କର୍ଲାମୁଣ୍ଡା,୨୦।୭(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ତେରେସିଙ୍ଗା ସରକାରୀ ଉଚ୍ଚ ବିଦ୍ୟାଳୟଠାରେ ହେବାକୁ ଥିବା ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ସ୍ଥାପନ ପାଇଁ ସୋମବାର ଜିଲାପାଳ ସଚିନ ପାୱାର ପରିଦର୍ଶନରେ ଆସି ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଭାବେ ବିକଶିତ କରିବାର ସମ୍ଭାବନା ଓ ଉପଲବ୍ଧ ଭିତ୍ତିଭୂମିର ସମୀକ୍ଷା କରିଥିଲେ।
ପରିଦର୍ଶନ ସମୟରେ ସେ ବିଦ୍ୟାଳୟ ପରିସର, ଶ୍ରେଣୀଗୃହ, ପାନୀୟ ଜଳ ବ୍ୟବସ୍ଥା, ଶୌଚାଳୟ, ଖେଳ ପଡ଼ିଆ ସହ ଅନ୍ୟାନ୍ୟ ମୌଳିକ ସୁବିଧା ଯାଞ୍ଚ କରିଥିଲେ।ପରିଦର୍ଶନ ସମୟରେ ଜିଲ୍ଲା ଶିକ୍ଷା ଅଧିକାରୀ.ରାଧାକାନ୍ତ ଛତ୍ରୀ କର୍ଲାମୁଣ୍ଡା ତହସିଲଦାର ଅରୁଣ ବର୍ଗେ,ବିଡ଼ିଓ ସୁଚରିତା ମୂଗ୍ରୀ, ସ୍ଥାନୀୟ ପ୍ରଶାସନ ଓ ବିଦ୍ୟାଳୟର ପ୍ରଧାନଶିକ୍ଷକ ଗରୁଡ଼ ଧ୍ୱଜ ଗହୀର ଉପସ୍ଥିତ ଥିଲେ। ସ୍ଥାନୀୟ ଅଞ୍ଚଳରେ ଗୋଦାବରୀଶ ଆଦର୍ଶ ବିଦ୍ୟାଳୟ ସ୍ଥାପନ ହେଲେ ଛାତ୍ରୀଛାତ୍ରମାନେ ଉନ୍ନତ ଶିକ୍ଷା ଓ ଅନ୍ୟାନ୍ୟ ସୁବିଧା ପାଇପାରିବେ ବୋଲି ଅଭିଭାବକ ଓ ସ୍ଥାନୀୟ ବାସିନ୍ଦାମାନେ ଆଶା ପ୍ରକାଶ କରିଛନ୍ତି।