ବିଭାଜିତ କ୍ଲବ୍‌

Dillip Cherian

ସଦସ୍ୟ ଗ୍ରହଣ ବା ପ୍ରବେଶ ଉପରେ ରହିଥିବା ବିଭିନ୍ନ ଜଟିଳ ନିୟମ ଯୋଗୁ ଦିଲ୍ଲୀ ଜିମ୍‌ଖାନା କ୍ଲବ୍‌ ୧୦୭ ବର୍ଷ ହେବ ତା’ର ଗୌରବ ବଜାୟ ରଖି ଆସିଛି। ଏହାର ଗଭର୍ନିଂ ବଡି ବା ନିୟାମକ ମଣ୍ଡଳ ବିଭିନ୍ନ କ୍ଷେତ୍ରର ଅବସରପ୍ରାପ୍ତ ସରକାରୀ ତଥା ପ୍ରତିରକ୍ଷା ଅଧିକାରୀମାନଙ୍କୁ ନେଇ ଗଠିତ । ଏଥିରେ ମଧ୍ୟ ଅନ୍ୟ ବେସରକାରୀ ନାଗରିକମାନଙ୍କୁ ବି ସାମିଲ କରାଯାଏ। ଏହାର ନିର୍ବାଚନଗୁଡ଼ିକରେ ପ୍ରତିଦ୍ୱନ୍ଦ୍ୱିତା ପୂରା ସରଗରମ ହୋଇଥାଏ। ଅନେକ ସମୟରେ ଏହାର କାର୍ଯ୍ୟ ସମ୍ପାଦନ ଉପରେ ଅନିୟମିତତା ଏବଂ ଆଇନବିରୁଦ୍ଧ ଅଭିଯୋଗ ପ୍ରତିଦ୍ୱନ୍ଦ୍ୱୀଙ୍କ ମଧ୍ୟରେ ଉଠିଥାଏ। ଏବେ କ୍ଲବ୍‌ର ୫୦ ଜଣ ସଦସ୍ୟ ଏକାଠି ହୋଇ ଗଭର୍ନିଂ ବଡିର ମନମୁଖି ନିଷ୍ପତ୍ତି ସମ୍ପର୍କରେ କ୍ଲବର ସଭାପତିଙ୍କୁ ଲିଖିତ୍ତ ଭାବେ ଜଣାଇବା ଦ୍ୱାରା କ୍ଲବ୍‌ରେ ତୀବ୍ର ଉତ୍ତେଜନା ଦେଖାଦେଇଛି। କ୍ଲବର ସଦସ୍ୟ ତଥା ଅବସରପ୍ରାପ୍ତ ଆଇପିଏସ୍‌ ଅଧିକାରୀ ଡ.ପରଭେଜ୍‌ ହୟାତଙ୍କର ଗୋଟିଏ ଦିନ ପାଇଁ ପ୍ରସ୍ତାବିତ ନିଲମ୍ବନ ସହ ତାଙ୍କୁ କ୍ଲବ ନିର୍ବାଚନରେ ଭାଗ ନେବାକୁ ମନା କରାଯିବା ଯୋଗୁ ଏଭଳି ଉତ୍ତେଜନା ପ୍ରକାଶ ପାଇଛି। ସୂତ୍ରରୁ ଜଣାପଡିଛି ଯେ, ଏହି ସଦସ୍ୟଙ୍କ ବିରୋଧରେ ଭାଇସ ଆଡମିରାଲ ବି.ଏସ୍‌.ରନ୍ଧଓ୍ବା କରିଥିବା ଅଭିଯୋଗକୁ ନେଇ ତାଙ୍କୁ ନିଲମ୍ବନ କରାଯାଇଥିଲା। ଅବସରପ୍ରାପ୍ତ ଆଇପିଏସ୍‌ ଅଧିକାରୀ ହୟାତଙ୍କୁ ନିଲମ୍ବନ କରିବାର ନିଷ୍ପତ୍ତି ନେବା ପୂର୍ବରୁ କ୍ଲବ ଅଧିକାରୀମାନେ କ୍ଲବର ନିୟମ କିମ୍ବା ଉଚିତ ପ୍ରକ୍ରିୟା ପାଳନ କରି ନ ଥିଲେ। କ୍ଲବ୍‌ରେ ଏଭଳି ବିବାଦ ନୂଆ ନୁହେଁ। କ୍ଲବ ଜନହିତ ବିରୋଧୀ ଭାବେ କାର୍ଯ୍ୟକରୁଥିଲା ଓ ଏହାର ତଦନ୍ତ ହେବା ଦରକାର ବୋଲି ଚଳିତ ବର୍ଷ ପ୍ରାରମ୍ଭରେ ନ୍ୟାଶନାଲ କମ୍ପାନୀ ଲ ଟ୍ରବ୍ୟୁନାଲ(ଏନ୍‌ସିଏଲ୍‌ଟି) ନିର୍ଦ୍ଦେଶ ଦେଇଥିଲେ। କ୍ଲବର ଘଟଣାବଳୀ ଉପରେ ତଦନ୍ତ କରିବା ପାଇଁ କେନ୍ଦ୍ର ସରକାର ଏକ ପାଞ୍ଚଜଣିଆ କିମିଟି ନିଯୁକ୍ତ କରିବା ଲାଗି ଏନ୍‌ସିଏଲ୍‌ଟି କହିଥିଲେ। କେବଳ ଏତିକି ନୁହେଁ ଏହାର ଜମିଜମା ଏବଂ ସଦସ୍ୟ ଗ୍ରହଣ ବା ପ୍ରବେଶ ନୀତି ଉପରେ ମଧ୍ୟ ତଦନ୍ତ କରିବା ଲାଗି ନିର୍ଦ୍ଦେଶ ଦେଇଥିଲେ।
ସଚ୍ଚୋଟ ବାବୁ ଓ ମନ୍ତ୍ରୀ
ଏବେ ଅଧିକାଂଶ ବାବୁ ଜଣେ ମନ୍ତ୍ରୀଙ୍କୁ ‘ନାହଁ’ ଶବ୍ଦ କ୍ୱଚିତ କହିିବା ଲକ୍ଷ୍ୟ କରାଯାଏ। ଅଜ୍ଞ ଭାବେ ସେମାନେ ଆଜ୍ଞା ପାଳନ କରନ୍ତି। ସ୍ବାଧୀନ ଭାବେ ନିଷ୍ପତ୍ତି ଗ୍ରହଣ କରିବା ଲାଗି ସେମାନଙ୍କ ପାଇଁ ମଧ୍ୟ କମ୍‌ ସୁଯୋଗ ରହିଥାଏ। କିନ୍ତୁ ସବୁବେଳେ ଘଟୁଥିବା ଏଭଳି ନିୟମରେ ବେଳେବେଳେ କିଛି ଭିନ୍ନତା ବି ଦେଖାଯାଏ । ନିକଟରେ ଏହାର ଏକ ଉଦାହରଣ ଉତ୍ତରାଖଣ୍ଡରେ ଦେଖିବାକୁ ମିଳିଛି। ଏପରିକି ଏହା ସମ୍ପର୍କରେ ଏବେ ଏକ ବିଚିତ୍ର କଥା ସାମ୍‌ନାକୁ ଆସିଛି। ଉତ୍ତରାଖଣ୍ଡର ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ରେଖା ଆର୍ଯ୍ୟ ଡେରାଡୁନ୍‌ର ଡିଆଇଜି ଅରୁଣ ମୋହନ ଜୋଶୀଙ୍କୁ ତାଙ୍କ ଅତିରିକ୍ତ ସଚିବ ଭି.ଶନ୍ମୁଗମ୍‌ଙ୍କ ଉପରେ ତଦନ୍ତ କରିବାକୁ ଲେଖି ଜଣାଇଛନ୍ତି । ଶନ୍ମୁଗମ୍‌ ନିଖୋଜ ବା ଅନୁପସ୍ଥିତ ଥିତ୍ଲେ ଏବଂ ସେବେଠାରୁ ସେ କୌଣସି ସମ୍ପର୍କ ରକ୍ଷା କରି ନ ଥିଲେ ବୋଲି ମନ୍ତ୍ରୀ ଉଲ୍ଲେଖ କରିଛନ୍ତି। ତାଙ୍କୁ ଅପହରଣ କରାଯାଇଥାଇପାରେ ବୋଲି ସେ ଆଶଙ୍କା ବ୍ୟକ୍ତ କରିଥିଲେ। କଥା ପଦାକୁ ଆସିବା ପରେ ମନ୍ତ୍ରୀ ଏବଂ ଆଇଏଏସ୍‌ ଅଧିକାରୀଙ୍କ ମଧ୍ୟରେ କିଛି ସମୟ ପାଇଁ ସମସ୍ୟା ଉପୁଜିଥିଲା। ଶନ୍ମୁଗମ୍‌ ଏକ ଟେଣ୍ଡରର ଠିକା ଦେବାବେଳେ ସମ୍ଭବତଃ ମନ୍ତ୍ରୀଙ୍କ ଇଚ୍ଛା ବିରୋଧରେ ଏହା କରିବା ଯୋଗୁ ସେପ୍ଟେମ୍ବରରେ କୌଣିସ ଏକ ସମୟରେ ଏଭଳି ଘଟଣା ସାମନାକୁ ଆସିଥିଲା। ଏହାପରେ ସେ ଦୁଇଦିନିଆ ଏକାନ୍ତ ବାସରେ ଚାଲିଗଲେ ଓ ତାଙ୍କ ଅଫିସ କିମ୍ବା ମନ୍ତ୍ରୀଙ୍କର କୌଣସି କଲ ରିସିଭ କଲେ ନାହିଁ। ଏହାଦ୍ୱାରା ମନ୍ତ୍ରୀ ରାଗିଯାଇ ଠିକା ପ୍ରଦାନ ଉପରେ ତଦନ୍ତ କରିବା ଲାଗି ନିର୍ଦ୍ଦେଶ ଦେବାକୁ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ରାଓ୍ବତଙ୍କ ଉପରେ ଚାପ ପକାଇଥିଲେ। କିନ୍ତୁ ଶନ୍ମୁଗମ୍‌ଙ୍କ ଦ୍ୱାରା କୌଣସି ନୀତିବିରୁଦ୍ଧ କାର୍ଯ୍ୟ କରାଯାଇ ନ ଥିବା ତଦନ୍ତରେ ମିିଳିଥିଲା ବୋଲି ଅତିରିକ୍ତ ଶାସନ ସଚିବ ମନୀଷା ପଓ୍ବାଁର ଜଣାଇଥିଲେ। କେବଳ ଏତିକି ନୁହେଁ,ଠିକା ପ୍ରଦାନ କଲାବେଳେ ଏବଂ ଛୁଟିରେ ଯିବାବେଳେ ଏହି ଅଧିକାରୀ ଠିକ୍‌ ପ୍ରକ୍ରିୟା ଅନୁକରଣ କରିଥିଲେ ବୋଲି ସେ ମଧ୍ୟ ଜଣାଇଥିଲେ। ଏବେ କଥା ଏଇଠି ଅଟକିଛି। ମନ୍ତ୍ରୀ ଏହି ଘଟଣାକୁ ଆଗକୁ ବଢାଇବେ ନା ଏଇଠି ଛାଡିଦେବେ ତାହା ଦେଖିବାକୁ ବାକି ରହିଛି। ମଜାର କଥା, ବାବୁ ଜଣକ ତାଙ୍କ ପଦବୀରେ ରହିବେ ନା ଅନ୍ୟତ୍ର ବଦଳିି ହେବେ ତାହା ମଧ୍ୟ ଲକ୍ଷ୍ୟ କରିବାକୁ ପଡିବ। ଏହାର ଠିକ୍‌ ବିପରୀତ ଘଟଣା ଦେଖିବାକୁ ମିଳିଥିଲା ଦିଲ୍ଲୀର ଜଣେ ବାବୁଙ୍କ କ୍ଷେତ୍ରରେ ଯିଏ କି ଦୋଷ କରି ବି ଅନ୍ତର୍ଦ୍ଧାନ ହୋଇ ନ ଥିତ୍ଲେ। ଏହା ପରିବର୍ତ୍ତେ ସେ ଅପାର ଶକ୍ତି ଓ ଅନ୍ୟ କ୍ଷମତାଗୁଡ଼ିକୁ ଦିଲ୍ଲୀରେ ପ୍ରୟୋଗ କରିଥିଲେ। ତାଙ୍କ ମନ୍ତବ୍ୟ ଉପରୁ ବି ଦୃଷ୍ଟି ହଟିଯାଇଥିଲା। ମିଡିଆରେ ଯାହା କିଛି ପ୍ରକାଶ ପାଇଥିଲା, ଅବଶ୍ୟ ସେହି ଷ୍ଟୋରିକୁ ତୁରନ୍ତ ପ୍ରତ୍ୟାହାର କରାଯାଇଥିଲେ ବି ଏହାର ଭିଡିଓ ରହିଛି। କିନ୍ତୁ ଏହା ନିଜର ଗଣତାନ୍ତ୍ରିକ ବିଶେଷତା ବା ଶକ୍ତି ଉପରେ ପ୍ରଶ୍ନ ଛିଡାକରିଦେଲା। ଏହା ଏକ ଭୁଲ ନା ତା’ଠାରୁ ଆଉ କିଛି ଅଧିକ ଥିଲା।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦିଲ୍ଲୀର କିଡ୍‌ଓ୍ବାଇ ନଗରରେ ଚାଲୁଛି ଏକ ନିଆରା ସ୍କୁଲ। ଏହି ସ୍କୁଲର ଘର ନାହିଁ କି କୌଣସି ସରକାରୀ ପାଠ୍ୟକ୍ରମ ଅନୁଯାୟୀ ଶିକ୍ଷା ଦିଆଯାଉନାହିଁ। ପିଲାମାନେ ଗଛମୂଳେ…

ନେତା ହେବାକୁ ଅନୁକୂଳ ପରିବେଶ

ସଭା ସମିତି, ଜଳଖିଆ ଦୋକାନ, ଚା’ ଦୋକାନ, ପାନ ଦୋକାନ ଆଗରେ ଓ ଘରେ ବସି ସାଙ୍ଗସାଥୀ ସହିତ କଥାହେଲା ବେଳେ ଅନେକ ଶିକ୍ଷିତ ଲୋକ କହିଥା’ନ୍ତି,…

ନୈତିକ ମୂଲ୍ୟବୋଧ ଓ ଧର୍ମ

ଯେତେବେଳେ ଆମେ ଜଣେ କରୁଥିବା କାର୍ଯ୍ୟକୁ ‘ନୈତିକ’ ବୋଲି ବିଚାର କରୁ, ତାକୁ ଭଲ ଲୋକ କହୁ ଓ ଅନୈତିକ କାର୍ଯ୍ୟ କରୁଥିବା ଲୋକକୁ ମନ୍ଦ ଲୋକ…

ପାଖ ବିଦେଶ

ବାଂଲାଦେଶ ଜାତୀୟ ନିର୍ବାଚନରେ ଭୋଟ ହୋଇଥିବା ୨୯୯ ଆସନ ମଧ୍ୟରୁ ବାଂଲାଦେଶ ନ୍ୟାଶନାଲିଷ୍ଟ ପାର୍ଟି(ବିଏନ୍‌ପି) ଏକାକୀ ୨୦୯ ଆସନ ପାଇଥିବା ବେଳେ ସହଯୋଗୀଙ୍କୁ ମିଶାଇଲେ ସଂଖ୍ୟା ୨୧୨…

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri