Posted inଫୁରସତ

ବିବାହର ୪ ଦିନ ପରେ ଡିଭୋର୍ସ ଦେଲେ ହାସ୍ୟ ଅଭିନେତା

ଇଣ୍ଡୋନେସିଆ,୧।୧୦: ବହୁତ ସମୟରେ ମଣିଷ ମାନଙ୍କର ଅଜବ ହରକତ ଦେଖିବାକୁ ମିଳେ। ନିଜର ଅଜବ ହରକତ ଯୋଗୁ ଏବେ ଜଣେ ବ୍ୟକ୍ତି ଭାଇରାଲ ହେବାରେ ଲାଗିଛନ୍ତି। ଇଣ୍ଡୋନେସିଆର ଖୋଇରୁଲ ଆନାମ ନାମକ ଜଣେ ବ୍ୟକ୍ତି ରାଇସକୁକର୍‌କୁ ବିବାହା ହୋଇ ପୁଣି ୪ ଦିନ ପରେ ଡିଭୋର୍ସ ଦେଇ ସୋସିଆଲ ମିଡିଆରେ ଚର୍ଚ୍ଚାକୁ ଆସିଛନ୍ତି।
ଗତ ସପ୍ତାହରେ ସେ ରାଇସକୁକର୍‌କୁ ବିବାହ ହେବାର କିଛି ଫଟୋ ଫେସବୁକରେ ଶେୟାର କରିଥିଲେ। ସେଥି ମଧ୍ୟରୁ ଗୋଟିଏ ଫଟୋରେ ସେ ରାଇସକୁକର୍‌କୁ କିସ୍‌ କରୁଥିବାର ଦେଖିବାକୁ ମିଳିଛି। ବାହାଘର ପାଇଁ ବ୍ୟକ୍ତିଜଣକ ନିଜକୁ ଫ୍ୟାନ୍ସି ଗେଟ୍‌ଅପ୍‌ରେ ପ୍ରସ୍ତୁତ କରିବା ସହ ତାକୁ ମଧ୍ୟ ଧଳା ପରଦାରେ ଘୋଡ଼ାଇ ନୂଆବୋହୂ ପରି ସଜାଇଥିଲେ। ଶେୟାର ହୋଇଥିବା ଫଟୋ ମଧ୍ୟରେ ସେ ବାହାଘର କାଗଜରେ ସାଇନ୍‌ କରୁଥିବା ଦେଖିବାକୁ ମିଳିଛି। ତେବେ ରାଇସକୁକର୍‌କୁ ବିବାହା ହେବାର କାରଣ ମଧ୍ୟ ସେ ଜଣାଇଛନ୍ତି। ସେ କହିଛନ୍ତି, ତାଙ୍କ ରାଇସକୁକର୍‌ ଗୋରା, ଆଜ୍ଞାଧୀନ ଓ ରୋଷେଇରେ ସାହାଯ୍ୟ ମଧ୍ୟ କରନ୍ତି। ଫଟୋଗୁଡ଼ିକୁ ୧୦,୦୦୦ ସୋକ ଲାଇକ୍‌ କରିବା ସହ ୧୨୦୦ କମେଣ୍ଟ ମଧ୍ୟ ମିଳିଛି। ମାତ୍ର ବାହାଘରର ୪ଦିନ ପରେ ସେ ରାଇସକୁକର୍‌କୁ ଡିଭୋର୍ସ ଦେଇଛନ୍ତି। କହିଛନ୍ତି ଏହା କେବଳ ରୋଷେଇ ପାଇଁ ପ୍ରଯୁଜ୍ୟ। ମିଷ୍ଟର ଆନମ୍‌ ଇଣ୍ଡୋନେସିଆର ଜଣେ ହାସ୍ୟ ଅଭିନେତା ଭାବରେ ଜଣାଶୁଣା। ଏହି ସବୁ କେବଳ ସୋସିଆଲ ମିଡିଆରେ ଏଣ୍ଚରଟେନମେଣ୍ଟ ପାଇଁ ସେ ଏମିତି କରିଥିବା ଲୋକାଲ ରିପୋର୍ଟରୁ ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଜବରଦସ୍ତ Family Pack, କରିବାକୁ ପଡିବନି ଅଲଗା ଅଲଗା ରିଚାର୍ଜ! ଗୋଟିଏ ପ୍ଲାନରେ ସବୁ ଫ୍ରି….

ଆପଣ କ’ଣ ଆପଣଙ୍କ ପରିବାରର ଚାରି ଜଣ ସଦସ୍ୟଙ୍କ ପାଇଁ ପୃଥକ ପୃଥକ ରିଚାର୍ଜ କରୁଛନ୍ତି? ପ୍ରତି ମାସରେ ୧୫୦୦ରୁ ୨୦୦୦ ଟଙ୍କା ଖର୍ଚ୍ଚ କରୁଛନ୍ତି? ପ୍ରତ୍ୟେକ…

ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆକ୍ରମଣ କଲା ଆମେରିକା: ଆକାଶଛୁଆଁ ହେବ କି ପେଟ୍ରୋଲ ଡିଜେଲ…

ତେହରାନ,୭।୪: ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆମେରିକା ଆକ୍ରମଣ କରିଛି। ଏହାରି ମଧ୍ୟରେ କାସନରେ ଏକ ବଡ଼ ରେଲୱେ ବ୍ରିଜକୁ ଉଡ଼ାଇ ଦେଇଛି ଇସ୍ରାଏଲ।…

ପୁଣି ଦୁର୍ଘଟଣା ଘଟାଇଲା ଆମବସ୍‌: ଯାତ୍ରୀଙ୍କ ଉପରେ ଭାଙ୍ଗି ପଡ଼ିଲା କାଚ

ଭୁବନେଶ୍ୱର,୭।୪: ପୁଣି ଦୁର୍ଘଟଣା ଘଟାଇଲା ଆମ ବସ୍‌। ହାଇଓ୍ବାକୁ ପିଟିଲା ପଛରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ। ଏଭଳି ଘଟଣା ଘଟିଛି ବାରଙ୍ଗ ଥାନା ପଦ୍ମନାଭ ନଗର ଛକ…

ହର୍ମୁଜରେ ଘନେଇଲା ପୁଣି ବଡ଼ ବିପଦ, ଭାରତୀୟ ଜାହାଜକୁ…

ନୂଆଦିଳ୍ଲୀ,୭।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନାର ପ୍ରଭାବ ଏବେ ସାମୁଦ୍ରିକ ବାଣିଜ୍ୟରେ ମଧ୍ୟ ଦୃଶ୍ୟମାନ ହେଉଛି। ଅନେକ ଅଞ୍ଚଳରେ, ଜାହାଜ ପାଇଁ ବୀମା ପାଇବା ମହଙ୍ଗା ହୋଇଯାଇଛି। ସମ୍ୱନ୍ଧିତ…

ବେଶି ଦିନ ତିଷ୍ଠିଲାନି ପ୍ରେମ ବିବାହ: ସ୍ତ୍ରୀଙ୍କୁ ହତ୍ୟା କଲା ପରେ ଝୁଲିପଡିଲେ ସ୍ବାମୀ, ଅଞ୍ଚଳରେ ଚାଞ୍ଚଲ୍ୟ…

ଭଞ୍ଜନଗର,୭।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ସରନୂଆଁପଲ୍ଲୀ ଗ୍ରାମରେ ସୋମବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମ ବିବାହ କରିଥିବା ସ୍ତ୍ରୀଙ୍କୁ ହତ୍ୟା…

ଭାଜପାର ମହାଅଭିଯାନ: ନୂତନ ଭାରତ ଗଠନ କରିବାକୁ ପ୍ରୟାସ

ବନ୍ତ,୭।୪(କିଶୋର କୁମାର ସେଠୀ): ଭଦ୍ରକ ଜିଲା ବନ୍ତ ସରସ୍ବତୀ ବିଦ୍ୟାମନ୍ଦିରଠାରେ ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ନୀତି ଆଦର୍ଶକୁ ପାଥେୟ କରି ଭାଜପା ତରଫରୁ ଏକ ପ୍ରଶିକ୍ଷଣ ଶିବିର…

କୁଆପଥର ବର୍ଷାରେ ଭାଙ୍ଗିଲା ହଜାର ହାଜାର ଘର: ତହସିଲ ଅଫିସରେ ଧସେଇ ପଶିବା ସହ ରାସ୍ତାରୋକୋ

ପାଟଣା,୭।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅଞ୍ଚଳରେ ମଙ୍ଗଳବାର ଅପରାହ୍ନରେ ଘର୍ଣ୍ଣିଝଡ଼ ସହ ପ୍ରବଳ କୁଆପଥର ମାଡ ହୋଇଛି। ଫଳରେ ହଜାର ହଜାର ଟାଇଲ,…

ଖଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କୁ ମିଳିଲା ବଡ଼ ଦାୟିତ୍ୱ : ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇ କହିଲେ…

ଛତ୍ରପୁର, ୭।୪(,ଦିଲ୍ଲୀପ ସାମଲ): ଆଜି ଖଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠି ଗଞ୍ଜାମ ଜିଲା ଯୋଜନା କମିଟିର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଦଳୀୟ ନେତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri