ମହାକାଶରେ ଦିବ୍ୟ ଚକ୍ଷୁ

ରିତେଶ କୁମାର ଶିଶୁ

ଆମ ଚକ୍ଷୁର ଦୃଷ୍ଟି ପରିସୀମା ସୀମିତ, ଯାହା ମାଧ୍ୟମରେ ବିଶ୍ୱର ସମସ୍ତ ବିଚିତ୍ରତାକୁ ଦେଖିବା ସମ୍ଭବ ନୁହେଁ। ମହାଭାରତରେ ଋଷି ବ୍ୟାସଦେବ ସୟଙ୍କୁ ଓ ଭଗବାନ କୃଷ୍ଣ ଅର୍ଜୁନଙ୍କୁ ଦିବ୍ୟ ଦୃଷ୍ଟି ପ୍ରଦାନ କରିଥିଲେ ଓ ଉଭୟ ସୟ ଓ ଅର୍ଜୁନ ତାହା ଦ୍ୱାରା ବିଶ୍ୱରୂପ ଦର୍ଶନ କରିପାରିଥିଲେ। ବିଜ୍ଞାନସମ୍ମତ ମତବାଦରୁ ଏହା ପ୍ରତୀୟମାନ ହୋଇଛି ଯେ ଆମେ ଏକ ପରିମିତିହୀନ ଅପରିସୀମ ସଦା ବିସ୍ତୃତ ବିଶ୍ୱରେ ବାସ କରୁଛେ। କିନ୍ତୁ ଏହି ବିଶ୍ୱ ବ୍ରହ୍ମାଣ୍ଡର ଉପତ୍ତ୍ତି ୧୩୮୦ କୋଟି ବର୍ଷ ପୂର୍ବେ ଏକ ବିରାଟ ବିସ୍ଫୋରଣ ବା ବିଗ୍‌ବ୍ୟାଙ୍ଗରୁ ଆରମ୍ଭ ହୋଇଥିବାର ଏକ ମତବାଦ ପ୍ରଚଳିତ ଅଛି, ଯାହା ପ୍ରମାଣ ସାପେକ୍ଷ। ଏହାର ପ୍ରମାଣ ଖୋଜିବା ପାଇଁ ବୈଜ୍ଞାନିକମାନେ ଅନେକ ପ୍ରଚେଷ୍ଟା ଜାରି ରଖିଛନ୍ତି। ସେହି ପ୍ରଚେଷ୍ଟାର ଏକ ପ୍ରୟାସ ହେଉଛି ମହାକାଶରେ ଶକ୍ତିଶାଳୀ ଦୂରବୀକ୍ଷଣ ଯନ୍ତ୍ର ସ୍ଥାପନା କରି ସମୟର ଗଭୀରତମ ପ୍ରଦେଶରେ ୧୩୮୦ କୋଟି ବର୍ଷ ଅତୀତକୁ ନିରେଖି ଦେଖିବା। ୨୫ ଡିସେମ୍ବର୨୦୨୧ରେ ମହାକାଶକୁ ପ୍ରେରଣ କରାଯାଇଥିବା ଜେମ୍ସ ଓ୍ବେବ୍‌ ଦୂରବୀକ୍ଷଣ ଯନ୍ତ୍ର ମାଧ୍ୟମରେ ଏହା ସମ୍ଭବ ହେବ ବୋଲି ଆଶା କରାଯାଉଛି। ଏଥି ପୂର୍ବରୁ ହବ୍ବଲ ଦୂରବୀକ୍ଷଣ ଯନ୍ତ୍ର ମାଧ୍ୟମରେ ୯୦୦ରୁ ୧୦୦୦ କୋଟି ବର୍ଷ ଅତୀତର ସ୍ଥିତିକୁ ନିରୀକ୍ଷଣ କରାଯାଇ ପାରିଥିଲା।
ହେଲେ ଏଠାରେ ଆଶ୍ଚର୍ଯ୍ୟକର କଥା ହେଲା ଆମେ ଦୂରବୀକ୍ଷଣ ଯନ୍ତ୍ରରେ ଅତୀତକୁ କେମିତି ଦେଖିପାରୁଛେ! ତାହା ହିଁ ତ ମାୟା, ମଣିଷ ଚର୍ମ ଚକ୍ଷୁରେ ଯାହା ଦେଖେ ତାହା ବର୍ତ୍ତମାନ ଓ ବାସ୍ତବ ବୋଲି ଭାବେ କିନ୍ତୁ ବିଜ୍ଞାନର ପ୍ରହେଳିକାମୟ ମତବାଦ ଅନୁସାରେ ଆମେ ସର୍ବଦା ଅତୀତକୁ ହିଁ ଅବଲୋକନ କରୁଛେ। ମନେକରନ୍ତୁ ଆପଣ ଏବେ ଆପଣଙ୍କ ହାତକୁ ଦେଖୁଛନ୍ତି କିନ୍ତୁ ପ୍ରକୃତ ପକ୍ଷେ ଆପଣ କିଛି ନାନୋସେକେଣ୍ଡ ଅତୀତର ହାତକୁ ଦେଖୁଛନ୍ତି। ଏହାର କାରଣ ହେଲା ଆଲୋକ! ବିଜ୍ଞାନ ଏହା ପ୍ରମାଣିତ କରିଛି ଯେ ଆଲୋକର ଗତି ସେକେଣ୍ଡ ପ୍ରତି ପାଖାପାଖି ୩୦୦୦୦୦ କିଲୋମିଟର। ସେହି ହିସାବରେ ଆପଣଙ୍କ ହାତରୁ ଆଲୋକ ପ୍ରତିଫଳିତ ହୋଇ ଆପଣଙ୍କ ଆଖିରେ ପହଞ୍ଚିବାକୁ କିଛି ନାନୋସେକେଣ୍ଡ ଲାଗିବ। ସେହିପରି ବସ୍ତୁଗୁଡ଼ିକ ଆପଣଙ୍କଠାରୁ ଯେତିକି ଦୂରରେ ଥିବେ ଆପଣ ସେହି ତୁଳନାରେ ସେଗୁଡ଼ିକୁ ସେତିକି ଅଧିକ ଅତୀତରେ ଦେଖିବେ। ସୂଯର୍ର୍‌ୟ ପୃଥିବୀଠାରୁ ପ୍ରାୟ ୧୪.୯୬ କୋଟି କିଲୋମିଟର ଦୂରରେ ଥିବାରୁ ସେଠାରୁ ନିର୍ଗତ ଆଲୋକ ପୃଥିବୀ ପୃଷ୍ଠରେ ପହଞ୍ଚିବାକୁ ପ୍ରାୟ ୪୯୯ ସେକେଣ୍ଡ ବା ୮.୩୧ମିନିଟ୍‌ ଲାଗେ, ଏହାର ଅର୍ଥ ଆମେ ସର୍ବଦା ୮.୩ ମିନିଟ୍‌ ଅତୀତର ସୂଯର୍ର୍‌ୟକୁ ଦେଖୁଛେ। ରାତିର ଆକାଶରେ ତାରାଗୁଡ଼ିକ ଆମଠାରୁ ଅନେକ ଆଲୋକ ବର୍ଷ ଦୂରରେ ଅବସ୍ଥିତ ହୋଇଥିବାରୁ ସେଗୁଡ଼ିକୁ ଆମେ ସେତିକି ବର୍ଷ ଅତୀତରେ ହିଁ ଦେଖୁଛେ। ସୂଯର୍ର୍‌ୟ ପରେ ଆମର ନିକଟତମ ନକ୍ଷତ୍ର ପ୍ରକ୍ସିମା ସେଣ୍ଟାଉରି ପୃଥିବୀଠାରୁ ୪ ଆଲୋକ ବର୍ଷ ଦୂରରେ ଅଛି। ହୁଏତ ଏମିତି କେତେକ ତାରକାଙ୍କୁ ଆମେ ଦେଖୁଥିବା, ଯେଉଁମାନଙ୍କର ବିନାଶ ହୋଇଯିବଣି କିନ୍ତୁ ସେଥିରୁ ନିର୍ଗତ ଆଲୋକକୁ ଆମେ ଆଜି ବି ଦେଖିପାରୁଥିବା। ତେବେ ଏହି ଆଲୋକ ବର୍ଷ କ’ଣ! ଆଲୋକର ଗତିରେ ୧ ବର୍ଷ ବା ୩୬୫ ଦିନ ଗତି କଲେ ୯.୪୬ ଟ୍ରିଲିୟନ ବା ପ୍ରାୟ ୯୪୫୪୨୫.୫ କୋଟି କିଲୋମିଟର ଦୂରତା ଗତି କରିବା ସହିତ ସମାନ ଓ ଏହି ଦୂରତାକୁ ଆମେ ଏକ ଆଲୋକ ବର୍ଷ ବୋଲି କହିଥାଉ। ସେହି ନ୍ୟାୟରେ ବ୍ରହ୍ମାଣ୍ଡ ସୃଷ୍ଟି ହେବା ସମୟରେ ଯେଉଁ ଆଲୋକ ରଶ୍ମି ବିଚ୍ଛୁରିତ ହୋଇଥିଲା ତାହା ୧୩୮୦ ଆଲୋକ ବର୍ଷ ଦୂର ଅତୀତର । ସେହି ଅତୀତର ଆଲୋକ ରଶ୍ମିକୁ ବୈଜ୍ଞାନିକମାନେ ଦୂରବୀକ୍ଷଣ ଯନ୍ତ୍ରରେ ଲାଗିଥିବା ବିଶାଳ ଦର୍ପଣ ମାଧ୍ୟମରେ ସଂଗ୍ରହ କରିି ବିସ୍ତାରିତ ଭାବରେ ଦେଖି ଅନୁଶୀଳନ କରିଥାନ୍ତି। କହିବାକୁ ଗଲେ ଆମେ ଅତୀତରେ ବିଶ୍ୱ ବ୍ରହ୍ମାଣ୍ଡର ସେହି ସୃଷ୍ଟି ଓ ବିନାଶର ପ୍ରକ୍ରିୟାର ଦୃଶ୍ୟଗୁଡ଼ିକୁ ଦୂରବୀକ୍ଷଣ ଯନ୍ତ୍ର ରୂପୀ ଦିବ୍ୟ ଚକ୍ଷୁ ମାଧ୍ୟମରେ ଦେଖିବାକୁ ସକ୍ଷମ ହୋଇଥାଉ। ଯେଉଁ ଦୂରବୀକ୍ଷଣ ଯନ୍ତ୍ରର ଦର୍ପଣ ଯେତେ ବଡ଼ ତାହା ସେତେ ଅଧିକ ଆଲୋକକୁ ସଂଗ୍ରହ କରି ବ୍ରହ୍ମାଣ୍ଡର ଅତି ଦୂର ଅତୀତର ସ୍ଥିତିକୁ ପ୍ରଦର୍ଶିତ କରିପାରେ। ପୂର୍ବରୁ କାର୍ଯ୍ୟକାରୀ ଥିବା ହବ୍ବଲ ଦୂରବୀକ୍ଷଣ ଯନ୍ତ୍ର ଦର୍ପଣର ବ୍ୟାସ ୨.୪ ମିଟର ଥିବାବେଳେ ନିକଟରେ ପ୍ରେରିତ ଜେମ୍ସ ଓ୍ବେବ୍‌ ଦୂରବୀକ୍ଷଣ ଯନ୍ତ୍ର ଦର୍ପଣର ବ୍ୟାସ ୬.୫ ମିଟର। ଏହି ଦୂରବୀକ୍ଷଣ ଯନ୍ତ୍ର ତିଆରିକରିବା ପାଇଁ ପ୍ରାୟ ୨୫ ବର୍ଷ ସମୟ ଲାଗିଛି। ଏହା ମାଧ୍ୟମରେ ବ୍ରହ୍ମାଣ୍ଡ ସୃଷ୍ଟି ହେବା ସମୟରେ ଅତି ପ୍ରାଚୀନ ନକ୍ଷତ୍ର, ନକ୍ଷତ୍ରମଣ୍ଡଳୀ ବା ଗାଲାକ୍ସି, କୃଷ୍ଣଗର୍ତ୍ତ ବା ବ୍ଲାକ୍‌ ହୋଲ ଇତ୍ୟାଦି ଆଦ୍ୟ ଅବସ୍ଥାରେ କିପରି ଜନ୍ମ ହୋଇ ପରିପ୍ରକାଶ ହେଲେ ତାହା ଜଣାପଡ଼ିବ ବୋଲି ଆଶା କରାଯାଉଛି। ଏହା ବ୍ୟତୀତ ଆମ ସୌରଜଗତର ବାହ୍ୟ ସରଞ୍ଚନା, ଆମ ସୌରଜଗତ ବାହାରେ ସୌରଜଗତ ଓ ଗ୍ରହଗୁଡ଼ିକର ସଂରଚନା ଓ ସେଠାରେ ଜୀବନ ସତ୍ତାର ସନ୍ଧାନ, ବ୍ରହ୍ମାଣ୍ଡ ସଂରଚନାରେ ପରିକଳ୍ପିତ ୨୧% କୃଷ୍ଣପଦାର୍ଥ ବା ଡାର୍କ ମ୍ୟାଟର ବିଷୟରେ ଅନୁସନ୍ଧାନ ପାଇଁ ମଧ୍ୟ ଏହି ଦୂରବୀକ୍ଷଣ ଯନ୍ତ୍ର ସହାୟକ ହେବ।
ଏଠାରେ ଅନ୍ୟ ଏକ ପ୍ରଶ୍ନ ଉଠିବା ସ୍ବାଭାବିକ ଯେ ଆମେ କ’ଣ ପୃଥିବୀ ପୃଷ୍ଠରେ ଶକ୍ତିଶାଳୀ ଦୂରବୀକ୍ଷଣ ଯନ୍ତ୍ର ସ୍ଥାପନା କରି ଏହା କରିପାରିବା ନାହିଁ ଯେ ଏତେ ଅର୍ଥ ବ୍ୟୟ କରି ମହାକାଶରେ ତାହା ସ୍ଥାପନା କରୁଛେ! ପ୍ରକୃତ ପକ୍ଷେ ପୃଥିବୀର ଘନ ବାୟୁ ମଣ୍ଡଳ, ତାପମାତ୍ରା, ବାୟୁ ଓ ଆଲୋକ ପ୍ରଦୂଷଣ ଏଥିପାଇଁ ମୁଖ୍ୟ ଅନ୍ତରାୟ ସୃଷ୍ଟି କରନ୍ତି, ଯେଉଁ ପ୍ରତିବନ୍ଧକ ମହାକାଶରେ ନ ଥାଏ।
ମଣିଷ ଆଜି ତାହାର ଜିଜ୍ଞାସା ଓ ଗବେଷଣା ମାଧ୍ୟମରେ ମହାକାଶରେ ଦିବ୍ୟ ଚକ୍ଷୁ ସ୍ଥାପନା ପୂର୍ବକ ବ୍ରହ୍ମାଣ୍ଡକୁ ତନ୍ନ ତନ୍ନ କରି ତର୍ଜମା କରି ଈଶ୍ୱରଙ୍କୁ ଆବିଷ୍କାର କରିବାର ନିକଟତର ହେଉଛି କିମ୍ବା ନିଜେ ଈଶ୍ୱର ହୋଇଯାଉଛି ତାହା ଆଗାମୀ ଭବିଷ୍ୟତ ଗର୍ଭରେ ଲୁଚି ରହିଛି।
ଦଧିବାବନପୁର, କଟକ
ମୋ:୮୦୧୮୮୩୪୭୩୪


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

ପ୍ରଜାପତି ପ୍ରଭାବ

ପ୍ରଜାପତି ପ୍ରଭାବ ହେଉଛି ପଦାର୍ଥ ବିଜ୍ଞାନ ଓ ଗଣିତର ଏକ ଗୁରୁତ୍ୱପୂର୍ଣ୍ଣ ତତ୍ତ୍ୱ। ଏହା ହେଉଛି ଏକ ଅବଧାରଣା ଯେଉଁଥିରେ ଗୋଟିଏ ଜଟିଳ ପ୍ରଣାଳୀରେ କ୍ଷୁଦ୍ର ତଥା…

ଓଡ଼ିଶା ଦିବସର ଅନୁଚିନ୍ତା: ସମୃଦ୍ଧ, ସଶକ୍ତ ଓଡ଼ିଶା

ଆଜିର ଦିନଟି ପ୍ରତ୍ୟେକ ଓଡ଼ିଶାବାସୀଙ୍କ ପାଇଁ ବାର୍ଷିକ କ୍ୟାଲେଣ୍ଡରରେ ଏକ ମହତ୍ତ୍ୱପୂର୍ଣ୍ଣ ଦିନ। ୯୦ବର୍ଷ ତଳେ ଆଜିର ଦିନରେ ସ୍ବତନ୍ତ୍ର ଓଡ଼ିଶା ଗଠିତ ହୋଇଥିଲା, ଯାହା ଭାରତର…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri