Categories: ଗଞ୍ଜାମ

ଗ୍ରାମୀଣ ମେଗା ପାନୀୟଜଳ ଯୋଗାଣ ପ୍ରକଳ୍ପର ଅଗ୍ରଗତି ନେଇ ସମୀକ୍ଷା କଲେ ଜିଲାପାଳ

ଛତ୍ରପୁର,୩।୯,(ଦିଲ୍ଲୀପ ସାମଲ): ଜିଲାରେ ଜଳ ଓ ପରିମଳ ମିଶନ ପକ୍ଷରୁ ଚାଲିଥିବା ଗ୍ରାମୀଣ ମେଗା ପାନୀୟଜଳ ଯୋଗାଣ ପ୍ରକଳ୍ପର ଅଗ୍ରଗତି ନେଇ ଛତ୍ରପୁର ସ୍ଥିତ ଜିଲାପାଳ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଜିଲାପାଳ ଭି. କୀର୍ତ୍ତି ଭାସନଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ବିଭିନ୍ନ ପ୍ରକଳ୍ପର ବର୍ତ୍ତମାନ ସ୍ଥିତି ଓ ଅଗ୍ରଗତି ସମୀକ୍ଷା କରାଯାଇ ଅବଶିଷ୍ଟ କାର୍ଯ୍ୟଗୁଡ଼ିକୁ ତ୍ୱରିତ ସମାପ୍ତ କରି ନିର୍ଦ୍ଧାରିତ ସମୟରେ ଗ୍ରାମାଞ୍ଚଳବାସୀଙ୍କୁ ନିରବଚ୍ଛିନ୍ନ ପାନୀୟଜଳ ସୁବିଧା ଯୋଗାଇଦେବାକୁ ଜିଲାପାଳ ସମ୍ପୃକ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏଥିରେ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

Dharitri – Odisha’s No.1, Most Trusted Odia Daily

Share