ଜିଲାବାସୀ ପ୍ରକଳ୍ପ ପ୍ରତିଶ୍ରୁତିରେ ଅଣନିଃଶ୍ୱାସୀ

କେନ୍ଦ୍ରାପଡ଼ା, ୨।୮ (ଜଗନ୍ନାଥ ଧଳ): ସାଧାରଣ ନିର୍ବାଚନ ପ୍ରସ୍ତୁତିରେ ରାଜ୍ୟର ବୃହତ ୩ ରାଜନୈତିକ ଦଳ ତପତ୍ର ହୋଇଛନ୍ତି। ବିଭିନ୍ନ ରଣନୀତି ବୈଠକରେ ପ୍ରସ୍ତୁତ ହେଉଥିବା ବେଳେ ସାଙ୍ଗଠନିକ କାର୍ଯ୍ୟକୁ ଗୁରୁତ୍ୱ ଦେଉଛନ୍ତି। ଅପରପକ୍ଷରେ ଅର୍ଥନୈତିକ ଅଭିବୃଦ୍ଧିରେ ରାଜ୍ୟର ୨୬ତମ ସ୍ଥାନରେ କେନ୍ଦ୍ରାପଡ଼ା ଜିଲା ଅଛି। ଅର୍ଥକରୀ ଫସଲ ଯୋଜନା ନ ଥିଲେ ମଧ୍ୟ କୃଷିଭିତ୍ତିକ ଅର୍ଥନୀତିରେ ଏହି ଜିଲା ପରିଚାଳିତ ହେଉଛି। ରାଜନେତାମାନେ ନିର୍ବାଚନ ସମୟରେ ଶିଳ୍ପ ବନ୍ଦର ନିର୍ମାଣ ପ୍ରତିଶ୍ରୁତି ଅଜାଡ଼ି ଦେଉଛନ୍ତି। ଶିଳ୍ପ ଦ୍ୱାରା ପ୍ରଗତି ହେବ ବୋଲି ସବୁଠି ପ୍ରଚାର ପ୍ରସାର ହେଉଛି। ବରୁଣେଇ ବନ୍ଦର ଓ ଅଳାଇଲୋଠାରେ ପାୱାର ଥର୍ମାଲ ପ୍ରତିଷ୍ଠା ନିର୍ବାଚନ ପ୍ରତିଶ୍ରୁତିକୁ ସ୍ଥାନୀୟ ଲୋକମାନେ ଭୁଲିଛନ୍ତି। ଏବେ ପେଲେଟ କାରଖାନା, ସିମେଣ୍ଟ କାରଖାନା, ପେଟ୍ରୋ କେମିକାଲ ପ୍ଲାଣ୍ଟ, ଉପକୂଳ ରାଜପଥ, ଜାତୀୟ ଜଳପଥ ୫, ଆଖଡାଶାଳୀରେ ରାଜ୍ୟର ପ୍ରଥମ ନଦୀଭିତ୍ତିକ ବନ୍ଦର ଆଦି ପ୍ରତିଷ୍ଠାକୁ ଜିଲାବାସୀ ଅନାଇ ରହିଛନ୍ତି। ଜମି ଅଧିଗ୍ରହଣ, ଶିଳ୍ପ ପ୍ରତିଷ୍ଠା ପରେ ଜୀବନଜୀବିକା ଓ ଜାତୀୟ ଉଦ୍ୟାନର ପରିବେଶ ଉପରେ ପ୍ରଭାବ ସମ୍ପର୍କରେ କୌଣସି ସୂଚନା ସର୍ବସାଧାରଣରେ ପ୍ରକାଶିତ ହେଉନାହିଁ। ଯାହା ସ୍ଥାନୀୟ ଅଞ୍ଚଳରେ ଏକ ଆଶଙ୍କାରେ ପରିଣତ ହୋଇଛି।
୨୦୦୯ ସାଧାରଣ ନିର୍ବାଚନରେ ବରୁଣେଇ ବନ୍ଦର ହେବ ବୋଲି ପ୍ରଚାର ପ୍ରସାର ହୋଇଥିଲା। ସେହିପରି ୨୦୧୪ରେ ଅଳାଇଲେଠାରେ ଥର୍ମାଲ ପ୍ଲାଣ୍ଟ ନିର୍ମାଣ ପାଇଁ ଏମ୍‌ଓୟୁ ସହିତ ଜମି ଅଧିଗ୍ରହଣ ହୋଇଥିଲା। ଏହି ଜମି ଏବେ ପଡ଼ିଆ ପଡ଼ିଛି। ତେବେ ୨୦୧୯ ନିର୍ବାଚନ ପୂର୍ବ ଓ ପରେ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଖଡାଶାଳୀ ବନ୍ଦର, ପେଲେଟ ଉପତ୍ାଦନ ଶିଳ୍ପ, ସିମେଣ୍ଟ ଫାକ୍ଟେରି, ପେଟ୍ରୋ କେମିକାଲ ପ୍ଲାଣ୍ଟ, ଜାତୀୟ ଜଳପଥ ୫, ଉପକୂଳ ରାଜପଥ ଆଦି ପ୍ରକଳ୍ପ ନିର୍ମାଣ ହୋଇ ଜିଲା ଅର୍ଥନୀତିକୁ ଚଳଚଞ୍ଚଳ କରିବ ବୋଲି ପ୍ରତିଶ୍ରୁତି ମିଳିଛି। ଜାତୀୟ ଜଳପଥ ୫ ନିର୍ମାଣ ପାଇଁ ଜିଲାର ବହୁ ନଦୀ ନାଳରେ ଏବେ ସେତୁଟିଏ ହୋଇ ପାରୁନାହିଁ। ଶିଳ୍ପ ପ୍ରତିଷ୍ଠା ହେବ ଘୋଷଣା ପରେ ସାଧାରଣ ଜମିର ମୂଲ୍ୟ ଅହେତୁକ ବଢ଼ିଯାଇଛି। ପ୍ରତିଶ୍ରୁତିର ପାହାଡ଼ରେ ଜିଲାବାସୀ ଚାପି ହୋଇ କେବଳ ଅଣନିଃଶ୍ୱାସୀ ହୋଇଛନ୍ତି।
– ପ୍ରତାପ କୁମାର ତ୍ରିପାଠୀ, ସାମାଜିକ କର୍ମୀ, ମହାକାଳପଡ଼ା
ଶିଳ୍ପ ପ୍ରଗତିର ମାଧ୍ୟମ। ଏହାକୁ ଜିଲାବାସୀ ବିରୋଧ କରନ୍ତି ନାହିଁ। ତେବେ ପରିବେଶ ପ୍ରତି ଧ୍ୟାନ ରଖି ଏହି ପ୍ରକଳ୍ପ କରିବା ଆବଶ୍ୟକ। ଏହି ଜିଲାରେ ଜାତୀୟ ଉଦ୍ୟାନ ଭିତରକନିକା ଅଛି। ଏଠାରେ କେବଳ ଚିଙ୍ଗୁଡି, କୁମ୍ଭୀର ଓ ଦେଶୀ ବିଦେଶୀ ପକ୍ଷୀ ଠୁଳ ହେଉନାହାନ୍ତି। ବିଭିନ୍ନ ପ୍ରକାର ଔଷଧୀୟ ଗୁଳ୍ମ ସହ ବିସ୍ତୀର୍ଣ୍ଣ ହେନ୍ତାଳବଣ ଅଛି। ଶିଳ୍ପର ପ୍ରଦୂଷିତ ପରିବେଶ ଓ ଉଦ୍‌ବୃତ ଜଳ ହେନ୍ତାଳବଣକୁ ଧ୍ୱଂସ କରିବା ଶକ୍ତି ରଖିଛି। ଚିଙ୍ଗୁଡି ଘେରିରୁ ନିର୍ଗତ ରାସାୟନିକ ଦ୍ରବ୍ୟ, ଜଳ ସ୍ଥାନୀୟ ବନ୍ୟ ଓ ସାମୁଦ୍ରିକ ପରିବେଶକୁ ନଷ୍ଟ କରୁଛି। ଖରସ୍ରୋତାରୁ ମଧୁର ପାଣି ଭଦ୍ରକକୁ ଦେବା, ବୈତରଣୀ ଜଳକୁ ଯାଜପୁରଠାରେ ଆନିକଟ ମାଧ୍ୟମରେ ଅଟକାଇବା, ମହାନଦୀରେ ସନ୍ତରାଠାରୁ ୱାଟର ରିଜର୍ଭର ପ୍ରତିଷ୍ଠା ପାଇଁ ଯୋଜନା ପରେ ଏବେ ଶିଳ୍ପ ପାଇଁ ମହାନଦୀରୁ ମଧୁର ଜଳ ନିଆଯିବ। ଯାହା ସମୁଦ୍ରର ପ୍ରାଚୀର କୁହାଯାଉଥିବା ହେନ୍ତାଳବଣକୁ ନଷ୍ଟ କରିବ।
– ଆକାଶ କୁମାର ଦାସ,
ବୁଦ୍ଧିଜୀବୀ, କେନ୍ଦ୍ରାପଡ଼ା
ଇଣ୍ଡିଆନ ଅଏଲ କର୍ପୋରେଶନ ଲିମିଟେଡର ଅଏଲ ରିଫାଇନାରୀ ପକ୍ଷରୁ ୨୮୪.୧୫ ବର୍ଗ କିମି (୨୮୪୧୫ ହେକ୍ଟର) ପରିଧି ମଧ୍ୟରେ ପେଟ୍ରୋଲିୟମ, କେମିକାଲସ ଆଣ୍ଡ ପେଟ୍ରୋ କେମିକାଲସ ଇନଭେଷ୍ଟମେଣ୍ଟ ରେଜିୟନ (ପିସିପିଆଇଆର) ପ୍ଲାଣ୍ଟ ନିର୍ମାଣ ଯୋଜନା ଅଛି। ସେହିପରି ଆର୍ସଲ ମିତ୍ତଲ ପକ୍ଷରୁ ଷ୍ଟିଲ ପ୍ଲାଣ୍ଟ, ଉପକୂଳ ରାଜପଥ, ନଦୀ ଭିତ୍ତିକ ବନ୍ଦର ଯୋଜନା ରହିଛି। ପେଲେଟ ପ୍ଲାଣ୍ଟ ନିର୍ମାଣ ପରେ ଦୈନିକ ୬୨୦ ମିଲିୟନ ଲିଟର ମଧୁର ଜଳ ଆବଶ୍ୟକ ଥିବା ବେଳେ ମହାନଦୀରୁ ୩୨୯ ମିଲିୟନ ଲିଟର ଦୈନିକ ଉଠାଯିବାକୁ ଯୋଜନା ରହିଛି। ସେହିପରି ଶିଳ୍ପ ଓ ଘରୋଇ ନିର୍ଗତ ବ୍ୟର୍ଜବସ୍ତୁ, ବାୟୁ ପ୍ରଦୂଷଣ ଆଦି ସ୍ଥାନୀୟ ପରିବେଶକୁ ନଷ୍ଟ କରିବା ସମ୍ଭାବନା ଅଛି।
– ଜ୍ୟୋତିରଞ୍ଜନ ନାୟକ, ସାମାଜିକ କର୍ମୀ, କେନ୍ଦ୍ରାପଡ଼ା


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri