ଗାଜାକୁ ଦୁଇ ଭାଗ କରିି ଦେଇଛୁ: ଦାବି କଲା ଆଇଡିଏଫ…

ଜେରୁଜେଲମ,୬।୧୧: ଇସ୍ରାଏଲ ଏବଂ ହମାସ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଯେଉଁଥିରେ ହଜାର ହଜାର ଲୋକଙ୍କ ମୃତ୍ୟୁ ଘଟିଛି। ଏବେ ଇସ୍ରାଏଲ ସେନା ଏକ ବଡ ଦାବି କରିଛି। ଇସ୍ରାଏଲ ସେନା କହିଛି ସେମାନେ ାଜା ଅଞ୍ଚଳକୁ ଦୁଇ ଭାଗରେ ବିଭକ୍ତ କରିଛନ୍ତି। ଆଇଡିଏଫ ମୁଖପାତ୍ର ଡାନିଏଲ ହାଗରୀ କହିଛନ୍ତି ଇସ୍ରାଏଲ ସୈନ୍ୟବାହିନୀ ଗାଜା ସହରକୁ ଘେରି ରହିଛନ୍ତି। ବର୍ତ୍ତମାନ ଗାଜାକୁ ଦୁଇ ଭାଗରେ ବିଭକ୍ତ କରାଯାଇଛି ଦକ୍ଷିଣ ଗାଜା ଏବଂ ଉତ୍ତର ଗାଜା ।

ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ସେନା ମୁଖ୍ୟ ହାଲେଭି ଉତ୍ତର ପ୍ରଦେଶ କମାଣ୍ଡରେ ଏକ ବୈଠକ କରିଥିଲେ। ଏହି ସମୟରେ ସେ କହିଛନ୍ତି ଆଇଡିଏଫ ଯେକୌଣସି ମୁହୂର୍ତ୍ତରେ ଉତ୍ତର ଗାଜା ଉପରେ ଆକ୍ରମଣ କରିପାରେ।

ଇସ୍ରାଏଲ ସେନା ମୁଖ୍ୟ ଲେଫ୍ଟନାଣ୍ଟ ଜେନେରାଲ ହରଜି ହାଲେଭି ଗାଜା ପରିଦର୍ଶନ କରିଥିଲେ। ଇସ୍ରାଏଲ ସେନା ଦ୍ୱାରା ଗାଜା ଅବରୋଧ ପରେ ଇସ୍ରାଏଲ ସେନା ମୁଖ୍ୟ ପହଞ୍ଚିଥିଲେ। ଇସ୍ରାଏଲର ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ଆମର ସେନା ବିଜୟ ପାଇଁ କଠିନ ପରିଶ୍ରମ କରୁଛି। ଏହା ବ୍ୟତୀତ ଆମେରିକାର ସ୍ବତନ୍ତ୍ର ଦୂତ ଡେଭିଡ ସଟରଫିଲ୍ଡ କହିଛନ୍ତି ଇସ୍ରାଏଲ ଗାଜାକୁ ଆତଙ୍କବାଦୀ ସଂଗଠନ ହମାସର ଗଡ଼ ବୋଲି ବର୍ଣ୍ଣନା କରିଛି । ଏଠାରେ ପ୍ରାୟ ସାଢ଼େ ତିନିରୁ ଚାରି ଲକ୍ଷ ଲୋକ ବାସ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଫସିଗଲେ ଟ୍ରମ୍ପ, ଆହୁରି ଲମ୍ବିପାରେ ଯୁଦ୍ଧ, ଭୟଙ୍କର ଚେତାବନୀ ଦେଲେ ବିଶେଷଜ୍ଞ, କହିଲେ…

ଓ୍ବାଶିଂଟନ୍‌,୨୫।୩: ଚିକାଗୋ ବିଶ୍ୱବିଦ୍ୟାଳୟର ପ୍ରଫେସର ରବର୍ଟ ପେପ କହିଛନ୍ତି ଯେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୂର୍ବରୁ ଏକ ଫାଶରେ ଫସି ଯାଇଛନ୍ତି। ତାଙ୍କ କହିବା ଅନୁସାରେ,…

ଲକ୍ଷ୍ୟହୀନ ଯୁଦ୍ଧ

ଇରାନ୍‌ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ପରେ ମଧ୍ୟପ୍ରାଚ୍ୟରେ ସୃଷ୍ଟି ହୋଇଥିବା ଯୁଦ୍ଧ ୨୩ ମାର୍ଚ୍ଚରେ ଭିନ୍ନ ମୋଡ଼ରେ ପହଞ୍ଚିଥିଲା। ଏହିଦିନ ଆମେରିକା ରାଷ୍ଟ୍ରପତି…

ଇସ୍ରାଏଲର ବଡ଼ ଘୋଷଣା: ଏହି ସର୍ତ୍ତରେ ଇରାନ ସହିତ ବନ୍ଦ ହେବ ଯୁଦ୍ଧ, ବିଶ୍ୱରେ ପଡିଗଲା ଚହଳ

ନୂଆଦିଲ୍ଲୀ,୨।୩: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଯୁଦ୍ଧବିରତି ନେଇ ନିରନ୍ତର ପ୍ରଶ୍ନ ଉଠାଯାଉଛି। ଏହି ସମୟରେ, ଭାରତରେ ଇସ୍ରାଏଲର ରାଷ୍ଟ୍ରଦୂତ ରୁଭେନ ଆଜାର…

ଠିକଣା ପଚାରିବା ଆଳରେ ଅପହରଣ ଉଦ୍ୟମ: ରାୟଗଡ଼ାରେ ଅଳ୍ପକେ ବର୍ତ୍ତିଲା ୧୨ ବର୍ଷର ପିଲା, ସହରରେ ଚାଞ୍ଚଲ୍ୟ

ରାୟଗଡା, ୨୪।୩(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡା ସହର ଅଞ୍ଚଳରେ ଏକ ଚିନ୍ତାଜନକ ଘଟଣା ସାମ୍ନାକୁ ଆସିଛି। ଆଜି ରାତ୍ର ପ୍ରାୟ ସାଢେ ୮ଟା ସମୟରେ ଜଣେ ୧୨…

IPL ଇତିହାସର ସବୁଠାରୁ ବଡ଼ ଡିଲ: ରାଜସ୍ଥାନ ରୟାଲ୍ସ ପରେ ବିକ୍ରି ହୋଇଗଲା RCB, ରେକର୍ଡ ୧୬,୬୬୦ କୋଟିରେ କିଣିଲେ…

ନୂଆଦିଲ୍ଲୀ, ୨୪।୩: ଆଇପିଏଲ୍‌ ୧୯ତମ ସିଜନ ଆରମ୍ଭ ହେବାକୁ ମାତ୍ର ୪ ଦିନ ବାକି ଥିବା ବେଳେ କ୍ରିକେଟ ଜଗତରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି।…

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା: ୨ ଭାଇଙ୍କ ସମେତ ସହଯୋଗୀ ଗଲେ ଜେଲ

ଦିଗପହଣ୍ଡି,୨୪।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିରେ ରହୁଥିବା ପଦ୍ମନାଭପୁର ଗ୍ରାମର ବଳିଆ ସେଠୀ ଏବଂ ତାଙ୍କ ଭାଇ କାଳିଆ ସେଠୀଙ୍କ ସମେତ ସହଯୋଗୀ ଚାଞ୍ଚଡାପଲ୍ଲୀ ଗ୍ରାମର…

ମୋଦିଙ୍କୁ ଫୋନ କଲେ ଟ୍ରମ୍ପ, ଯୁଦ୍ଧ ନେବ ଭୟଙ୍କର ମୋଡ!

ନୂଆଦିଲ୍ଲୀ,୨୪।୩: ଯୁଦ୍ଧ ଭିତରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟପ୍ରାଚ୍ୟରେ ସଂଘର୍ଷ ସମ୍ପର୍କରେ ଫୋନରେ କଥା ହୋଇଛନ୍ତି। ଉଭୟ ନେତା…

ଯୁଦ୍ଧ ବୁଡାଜାହାଜ ପଠାଇଲା ଆମେରିକା, ଚାଇନା ସହ ଯୁଦ୍ଧ ସଙ୍କେତ! ୩ ମହାସାଗରରେ ହଲଚଲ…

ବେଜିଂ,୨୪।୩: ଚୀନ ଏକ ବିଶାଳ ଜଳମଗ୍ନ ସର୍ଭେ ଏବଂ ମ୍ୟାପିଂ ଅପରେସନ ଆରମ୍ଭ କରୁଛି। ଏହାର ଉଦ୍ଦେଶ୍ୟ ହେଉଛି ସମୁଦ୍ର ବିଷୟରେ ଗଭୀର ସୂଚନା ସଂଗ୍ରହ କରିବା,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri