ଦିବ୍ୟସ୍ପର୍ଶ

ନିମାଇଁ ଚରଣ ଲେଙ୍କା

ପୁରୀ ବଡ଼ଦାଣ୍ଡରେ ଡହ ଡ଼ହ ଖରାରେ ପିଲାଟିଏ ନିର୍ମାଲ୍ୟ ଓ ସଳିତା ବିକୁଥାଏ। ଲୋକେ ମୂଲଚାଲ କରୁଥାନ୍ତି। ଜଣେ ସହୃଦୟ ବ୍ୟକ୍ତିଙ୍କର ନଜର ପଡ଼ିଲା ପିଲାଟିର ପାଦ ଉପରେ। ଖରାରେ ବିଚରାର ପାଦଦୁଇଟି ଜଳିଯାଉଥିଲା। ମଝିରେ ଅତି ଅସହ୍ୟ ହେଲେ ପାଖରେ ରଖିଥିବା ପାଣିବୋତଲରୁ ପାଦରଖିଥିବା ଜାଗାରେ ପାଣି ଢାଳିଦେଉଥାଏ। ବ୍ୟକ୍ତିଜଣକ ସଙ୍ଗେ ସଙ୍ଗେ ଯାଇ ଅଳ୍ପଦୂରରେ ଥିବା ଦୋକାନରୁ ହଳେ ଜୋତା ଓ ଏକ ଛତା କିଣିଆଣି ପିଲାଟିକୁ ଦେଲେ। ଏହାଦେଖି ପିଲାଟିର ଆଖିରୁ ଲୁହ ଝରିପଡ଼ିଲା। ସେ ସଙ୍ଗେ ସଙ୍ଗେ ଭଦ୍ରବ୍ୟକ୍ତିଙ୍କୁ କହିଲା,”ଆପଣ ତା’ହେଲେ ସ୍ବୟଂ ପ୍ରଭୁଜଗନ୍ନାଥ? କଥା ଦେଇଥିଲେ ବୋଲି ଆଜି ସତରେ ମୋତେ ଦେଖାଦେଲେ।“ ବ୍ୟକ୍ତିଜଣକ କହିଲେ,”ନାଇଁରେ ବାବୁ! ମୁଁ ଜଣେ ସାଧାରଣ ମଣିଷ।“ ପିଲାଟି କହିଲା, ତା’ ହେଲେ ଆପଣ ତାଙ୍କ ବନ୍ଧୁ ହୋଇଥିବେ। ଆପଣଙ୍କୁ ସେ ହିଁ ମୋ ପାଖକୁ ପଠାଇଥିବେ। କାଲିରାତିର ଶେଷପ୍ରହରରେ ଯେତେବେଳେ ‘ଜଗା’ ମୋ ସ୍ବପ୍ନରେ ଆସିଥିଲେ, ମୋ ପାଦଦୁଇଟି ଖରାରେ ଜଳିଯାଉଛି ବୋଲି ମୁଁ ତାଙ୍କୁ ଜୋତା ହଳେ ମାଗିଥିଲି। ସେ ହଁ କରିଥିଲେ ଓ ମୋ ନିଦ ଭାଙ୍ଗିଯାଇଥିଲା। ସେଥିପାଇଁ ସେ ଜୋତାସହ ଛତା ଦେଇ ଆପଣଙ୍କୁ ପଠାଇଛନ୍ତି। ସତରେ ମୋ ଜଗା କେଡ଼େ ଦୟାଳୁ! ନିଜେ ଆସିପାରିଲେନି ବୋଲି ତାଙ୍କ ସାଙ୍ଗ ହାତରେ ଜୋତା ଓ ଛତାଦେଇ ପଠାଇଛନ୍ତି? ପିଲାଟିର କଥାଶୁଣି ଭଦ୍ରବ୍ୟକ୍ତିଙ୍କର ଆଖିରୁ ଧାରଧାର ଲୁହ ଗଡ଼ିପଡ଼ିଲା ଓ ସେ ମନେମନେ ଭାବୁଥିଲେ,‘ଭଗବାନ ହେବାସିନା ଅସମ୍ଭବ। ହେଲେ ତାଙ୍କ ବନ୍ଧୁ ବା ସେବକ ହେବା ଅସମ୍ଭବ ନୁହେଁ।’
ଏହି ସତ୍ୟ ଘଟଣାରୁ ଆମେ ସ୍ପଷ୍ଟ ଜାଣିପାରୁଛେ, ଯେତେବେଳେ କୌଣସି ଦରଦୀପ୍ରାଣ ବ୍ୟକ୍ତି ନିଜ ଆବେଗ, ବ୍ୟାକୁଳତା ଓ ସମବେଦନା ଭାବନାରେ ନିଷ୍କାମ (ସ୍ବାର୍ଥ, ଲାଭକ୍ଷତି,ପାପପୁଣ୍ୟ ବିନା)ଭାବେ ଅନ୍ୟକୁ ସାହାଯ୍ୟ(ସେବା)ର ହାତବଢ଼ାନ୍ତି,‘ତାହା’ ପୂର୍ବରୁ କୌଣସି ମୁହୂର୍ତ୍ତରେ ପ୍ରଭୁଙ୍କ ସଂକଳ୍ପରେ ଆସିସାରିଥାଏ। ଆଉ ‘ସେହି ସଂକଳ୍ପ’ଟି ହିଁ ବ୍ୟକ୍ତିଙ୍କ ହୃଦୟରେ ପ୍ରତିଫଳିତ ହୁଏ। କାହାକୁ ସାହାଯ୍ୟକରି ବା କାହାର ସେବାକରି ଆମେ ଭାବିବାନି ଯେ, ଆମେ ତାଙ୍କୁ ଦୟାକଲୁ। ବରଂ ଭଗବାନଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜଣାଇବା ଯେ, ଏହି ସେବାକାର୍ଯ୍ୟ ଲାଗି ସେ ଆମକୁ ଉପଯୁକ୍ତ ଭାବି ବାଛିଛନ୍ତି। ଯଦି କେହି ପ୍ରଶ୍ନକରେ, ଅନ୍ୟର ନିଷ୍କାମ ସେବାକଲେ କ’ଣ ଫଳ ମିଳେ? ତେବେ ତା’ର ଉତ୍ତର ହେବ, ସେହି ସେବା ପାଇଁ ଆମକୁ ସୁଯୋଗ ମିଳିବାଟା ହିଁ ସର୍ବଶ୍ରେଷ୍ଠ ଫଳ। ପ୍ରଭୁ ଆମକୁ ତାଙ୍କର ଅତି ବିଶ୍ୱସ୍ତ ତାଲିକାରେ ରଖିଛନ୍ତି ବା ଆମେ ପ୍ରଭୁଙ୍କ ସେବକ ସନ୍ତାନ(ଆତ୍ମା)ଭାବେ ତାଙ୍କ ହୃଦୟଲିପିରେ ସ୍ଥାନ ପାଇଛେ। ନ ହେଲେ ତ ସମଗ୍ର ସଂସାରର ସେବାପାଇଁ ସେ ଏକାହିଁ ଯଥେଷ୍ଟ। ଅର୍ଥାତ୍‌ ତାଙ୍କ ସଂକଳ୍ପ ହିଁ ପର୍ଯ୍ୟାପ୍ତ। ସମ୍ପ୍ରତି ସମଗ୍ର ବିଶ୍ୱରେ ଆତଙ୍କ ସୃଷ୍ଟିକାରୀ ‘କରୋନା’ ବିରୋଧରେ ନିଜ ଜୀବନକୁ ବାଜିଲଗାଇ ଜୀବନଯୋଦ୍ଧା ଭାବେ ଯୁଦ୍ଧକ୍ଷେତ୍ରରେ ଅବତୀର୍ଣ୍ଣ ହୋଇଥିବା ନିଷ୍କାମ ସେବାକାରୀ ଆତ୍ମା(ଚିକିତ୍ସକ, ଆରକ୍ଷୀ, ଗଣମାଧ୍ୟମ ଆଦି)ମାନେ ମଧ୍ୟ ଏହି ‘ଦିବ୍ୟସ୍ପର୍ଶ’ର ଅଧିକାରୀ ଓ ପରମାତ୍ମାଙ୍କ ଶ୍ରେଷ୍ଠସନ୍ତାନ । ପରହିତ ବା ଅନ୍ୟର ସେବା ଯାହାଙ୍କ ସ୍ବଭାବ, ତାଙ୍କ ପାଇଁ ଜ୍ଞାନ, ବୈରାଗ୍ୟ, ଭକ୍ତି, ପ୍ରେମ ଆଦି କୌଣସି ବସ୍ତୁ ଦୁର୍ଲଭ ନୁହେଁ। ଯେଉଁବ୍ୟକ୍ତି ସମସ୍ତଙ୍କଠାରେ ମୋତେ ଓ ମୋଠାରେ ସମସ୍ତଙ୍କୁ ଦେଖେ, ତା’ପାଇଁ ମୁଁ ଅଦୃଶ୍ୟ ହୁଏ ନାହିଁ କି ମୋ ପାଇଁ ସେ ଅଦୃଶ୍ୟ ହୁଏନାହିଁ (ଗୀତା)। ଏହି ସୁଯୋଗ କେତେଜଣଙ୍କ ଭାଗ୍ୟରେ ଜୁଟିପାରେ?
ଭଗବାନ୍‌ ଆମକୁ ଦେବାଲୋକଙ୍କ ଭିତରେ ରଖିଛନ୍ତି, ନେବାଲୋକଙ୍କ ଭିତରେ ନୁହେଁ। ଯେ କେବଳ ଦେଇଜାଣେ ସେ ଦେବତା, ଯେ କେବଳ ନେଇଜାଣେ ସେ ଅସୁର ବା ରାକ୍ଷସ। ଯେ ଦିଏ ସେ ଯୋଗୀ ବା ତ୍ୟାଗୀ, ଯେ ନିଏ ସେ ଭୋଗୀ ବା ରୋଗୀ। ଈଶ୍ବର ସମସ୍ତଙ୍କ ପାଇଁ କେବଳ ଦୁଇଟି ରାସ୍ତା ତିଆରି କରିଛନ୍ତି। ଦେଇକରି (ଦାନ ବା ସେବା) ଯିବା କିମ୍ବା ଛାଡିକରି ଯିବା। ସାଥିରେ ନେଇକରି ଯିବାର କୌଣସି ବ୍ୟବସ୍ଥା ସେ କରିନାହାନ୍ତି। ସେଇଥିପାଇଁ ମହାଦାନୀ ରାଜା ହରିଶ୍ଚନ୍ଦ୍ର କାହାର ନିଷ୍କାମସେବା (ଦାନ) କଲାବେଳେ ଲଜ୍ଜାରେ ମୁହଁ ତଳକୁ କରୁଥିଲେ। କାରଣ ତାଙ୍କର ଧାରଣାଥିଲା, ମୁଁ କେବଳ ପ୍ରଭୁଙ୍କ ଦ୍ରବ୍ୟକୁ ହିଁ ଦାନକରୁଛି। କିନ୍ତୁ ସଂସାର ତାଙ୍କ ପରିବର୍ତ୍ତେ ମୋର ପ୍ରଶଂସା କରୁଛି। ସଂସାରରେ ଦରଦୀପ୍ରାଣ ସେବକଙ୍କର ହିସାବ ନା଼ହିଁ। ସେମାନେ ପରମଦୟାଳୁ ପ୍ରଭୁଙ୍କ ‘ଦିବ୍ୟସ୍ପର୍ଶ’ ଦ୍ୱାରା ପ୍ରେରିତ ହୋଇ ସମସ୍ତ ପାର୍ଥିବ ସୁଖ,ସ୍ବାଚ୍ଛନ୍ଦ୍ୟକୁ ତ୍ୟାଗକରି ଈଶ୍ୱର ସମର୍ପିତ ହୋଇ ଯାଇଛନ୍ତି। ମନୁଷ୍ୟ ଯେତେ ସେବା କରିଚାଲିବ, ସେ ସେତେ ଶାନ୍ତି ଓ ଆନନ୍ଦ ଆଡ଼କୁ ଅଗ୍ରସର ହୋଇପାରିବ। ତେଣୁ ସେହି ‘ଦିବ୍ୟସ୍ପର୍ଶ’ର ପ୍ରଭାବରେ ସର୍ବଜୀବଙ୍କର ନିଷ୍କାମ ସେବାରେ ନିଜକୁ ନିରନ୍ତର ନିୟୋଜିତ ରଖିବା ଆବଶ୍ୟକ।
ମୋ:୯୨୩୮୬୧୫୪୭୮


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

ପ୍ରଜାପତି ପ୍ରଭାବ

ପ୍ରଜାପତି ପ୍ରଭାବ ହେଉଛି ପଦାର୍ଥ ବିଜ୍ଞାନ ଓ ଗଣିତର ଏକ ଗୁରୁତ୍ୱପୂର୍ଣ୍ଣ ତତ୍ତ୍ୱ। ଏହା ହେଉଛି ଏକ ଅବଧାରଣା ଯେଉଁଥିରେ ଗୋଟିଏ ଜଟିଳ ପ୍ରଣାଳୀରେ କ୍ଷୁଦ୍ର ତଥା…

ଓଡ଼ିଶା ଦିବସର ଅନୁଚିନ୍ତା: ସମୃଦ୍ଧ, ସଶକ୍ତ ଓଡ଼ିଶା

ଆଜିର ଦିନଟି ପ୍ରତ୍ୟେକ ଓଡ଼ିଶାବାସୀଙ୍କ ପାଇଁ ବାର୍ଷିକ କ୍ୟାଲେଣ୍ଡରରେ ଏକ ମହତ୍ତ୍ୱପୂର୍ଣ୍ଣ ଦିନ। ୯୦ବର୍ଷ ତଳେ ଆଜିର ଦିନରେ ସ୍ବତନ୍ତ୍ର ଓଡ଼ିଶା ଗଠିତ ହୋଇଥିଲା, ଯାହା ଭାରତର…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri