Posted inଖେଳ

ଓ୍ବେଷ୍ଟର୍ନ ଆଣ୍ଡ ସଦର୍ନ ଓପନ୍‌ : ଜୋକୋଭିଚ୍‌ ଜିତିଲେ ୩୫ତମ ମାର୍ଷ୍ଟସ ଟାଇଟଲ

ନ୍ୟୁୟର୍କ,୩୧।୮(ଏପି): ଅଭିଜ୍ଞ ସର୍ବୀୟ ଟେନିସ ତାରକା ନୋଭାକ ଜୋକୋଭିଚ ଶନିବାର ଆଉ ଏକ ଐତିହାସିକ ସଫଳତା ହାସଲ କରିଛନ୍ତି। ଏଠାରେ ଖେଳାଯାଇଥିବା ଏଟିପି ଓ୍ବେଷ୍ଟର୍ନ ଓ ସଦର୍ନ ଓପନ୍‌ରେ ସେ ଟାଇଟଲ ହାସଲ କରିଛନ୍ତି। ଫାଇାନାଲ ମୁକାବିଲାରେ ସେ କାନାଡ଼ାର ମିଲୋସ ରାଓନିକଙ୍କୁ ୧-୬, ୬-୩, ୬-୪ ସେଟ୍‌ରେ ପରାସ୍ତ କରି ଚାମ୍ପିୟନ ହୋଇଛନ୍ତି। ୩୩ ବର୍ଷୀୟ ଜୋକୋଭିଚ୍‌ କ୍ୟାରିୟରର ୮୦ତମ ଟାଇଟଲ ହାସଲ କରିଛନ୍ତି। ଏଥିସହିତ ସେ ୩୫ତମ ଏଟିପି ମାଷ୍ଟର୍ସ ଟାଇଟଲ ଜିତି ସ୍ପେନ୍‌ର ରାଫାଲ ନାଡ଼ାଲଙ୍କ ସର୍ବକାଳୀନ ରେକର୍ଡର ସମକକ୍ଷ ହୋଇଛନ୍ତି। ଆଉ ମାତ୍ର ୨ ଦିନ ପରେ ସେ ୟୁଏସ୍‌ ଓପନ୍‌ ମ୍ୟାଚ୍‌ ଖେଳିବାକୁ ଯାଉଥିବା ବେଳେ ସେ ତାଙ୍କ ପ୍ରସ୍ତୁତି ଜୋରଦାର କରିଛନ୍ତି। ଏହି ଟାଇଟଲ ମୋ ପାଇଁ ବେଶ୍‌ ଗୁରୁତ୍ୱ ବହନ କରୁଛି। ଏହି ଟୁର୍ନାମେଣ୍ଟ ଖେଳିବା ମଧ୍ୟ ମୋ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ୍‌ ଥିଲା ବୋଲି ସେ କହିଛନ୍ତି। ଚଳିତ ବର୍ଷ ସେ ଅପରଜେୟ ରହିଛନ୍ତି। ଏହା ମଧ୍ୟ ଏକ ବଡ଼ କଥା। ଜୋକୋଭିଚ୍‌ ପୂର୍ବରୁ ୨୦୧୮ରେ ଓ୍ବେଷ୍ଟର୍ନ ଓ ସଦର୍ନ ଓପନ୍‌ ଟାଇଟଲ ଜିତିଥିଲେ। ୨୦୨୦ରେ ସେ କ୍ରମାଗତ ୨୩ତମ ବିଜୟ ହାସଲ କରିଛନ୍ତି।
ମହିଳା ବିଭାଗରେ ଆଜାରେଙ୍କା ଚାମ୍ପିୟନ
ଓ୍ବେଷ୍ଟର୍ନ ଆଣ୍ଡ ସଦର୍ନ ଓପନ୍‌ର ମହିଳା ବିଭାଗ ଟୁର୍ନାମେଣ୍ଟରେ ବେଲାରୁଷର ଭିକ୍ଟୋରିଆ ଆଜାରେଙ୍କା ଟାଇଟଲ ଜିତିଛନ୍ତି। ହାମ୍‌ଷ୍ଟ୍ରିଙ୍ଗ୍‌ ଇଞ୍ଜୁରି କାରଣରୁ ଫାଇନାଲରୁ ଜାପାନର ନାଓମି ଓସାକା ଓହରିବା ଫଳରେ ଆଜାରେଙ୍କା ବାଜି ମାରିଛନ୍ତି। ଏଥି ସହିତ ଆଜାରେଙ୍କା କ୍ୟାରିୟରର ୨୧ତମ ଡବ୍ଲ୍ୟୁଟିଏ ଟୁର ଟାଇଟଲ ହାସଲ କରିଛନ୍ତି। ଫାଇନାଲ ମ୍ୟାଚ୍‌ରୁ ଓହରିଯାଉଥିବାରୁ ଓସାକା ନିଜ ପ୍ରଶଂସକଙ୍କୁ କ୍ଷମା ମାଗିଛନ୍ତି। ସେମିଫାଇନାଲ ମ୍ୟାଚ୍‌ ଖେଳିବା ଅବରସରେ ସେ ଆଘାତ ପାଇଥିଲେ ବୋଲି କହିଛନ୍ତି। ଇଞ୍ଜୁରି କାରଣରୁ ଓସାକା ଫାଇନାଲରୁ ଓହରିବା ମଧ୍ୟ ଦୁର୍ଭାଗ୍ୟଜନକ ବୋଲି ଆଜାରେଙ୍କା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟିମ୍‌ ଇଣ୍ଡିଆକୁ ଫେରିବେ ରିଙ୍କୁ ସିଂ, ପିତାଙ୍କୁ ହରାଇଥିବା ସତ୍ତ୍ୱେ ଦେଶ ପାଇଁ ନେଲେ ବଡ଼ ନିଷ୍ପତ୍ତି 

ନୂଆଦିଲ୍ଲୀ,୨୭।୨: ଭାରତୀୟ କ୍ରିକେଟର ଯୁବ ତାରକା ରିଙ୍କୁ ସିଂ ବର୍ତ୍ତମାନ ନିଜ ଜୀବନର ସବୁଠାରୁ କଷ୍ଟକର ସମୟ ଦେଇ ଗତି କରୁଛନ୍ତି। ଟି-୨୦ ବିଶ୍ୱକପ ୨୦୨୬ ଅଭିଯାନ…

IPL ୨୦୨୬: ୩୦ ଦିନ ପୂର୍ବରୁ ବଦଳିଲା କାର୍ଯ୍ୟସୂଚୀ, ଏବେ ଏହି ତାରିଖରୁ ଆରମ୍ଭ ହେବ ୧୯ତମ ସିଜନ୍‌

ନୂଆଦିଲ୍ଲୀ,୨୭।୨: ଆଇସିସି ଟି-୨୦ ବିଶ୍ୱକପ୍‌ ୨୦୨୬ର ଉତ୍ସାହ ମଧ୍ୟରେ କ୍ରିକେଟ ପ୍ରେମୀଙ୍କ ପାଇଁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ବିଶ୍ୱକପ୍‌ ଶେଷ ହେବାର ମାତ୍ର କିଛି…

ମହିଳା ଆଥଲେଟ୍‌ଙ୍କ ହେବ ଏସ୍‌ଆରଓ୍ବାଇ ଜେନେ ଟେଷ୍ଟ, ଜାଣନ୍ତୁ…

ନୂଆଦିଲ୍ଲୀ,୨୭ା୨: ଜାତୀୟସ୍ତର ମହିଳା ପ୍ରତିଯୋଗିତାଗୁଡ଼ିକରେ ଯେପରି କେବଳ ବାୟୋଲଜିକାଲ ମହିଳାମାନେ ଅଂଶଗ୍ରହଣ କରିପାରିବେ ତାହାକୁ ନଜରରେ ରଖି ଆଥଲେଟିକ୍‌ ଫେଡେରେଶନ ଅଫ୍‌ ଇଣ୍ଡିଆ (ଏଏଫ୍‌ଆଇ) ପକ୍ଷରୁ ଚଳିତବର୍ଷ…

ସ୍ବଦେଶ ଫେରିଗଲେ ନ୍ୟୁଜିଲାଣ୍ଡର ଏହି ପେସ୍‌ ବୋଲର, ଜାଣନ୍ତୁ…

କଲମ୍ବୋ,୨୭ା୨: ନ୍ୟୁଜିଲାଣ୍ଡ ପେସ୍‌ ବୋଲର ମ୍ୟାଟ୍‌ ହେନ୍‌ରୀଙ୍କୁ ପୈତୃକ ଛୁଟି ମିଳିଛି। ତାଙ୍କ ସ୍ତ୍ରୀ ଦ୍ୱିତୀୟ ସନ୍ତାନର ଜଜନୀ ହେବାକୁ ଯାଉଥିବାରୁ ଇଂଲଣ୍ଡ ବିପକ୍ଷ ଟି୨୦ ବିଶ୍ୱକପ୍‌…

ସେମିଫାଇନାଲରେ କେଉଁ ଦଳ ସହିତ ମୁକାବିଲା କରିବ ଭାରତ? ସମ୍ପୂର୍ଣ୍ଣ ସମୀକରଣ ଜାଣନ୍ତୁ…

ନୂଆଦିଲ୍ଲୀ,୨୭।୨: ଭାରତୀୟ ଦଳ ମାର୍ଚ୍ଚ ୧ ତାରିଖରେ ଜିମ୍ବାୱେ ବିପକ୍ଷରେ ଟି-୨୦ ବିଶ୍ୱକପ ୨୦୨୬ ସୁପର ୮ରେ ତାର ଶେଷ ମ୍ୟାଚ ଖେଳିବ। ଯଦି ଭାରତୀୟ ଦଳ…

ବାପାଙ୍କ ମୃତ୍ୟୁ ପରେ ରିଙ୍କୁ ସିଂ ପରବର୍ତ୍ତୀ ମ୍ୟାଚ ଖେଳିବେ ନା ନାହିଁ? BCCI ଦେଲା ବଡ଼ ସୂଚନା

ନୂଆଦିଲ୍ଲୀ,୨୭।୨: ଟିମ ଇଣ୍ଡିଆର ଷ୍ଟାର ଖେଳାଳି ରିଙ୍କୁ ସିଂଙ୍କ ପିତା ଖାନଚାନ୍ଦ ସିଂଙ୍କ ପରଲୋକ ହୋଇଯାଇଛି। ସେ ଦୀର୍ଘ ଦିନ ଧରି କର୍କଟ ରୋଗରେ ପୀଡିତ ଥିଲେ।…

ଜିମ୍ବାଓ୍ବେ ବିପକ୍ଷର ବିଜୟ ପଡିଲା ଫିକା? ଟିମ ଇଣ୍ଡିଆର ଏହି ଖେଳାଳିଙ୍କୁ ମିଳିଲା ବଡ଼ ଚେତାବନୀ

ନୂଆଦିଲ୍ଲୀ,୨୭।୨: ICC T20 ବିଶ୍ୱକପ ୨୦୨୬ର ସୁପର ୮ ମ୍ୟାଚରେ ଭାରତ ଜିମ୍ବାୱେକୁ ୭୨ ରନରେ ପରାସ୍ତ କରି ସେମିଫାଇନାଲରେ ପହଞ୍ଚିବାର ଆଶାକୁ ପୁନର୍ଜୀବିତ କରିଛି। ଏହି…

ଜିମ୍ବାୱେ ବିପକ୍ଷରେ ଟିମ୍‌ ଇଣ୍ଡିଆର ବିଶ୍ୱ ରେକର୍ଡ, ଜାଣନ୍ତୁ କ’ଣ

ନୂଆଦିଲ୍ଲୀ,୨୭।୨: ଜିମ୍ବାୱେ ବିପକ୍ଷ ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆ ଏକ ଚମତ୍କାର ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଟିମ୍‌ ଇଣ୍ଡିଆ ICC T20 ବିଶ୍ୱକପ 2026ର ଦ୍ୱିତୀୟ ସୁପର-୮ମ୍ୟାଚରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri