Posted inଫୁରସତ

ବିବାହର ୪ ଦିନ ପରେ ଡିଭୋର୍ସ ଦେଲେ ହାସ୍ୟ ଅଭିନେତା

ଇଣ୍ଡୋନେସିଆ,୧।୧୦: ବହୁତ ସମୟରେ ମଣିଷ ମାନଙ୍କର ଅଜବ ହରକତ ଦେଖିବାକୁ ମିଳେ। ନିଜର ଅଜବ ହରକତ ଯୋଗୁ ଏବେ ଜଣେ ବ୍ୟକ୍ତି ଭାଇରାଲ ହେବାରେ ଲାଗିଛନ୍ତି। ଇଣ୍ଡୋନେସିଆର ଖୋଇରୁଲ ଆନାମ ନାମକ ଜଣେ ବ୍ୟକ୍ତି ରାଇସକୁକର୍‌କୁ ବିବାହା ହୋଇ ପୁଣି ୪ ଦିନ ପରେ ଡିଭୋର୍ସ ଦେଇ ସୋସିଆଲ ମିଡିଆରେ ଚର୍ଚ୍ଚାକୁ ଆସିଛନ୍ତି।
ଗତ ସପ୍ତାହରେ ସେ ରାଇସକୁକର୍‌କୁ ବିବାହ ହେବାର କିଛି ଫଟୋ ଫେସବୁକରେ ଶେୟାର କରିଥିଲେ। ସେଥି ମଧ୍ୟରୁ ଗୋଟିଏ ଫଟୋରେ ସେ ରାଇସକୁକର୍‌କୁ କିସ୍‌ କରୁଥିବାର ଦେଖିବାକୁ ମିଳିଛି। ବାହାଘର ପାଇଁ ବ୍ୟକ୍ତିଜଣକ ନିଜକୁ ଫ୍ୟାନ୍ସି ଗେଟ୍‌ଅପ୍‌ରେ ପ୍ରସ୍ତୁତ କରିବା ସହ ତାକୁ ମଧ୍ୟ ଧଳା ପରଦାରେ ଘୋଡ଼ାଇ ନୂଆବୋହୂ ପରି ସଜାଇଥିଲେ। ଶେୟାର ହୋଇଥିବା ଫଟୋ ମଧ୍ୟରେ ସେ ବାହାଘର କାଗଜରେ ସାଇନ୍‌ କରୁଥିବା ଦେଖିବାକୁ ମିଳିଛି। ତେବେ ରାଇସକୁକର୍‌କୁ ବିବାହା ହେବାର କାରଣ ମଧ୍ୟ ସେ ଜଣାଇଛନ୍ତି। ସେ କହିଛନ୍ତି, ତାଙ୍କ ରାଇସକୁକର୍‌ ଗୋରା, ଆଜ୍ଞାଧୀନ ଓ ରୋଷେଇରେ ସାହାଯ୍ୟ ମଧ୍ୟ କରନ୍ତି। ଫଟୋଗୁଡ଼ିକୁ ୧୦,୦୦୦ ସୋକ ଲାଇକ୍‌ କରିବା ସହ ୧୨୦୦ କମେଣ୍ଟ ମଧ୍ୟ ମିଳିଛି। ମାତ୍ର ବାହାଘରର ୪ଦିନ ପରେ ସେ ରାଇସକୁକର୍‌କୁ ଡିଭୋର୍ସ ଦେଇଛନ୍ତି। କହିଛନ୍ତି ଏହା କେବଳ ରୋଷେଇ ପାଇଁ ପ୍ରଯୁଜ୍ୟ। ମିଷ୍ଟର ଆନମ୍‌ ଇଣ୍ଡୋନେସିଆର ଜଣେ ହାସ୍ୟ ଅଭିନେତା ଭାବରେ ଜଣାଶୁଣା। ଏହି ସବୁ କେବଳ ସୋସିଆଲ ମିଡିଆରେ ଏଣ୍ଚରଟେନମେଣ୍ଟ ପାଇଁ ସେ ଏମିତି କରିଥିବା ଲୋକାଲ ରିପୋର୍ଟରୁ ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଭିନ୍ନ ଦାବି ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଅଙ୍ଗନଓ୍ବାଡି କର୍ମୀ: ଦେଲେ ଚେତାବନୀ, ସମାଧାନ ନ ହେଲେ…

ବରଗଡ଼,୨୨।୧୨(ପ୍ରେମାନନ୍ଦ ଖମାରୀ): ସୋମବାର ପଶ୍ଚିମ ଓଡ଼ିଶା ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକା ସଂଘ ନେତୃତ୍ୱରେ ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।...

ଗାଁକୁ ଫେରୁଥିବାବେଳେ ଟ୍ରେନରୁ ଖସି ଦାଦନ ଶ୍ରମିକଙ୍କ ମୃତ୍ୟୁ

ପାତ୍ରପୁର, ୨୨।୧୨(ଉମା ଚରଣ ନେପାକ): ପାତ୍ରପୁର ବ୍ଳକ ବାଦପୁର ପଞ୍ଚାୟତ ତିନିଘରିଆ ଗ୍ରାମର ନରସିଂହ ନାଇକ (୨୮) ନେଲୁରୁ ସ୍ଥିତ ଦିଶା ନାମକ ଏକ କମ୍ପାନୀରେ...

MGNREGA ନାମ ବଦଳାଇବା ବିବାଦ: ରାଜରାସ୍ତାକୁ ଓହ୍ଲାଇଲା କଂଗ୍ରେସ, କେନ୍ଦ୍ର ସରକାରଙ୍କୁ ଦେଲା ଚେତାବନୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ନାମକୁ କେନ୍ଦ୍ର ସରକାର ଇତିମଧ୍ୟରେ ବଦଳାଇଛନ୍ତି। ଏଥିସହ ନୂଆ ଯୋଜନାରେ ବ୍ୟାପକ...

ଭଞ୍ଜନଗର ଏନ୍‌ଏସିକୁ ମିଳିଲା ମ୍ୟୁନିସିପାଲଟି ମାନ୍ୟତା: ମିଶିବ ଏହି ସବୁ ଗାଁ, ଖୁସିରେ ଅଞ୍ଚଳବାସୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏନ୍‌ଏସିକୁ ସୋମବାରଠାରୁ ବିଧିବଦ୍ଧ ଭାବେ ମ୍ୟୁନିସିପାଲଟି ମାନ୍ୟତା ମିଳିଛି। ସେହିଭଳି ଜଗନ୍ନାଥପ୍ରସାଦ ପଞ୍ଚାୟତକୁ ଏନ୍‌ଏସି ମାନ୍ୟତା ମିଳିଛି। ଆଜି...

ଦିନକ ପରେ ବରଗଡ଼ ଧନୁଯାତ୍ରା: ମହୋତ୍ସବକୁ ନେଇ ଏମିତି କହିଲେ ଜିଲାପାଳ

ବରଗଡ,୨୨।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ୭୮ତମ ବରଗଡ଼ ଧନୁଯାତ୍ରା ମହୋତ୍ସବକୁ ଆଉ ମାତ୍ର ଦିନେ ବାକି। ଆସନ୍ତା ୨୪ତାରିଖରୁ ଏହି ମହୋତ୍ସବ ଆରମ୍ଭ ହେବ।...

ଲିକ୍‌ ହୋଇ ଫାଟିଲା ରନ୍ଧନ ଗ୍ୟାସ୍‌ ସିଲିଣ୍ଡର, ଘରେ ଥିଲେ…

କୋକସରା,୨୨।୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଟେମରା ଗ୍ରାମରେ ରନ୍ଧନ ଗ୍ୟାସ୍‌ ଲିକେଜ ହୋଇ ନିଆଁ ଲାଗି ଯିବାରୁ ୪ ଜଣ ଗୁରୁତର...

ଟି-୨୦ ବିଶ୍ୱକପ ପାଇଁ ଚୟନ ହୋଇଥିବା ଭାରତୀୟ ଦଳ ଉପରେ ପ୍ରଶ୍ନ ଉଠାଇଲେ ୱାସିମ ଜାଫର, କହିଲେ ଇଶାନ-ୱାଶିଂଟନଙ୍କ ବଦଳରେ…

ନୂଆଦିଲ୍ଲୀ,୨୨।୧୨: ୨୦୨୬ ଟି୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ସୂର୍ଯ୍ୟକୁମାର ଯାଦବଙ୍କ ଅଧିନାୟକତ୍ୱରେ ଇଶାନ କିଷାନ ଦଳକୁ ଫେରିଛନ୍ତି। ଉପ-ଅଧିନାୟକ ଶୁବମନ ଗିଲ...

ପ୍ରଚେଷ୍ଟା ରହିଲେ ସଫଳତା ନିଶ୍ଚିତ ମିଳିବ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ସେଣ୍ଟ ଆନ୍ସ ଇଂଗ୍ରାଜୀ ମିଡିୟମ ସ୍କୁଲର ୧୯ ତମ ବାର୍ଷିକ ଉତ୍ସବ ସୋମବାର ସନ୍ଧ୍ୟାରେ ପାଳିତ ହୋଇଯାଇଛି। ଆୟୋଜିତ ଉତ୍ସବରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri