ଅଟୋ ଚଳାଇଲେ ଦିବ୍ୟଶଙ୍କର

ଭବାନୀପାଟଣା,୭।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ହେଲିକେପ୍ଟର, ଉଡାଜାହାଜ ଚଳାଇବା କଥା ସମସ୍ତେ ଜାଣନ୍ତି। ହେଲେ ସେ ଅଟୋରିକ୍ସା ଚଳାଇ ଏବେ ଚର୍ଚ୍ଚାକୁ ଆସିଛନ୍ତି। ଜୁନାଗଡ ବ୍ଲକ ତଲଜାରିଙ୍ଗ ଠାରେ ନିର୍ମାଣ ହୋଇଥିବା ଇଣ୍ଡିଆନ୍‌ ପଟାସ୍‌ ଲିମିଟେଡର ଇଥାନଲ୍‌ ଫାକ୍ଟ୍ରିର ଏକ ସିଏସ୍‌ଆର କାର୍ଯ୍ୟକ୍ରମରେ ବୁଧବାର ଯୋଗଦେଇ କମ୍ପାନୀ ପକ୍ଷରୁ ଇ-ଅଟୋରିକ୍ସାକୁ ସବୁଜ ପତକା ଦେଖାଇ ଶୁଭାରମ୍ଭ କରିଥିଲେ। ପରେ ଉପସ୍ଥିତ ଲୋକଙ୍କୁ ଉତ୍ସାହିତ କରିବା ପାଇଁ ନିଜେ ଅଟୋରିକ୍ସା ଚଳାଇବା ସହ କାର୍ଯ୍ୟକ୍ରମରେ ଯୋଗଦେଇଥିବା ସହଯୋଗୀଙ୍କୁ ବସାଇ କିଛି ସମୟ ବୁଲାଇଥିଲେ।