଏଫ୍‌ ଗଠନ ହେବାର ୫ ବର୍ଷ ଅତିକ୍ରାନ୍ତ ହୋଇ ସାରିଛି। କିନ୍ତୁ ଏବେ ବି ଖଣି ଖାଦାନ ଅଞ୍ଚଳର ଶତାଧିକ ଗ୍ରାମକୁ ପକ୍କା ରାସ୍ତା ସଂଯୋଗ ହୋଇପାରିନାହିଁ। ଖଣି ଖାଦାନ ପ୍ରଭାବିତ ଅଞ୍ଚଳର ସର୍ବାଙ୍ଗୀନ ବିକାଶରେ ଡିଏମ୍‌ଏଫ୍‌ ପାଣ୍ଠି ବିନିଯୋଗ କରାଯିବା ବଦଳରେ ଜିଲାର ଅଣ ପ୍ରଭାବିତ ଅଞ୍ଚଳରେ ତାହାକୁ ଖର୍ଚ୍ଚ ହେଉଥିବା ଅଭିଯୋଗ ହେଉଛି। ଏହାବାଦ୍‌ ସ୍ଥାନୀୟ ନିଯୁକ୍ତି ବଦଳରେ ବାହାର ଲୋକଙ୍କୁ ଗୋପନ ଭାବେ ମାସିକ ଲକ୍ଷାଧିକ ଟଙ୍କାରେ ନିୟୋଜିତ କରାଯାଉଛି। ଏମାନଙ୍କ ବାର୍ଷିକ ଦରମା ପାଖାପାଖି ୧ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି। ଏହି ନିଯୁକ୍ତିରେ ବଡଧରଣର କେଳେଙ୍କାରୀ ହେଉଥିବା ସନ୍ଦେହ କରାଯାଇଛି। ଡିଏମ୍‌ଏଫ୍‌ ପାଣ୍ଠିରେ ଯାଜପୁର ଜିଲା ମୁଖ୍ୟ ଚିକିତ୍ସାଳୟ(ଡିଏଚଏଚ) ନିର୍ମାଣ ପାଇଁ ନକ୍ସା ତିଆରି ଚାଲିଛି। ନଭେମ୍ବର ୧୫ ସୁଦ୍ଧା ଠିକାକାର୍ଯ୍ୟ ସମେତ ଅନ୍ୟାନ୍ୟ ପ୍ରାରମ୍ଭିକ କାମ ସମ୍ପୂର୍ଣ୍ଣ ହେବ ବୋଲି ସମ୍ପୃକ୍ତ ଅଧିକାରୀ ଦୃଢୋକ୍ତି ପ୍ରକାଶ କରିଛନ୍ତି। ଏହାବାଦ ଡିଏଚଏଚର ଷ୍ଟାଫ୍‌ କ୍ବାର୍ଟର୍ସ ଓ ଅନ୍ୟାନ୍ୟ ଉନ୍ନୟନ କାର୍ଯ୍ୟ ପାଇଁ ଡିଏମ୍‌ଏଫ୍‌ରୁ ଅନୁଦାନ ମଞ୍ଜୁର ହୋଇଛି। ଏଥିରେ ଜମି ମରାମତି, ବାଲି ଫିଲିଂ ଇତ୍ୟାଦି କାର୍ଯ୍ୟ ପ୍ରାୟ ଶେଷ ହେବାକୁ ବସିଛି। ତାହାକୁ ମେଡିକାଲ କଲେଜ ଭାବେ ବ୍ୟବହାର କରାଯିବାକୁ ପ୍ରସ୍ତାବ ରହିଛି। ଏହାବାଦ୍‌ ଷ୍ଟେଟପ୍ଲାନରେ ଜିଲାପାଳଙ୍କ କାର୍ଯ୍ୟାଳୟର ସଂପ୍ରସାରଣ ଓ ପୁନର୍ଗଠନ, ଏନସି କଲେଜର ଆର୍ଟସ ବ୍ଲକ ଅଡିଟୋରିୟମ ବିଲ୍ଡିଂ, ମୁକ୍ତାକାଶ ରଙ୍ଗମଞ୍ଚ, କଳାମାଟିଆ-ବିଞ୍ଝାରପୁର ରାସ୍ତାର ପାଣ୍ଡୁଆ ନଦୀରେ ଓଭରବ୍ରିଜ, ଚାଟୁମାରି-ବନ୍ଧମୁଣ୍ଡା ରାସ୍ତାର ଖରସୁଆଁ ନଦୀରେ ଓଭରବ୍ରିଜ, ଚାରିଥାକିଆ ଚୋର୍ଦ୍ଦା-ଡୁବୁରୀ ରାସ୍ତାର ଗଣ୍ଡାନାଳାରେ ଓଭରବ୍ରିଜ, ଏନଏଚ-୫୩ର ବଙ୍ଗଳାଛକଠାରୁ ହାତୀବାରୀ ରାସ୍ତାର ସୁଦୃଢ଼ୀକରଣ, ସୁକିନ୍ଦାରୋଡ୍‌ ରେଳଷ୍ଟେଶନ ନିକଟ ମାନଗୋବିନ୍ଦପୁର ଲେଭଲ କ୍ରସିଂରେ ଦ୍ୱିତୀୟ ଫ୍ଲାଏଓଭର, ଡୁବୁରୀ-ଚୋର୍ଦ୍ଦା ରାସ୍ତାକୁ ଛଅଲେନ ନିର୍ମାଣ, ରେଙ୍ଗାଲି ବାମପାର୍ଶ୍ୱ କେନାଲରେ ଡୁବୁରୀ-କାମାକ୍ଷାନଗର ରାସ୍ତା ନିର୍ମାଣ, ଏନ୍‌ଏଚ-୫ ରୁ ଅର୍ଦ୍ଦାଲୁଆ ରାସ୍ତା ଉନ୍ନତୀକରଣ, ଏନ୍‌ଏଚ-୫ରୁ ମହେଶ୍ୱରପୁର ରାସ୍ତା ଉନ୍ନତୀକରଣ, ଯାଜପୁର ବାଇପାସ୍‌ ରାସ୍ତା ନିର୍ମାଣ, ମଙ୍ଗଳପୁର ଠାରୁ ସିଂହପୁର ରାସ୍ତା, ହାଇଲେଭଲ କେନାଲରେ ଚଣ୍ଡିଖୋଲଠାରୁ ନାକପୋଲ ରାସ୍ତା ଏବଂ ଟମକା-ମଙ୍ଗଳପୁର ରାସ୍ତା ନିର୍ମାଣାଧୀନ ରହିଛି। ଏହିସବୁ କାର୍ଯ୍ୟ ପାଇଁ ଡିଏମ୍‌ଏଫ୍‌ ପାଣ୍ଠିରୁ ସ୍ବତନ୍ତ୍ର ଭାବେ ପରାମର୍ଶଦାତା ନିଯୁକ୍ତ ହୋଇଛନ୍ତି। ଚୋର୍ଦ୍ଦା-ଡୁବୁରୀ ରାସ୍ତାରେ ଜମି ଜବରଦଖଲ ଓ ଅଧିଗ୍ରହଣ ସମସ୍ୟା ରହିଛି। ଟମକା-ମଙ୍ଗଳପୁର ରାସ୍ତା ଜଙ୍ଗଲ ଜମି ସମସ୍ୟା ଯୋଗୁ ଅଧାପନ୍ତରିଆ ଅବସ୍ଥାରେ ପଡିରହିଛି। ଏଭଳି ଅନେକ ସମସ୍ୟାର ସମାଧାନ ହୋଇ ପାରୁ ନ ଥିବାରୁ ଡିଏମଏଫ ପାଣ୍ଠିର ଠିକ ବିନିଯୋଗ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତେବେ ନିର୍ମାଣ ବିଭାଗର ସ୍ବତନ୍ତ୍ର ସଚିବ ହେମନ୍ତ କୁମାର ପାଢୀ ସମୀକ୍ଷା ବୈଠକରେ ହୋଇଥିବା ନିଷ୍ପତ୍ତିର ଅଧିକତର କାର୍ଯ୍ୟ କରିବାକୁ ପରାମର୍ଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମେଡିକାଲ ଶୌଚାଳୟରେ କର୍କଟ ରୋଗୀଙ୍କ ଆତ୍ମହତ୍ୟା

କଟକ,୧୬ା୪ (କାର୍ତ୍ତିକ ସାହୁ) ଆଚାର୍ଯ୍ୟ ହରିହରି ସ୍ନାତକୋତ୍ତର କର୍କଟ ରୋଗ ପ୍ରତିଷ୍ଠାନକୁ ଚିକିତ୍ସା ପାଇଁ ଆସିଥିବା ଜଣେ ମହିଳା କର୍କଟ ରୋଗର ଯନ୍ତ୍ରଣା ସହି ନ...

ୟୁପିଏସ୍‌ସିରେ ୨୪ ନଂ ର଼୍ୟାଙ୍କ ରଖିଲେ ବରଗଡ଼ ଡେପୁଟି କଲେକ୍ଟର ପ୍ରଜ୍ଞାନନ୍ଦନ ଗିରି, ୪ର୍ଥ ପ୍ରୟାସରେ ସଫଳ

ବରଗଡ଼,୧୬।୪(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟରେ ଡେପୁଟୀ କଲେକ୍ଟର ଭାବେ କାର୍ଯ୍ୟରତ ପ୍ରଜ୍ଞାନନ୍ଦନ ଗିରି ମଙ୍ଗଳବାର ପ୍ରକାଶ ପାଇଥିବା ସର୍ବଭାରତୀୟ ପ୍ରଶାସନିକ ସେବା (ୟୁପିଏସ୍‌ସି)ରେ ୨୪...

ବିଜେଡିରେ ମିଶିଲେ ଦେବଗଡ଼ର ରାଣୀ ଅରୁନ୍ଧତୀ

ଭୁବନେଶ୍ୱର,୧୬।୪: ବିଜେଡିରେ ମିଶିଲେ ସମ୍ବଲପୁରର ଭାଜପା ଏମପି ନିତେଶ ଗଙ୍ଗଦେବଙ୍କ ପତ୍ନୀ ଅରୁନ୍ଧତୀ କୁମାରୀ ଦେବୀ। ଆଜି ସେ ବିଜେଡିରେ ସାମିଲ ହୋଇଛନ୍ତି । ସେ...

ଓଭରବ୍ରିଜ୍‌ରୁ ବସ୍‌ ଖସି ଦୁର୍ଘଟଣା: ମୃତକଙ୍କୁ ୩୦ ଲକ୍ଷ କ୍ଷତିପୂରଣ ପ୍ରଦାନ ଦାବି

କଟକ,୧୬ା୪ (କାର୍ତ୍ତିକ ସାହୁ) ଯାଜପୁର ଜିଲା ବାରବାଟୀ ନିକଟରେ ସୋମବାର ରାତିରେ ଓଭରବ୍ରିଜରୁ ପ୍ରାୟ ୩୦ ଫୁଟ ତଳକୁ ଯାତ୍ରୀବାହୀ ବସ୍‌ ଖସି ଦୁର୍ଘଟଣା ଘଟିବାକୁ...

ଫୁଲ ଧରିଲେ ବିଜେଡିର ପୂର୍ବତନ ବିଧାୟକ ବେଦବ୍ୟାସ ନାୟକ

କେନ୍ଦୁଝର,୧୬।୪(ନରେଶ ଚନ୍ଦ୍ର ପଟ୍ଟନାୟକ) ପୂର୍ବତନ ବିଜେଡି ବିଧାୟକ ବେଦବ୍ୟାସ ନାୟକ ଆଜି ଶଙ୍ଖ ଛାଡ଼ି ଫୁଲ ଧରିଛନ୍ତି। ଭୁବନେଶ୍ୱରରେ ଏକ ମିଶ୍ରଣ କାର୍ଯ୍ୟକ୍ରମରେ ସେ ତାଙ୍କ...

ବଜ୍ରପାତରେ ୩ ମୃତ

କେନ୍ଦ୍ରାପଡ଼ା,୧୬।୪: କେନ୍ଦ୍ରାପଡ଼ାରେ କାଳବୈଶାଖୀ ବର୍ଷା ସାଙ୍ଗକୁ ଜୋରରେ ପବନ ହୋଇଛି। ତେବେ ବଜ୍ରପାତରେ ୩ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ପାଟକୁରା କୁଦାନଗରୀ ବଙ୍ଗାରିରେ ଜଣେ, କୁଣ୍ଡିଲୋରେ...

ମା’ ଧାମୁରାଇଙ୍କୁ ପୂଜା କରି ପ୍ରଚାର ଆରମ୍ଭ କଲେ କଂଗ୍ରେସ ପ୍ରାର୍ଥୀ

ଚାନ୍ଦବାଲି,୧୬।୪(କିଷାନ ପାତ୍ର)- ଭଦ୍ରକ ଜିଲା ଚାନ୍ଦବାଲି ନିର୍ବାଚନୀ ମଣ୍ଡଳୀ କଂଗ୍ରେସ କଂଗ୍ରେସ ପ୍ରାର୍ଥୀ ଅମୀୟ ମହାପାତ୍ର ମଙ୍ଗଳବାର ଧାମରାଠାରେ ମା’ଧାମୁରାଇଙ୍କ ଦର୍ଶନ କରି ପ୍ରଚାର ଆରମ୍ଭ...

ଶୁଣାଣି ଚାଲିଥିବା ବେଳେ କୋର୍ଟ ଛାତରୁ ଡେଇଁ ପଡ଼ିଲେ ଅଭିଯୁକ୍ତ

ଝାରସୁଗୁଡ଼ା,୧୬।୪: ଝାରସୁଗୁଡ଼ା ଜିଲା ଦୌରାଜଜଙ୍କ ଅଦାଲତର ଦ୍ୱିତୀୟ ମହଲାରୁ ମଙ୍ଗଳବାର ଜଣେ ଅଭିଯୁକ୍ତ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଅଭିଯୁକ୍ତ ଜଣକ ହେଲେ ବେଲପାହାଡ଼ ଥାନା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri