ଦିବ୍ୟସ୍ପର୍ଶ

ନିମାଇଁ ଚରଣ ଲେଙ୍କା

ପୁରୀ ବଡ଼ଦାଣ୍ଡରେ ଡହ ଡ଼ହ ଖରାରେ ପିଲାଟିଏ ନିର୍ମାଲ୍ୟ ଓ ସଳିତା ବିକୁଥାଏ। ଲୋକେ ମୂଲଚାଲ କରୁଥାନ୍ତି। ଜଣେ ସହୃଦୟ ବ୍ୟକ୍ତିଙ୍କର ନଜର ପଡ଼ିଲା ପିଲାଟିର ପାଦ ଉପରେ। ଖରାରେ ବିଚରାର ପାଦଦୁଇଟି ଜଳିଯାଉଥିଲା। ମଝିରେ ଅତି ଅସହ୍ୟ ହେଲେ ପାଖରେ ରଖିଥିବା ପାଣିବୋତଲରୁ ପାଦରଖିଥିବା ଜାଗାରେ ପାଣି ଢାଳିଦେଉଥାଏ। ବ୍ୟକ୍ତିଜଣକ ସଙ୍ଗେ ସଙ୍ଗେ ଯାଇ ଅଳ୍ପଦୂରରେ ଥିବା ଦୋକାନରୁ ହଳେ ଜୋତା ଓ ଏକ ଛତା କିଣିଆଣି ପିଲାଟିକୁ ଦେଲେ। ଏହାଦେଖି ପିଲାଟିର ଆଖିରୁ ଲୁହ ଝରିପଡ଼ିଲା। ସେ ସଙ୍ଗେ ସଙ୍ଗେ ଭଦ୍ରବ୍ୟକ୍ତିଙ୍କୁ କହିଲା,”ଆପଣ ତା’ହେଲେ ସ୍ବୟଂ ପ୍ରଭୁଜଗନ୍ନାଥ? କଥା ଦେଇଥିଲେ ବୋଲି ଆଜି ସତରେ ମୋତେ ଦେଖାଦେଲେ।“ ବ୍ୟକ୍ତିଜଣକ କହିଲେ,”ନାଇଁରେ ବାବୁ! ମୁଁ ଜଣେ ସାଧାରଣ ମଣିଷ।“ ପିଲାଟି କହିଲା, ତା’ ହେଲେ ଆପଣ ତାଙ୍କ ବନ୍ଧୁ ହୋଇଥିବେ। ଆପଣଙ୍କୁ ସେ ହିଁ ମୋ ପାଖକୁ ପଠାଇଥିବେ। କାଲିରାତିର ଶେଷପ୍ରହରରେ ଯେତେବେଳେ ‘ଜଗା’ ମୋ ସ୍ବପ୍ନରେ ଆସିଥିଲେ, ମୋ ପାଦଦୁଇଟି ଖରାରେ ଜଳିଯାଉଛି ବୋଲି ମୁଁ ତାଙ୍କୁ ଜୋତା ହଳେ ମାଗିଥିଲି। ସେ ହଁ କରିଥିଲେ ଓ ମୋ ନିଦ ଭାଙ୍ଗିଯାଇଥିଲା। ସେଥିପାଇଁ ସେ ଜୋତାସହ ଛତା ଦେଇ ଆପଣଙ୍କୁ ପଠାଇଛନ୍ତି। ସତରେ ମୋ ଜଗା କେଡ଼େ ଦୟାଳୁ! ନିଜେ ଆସିପାରିଲେନି ବୋଲି ତାଙ୍କ ସାଙ୍ଗ ହାତରେ ଜୋତା ଓ ଛତାଦେଇ ପଠାଇଛନ୍ତି? ପିଲାଟିର କଥାଶୁଣି ଭଦ୍ରବ୍ୟକ୍ତିଙ୍କର ଆଖିରୁ ଧାରଧାର ଲୁହ ଗଡ଼ିପଡ଼ିଲା ଓ ସେ ମନେମନେ ଭାବୁଥିଲେ,‘ଭଗବାନ ହେବାସିନା ଅସମ୍ଭବ। ହେଲେ ତାଙ୍କ ବନ୍ଧୁ ବା ସେବକ ହେବା ଅସମ୍ଭବ ନୁହେଁ।’
ଏହି ସତ୍ୟ ଘଟଣାରୁ ଆମେ ସ୍ପଷ୍ଟ ଜାଣିପାରୁଛେ, ଯେତେବେଳେ କୌଣସି ଦରଦୀପ୍ରାଣ ବ୍ୟକ୍ତି ନିଜ ଆବେଗ, ବ୍ୟାକୁଳତା ଓ ସମବେଦନା ଭାବନାରେ ନିଷ୍କାମ (ସ୍ବାର୍ଥ, ଲାଭକ୍ଷତି,ପାପପୁଣ୍ୟ ବିନା)ଭାବେ ଅନ୍ୟକୁ ସାହାଯ୍ୟ(ସେବା)ର ହାତବଢ଼ାନ୍ତି,‘ତାହା’ ପୂର୍ବରୁ କୌଣସି ମୁହୂର୍ତ୍ତରେ ପ୍ରଭୁଙ୍କ ସଂକଳ୍ପରେ ଆସିସାରିଥାଏ। ଆଉ ‘ସେହି ସଂକଳ୍ପ’ଟି ହିଁ ବ୍ୟକ୍ତିଙ୍କ ହୃଦୟରେ ପ୍ରତିଫଳିତ ହୁଏ। କାହାକୁ ସାହାଯ୍ୟକରି ବା କାହାର ସେବାକରି ଆମେ ଭାବିବାନି ଯେ, ଆମେ ତାଙ୍କୁ ଦୟାକଲୁ। ବରଂ ଭଗବାନଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜଣାଇବା ଯେ, ଏହି ସେବାକାର୍ଯ୍ୟ ଲାଗି ସେ ଆମକୁ ଉପଯୁକ୍ତ ଭାବି ବାଛିଛନ୍ତି। ଯଦି କେହି ପ୍ରଶ୍ନକରେ, ଅନ୍ୟର ନିଷ୍କାମ ସେବାକଲେ କ’ଣ ଫଳ ମିଳେ? ତେବେ ତା’ର ଉତ୍ତର ହେବ, ସେହି ସେବା ପାଇଁ ଆମକୁ ସୁଯୋଗ ମିଳିବାଟା ହିଁ ସର୍ବଶ୍ରେଷ୍ଠ ଫଳ। ପ୍ରଭୁ ଆମକୁ ତାଙ୍କର ଅତି ବିଶ୍ୱସ୍ତ ତାଲିକାରେ ରଖିଛନ୍ତି ବା ଆମେ ପ୍ରଭୁଙ୍କ ସେବକ ସନ୍ତାନ(ଆତ୍ମା)ଭାବେ ତାଙ୍କ ହୃଦୟଲିପିରେ ସ୍ଥାନ ପାଇଛେ। ନ ହେଲେ ତ ସମଗ୍ର ସଂସାରର ସେବାପାଇଁ ସେ ଏକାହିଁ ଯଥେଷ୍ଟ। ଅର୍ଥାତ୍‌ ତାଙ୍କ ସଂକଳ୍ପ ହିଁ ପର୍ଯ୍ୟାପ୍ତ। ସମ୍ପ୍ରତି ସମଗ୍ର ବିଶ୍ୱରେ ଆତଙ୍କ ସୃଷ୍ଟିକାରୀ ‘କରୋନା’ ବିରୋଧରେ ନିଜ ଜୀବନକୁ ବାଜିଲଗାଇ ଜୀବନଯୋଦ୍ଧା ଭାବେ ଯୁଦ୍ଧକ୍ଷେତ୍ରରେ ଅବତୀର୍ଣ୍ଣ ହୋଇଥିବା ନିଷ୍କାମ ସେବାକାରୀ ଆତ୍ମା(ଚିକିତ୍ସକ, ଆରକ୍ଷୀ, ଗଣମାଧ୍ୟମ ଆଦି)ମାନେ ମଧ୍ୟ ଏହି ‘ଦିବ୍ୟସ୍ପର୍ଶ’ର ଅଧିକାରୀ ଓ ପରମାତ୍ମାଙ୍କ ଶ୍ରେଷ୍ଠସନ୍ତାନ । ପରହିତ ବା ଅନ୍ୟର ସେବା ଯାହାଙ୍କ ସ୍ବଭାବ, ତାଙ୍କ ପାଇଁ ଜ୍ଞାନ, ବୈରାଗ୍ୟ, ଭକ୍ତି, ପ୍ରେମ ଆଦି କୌଣସି ବସ୍ତୁ ଦୁର୍ଲଭ ନୁହେଁ। ଯେଉଁବ୍ୟକ୍ତି ସମସ୍ତଙ୍କଠାରେ ମୋତେ ଓ ମୋଠାରେ ସମସ୍ତଙ୍କୁ ଦେଖେ, ତା’ପାଇଁ ମୁଁ ଅଦୃଶ୍ୟ ହୁଏ ନାହିଁ କି ମୋ ପାଇଁ ସେ ଅଦୃଶ୍ୟ ହୁଏନାହିଁ (ଗୀତା)। ଏହି ସୁଯୋଗ କେତେଜଣଙ୍କ ଭାଗ୍ୟରେ ଜୁଟିପାରେ?
ଭଗବାନ୍‌ ଆମକୁ ଦେବାଲୋକଙ୍କ ଭିତରେ ରଖିଛନ୍ତି, ନେବାଲୋକଙ୍କ ଭିତରେ ନୁହେଁ। ଯେ କେବଳ ଦେଇଜାଣେ ସେ ଦେବତା, ଯେ କେବଳ ନେଇଜାଣେ ସେ ଅସୁର ବା ରାକ୍ଷସ। ଯେ ଦିଏ ସେ ଯୋଗୀ ବା ତ୍ୟାଗୀ, ଯେ ନିଏ ସେ ଭୋଗୀ ବା ରୋଗୀ। ଈଶ୍ବର ସମସ୍ତଙ୍କ ପାଇଁ କେବଳ ଦୁଇଟି ରାସ୍ତା ତିଆରି କରିଛନ୍ତି। ଦେଇକରି (ଦାନ ବା ସେବା) ଯିବା କିମ୍ବା ଛାଡିକରି ଯିବା। ସାଥିରେ ନେଇକରି ଯିବାର କୌଣସି ବ୍ୟବସ୍ଥା ସେ କରିନାହାନ୍ତି। ସେଇଥିପାଇଁ ମହାଦାନୀ ରାଜା ହରିଶ୍ଚନ୍ଦ୍ର କାହାର ନିଷ୍କାମସେବା (ଦାନ) କଲାବେଳେ ଲଜ୍ଜାରେ ମୁହଁ ତଳକୁ କରୁଥିଲେ। କାରଣ ତାଙ୍କର ଧାରଣାଥିଲା, ମୁଁ କେବଳ ପ୍ରଭୁଙ୍କ ଦ୍ରବ୍ୟକୁ ହିଁ ଦାନକରୁଛି। କିନ୍ତୁ ସଂସାର ତାଙ୍କ ପରିବର୍ତ୍ତେ ମୋର ପ୍ରଶଂସା କରୁଛି। ସଂସାରରେ ଦରଦୀପ୍ରାଣ ସେବକଙ୍କର ହିସାବ ନା଼ହିଁ। ସେମାନେ ପରମଦୟାଳୁ ପ୍ରଭୁଙ୍କ ‘ଦିବ୍ୟସ୍ପର୍ଶ’ ଦ୍ୱାରା ପ୍ରେରିତ ହୋଇ ସମସ୍ତ ପାର୍ଥିବ ସୁଖ,ସ୍ବାଚ୍ଛନ୍ଦ୍ୟକୁ ତ୍ୟାଗକରି ଈଶ୍ୱର ସମର୍ପିତ ହୋଇ ଯାଇଛନ୍ତି। ମନୁଷ୍ୟ ଯେତେ ସେବା କରିଚାଲିବ, ସେ ସେତେ ଶାନ୍ତି ଓ ଆନନ୍ଦ ଆଡ଼କୁ ଅଗ୍ରସର ହୋଇପାରିବ। ତେଣୁ ସେହି ‘ଦିବ୍ୟସ୍ପର୍ଶ’ର ପ୍ରଭାବରେ ସର୍ବଜୀବଙ୍କର ନିଷ୍କାମ ସେବାରେ ନିଜକୁ ନିରନ୍ତର ନିୟୋଜିତ ରଖିବା ଆବଶ୍ୟକ।
ମୋ:୯୨୩୮୬୧୫୪୭୮


Enter your email to get our daily news in your inbox.

All Right Reserved By Dharitri.Com

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

ବିକଳ୍ପ ଶେଷ

ବର୍ଷ ବର୍ଷ ଧରି ସିଭିଲ ସର୍ଭିସ ପରୀକ୍ଷାରେ ବ୍ୟବସ୍ଥାଗତ ତ୍ରୁଟି ରହିଥିଲା। ପରୀକ୍ଷାରେ ପାସ୍‌ କରି ଆଇଏଏସ୍‌ କିମ୍ବା ଆଇଏଫ୍‌ଏସ୍‌ରେ ପ୍ରବେଶ କଲେ ମଧ୍ୟ ସେମାନେ ଭଲ…

ଏଇ ଭାରତରେ

ସୁନ୍ଦରବନର ଏକ ଗାଁର ଲୋକେ ଜୀବନ-ଜୀବିକା ସଂଘର୍ଷରେ ବିଜୟୀ ହୋଇଛନ୍ତି। ପଶ୍ଚିମବଙ୍ଗ ସନ୍ଦେଶ୍‌ଖାଲି ବ୍ଲକ ଜେଲିଆଖଲି ଗାଁକୁ ଅନେକ ଛୋଟ ନଦୀ ଘେରିରହିଛି। କୋଲ୍‌କାତାଠାରୁ ୭୨ କି.ମି.…

ରେଡିଓ: ମନର କଥା କହେ

ରେଡିଓ ଆମ ଜୀବନରେ ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇରହିଛି। ସେ ସୂଚନା ପ୍ରସାରଣ ହେଉ କି ଆନନ୍ଦ ପ୍ରଦାନ, ରେଡିଓ ସବୁବେଳେ ଆମ ସାଥିରେ ରହିଛି। ମନେପଡୁଛି…

ଆସ୍ଥାର ବଜାରୀକରଣ

ଭାରତୀୟ ସଂସ୍କୃତିର ପ୍ରାଣକେନ୍ଦ୍ର ହେଉଛି ଆଧ୍ୟାତ୍ମିକତା। ଏଠାରେ ଦେବଦେବୀମାନେ କେବଳ ପୂଜାପାଠର ମାଧ୍ୟମ ନୁହନ୍ତି, ବରଂ ସେମାନେ ଆମ ଜୀବନଶୈଳୀ, ସଂସ୍କାର ଏବଂ ନୈତିକତାର ପ୍ରତୀକ। ହିନ୍ଦୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri