Posted inଫୁରସତ

ଦୀର୍ଘ ୭ଦଶନ୍ଧି ଧରି ଚାଲିଛି କଲମ, କୁହନ୍ତି – ପାଠକଙ୍କ ଭଲପାଇବାରେ ଈଶ୍ୱରୀୟ କୃପା ମିଳୁଛି…

ପେସାରେ ସେ ଜଣେ ଶିକ୍ଷାବିତ୍‌ କିନ୍ତୁ ରୁଚି ତାଙ୍କର ସାହିତ୍ୟ ଓ କଳାସଂସ୍କୃତି। ଏକାଧାରରେ ସେ ଜଣେ ସମାଜସେବୀ, ଚିକିତ୍ସକ, ଗାଳ୍ପିକ ଓ ଗବେଷକ। ଦୀର୍ଘ ୭ଦଶନ୍ଧି ଧରି ତାଙ୍କ ଲେଖନୀ ମୁନରେ ଝରି ଯାଇଛି ବହୁ କାବ୍ୟ କବିତାର ଶବ୍ଦାବଳୀ। ତାଙ୍କ କଲମ ଚାଳନାରେ ସୃଷ୍ଟି ହୋଇଛି ଏକାଧିକ ପୁସ୍ତକ। ବିଶେଷକରି ପ୍ରାକୃତିକ ପରିବେଶ, ପୁରାଣକଥା ଓ ସ୍ବାସ୍ଥ୍ୟ ଚିକିତ୍ସା ସମ୍ପର୍କରେ ସେ ରଚନା କରିଛନ୍ତି ଅନେକ ପୁସ୍ତକ। ତାଙ୍କର ବହୁମୁଖୀ ପ୍ରତିଭା ପାଇଁ ବିଭିନ୍ନ ଅନୁଷ୍ଠାନ ତରଫରୁ ମିଳିଛି ଅନେକ ପୁରସ୍କାର ଓ ସମ୍ମାନ । ସେ ହେଲେ ସୁଦାମ ଚରଣ ବେହେରା। ଜନ୍ମ ତା ୬ା୧୧ା୧୯୪୨ରିଖ। ପିତା- ମଧୁସୂଦନ ବେହେରା, ମାତା- ଦୋଳି ଦେଈ। ଘର କଟକ ଜିଲାର ୪୨ ମୌଜା ଅଧୀନ ଡିହସରିଚୁଆଁ ଗାଁରେ। ସେ କୁହନ୍ତି ପିଲାଦିନେ ଘରର ଆର୍ଥିକ ପରିସ୍ଥିତି ଭଲ ନ ଥିଲା। ବହୁ କଷ୍ଟରେ ପାଠ ପଢିିବାକୁ ଯାଇଥିଲି। କିନ୍ତୁ ଆମ ଗାଁର ପ୍ରାକୃତିକ ପରିବେଶ ମୋତେ ଜଣେ ସୃଜନଶୀଳତ ମଣିଷ ହେବାରେ ସାହାଯ୍ୟ କଲା। ସ୍କୁଲ ବୟସରୁ ମୋର କବିତା ଲେଖିବା ଆରମ୍ଭ ହୋଇଥିଲା। ସେତେବେଳେ ଯେଉଁଠି ସାଂସ୍କୃତିକ କାର୍ଯ୍ୟକ୍ରମ ହେଉଥିଲା, ସେଠାରେ ପହଞ୍ଚତ୍ ଯାଉଥିଲି, ଏହା ମୋର ନିଶା ହୋଇ ଯାଇଥିଲା। ବିଶେଷକରି ଆମଗାଁ ଏବଂ ଆଖପାଖ ପଡ଼ୋଶୀ ଗାଁରେ ପାଲା ତଥା ବିଭିନ୍ନ ଲୋକକଳା ପରିବେଷଣ ହେଉଥିଲା, ଯାହା ମତେ ଖୁବ୍‌ ଭଲ ଲାଗୁଥିଲା। ଏବଂ ପରବର୍ତ୍ତୀ ସମୟରେ ଏହା ମତେ ପୁରାଣକଥା ଲେଖିବାକୁ ପ୍ରୋତ୍ସାହିତ କରିଥିଲା। ଗାଁ ନିକଟ ଏକ ଆମ୍ବତୋଟାକୁ ଯାଏ। ସେଠାରେ ମହିମା ଗାଦି ରହିଛି । ସେଠାରେ ବସି ଲେଖାଲେଖି କରେ। ମା’ ଭଗବତୀ ଓ ଜଗନ୍ନାଥଙ୍କ କୃପାରୁ ମୋର ଲେଖାଲେଖି ଜାରି ରହିଛି। ସେଥିମଧ୍ୟରୁ ୧୯୬୦ ଦଶକରେ ‘ଷଡ଼ରସ ତରଙ୍ଗ’, ‘ଶ୍ରୀଜଗନ୍ନାଥ ଜଣାଣ’, ଆର୍ତ୍ତସ୍ତୁତି, ସ୍ବପ୍ନ ସୁନ୍ଦରୀ ଓଡ଼ିଶା, ‘ଭାବ ତରଙ୍ଗିଣୀ ’ଏବଂ ହୋମିଓପାଥିକ ଚିକିତ୍ସାକୁ ନେଇ ହୋମିଓପାଥିକ ୧ମ ଭାଗ,୨ୟ ଭାଗ ଓ ୩ୟ ଭାଗ ଆଦି ପୁସ୍ତକ ରଚନା କରିଛି। ଏହାପରେ ‘ପଦ୍ମାବତୀ’, ‘କୁଶଭଦ୍ରା’, ସ୍ବର୍ଗଦ୍ୱାର, ମାଟିମା, ମୋ ଗାଁ ମୋ ମା’ ଆଦି କାବ୍ୟ ପ୍ରକାଶିତ ହେଲା। ୧୯୭୦ରୁ ୧୯୯୦ ମଧ୍ୟରେ ପ୍ରାୟ ୮ଖଣ୍ଡ କାବ୍ୟ ଲେଖିସାରିଛି। ମୋର ପେସାଗତ ଜୀବନକୁ ଦେଖିଲେ ରେଭେନ୍‌ଶାରେ ଯୁକ୍ତ ୨ ପଢୁଥିବା ବେଳେ ୧୯୬୩ରେ ବେଣ୍ଟକାର ମଧ୍ୟ ଇଂରାଜୀ ସ୍କୁଲରେ ସହକାରୀ ଶିକ୍ଷକଭାବେ ନିଯୁକ୍ତି ପାଇଥିଲି। ସ୍କୁଲରୁ ଫେରିଲା ପରେ ଗାଁରେ ହୋମିଓପାଥିକ ଚିକିତ୍ସା କରୁଥିଲି। ୨୦୦୧ ପର୍ଯ୍ୟନ୍ତ ଶିକ୍ଷକତା କରିଥିଲି। ସେହି ସମୟରେ ବି ଲେଖାଲେଖି ଚାଲିଥାଏ। ଏବେ ଅବଶ୍ୟ ବୟସ ହେବାରୁ ମୋର ଦେହ ଅସୁସ୍ଥ ହେଲାଣି ତଥାପି ଟିକେ ସୁସ୍ଥ ଅନୁଭବ କଲେ କଲମଟିଏ ଧରି ମନକୁ ଯାହା ଆସେ ତାହା ଲେଖିଥାଏ। ପରେ ସେସବୁ କବିତା ହୋଇଯାଏ। ଏମିତି କାବ୍ୟକବିତା ଲେଖିବାରେ ରାତି ବିତିଯାଏ । ଯେତେ ଅନିଦ୍ରା ହେଲେବି ଦେହକୁ କଷ୍ଟ ଜଣାପଡ଼େ ନାହିଁ। ଏଥିରେ ମାନସିକ ଶାନ୍ତି ମିଳେ। ଏବେ ଅବସର ପରେ ବୟସ ବଢି ଯାଇଥିବାରୁ ଆଗଭଳି ଆଉ ଚିକିତ୍ସା ସେବା କରିପାରୁନାହିଁ କିନ୍ତୁ ବିଭିନ୍ନ ସମୟରେ ମୋ ପାଖକୁ ଆସୁଥିବା ରୋଗୀଙ୍କୁ ଆରୋଗ୍ୟ ନିମନ୍ତେ ପରାମର୍ଶ ଦେଉଛି। ଏଥିରେ ଅନେକ ଲୋକ ଉପକୃତ ହୋଇଛନ୍ତି। ସାହିତ୍ୟ ସାଧନା, ରୋଗୀସେବା ଓ ଶିକ୍ଷାଦାନରେ ମୋତେ ଭିନ୍ନ ପରିଚୟ ମିଳିଛି। ପୁରସ୍କାରଠାରୁ ପାଠକଙ୍କ ଭଲପାଇବାରେ ଈଶ୍ୱରୀୟ କୃପା ମିଳୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଏହି ମୁସଲମାନ ଦେଶରୁ ମିଳିଲା ୪୫୦୦ ବର୍ଷର ପୁରୁଣା ସୂର୍ଯ୍ୟମନ୍ଦିର

କାଇରୋ,୨୧ା୧୨: ମିଶରର ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା ମିଶରର ରାଜଧାନୀ କାଇରୋରେ ଏକ ଆବିଷ୍କାର କରିଛି, ଯାହା ବିଶ୍ୱକୁ ଆଶ୍ଚର୍ଯ୍ୟ କରିଛି। ଏଠାରେ ପ୍ରାୟ ୪,୫୦୦ ବର୍ଷ...

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ, ବୁଲିବା ପାଇଁ ବେଷ୍ଟ ଯାଗା

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ...

Top 5 Beaches of Odisha: ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ସମୁଦ୍ର କୂଳ, ପିକନିକ୍‌ ପ୍ଲାନିଂ କରୁଥିଲେ ଜାଣି ନିଅନ୍ତୁ

ପୁରୀ ଓଡ଼ିଶାର ପୂର୍ବ ଉପକୂଳରେ ଅବସ୍ଥିତ ପୁରୀ ବେଳାଭୂମି। ଜଗନ୍ନାଥ ଧାମ ନିକଟରେ ଥିବା ଏହି ବେଳାଭୂମିର ସୌନ୍ଦର୍ଯ୍ୟ ଅବଲୋକନ କରିବାକୁ ଦୈନିକ ଲକ୍ଷଲକ୍ଷ ପର୍ଯ୍ୟଟକଙ୍କ...

ଜାଣିଛନ୍ତି କି ପେଟ୍ରୋଲ-ଡିଜେଲ ବି ହୁଏ ଏକ୍ସପାରୀ, ଏତିକି ଦିନ ଯାଏ ରଖିପାରିବେ…

ଅଧିକାଂଶ ଲୋକ ବିଶ୍ୱାସ କରନ୍ତି ଯେ ଥରେ ଟ୍ୟାଙ୍କରେ ଭର୍ତ୍ତି କରି କିମ୍ୱା କ୍ୟାନରେ ସଂରକ୍ଷଣ କରିଦେଲେ, ଇନ୍ଧନ ସବୁଦିନ ପାଇଁ ରହିଥାଏ। କିନ୍ତୁ ଏହା...

ଶାଢି ନଥିବାବେଳେ କ’ଣ ପିନ୍ଧୁଥିଲେ ମହିଳା? ୯୯% ଜାଣି ନ ଥିବେ ସତ

ପ୍ରତିବର୍ଷ ଡିସେମ୍ୱର 21 ତାରିଖରେ ବିଶ୍ୱ ଶାଢ଼ି ଦିବସ ପାଳନ କରାଯାଏ। ଶାଢ଼ି ହେଉଛି ଏକ ପାରମ୍ପରିକ ଭାରତୀୟ ମହିଳା ପୋଷାକ, ଯାହା ଶରୀରରେ ପୋଷାକ...

ଏମିତି ଦେଶ, ଯେଉଁଠି ଦେଖିବାକୁ ମିଳନ୍ତି ନାହିଁ ପିମ୍ପୁଡ଼ି, କାରଣ ଜାଣିଲେ…

ପିମ୍ପୁଡ଼ି ସବୁଠି ଦେଖାଯାନ୍ତି। ପୃଥିବୀରେ ଏପରି କୌଣସି ସ୍ଥାନ ନାହିଁ, ଯେଉଁଠାରେ ପିମ୍ପୁଡ଼ି ନାହାନ୍ତି। ସାରା ବିଶ୍ୱରେ ବିଭିନ୍ନ ପ୍ରକାରର ପିମ୍ପୁଡ଼ି ଦେଖିବାକୁ ମିଳିଥାନ୍ତି। ସେମାନଙ୍କ...

ସ୍ବାମୀଙ୍କୁ ଛାଡ଼ି ପ୍ରେମିକଙ୍କ ସହ ଫେରାର ହୋଇଯାଇଥିଲେ ମହିଳା: ଧୋକା ମିଳିବା ପରେ ପୁଣି ଫେରିଲେ ଶାଶୁଘରକୁ, ତା’ପରେ ଯାହା ଘଟିଲା…

ଇନ୍ଦୋର,୨୦।୧୨: ମଧ୍ୟପ୍ରଦେଶର ଇନ୍ଦୋରରେ ଜଣେ ମହିଳା ପ୍ରଥମେ ତାଙ୍କ ସ୍ବାମୀଙ୍କୁ ପ୍ରତାରଣା କରିଥିଲେ ଏବଂ ପରେ ନିଜେ ପ୍ରତାରଣାର ଶିକାର ହୋଇଥିଲେ। ସେ ତାଙ୍କ ପ୍ରେମିକ...

ବିଶ୍ୱର ଏକମାତ୍ର ବୁଲେଟ୍‌ ପ୍ରୁଫ୍‌ ପ୍ରାଣୀ, AK-47 ଗୁଳି ବି କରିବ ନାହିଁ ପ୍ରଭାବିତ, ଜାଣିଲେ…

ସାରା ବିଶ୍ୱରେ ଲକ୍ଷଲକ୍ଷ ପ୍ରଜାତିର ପ୍ରାଣୀ ଦେଖିବାକୁ ମିଳିଥାନ୍ତି। କିଛି ଜୀବ ଅନନ୍ୟ ଗଠନ ପାଇଁ ଜଣାଶୁଣା ଥିବାବେଳେ ଆଉ କିଛି ସେମାନଙ୍କର ଆକ୍ରମଣାତ୍ମକତା ପାଇଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri