ଜମି ସମସ୍ୟାରେ ଅଟକିଛି ଡିଏମ୍‌ଏଫ୍‌ ପ୍ରକଳ୍ପ

ଯାଜପୁର ଅଫିସ,୨।୧୧: ଯାଜପୁର ଜିଲାରେ ୧୭ଟି ଉନ୍ନୟନ ପ୍ରକଳ୍ପ (ପ୍ରତ୍ୟେକର ମୂଲ୍ୟ ୧୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା) ବିଭିନ୍ନ କାରଣରୁ ସମ୍ପୂର୍ଣ୍ଣ ହୋଇପାରୁନାହିଁ। ସେଥିରୁ ଜିଲା ଖଣିଜ ପଦାର୍ଥ ପ୍ରତିଷ୍ଠାନ(ଡିଏମ୍‌ଏଫ୍‌) ପାଣ୍ଠି ଓ ଷ୍ଟେଟ ପ୍ଲାନରୁ ୮ଟି ଲେଖାଏ ଏବଂ ଗ୍ରାମୀଣ ଭିତ୍ତିଭୂମି ବିକାଶ ପାଣ୍ଠି (ଆର୍‌ଆଇଡିଏଫ୍‌)ରୁ ଗୋଟିଏ ପ୍ରକଳ୍ପ ରହିଛି। ବିଶେଷକରି ଜମି ଅଧିଗ୍ରହଣ ସମସ୍ୟାରୁ ଏକାଧିକ ପ୍ରକଳ୍ପ କାର୍ଯ୍ୟ ଅଧାପନ୍ତରିଆ ରହିଥିବା ନିର୍ମାଣ ବିଭାଗ ସଚିବ କ୍ରିଷନ କୁମାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମୀକ୍ଷା ବୈଠକ ବିବରଣୀରୁ ସୂଚନା ମିଳିଛି। ଜିଲା ଡିଏମଏଫ ପାଣ୍ଠିର ଉପଯୁକ୍ତ ବିନିଯୋଗ ପାଇଁ ୭ ଜଣ ସ୍ବତନ୍ତ୍ର ପରାମର୍ଶଦାତାଙ୍କୁ ମାସିକ ୨ ରୁ ୨.୫ ଲକ୍ଷ ଟଙ୍କା ଦରମାରେ ରଖାଯାଇଥିଲେ ହେଁ ପ୍ରକଳ୍ପ କାର୍ଯ୍ୟର ନୈରାଶ୍ୟଜନକ ଅଗ୍ରଗତି ସେମାନଙ୍କ କାର୍ଯ୍ୟଦକ୍ଷତାକୁ ନେଇ ପ୍ରଶ୍ନ ଉଠିଛି।
ଖଣି ଖାଦାନଭରା ଅଞ୍ଚଳର ଲୋକଙ୍କ ଜୀବନ ମାନରେ ଉନ୍ନତି ଆଣିବା ପାଇଁ ମାଇନ୍ସ ଓ ମିନେରାଲ ଡେଭଲପମେଣ୍ଟ ଆଣ୍ଡ ରେଗୁଲେଶନ ଆକ୍ଟ ୧୯୫୭କୁ ୨୦୧୫ରେ ସଂଶୋଧନ କରାଯାଇ ଜିଲାସ୍ତରରେ ଡିଏମ୍‌ଏଫ୍‌ ଗଠିତ ହୋଇଛି। ଯାଜପୁର ଜିଲାରେ ଡିଏମ୍‌ଏଫ୍‌ ଗଠନ ହେବାର ୫ ବର୍ଷ ଅତିକ୍ରାନ୍ତ ହୋଇ ସାରିଛି। କିନ୍ତୁ ଏବେ ବି ଖଣି ଖାଦାନ ଅଞ୍ଚଳର ଶତାଧିକ ଗ୍ରାମକୁ ପକ୍କା ରାସ୍ତା ସଂଯୋଗ ହୋଇପାରିନାହିଁ। ଖଣି ଖାଦାନ ପ୍ରଭାବିତ ଅଞ୍ଚଳର ସର୍ବାଙ୍ଗୀନ ବିକାଶରେ ଡିଏମ୍‌ଏଫ୍‌ ପାଣ୍ଠି ବିନିଯୋଗ କରାଯିବା ବଦଳରେ ଜିଲାର ଅଣ ପ୍ରଭାବିତ ଅଞ୍ଚଳରେ ତାହାକୁ ଖର୍ଚ୍ଚ ହେଉଥିବା ଅଭିଯୋଗ ହେଉଛି। ଏହାବାଦ୍‌ ସ୍ଥାନୀୟ ନିଯୁକ୍ତି ବଦଳରେ ବାହାର ଲୋକଙ୍କୁ ଗୋପନ ଭାବେ ମାସିକ ଲକ୍ଷାଧିକ ଟଙ୍କାରେ ନିୟୋଜିତ କରାଯାଉଛି। ଏମାନଙ୍କ ବାର୍ଷିକ ଦରମା ପାଖାପାଖି ୧ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି। ଏହି ନିଯୁକ୍ତିରେ ବଡଧରଣର କେଳେଙ୍କାରୀ ହେଉଥିବା ସନ୍ଦେହ କରାଯାଇଛି। ଡିଏମ୍‌ଏଫ୍‌ ପାଣ୍ଠିରେ ଯାଜପୁର ଜିଲା ମୁଖ୍ୟ ଚିକିତ୍ସାଳୟ(ଡିଏଚଏଚ) ନିର୍ମାଣ ପାଇଁ ନକ୍ସା ତିଆରି ଚାଲିଛି। ନଭେମ୍ବର ୧୫ ସୁଦ୍ଧା ଠିକାକାର୍ଯ୍ୟ ସମେତ ଅନ୍ୟାନ୍ୟ ପ୍ରାରମ୍ଭିକ କାମ ସମ୍ପୂର୍ଣ୍ଣ ହେବ ବୋଲି ସମ୍ପୃକ୍ତ ଅଧିକାରୀ ଦୃଢୋକ୍ତି ପ୍ରକାଶ କରିଛନ୍ତି। ଏହାବାଦ ଡିଏଚଏଚର ଷ୍ଟାଫ୍‌ କ୍ବାର୍ଟର୍ସ ଓ ଅନ୍ୟାନ୍ୟ ଉନ୍ନୟନ କାର୍ଯ୍ୟ ପାଇଁ ଡିଏମ୍‌ଏଫ୍‌ରୁ ଅନୁଦାନ ମଞ୍ଜୁର ହୋଇଛି। ଏଥିରେ ଜମି ମରାମତି, ବାଲି ଫିଲିଂ ଇତ୍ୟାଦି କାର୍ଯ୍ୟ ପ୍ରାୟ ଶେଷ ହେବାକୁ ବସିଛି। ତାହାକୁ ମେଡିକାଲ କଲେଜ ଭାବେ ବ୍ୟବହାର କରାଯିବାକୁ ପ୍ରସ୍ତାବ ରହିଛି। ଏହାବାଦ୍‌ ଷ୍ଟେଟପ୍ଲାନରେ ଜିଲାପାଳଙ୍କ କାର୍ଯ୍ୟାଳୟର ସଂପ୍ରସାରଣ ଓ ପୁନର୍ଗଠନ, ଏନସି କଲେଜର ଆର୍ଟସ ବ୍ଲକ ଅଡିଟୋରିୟମ ବିଲ୍ଡିଂ, ମୁକ୍ତାକାଶ ରଙ୍ଗମଞ୍ଚ, କଳାମାଟିଆ-ବିଞ୍ଝାରପୁର ରାସ୍ତାର ପାଣ୍ଡୁଆ ନଦୀରେ ଓଭରବ୍ରିଜ, ଚାଟୁମାରି-ବନ୍ଧମୁଣ୍ଡା ରାସ୍ତାର ଖରସୁଆଁ ନଦୀରେ ଓଭରବ୍ରିଜ, ଚାରିଥାକିଆ ଚୋର୍ଦ୍ଦା-ଡୁବୁରୀ ରାସ୍ତାର ଗଣ୍ଡାନାଳାରେ ଓଭରବ୍ରିଜ, ଏନଏଚ-୫୩ର ବଙ୍ଗଳାଛକଠାରୁ ହାତୀବାରୀ ରାସ୍ତାର ସୁଦୃଢ଼ୀକରଣ, ସୁକିନ୍ଦାରୋଡ୍‌ ରେଳଷ୍ଟେଶନ ନିକଟ ମାନଗୋବିନ୍ଦପୁର ଲେଭଲ କ୍ରସିଂରେ ଦ୍ୱିତୀୟ ଫ୍ଲାଏଓଭର, ଡୁବୁରୀ-ଚୋର୍ଦ୍ଦା ରାସ୍ତାକୁ ଛଅଲେନ ନିର୍ମାଣ, ରେଙ୍ଗାଲି ବାମପାର୍ଶ୍ୱ କେନାଲରେ ଡୁବୁରୀ-କାମାକ୍ଷାନଗର ରାସ୍ତା ନିର୍ମାଣ, ଏନ୍‌ଏଚ-୫ ରୁ ଅର୍ଦ୍ଦାଲୁଆ ରାସ୍ତା ଉନ୍ନତୀକରଣ, ଏନ୍‌ଏଚ-୫ରୁ ମହେଶ୍ୱରପୁର ରାସ୍ତା ଉନ୍ନତୀକରଣ, ଯାଜପୁର ବାଇପାସ୍‌ ରାସ୍ତା ନିର୍ମାଣ, ମଙ୍ଗଳପୁର ଠାରୁ ସିଂହପୁର ରାସ୍ତା, ହାଇଲେଭଲ କେନାଲରେ ଚଣ୍ଡିଖୋଲଠାରୁ ନାକପୋଲ ରାସ୍ତା ଏବଂ ଟମକା-ମଙ୍ଗଳପୁର ରାସ୍ତା ନିର୍ମାଣାଧୀନ ରହିଛି। ଏହିସବୁ କାର୍ଯ୍ୟ ପାଇଁ ଡିଏମ୍‌ଏଫ୍‌ ପାଣ୍ଠିରୁ ସ୍ବତନ୍ତ୍ର ଭାବେ ପରାମର୍ଶଦାତା ନିଯୁକ୍ତ ହୋଇଛନ୍ତି। ଚୋର୍ଦ୍ଦା-ଡୁବୁରୀ ରାସ୍ତାରେ ଜମି ଜବରଦଖଲ ଓ ଅଧିଗ୍ରହଣ ସମସ୍ୟା ରହିଛି। ଟମକା-ମଙ୍ଗଳପୁର ରାସ୍ତା ଜଙ୍ଗଲ ଜମି ସମସ୍ୟା ଯୋଗୁ ଅଧାପନ୍ତରିଆ ଅବସ୍ଥାରେ ପଡିରହିଛି। ଏଭଳି ଅନେକ ସମସ୍ୟାର ସମାଧାନ ହୋଇ ପାରୁ ନ ଥିବାରୁ ଡିଏମଏଫ ପାଣ୍ଠିର ଠିକ ବିନିଯୋଗ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତେବେ ନିର୍ମାଣ ବିଭାଗର ସ୍ବତନ୍ତ୍ର ସଚିବ ହେମନ୍ତ କୁମାର ପାଢୀ ସମୀକ୍ଷା ବୈଠକରେ ହୋଇଥିବା ନିଷ୍ପତ୍ତିର ଅଧିକତର କାର୍ଯ୍ୟ କରିବାକୁ ପରାମର୍ଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ରନ୍ଧନ ଗ୍ୟାସ ସିଲିଣ୍ଡର ପିଛା ନେଉଥିଲେ ୩୦୦୦ ଟଙ୍କା, ଯୋଗାଣ ବିଭାଗର ଚଢ଼ାଉ, ଜବତ ହେଲା ୪୧…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର):  ଗଞ୍ଜାମ ଜିଲାରେ ରନ୍ଧନ ଗ୍ୟାସର କୃତ୍ରିମ ଅଭାବ ସୃଷ୍ଟି କରି ଚଢ଼ା ଦରରେ ବିକ୍ରି କରୁଥିବା ଅଭିଯୋଗରେ ଯୋଗାଣ ବିଭାଗ…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri