ଡିଜେ ସାଉଣ୍ଡ ସମ୍ପୂର୍ଣ୍ଣ ବନ୍ଦ ଘୋଷଣା

ଅନୁଗୋଳ ଅଫିସ,୧୫।୩: ଅନୁଗୋଳ ଉପଖଣ୍ଡରେ ଡିଜେ ସାଉଣ୍ଡ ଉପରେ ସମ୍ପୂର୍ଣ୍ଣ ରୋକ୍‌ ଲଗାଇଛି ପ୍ରଶାସନ। ଅନୁଗୋଳ ଉପଜିଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ଏ ନେଇ ବିଜ୍ଞପ୍ତି ନମ୍ବର ୧୮୨୮ ମାଧ୍ୟମରେ ଏହି ସୂଚନା ପ୍ରଦାନ କରାଯାଇଛି। କେଉଁ କାରଣ ପାଇଁ ଏହାକୁ ବନ୍ଦ କରାଯାଇଛି ଓ କୌଣସି ବ୍ୟକ୍ତି କିମ୍ବା ଅନୁଷ୍ଠାନ ଯଦି ଉଲ୍ଲଂଘନ କରେ କି ପ୍ରକାରର ଦଣ୍ଡ ବିଧାନ କରାଯିବ, ସେ ନେଇ ସମସ୍ତ ବିବରଣୀ ଏହି ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି।
ଗାଁ ଗହଳି ଠାରୁ ସହର ଯାଏ ସବୁଠି ବିକଟାଳ ଶବ୍ଦ କରି ଡିଜେ ବାଜୁଛି। ଏହି ଶବ୍ଦ ପ୍ରଦୂଷଣ ସୃଷ୍ଟି କରୁଥିବାରୁ ପ୍ରଶାସନିକ ସ୍ତରରେ ବନ୍ଦ ଘୋଷଣା କରାଯାଇଛି। ବାହାଘର, ବ୍ରତଘର ଏବଂ କୌଣସି ଯାନିଯାତ୍ରା ହେଲେ ୬୫ ଡେସିବେଲ ସାଉଣ୍ଡ ବାଜିବା ନିୟମ ରହିଛି। ହେଲେ କେତେକ ବ୍ୟକ୍ତି ଓ ଅନୁଷ୍ଠାନ ଅନୁମତି ପତ୍ର ଆବେଦନ କରି ଡିଜେ ବଜାଉଥିବା ଦେଖାଯାଇଛି। ଏପରିକି କେତେକ ସ୍ଥାନରେ ରାସ୍ତା ଅବରୋଧ କରି ମଧ୍ୟ ବିଳମ୍ବିତ ରାତି ପର୍ଯ୍ୟନ୍ତ ଡିଜେ ବଜାଇ ଉତ୍ସବ ପାଳନ କରାଯାଉଛି। ଅନେକ ସମୟରେ ଲୋକଙ୍କୁ ଏଥିପାଇଁ ହଇରାଣ ହେବାକୁ ପଡ଼ୁଛି। ଉପଜିଲାପାଳ ବୈତୁରା ଦୀପ ଅନେକ ସ୍ଥାନରେ ଡିଜେ ନେଇ ହେଉଥିବା ଅସୁବିଧାକୁ ହୃଦ୍‌ବୋଧ କରିଛନ୍ତି। ଏହି ଉଚ୍ଚ ଶବ୍ଦ ପ୍ରଦୂଷଣକାରୀ ଡିଜେ ସାଉଣ୍ଡକୁ ନେଇ ବହୁଥର ସ୍ବେଚ୍ଛାସେବୀ ସଂସ୍ଥା ଓ ଜନସାଧାରଣ ଅଭିଯୋଗ ଆଣିଛନ୍ତି। ଏ ନେଇ ବାରମ୍ବାର ସମସ୍ତ ଥାନା ଓ ସାଉଣ୍ଡ ମାଲିକଙ୍କୁ ସାବଧାନ କରାଗଲା ପରେ ମଧ୍ୟ ସ୍ଥିତିରେ କୌଣସି ସୁଧାର ଆସିନାହିଁ। ଫଳରେ କାର୍ଯ୍ୟାନୁଷ୍ଠାନ ସ୍ବରୂପ ଅନୁଗୋଳ ଉପଖଣ୍ଡ ଅଧୀନରେ ଯାଉଥିବା ଅନୁଗୋଳ, ବଅଁରପାଳ, ଛେଣ୍ଡିପଦା ବ୍ଲକରେ ଡିଜେକୁ ସମ୍ପୂର୍ଣ୍ଣ ବନ୍ଦ କରାଯିବା ନେଇ ଘୋଷଣା କରାଯାଇଛି। ଉପଜିଲାପାଳ ବୈତୁରା ଦୀପଙ୍କ ଅନୁମୋଦନ କ୍ରମେ ସମସ୍ତ ତହସିଲଦାର, ଅନୁଗୋଳ, ଅନୁଗୋଳ ସଦର, ବନ୍ତଳା, ନାଲ୍‌କୋ, ବଅଁରପାଳ, ଜରପଡା, ନିଶା, ବାଗେଡିଆ ଆଦି ଥାନା ଅଧିକାରୀମାନଙ୍କୁ ନୋଟିସ ପ୍ରଦାନ କରାଯାଇଛି। ଏହାର ନକଲ ମଧ୍ୟ ଜିଲାପାଳଙ୍କ ସମେତ ଜିଲା ଆରକ୍ଷୀ ଅଧୀକ୍ଷକଙ୍କ ନିକଟକୁ ପ୍ରେରଣ କରାଯାଇଛି। ଆଗାମୀ ଦିନରେ ଯଦି କୌଣସି ବ୍ୟକ୍ତି ଓ ଅନୁଷ୍ଠାନ ଏହି ନିୟମ ଉଲ୍ଲଂଘନ କରୁଥିବା ଦେଖାଯିବ, ତେବେ ଡିଜେ ଜବତ ସହ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଜ୍ଞପ୍ତିରେ ଚେତାଇ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦାରିଙ୍ଗବାଡି ଇକୋ ରିଟ୍ରିଟରେ ରାତ୍ରିଯାପନ କଲେ ଉପମୁଖ୍ୟମନ୍ତ୍ରୀ: ପ୍ରଶଂସାରେ ପୋତିଲେ

ଦାରିଙ୍ଗବାଡି,୧୦।୨(ଅରୁଣ ସାହୁ): ଓଡିଶାର କଶ୍ମୀର କୁହାଯାଉଥିବା ପର୍ଯ୍ୟଟନ କ୍ଷେତ୍ର ଦାରିଙ୍ଗବାଡି ଗସ୍ତରେ ରାଜ୍ୟର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। ସେ ସୋମବାର ବିଳମ୍ବିତ ରାତ୍ରିରେ ଦାରିଙ୍ଗବାଡି ଇକୋ ରିଟ୍ରିଟ…

୧୨ ଘାଣ୍ଟିଆ ଉମରକୋଟ ବନ୍ଦ, କଣ ରହିଛି ପ୍ରଭାବ ଜାଣନ୍ତୁ

ଉମରକୋଟ,୧୦।୨(ସନ୍ତୋଷ ଶତପଥୀ): ଦୀର୍ଘ ଦିନର ଦାବି ପୂରଣ ନହେବାରୁ ମଙ୍ଗଳବାର ଆନ୍ଦୋଳନ ପଥକୁ ଓହ୍ଲାଇଛି ‘ଉମରକୋଟ ସଂଗ୍ରାମ ମଞ୍ଚ’ । ଆଜି ଉମରକୋଟ, ରାଇଘର, ଝରିଗାଁ ଏବଂ…

ହାତୀ ପାଇଁ ବିକଳ୍ପ ଚାଷ କରାଯାଉ: ଘୋଡା ନାଚ ମାଧ୍ୟମରେ ହାତୀ ସୁରକ୍ଷା ସଚେତନତା

ଭଞ୍ଜନଗର,୧୦।୨(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ, ଟାଟା ପାୱାର ଏବଂ ସ୍ନେହା ସ୍ବେଚ୍ଛାସେବୀ ଅନୁଷ୍ଠାନର ମିଳିତ ସହଯୋଗରେ ଚାଲିଥିବା ହାତୀ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ…

ଇଣ୍ଡିଆନ ଆଇଡଲ୍‌ -୧୬ ଫାଇନାଲରେ ଜ୍ୟୋତିର୍ମୟୀ: ମଙ୍ଗଳକାମନା କରି ଅଖଣ୍ଡ ଦୀପଦାନ

ନୀଳଗିରି, ୧୦।୨(ପ୍ରଶାନ୍ତ ବିଶ୍ୱାଳ):ସୋନି ଟିଭି ରିଆଲଟି ଶୋ ‘ଇଣ୍ଡିଆନ ଆଇଡଲ୍‌ -୧୬’ର ଫାଇନାଲ ରାଉଣ୍ଡରେ ପହଞ୍ଚତ୍ଛନ୍ତି ନୀଳଗିରି ମାଟିର ସୁନାଝିଅ ଜ୍ୟୋତିର୍ମୟୀ ନାୟକ। ବାଲେଶ୍ୱର ଜିଲା ନୀଳଗିରି…

ଖେଳ ପଡିଆରୁ ଟେକି ନେଇ ନାବାଳିକାଙ୍କୁ ବଳାତ୍କାର, ୫୯ ବର୍ଷୀୟ ବ୍ୟକ୍ତି ଗିରଫ

ଦେବଗଡ,୧୦।୨(ଶଶାଙ୍କ ଶେଖର ଝାଙ୍କର): ଜଣେ ୧୪ ବର୍ଷୀୟା ନାବାଳିକାକୁ ବଳାତ୍କାର ଅଭିଯୋଗରେ ଦେବଗଡ ଥାନା ପୋଲିସ ସୋମବାର ଖୁଂଟିଆପାଲି ଗ୍ରାମର ଗୌରହରୀ ବିଶ୍ୱାଳ(୫୯) ନାମକ ଜଣେ ବ୍ୟକ୍ତିକୁ…

ବିବାହରେ ଯୋଗ ଦେଇ ଘେରୁଥିଲେ, ଭାରସାମ୍ୟ ହରାଇ ଗଛକୁ ପିଟିଲା କାର୍‌; ଚାଲିଗଲା ୨ ଜୀବନ, ଡ୍ରାଇଭର…

ଲଇକେରା,୯।୨(ରଞ୍ଜନ କୁମାର ମେହେର): ଝାରସୁଗୁଡା ଜିଲା ଲଇକେରା ବ୍ଳକ ସ୍ଥିତ ଧୂକା ଚୌକଠାରେ ଭୟଙ୍କର ଦୁର୍ଘଟଣା ଘଟିଛି। ଏକ କାର ଭାରସାମ୍ୟ ହରାଇ ଗଛକୁ ପିଟିବାରୁ ୨…

ରେଳ ଷ୍ଟେଶନରୁ ନିଖୋଜ ହୋଇଗଲେ ଯୁବତୀ , ମା’ଙ୍କ ସହ ଯାଉଥିବାବେଳେ…

ରାୟଗଡା, (ଆଶିଷ ରଞ୍ଜନ ପଣ୍ଡା): ଧାନବାଦ-ଆଲେପୀ ଏକ୍ସପ୍ରେସ ଟ୍ରେନରେ ଯାତ୍ରା କରୁଥିବା ଜଣେ ଯୁବତୀ ରାୟଗଡା ରେଳ ଷ୍ଟେଶନରୁ ନିଖୋଜ ହୋଇଥିବା ନେଇ ରାୟଗଡା ଜିଆରପିଏସ ଥାନାରେ…

ଫାର୍ମହାଉସ ଅଞ୍ଚଳରେ ମହିଳାଙ୍କ ଗଳିତ ମୃତଦେହ, ପରିଚୟ ଖୋଜୁଛି ସଦର ଥାନା ପୋଲିସ

ଭବାନୀପାଟଣା,୯ା୨(ଉତ୍ତମ କୁମାର ଦାଶ)- କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ଶ୍ରୀପୁରସ୍ଥିତ ଏକ ଫାର୍ମହାଉସ ଅଞ୍ଚଳରୁ ସୋମବାର ଜଣେ ମହିଳାଙ୍କ ଗଳିତ ମୃତଦେହ ଜବତ ହୋଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri