ଦିବ୍ୟ ଗଣିତ

ବହୁ ସମୟରେ ଲୋକେ ଶୂନକୁ ନେଇ ପ୍ରଶ୍ନ ଉଠାନ୍ତି। ସେମାନେ କହନ୍ତି ଯେ, ଯଦି ଆର୍ଯ୍ୟଭଟ୍ଟ ଶୂନ ଆବିଷ୍କାର କରିଥିଲେ, ତେବେ ତାଙ୍କ ପୂର୍ବରୁ ରାମାୟଣ ଓ ମହାଭାରତ ଯୁଗରେ ଲୋକେ କିଭଳି ରାବଣର ୧୦ ମୁଣ୍ଡ ଓ ଗାନ୍ଧାରୀଙ୍କର ୧୦୦ ମୁଣ୍ଡ ଥିଲା ବୋଲି ଗଣନା କରିପାରୁଥିଲେ। ଶୂନ ଆବିଷ୍କାର ହେବା ପୂର୍ବରୁ ନମ୍ବର ସିଷ୍ଟମ (ଅଙ୍କ କିମ୍ବା ଅନ୍ୟ ସଙ୍କେତ ବ୍ୟବହାର କରି ସଂଖ୍ୟାକୁ ପ୍ରତିପାଦିତ କରିବାର ପଦ୍ଧତି)କୁ ବୁଝି ନ ପାରିବା ହିଁ ଲୋକମାନଙ୍କର ଏକ ପ୍ରକାର ବୋକାମି। ଉଦାହରଣ ସ୍ବରୂପ, ରୋମାନ ସଂଖ୍ୟା ପଦ୍ଧତିରେ ୧୦କୁ x (ଏକ୍ସ) ଏବଂ ୧୦୦କୁ C (ସି) ବୋଲି ଲେଖାଯାଇପାରିବ। ପୁରାତନ ବ୍ରାହ୍ମୀଲିପିିରେ ସଂଖ୍ୟାଗୁଡ଼ିକ ଲାଗି ୧ରୁ ୯ ପର୍ଯ୍ୟନ୍ତ ସଂଖ୍ୟାର ସାଂଖିକ ସଙ୍କେତ ରହିଥିଲା। ଏହାବ୍ୟତୀତ ସେ ସମୟରେ ୧୦, ୨୦, ୩୦ ଏପରି କି ୧୦୦ ଓ ୧୦୦୦ର ସଙ୍କେତ ମଧ୍ୟ ଥିଲା। ଏଣୁ ଏସବୁ ସଙ୍କେତ ବ୍ୟବହାର କରି ତୁମେ ସହଜରେ ବିନା ଶୂନରେ ସଂଖ୍ୟାସବୁ ଲେଖିପାରିବ। କିନ୍ତୁ ବ୍ରାହ୍ମୀଲିପିର ସାଂଖିକ ସଙ୍କେତଗୁଡ଼ିକ ହେଉଛି ଜଟିଳ ଓ ମନ୍ଥର ପଦ୍ଧତି; ଯାହା କେବଳ ଲେଖିବା ପାଇଁ ଉଦ୍ଦିଷ୍ଟ, କିନ୍ତୁ ଭଲ ଭାବେ ଗଣନା ଲାଗି ସକ୍ଷମ ନ ଥିଲା।
ପ୍ରାୟ ୧୫୦୦ ବର୍ଷ ପୂର୍ବେ ଭାରତରେ ଶୂନ ଆବିଷ୍କାର ହୋଇଥିଲା। ଏହାର ଶ୍ରେୟ ଆର୍ଯ୍ୟଭଟ୍ଟ ଓ ବ୍ରହ୍ମଗୁପ୍ତଙ୍କର,ଏପରି କି ଶ୍ରୀଧରାଚାର୍ଯ୍ୟଙ୍କର ଯିଏ ଶୂନକୁ ସ୍ଥାନୀୟ ଅଙ୍କ ଭାବେ ବ୍ୟବହାର କରିଥିଲେ। ଫଳରେ ୧-୯ ସଂଖ୍ୟା ସହ ଶୂନ ଯୋଡ଼ି ଯେ କୌଣସି ସଂଖ୍ୟା ଲେଖାଯାଇପାରିଲା। ଏହି ପଦ୍ଧତି ଆରବ ଦେଇ ୟୁରୋପରେ ପହଞ୍ଚିଲା; ଯାହାକୁ କୁହାଯାଏ ହିନ୍ଦୁ ଆରବିକ୍‌ ଅଙ୍କ ପଦ୍ଧତି। ଏହି ନୂତନ ଓ ସୁବିଧାଜନକ ପଦ୍ଧତିକୁ ବ୍ୟବସାୟୀମାନେ ଭୀଷଣ ବିରୋଧ କରିଥିଲେ। ପୁରୁଣାକାଳିଆ ଗଣନ ଢାଞ୍ଚାକୁ ଏହି ପଦ୍ଧତି ପ୍ରତିପାଦିତ କରେ ବୋଲି ଗଣିିତଜ୍ଞ ଫିବୋନାସି ଦର୍ଶାଇବା ପରେ ବିରୋଧ ଥମିଥିଲା। ତ୍ରୟୋଦଶ ଶତାବ୍ଦୀରେ ଡେସିମାଲ ସିଷ୍ଟମ(ଦଶମିକ ପଦ୍ଧତି) ବ୍ୟାପକ ପ୍ରସାର ଲାଭ କରିଥିଲା। ଶୂନ ଆବିଷ୍କାରର ଅତି କମ୍‌ରେ ୧୦୦୦ ବର୍ଷ ପରେ ଏହା ଘଟିଥିଲା। ତେବେ ୟୁରୋପୀୟ ଦେଶଗୁଡ଼ିକ ସେମାନଙ୍କ ପଦ୍ଧତିକୁ ବଦଳାଇବା ଲାଗି କାହିଁକି ଅଧିକ ବର୍ଷ ଲାଗିଥିଲା? ଏହା ସେତେବେଳର ଖ୍ରୀଷ୍ଟିଆନମାନଙ୍କ ମଧ୍ୟରେ ରହିଥିବା ଦୃଢ ଦର୍ଶନ ଏବଂ ପୌରାଣିକ ବିଶ୍ୱାସ ଯୋଗୁ ହୋଇଛି।
ରୋମ୍‌ ସାମ୍ରାଜ୍ୟରେ ଖ୍ରୀଷ୍ଟଧର୍ମ ବେଶ୍‌ ଲୋକପ୍ରିୟ ହୋଇଥିଲେ ମଧ୍ୟ ଏଥିରେ ଅନେକ ଗ୍ରୀକ୍‌ ବିଚାରଧାରା ରହିଥିଲା। ଗ୍ରୀକ୍‌ର ଅଧିବାସୀମାନେ ବିଶ୍ୱ ସସୀମ ଓ ପୂର୍ବାନୁମେୟ (ଏହାର ଭବିଷ୍ୟତ କଥା କହିହେବ) ବୋଲି ବିଚାର କରୁଥିଲେ। ବିଶ୍ୱ ମଧ୍ୟ ଈଶ୍ୱରଙ୍କ ନିୟନ୍ତ୍ରିତ ବୋଲି ସେମାନଙ୍କର ବିଶ୍ୱାସ ଥିଲା। ସେମାନେ ଅସୀମ କିମ୍ବା ଶୂନ ଅବଧାରଣା ଉପରେ ବିଶ୍ୱାସ କରୁ ନ ଥିଲେ। ସେମାନଙ୍କ ବିଶ୍ୱାସ ରହିଥିଲା ଏକ ପୂର୍ବାନୁମେୟ ଓ କ୍ରିୟାବିଧିକ ବିଶ୍ୱ ଦୃଷ୍ଟିକୋଣ ଉପରେ। ସେମାନଙ୍କ ଭଳି ହିନ୍ଦୁମାନେ ବିଶ୍ୱାସ ରଖୁ ନ ଥିଲେ। ହିନ୍ଦୁମାନେ ସମ୍ପୂର୍ଣ୍ଣ ଅନିଶ୍ଚିତ ଅସୀମ ବିଶ୍ୱର ବିଶ୍ୱାସୀ ଥିଲେ। ଗ୍ରୀକମାନଙ୍କ ପୂର୍ବାନୁମେୟ ଧାରଣାର ପ୍ରମାଣ ବାଇବେଲରୁ ମିଳେ। ବାଇବେଲ କହେ, ତୁମେ ଯେମିତି ବିହନ ବୁଣିବ ସେମିତି ଅମଳ କରିବ;ଯାହା ପୂର୍ବାନୁମେୟ ଯୋଗ୍ୟ ବିଚାରକୁ ସିଦ୍ଧ କରେ। ଅନ୍ୟପକ୍ଷରେ ଗୀତା କହେ, କର୍ମ ଉପରେ ଧ୍ୟାନ ଦିଅ, ଫଳପ୍ରାପ୍ତି ଉପରେ ନୁହେଁ; ଯାହା ଏକ ଅନିଶ୍ଚିତତାକୁ ସୂଚିତ କରେ। ବୌଦ୍ଧ ଧର୍ମାବଲମ୍ବୀମାନଙ୍କ ମଧ୍ୟରେ ଶୂନ୍ୟ କିମ୍ବା ଅସ୍ତିତ୍ୱହୀନ ଧାରଣା ଦୃୃଢ ରହିଥିଲା। ହିନ୍ଦୁମାନେ ଈଶ୍ୱରଙ୍କୁ ଅନନ୍ତ କିମ୍ବା ଅସୀମ ବୋଲି କଳ୍ପନା କରୁଥିଲାବେଳେ ଖ୍ରୀଷ୍ଟିଆନମାନଙ୍କ ମତରେ ସମୟ (କାଳ)ର ଆରମ୍ଭ ଓ ଶେଷ ରହିଛି। ଜୈନ, ବୁଦ୍ଧ ଏବଂ ହିନ୍ଦୁ ସମୁଦାୟ ଈଶ୍ୱରଙ୍କୁ ଅନାଦି (ଯାହାର ଆରମ୍ଭ ନାହିଁ) ଓ ଅନନ୍ତ (ଯାହାର ଶେଷ ନାହିଁ) ବୋଲି ବିଶ୍ୱାସ କରିଥାନ୍ତି; ଯାହା ଏକ ସୀମାହୀନ ସଂଖ୍ୟା ରେଖାକୁ ପ୍ରତୀତ କରିଥାଏ।
ଆଉ ଏକ ଗୁରୁତ୍ୱପୂର୍ଣ୍ଣ ତଥା ଶକ୍ତିଶାଳୀ ଗାଣିତିକ ଭାଗକ୍ରିୟା ଧାରଣା ଭାରତରୁ ବାହାରକୁ ପ୍ରସାରିତ ହୋଇଥିଲା। ବହୁ ସମୟରେ ନିୟମିତ ଜୀବନରେ ମନେକରୁ ଯେ ଆମେ ଜନ୍ମ ନେଇ ଥରେ ମାତ୍ର ବଞ୍ଚିବୁ କିମ୍ବା ଆମେ ହିଁ କେବଳ ଜଣେ ଅଛୁ। କିନ୍ତୁ ବାସ୍ତବତା ହେଉଛି, ସଂଖ୍ୟାଗୁଡ଼ିକର ଭାଜକ ଥିଲା ଭଳି ସମୟଚକ୍ରରେ ଆମ ଜୀବନ ବିଭାଜିତ, ଅର୍ଥାତ୍‌ ଆମେ ଜୀବନରେ ବାରମ୍ବାର ଜନ୍ମ ନେଇଚାଲିଛୁ। ଆମେ ଅନେକ ଜୀବନ ଜିଇଥାଉ ଓ ସେତେବେଳେ ଅନେକ ଅଭିଜ୍ଞତାକୁ ଅନୁଭବ କରିଥାଉ। ଆମେ କେବେ କି ଏକୁଟିଆ ରହି ନ ଥାଉ। ସବୁବେଳେ ଆମେ ଯେକୌଣସି ସମ୍ପର୍କ, ଗୋଷ୍ଠୀ କିମ୍ବା ଜାତିର ଅଂଶ ଭାବେ ରହିଥାଉ। ବିଭାଜ୍ୟ ସଂଖ୍ୟାକୁ ଭାଗ କଲାପରେ ଯେଭଳି ତା’ର ମୂଲ୍ୟ ଆସେ ଠିକ୍‌ ସେହିଭଳି ଆମ ବିଭାଜିତ ଜୀବନର କାର୍ଯ୍ୟ ହିଁ ଆମ ଜୀବନର ମୂଲ୍ୟ। ଏକ ସୀମାହୀନ ଜନସମୂହରେ ଜୀବନର ବିଭାଜନ ଅସୀମ ହୋଇଥିବାରୁ ଅର୍ଥାତ୍‌ ବାରମ୍ବାର ପୁନର୍ଜନ୍ମ ଲାଭ କରିଥିବାରୁ ଆମ ଜୀବନର ମୂଲ୍ୟ କିଛି ନୁହେଁ।
ସଂଖ୍ୟାଗୁଡ଼ିକ ଜୀବନ ଦର୍ଶନ ସହ ସମ୍ପର୍କିତ। ଯଦି ତୁମେ କେବଳ ଗୋଟିଏ ଜୀବନ ଜିଇବ ତା’ହେଲେ ତୁମର ଭାଜକ କେବଳ ୧ ହେବ ଏବଂ ସେହି ଜୀବନରେ ତୁମ ସଫଳତାଗୁଡ଼ିକର ମୋଟ ରାଶିକୁ ତୁମ ଜୀବନର ମୂଲ୍ୟ ବୋଲି କୁହାଯିବ। ଯଦି ପୁନର୍ଜନ୍ମ ଚକ୍ରରେ ବାରମ୍ବାର ଜନ୍ମ ନେଇ ଅସୀମ ଜୀବନ ଜିଇବ, ତେବେ ତୁମ ଜୀବନ ଅଗଣିତ ଥର ବିଭାଜିତ ହୋଇ ତୁମେ ଯାହା କରିଥିଲେ ମଧ୍ୟ ଜୀବନର ମୂଲ୍ୟ କମି ଶୂନ ହୋଇଯିବ। ଏଣୁ ଏଇ ଜନ୍ମ ମୂଲ୍ୟବାନ୍‌। ଅଧିକରୁ ଅଧିକ ଲୋକଙ୍କୁ ପ୍ରଭାବିତ କରି ଆମ ଜୀବନର ମୂଲ୍ୟ ବୃଦ୍ଧି କରିପାରିବା। ଯଦି ଆମେ ଅଗଣିତ ଲୋକଙ୍କୁ କାମରେ ପ୍ରଭାବିତ କରିପାରିବା, ତେବେ ଆମେ ଦିବ୍ୟ ତଥା ଅସୀମ ହୋଇଯିବା ଓ ପରେ ଅସୀମରେ ମିଶିଯିବା। ଅସୀମ (ଅନନ୍ତ)ରୁ ଅସୀମର ଜନ୍ମ ବୋଲି ବେଦର ଶ୍ଳୋକରେ କୁହାଯାଇଛି- ପୂର୍ଣ୍ଣମିଦ ପୂର୍ଣ୍ଣମିଦଂ.. ଯାହା ଅନନ୍ତ ବିଶ୍ୱକୁ ସୂଚିତ କରିଛି।
ତନ୍ତ୍ରରେ ଦେବୀମାତାଙ୍କୁ କଳ୍ପିତ କରାଯାଇଛି। ଏହି ଦେବୀମାନଙ୍କର ଅକ୍ଷରବର୍ଣ୍ଣ ସହ ସମ୍ପର୍କ ରହିଛି। ସଂଖ୍ୟାଗୁଡ଼ିକର ଭାଜକ ରହିଥିବା ଭଳି ଶବ୍ଦ କିମ୍ବା କଥିତ ଶବ୍ଦଗୁଡ଼ିକର ସ୍ବରବର୍ଣ୍ଣ ବିଭାଜିତ ହୋଇ ଜୀବନ୍ତ ବର୍ଣ୍ଣମାଳା ସୃଷ୍ଟି କରିଥାଏ। ଚିରନ୍ତନ ବା ଦିବ୍ୟ ଶବ୍ଦଗୁଡ଼ିକ ବାସ୍ତବରେ ଅଦୃଶ୍ୟ। ଏହି ଅଦୃଶ୍ୟ ଶବ୍ଦଗୁଡ଼ିକ ଏକ ସ୍ବର ବା ମନ୍ତ୍ର ଆକାରରେ ଶୁଣିବାକୁ ମିଳିଲେ ତାହାକୁ ଦୃଶ୍ୟ ଦୈବୀ ଶକ୍ତି ବୋଲି କୁହାଯିବ। ଶକ୍ତିରୁ ଉଦ୍ଭବ ଦେବୀ ମା’ ଶବ (ମୃତକ)କୁ ଶିବ (ଦିବ୍ୟତା)ରେ ରୂପାନ୍ତର କରିଥାନ୍ତି। ସେହିଭଳି କୌଣସି ଏକ ବର୍ଣ୍ଣକୁ ଏକ ସ୍ବର ଦେଲେ ଶବ୍ଦ ସଜୀବ ତଥା ଆନନ୍ଦଦାୟକ ତଥା ମୂଲ୍ୟବାନ ହୋଇଯାଏ। ଠିକ୍‌ ସେହିଭଳି ତୁମେ ଏକ ସଂଖ୍ୟାର ଭାଜକକୁ ବିଚାର କଲେ ତା’ର ବାସ୍ତବ ମୂଲ୍ୟ ଅନୁଭବ କରିପାରିବ। ଜୀବନରେ ପ୍ରତ୍ୟେକ କ୍ଷେତ୍ରରେ ବି ରହିଛି ଏକ ପୂର୍ବପର ସମ୍ବନ୍ଧ। ଏଣୁ ଜୀବନର ଆରମ୍ଭ କିମ୍ବା ଶେଷ ନାହିଁ। ଜୀବନ କେବଳ ଅସୀମରୁ ଅସୀମ ପର୍ଯ୍ୟନ୍ତ ଲମ୍ବିଥିବା ଏକ ସଂଖ୍ୟା ରେଖା। ଏହି ଦିବ୍ୟ ଗଣିତକୁ ଉପଲବ୍ଧି କଲେ ଜୀବନର ମୂଲ୍ୟ ବୁଝିହେବ।

– ଦେବଦତ୍ତ ପଟ୍ଟନାୟକ
devduttofficial@gmail.com


Enter your email to get our daily news in your inbox.

All Right Reserved By Dharitri.Com

ପକ୍ଷପାତିତା ଭାର

ଏକ ପରିକଳ୍ପିତ ସ୍ଥିତିର ପରିଣାମ ସମ୍ପର୍କରେ ବିଚାର କରାଯାଉ। କଳ୍ପନା କରନ୍ତୁ ଯେ ଦୁଇଟି ବଡ଼ କ୍ଷେପଣାସ୍ତ୍ର ହ୍ୱାଇଟ୍‌ ହାଉସ ଉପରେ ମାଡ଼ କଲା। ପ୍ରଥମଟି ଏପରି…

ସମସ୍ୟା: ଏକ ସୁଯୋଗ

ଯଦିଓ ଆମର ଜ୍ଞାନୀଗୁଣୀଜନ ପ୍ରତ୍ୟେକ ମଣିଷର ବଳକୁ ଶତସିଂହର ବଳ ସହ ତୁଳନା କରିଛନ୍ତି, କିନ୍ତୁ ସ୍ଥଳବିଶେଷରେ ଦେଖୁ ହାରାହାରି ଚିନ୍ତନ କରିପାରୁଥିବା ବା କ୍ଷମତା ରଖୁଥିବା…

ଆର୍ଦ୍ରଭୂମିର ଗୁରୁତ୍ୱ ଓ ସଂରକ୍ଷଣ

ଜଳ ଆମ ଗ୍ରହର ୭୧ ଶତାଂଶ ଅଞ୍ଚଳକୁ ଆଚ୍ଛାଦିତ କରେ ଏବଂ ନଦନଦୀ, ହ୍ରଦ, ପୁଷ୍କରିଣୀଠାରୁ ସମୁଦ୍ର ପରି ବିଭିନ୍ନ ଉତ୍ସରେ ଉପଲବ୍ଧ ହୋଇ ଜଳୀୟ ପରିସଂସ୍ଥାକୁ…

ନେତାଙ୍କୁ ଅନୁସରଣ

ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ପଦବୀ ଛାଡ଼ି ରାଜ୍ୟ ସଭାକୁ ଯିବା ପରେ ବିହାରର ବରିଷ୍ଠ ବାବୁମାନଙ୍କ ଏକ ଦଳ ଖୁବ୍‌ ଶୀଘ୍ର କେନ୍ଦ୍ରୀୟ ଡେପୁଟେଶନରେ ଯାଇପାରନ୍ତି ବୋଲି…

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ ମହାରାଷ୍ଟ୍ରର ମରାଠାଓ୍ବାଡା ଓ ଖଣ୍ଡେଶ ଅଞ୍ଚଳରେ ଜଳାଶୟ ଓ…

ବିଲ୍‌ ଗେଟ୍ସଙ୍କ କୃତ୍ରିମ ବର୍ଷା

ବିଲ୍‌ ଗେଟ୍ସଙ୍କ କୃତ୍ରିମ ବର୍ଷା’ ଶୀର୍ଷକ ଏକ ଭାଇରାଲ ରିଲ୍‌ କିଛିଦିନ ହେଲା ଭାରତୀୟଙ୍କ ହ୍ବାଟ୍ସଆପ୍‌ରେ ଆଲୋଡ଼ନ ସୃଷ୍ଟି କରିଥିଲା ଓ ଏହି ଅସମୟ ବର୍ଷାରେ ବାହାରକୁ…

ଗରିବ କିଏ

ସଂସାରରେ ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ ବହୁତ ଧନ ସମ୍ପତ୍ତିର ଅଧିକାରୀ ତ ହୋଇଥାନ୍ତି; କିନ୍ତୁ ସେମାନଙ୍କର ଆଚରଣ ଭିକାରିର ଆଚରଣ ସହିତ ପ୍ରାୟ ସମାନ…

ଅନ୍ତର୍ଜାତୀୟ ବ୍ୟବସ୍ଥାରେ ଅସଙ୍ଗତି

ନିକଟରେ କାନାଡ଼ାର ପ୍ରଧାନମନ୍ତ୍ରୀ ମାର୍କ କାର୍ନି ତାଙ୍କ ଭାଷଣରେ ନିୟମ ଆଧାରିତ ଅନ୍ତର୍ଜାତୀୟ ବ୍ୟବସ୍ଥାକୁ ‘ଛଳନାତ୍ମକ’ ବା ଅବାସ୍ତବ ବୋଲି ବର୍ଣ୍ଣନା କରିଥିଲେ। ଏହି ମନ୍ତବ୍ୟ ଗ୍ଲୋବାଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri