ମୁଣ୍ଡ ଗୁଞ୍ଜିବାକୁ ଠିକଣା ଖୋଜା

ଯାଜପୁର ଅଫିସ/ବରୀ,୩୧।୮ (ଡି.ଏନ.ଏ.): ଯାଜପୁର ଜିଲା ଦେଇ ପ୍ରବାହିତ ବ୍ରାହ୍ମଣୀ ଓ ବୈତରଣୀ ନଦୀର ଜଳପତ୍ତନ ହ୍ରାସ ହେବା ପରେ ବନ୍ୟା ପରିସ୍ଥିତି ନିୟନ୍ତ୍ରଣାଧୀନ ହୋଇଛି। ତେବେ ପ୍ରଳୟଙ୍କରୀ ବନ୍ୟା ଯୋଗୁ ଜିଲାରେ ସୃଷ୍ଟି ହୋଇଥିବା ୩୦ ଘାଇ ଦ୍ୱାରା ନିର୍ଗତ ବନ୍ୟାପାଣି ଲୋକଙ୍କ ଜୀବନଜୀବିକାକୁ ଦୁର୍ବିଷହ କରିଛି। ଜିଲାର ୧୦ ବ୍ଲକର ୧୪୩ ପଞ୍ଚାୟତର ୬୧୨ ଗ୍ରାମର ୭ ଲକ୍ଷ ୮୮ ହଜାର ୫୨୦ ଲୋକ ପ୍ରଭାବିତ ହୋଇଛନ୍ତି। ଏଥିରୁ ଅଧିକାଂଶ ବାସହରା ହୋଇ ପଡୋଶୀ, ବନ୍ଧୁବାନ୍ଧବଙ୍କ ଘରେ ଆଶ୍ରୟ ନେଇଛନ୍ତି। ଆହୁରି ଅନେକ ଲୋକ ମୁଣ୍ଡ ଗୁଞ୍ଜିବାକୁ ଠିକଣା ଖୋଜିବାରେ ଲାଗିଛନ୍ତି। ଏହାସହିତ ଆସବାବପତ୍ର ଓ ଅନ୍ୟାନ୍ୟ ସାମଗ୍ରୀକୁ ମାଟିକାଦୁଅରୁ ଉଦ୍ଧାର କରିବାରେ ଲାଗିଛନ୍ତି। ବିଶେଷକରି ମାଟିଘରକୁ ସଜାଡ଼ିବାକୁ ଚେଷ୍ଟିତ ଲୋକଙ୍କ ଦୁର୍ଦ୍ଦଶା ବଢ଼ିଯାଇଛି। ଯେଉଁ ଘର ବନ୍ୟା ପାଣିରେ ଭିଜି ରହିଛି ତାହା ଯେକୌଣସି ମୁହୂର୍ତ୍ତରେ ଭୁଶୁଡ଼ିପଡ଼ିବା ଆଶଙ୍କା ରହିଛି। ଏଭଳିସ୍ଥିତିରେ ଘର ସାମଗ୍ରୀ ସହିତ ପିଲାଛୁଆଙ୍କୁ ନେଇ କେଉଁଠି ରହିବେ ସେହି ଚିନ୍ତା ସେମାନଙ୍କୁ ଘାରୁଛି। ସେହିପରି ନିଜ କଷ୍ଟ ଉପାର୍ଜିତ ଖାଦ୍ୟ ସାମଗ୍ରୀ ବନ୍ୟାଜଳରେ ନଷ୍ଟ ହୋଇଯାଇଛି। ସ୍ବଳ୍ପବୃଷ୍ଟିପାତରେ ଯାହା କିଛି ଚାଷ କାମ ଆଗେଇ ଥିଲା ତାହା ଜଳମଗ୍ନ ହୋଇଛି। ତେଣୁ ଆଶ୍ରୟ ସାଙ୍ଗକୁ ଖାଦ୍ୟ ଓ ଜୀବିକା କଥା ଭାବି ବିପନ୍ନମାନେ ଭାଙ୍ଗି ପଡିଛନ୍ତି।
ଦୁର୍ବଳ ନଦୀବନ୍ଧ ନିର୍ମାଣ ଓ ମରାମତି ଯୋଗୁ ବୈତରଣୀ ଓ ବ୍ରାହ୍ମଣୀ ନଦୀ ଏବଂ ଏହାର ଶାଖା ନଦୀଗୁଡ଼ିକ ଦ୍ୱାରା ୩୦ ଘାଇ ସୃଷ୍ଟି ହୋଇ ଆଖପାଖ ଅଞ୍ଚଳକୁ ବୁଡ଼ାଇଛି। ଏଥିରେ ପ୍ରାୟ ୬୪,୨୩୨ ହେକ୍ଟର ଚାଷଜମି କ୍ଷତିଗ୍ରସ୍ତ ହୋଇଥିବା ସରକାରୀ ଭାବେ କୁହାଯାଇଛି। ବିଶେଷକରି ବରୀ ବ୍ଲକରେ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିବା ସୂଚନା ମିଳିଛି। ଏହି ବ୍ଲକର ୨୯ ପଞ୍ଚାୟତ ମଧ୍ୟରୁ ପ୍ରାୟ ୧୮ଟି ଜଳମଗ୍ନ ହୋଇରହିଛି। ରବିବାର ସକାଳେ ବ୍ରାହ୍ମଣୀ ନଦୀର ଦକ୍ଷିଣ ପାର୍ଶ୍ୱରେ ସୃଷ୍ଟି ହୋଇଥିବା ଘାଇ ଦେଇ ବନ୍ୟା ଜଳ ପ୍ରବେଶ କରୁଥିବାରୁ ରତ୍ନଗିରି, କୃଷ୍ଣନଗର, କଳାମାଟିଆ ଓ ବାଲିଆ ପ୍ରାଥମିକ ଚିକିତ୍ସା କେନ୍ଦ୍ରରେ ରୋଗୀସେବା ବାଧାପ୍ରାପ୍ତ ହୋଇଛି। ଗୋଳକୁଣ୍ଡ-ଶୁକଳ-ମହାକାଳପଡ଼ା ରାସ୍ତା ଉପରେ ୪ ଫୁଟର ବନ୍ୟାଜଳ ପ୍ରବାହିତ ହେଉଥିବାରୁ ଗମୁ, ସେରପୁର, ମନ୍ଦାରୀ, ରନତ୍ଗିରି, ଗୋଳକୁଣ୍ଡ ସମେତ ୧୩ଟି ପଞ୍ଚାୟତର ଜନସାଧାରଣ ଜଳଘେରରେ ଫସି ରହିଛନ୍ତି। ଗୃହପାଳିତ ପ୍ରାଣୀଙ୍କୁ ନଦୀବନ୍ଧ ଓ ଛାତ ଉପରେ ସୁରକ୍ଷିତ ଭାବେ ରଖାଯାଇଥିବା ଦେଖିବାକୁ ମିଳିଛି। ତେବେ ସେମାନଙ୍କ ପାଇଁ ଗୋଖାଦ୍ୟ ମିଳି ନ ଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ବ୍ଲକ ପ୍ରଶାସନ ତରଫରୁ ୩ ଦିନିଆ ରିଲିଫ ସାମଗ୍ରୀ ଦେବାକୁ ଘୋଷଣା କରାଯାଇଥିଲେ ମଧ୍ୟ ଅଦ୍ୟାବଧି ବିପନ୍ନଙ୍କ ପାଖରେ ତାହା ପହଞ୍ଚି ପାରିନାହିଁ। ରବିବାର ସକାଳେ ଉଦୟନାଥପୁର ପଞ୍ଚାୟତର ଜଣେ ଗର୍ଭବତୀ ବନ୍ୟା ଯୋଗୁ ହଟହଟା ହୋଇଛନ୍ତି। ତାଙ୍କୁ ସ୍ଥାନୀୟ ସରପଞ୍ଚ ଏକ ବୋଟ୍‌ ଯୋଗେ ଯାଜପୁର ଜିଲା ମୁଖ୍ୟ ଚିକିତ୍ସାଳୟକୁ ନେବାପରେ ସେଠାରେ ସେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି। ବନ୍ୟାଜଳ ହ୍ରାସ ପାଇଥିଲେ ଅଞ୍ଚଳକୁ ମେଡିକାଲ ଟିମ୍‌ ପହଞ୍ଚି ପାରିନାହିଁ। ଫଳରେ ବନ୍ୟାଞ୍ଚଳରେ ଦୂଷିତପାଣି ଜନିତ ରୋଗ ସଂକ୍ରମଣ ହେବାର ଆଶଙ୍କା ରହିଛି। ଯାଜପୁର ଜିଲାପାଳ ବରୀ ବ୍ଲକରେ ତୁରନ୍ତ ଉଦ୍ଧାର ଓ ରିଲିଫ ସାମଗ୍ରୀ ବଣ୍ଟନ କରିବାକୁ ଏକ ୧୭ ଜଣିଆ ଦଳ ଗଠନ କରିଛନ୍ତି। ଏହାବାଦ୍‌ ୨୨୪ଟି ରିଲିଫ କେନ୍ଦ୍ରରେ ୨୦୧୦୯.୨୭ କୁଇଣ୍ଟାଲ ଚାଉଳ, ୧୮୫୦.୭୮ କୁଇଣ୍ଟାଲ ଚୁଡା ଓ ୧୮୪.୯୬ କୁଇଣ୍ଟାଲ ଗୁଡ଼ ବଣ୍ଟନ କରାଯାଇଥିବା ସୂଚନା ଦିଆଯାଇଛି। ୧୦ଟି ମେଡିକାଲ ଟିମ୍‌ ଓ ଭେଟେରିନାରି ଟିମ୍‌ ନିଯୁକ୍ତି କରାଯାଇ ଆବଶ୍ୟକ ଉଦ୍ଧାର କାର୍ଯ୍ୟ ହେଉଥିବା ଜିଲା ପ୍ରଶାସନ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସଭା କଲେ ନାଁ ନେଲେନି

ଭୁବନେଶ୍ୱର, ୨୯।୯(ସୁନିତ୍‌ ମିଶ୍ର): ଏମ୍‌ଏମ୍‌ଡିଆର୍‌ ସଂଶୋଧନ ବିଲ୍‌ ଏକ ସାଧାରଣ କଥା ନୁହେଁ। ରାଜ୍ୟର ଅଧିକାର ସହିତ ଏହି ବିଲ୍‌ ଜଡ଼ିତ। ଓଡ଼ିଶାର ଖଣି, ଜମି ଉପରେ…

ଗୋବିନ୍ଦା-କୋମଲ ରାଣୀଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା; ପୁଣି ମୁହଁ ଖୋଲିଲେ ସୁନିତା, କହିଲେ ସେ ଖୁସିରେ…

ମୁମ୍ବାଇ,୨୯।୯: ବଲିଉଡ୍‌ ଅଭିନେତା ଗୋବିନ୍ଦା ଏବଂ ତାଙ୍କ ପତ୍ନୀ ସୁନିତା ଆହୁଜାଙ୍କ ବିବାହିତ ଜୀବନକୁ ନେଇ କିଛି ସମୟ ଧରି ବିଭିନ୍ନ ଚର୍ଚ୍ଚା ହେଉଛି। ଏହାରି ମଧ୍ୟରେ…

ବିଦା ହେଲେ ପ୍ରେମିକା! ଏଥର ସୁନିତା ଆହୁଜାଙ୍କ ହାତ ଧରିଥିବା ନଜର ଆସିଲେ ଗୋବିନ୍ଦା; ୟୁଜର୍ସ କହିଲେ…

ମୁମ୍ବାଇ,୨୯।୯: ବଲିଉଡର ବରିଷ୍ଠ ଅଭିନେତା ଗୋବିନ୍ଦାଙ୍କ ବ୍ୟକ୍ତିଗତ ଜୀବନ କିଛି ସମୟ ଧରି କ୍ରମାଗତ ଭାବେ ଚର୍ଚ୍ଚାର ବିଷୟ ପାଲଟିଛି। ସୋସିଆଲ ମିଡିଆ ଏବଂ ମନୋରଞ୍ଜନ ଜଗତରେ…

ଶେଷ ହେବ ଅପେକ୍ଷା, ଏହିଦିନ ଘୋଷଣା ହେବ 2027 ODI World Cupର କାର୍ଯ୍ୟକ୍ରମ

ନୂଆଦିଲ୍ଲୀ,୨୯।୯: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ଏବଂ କ୍ରିକେଟ ସାଉଥ ଆଫ୍ରିକା (CSA) ଗୁରୁବାର କେପ ଟାଉନରେ ୨୦୨୭ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା କରିବେ। ଏହି କାର୍ଯ୍ୟକ୍ରମ…

OSSTET ସ୍ଥଗିତ ଚର୍ଚ୍ଚା ଭିତରେ ସ୍ପଷ୍ଟ କଲା BSE, ଏହି ଦିନ ହେବ…

ଭୁବନେଶ୍ବର,୨୯।୯: ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ ଶିକ୍ଷକ ଯୋଗ୍ୟତା ପରୀକ୍ଷା (OSSTET-୨୦୨୬) ସ୍ଥଗିତ ହେବା ନେଇ ଚର୍ଚ୍ଚା ଜୋର ଧରିଥିଲା । ଏହାରି ଭିତରେ ମାଧ୍ୟମିକ ଶିକ୍ଷା ବୋର୍ଡ…

ବିରାଟ କୋହଲିଙ୍କ ସହ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ରୋହିତ ଶର୍ମା, କହିଲେ,‘ଏହି କାରଣରୁ କମିଯାଇଛି ଯୋଗାଯୋଗ’

ନୂଆଦିଲ୍ଲୀ,୨୯।୯: ପ୍ରଥମ ଦିନିକିଆ ମ୍ୟାଚରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଆଠ ୱିକେଟର ଜବରଦସ୍ତ ବିଜୟ ପରେ, ଭାରତୀୟ ଦଳ ଦ୍ୱିତୀୟ ମ୍ୟାଚ ପାଇଁ ପ୍ରସ୍ତୁତି ଚଳାଇଛି। ବୁଧବାର ହେବାକୁ…

ଶାଗ ତୋଳିବାକୁ ଯାଇ ମୁକୁଳା ଡ୍ରେନରେ ପଡିଗଲେ ବ୍ୟକ୍ତି, ତାପରେ….

ଭଦ୍ରକ,୨୯।୯(ସନାତନ ରାଉତ): ମୁକୁଳା ଡ୍ରେନ୍ ନେଲା ଜୀଵନ । ଭଦ୍ରକ ବାଇପାସ ସ୍ଥିତ କେନାଲ ଡିଭିଜନ ଅଫିସ ଭିତର ଡ୍ରେନରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି…

ଜ୍ଞାନେଶ କୁମାରଙ୍କ ବିରୋଧରେ ଦାଏର ଆବେଦନର ଶୁଣାଣି କରିବେ ସୁପ୍ରିମକୋର୍ଟ; ଏହା ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ବୋଲି କହିଲେ ଓକିଲ

ନୂଆଦିଲ୍ଲୀ,୨୯।୯: ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କ ଏକପାଖିଆ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରୁଥିବା ଏକ ଆବେଦନ ଉପରେ ସୁପ୍ରିମକୋର୍ଟ ଆସନ୍ତା ସପ୍ତାହରେ ଶୁଣାଣି କରିବେ। ମଙ୍ଗଳବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?