ଲୋକଙ୍କ ଗୁହାରି ଶୁଣିଲେ ଜିଲାପାଳ: ୪୫ ଲକ୍ଷ ମଞ୍ଜୁର ପରେ…

କେସିଙ୍ଗା,୧୬।୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଜାତୀୟ ରାଜପଥର ଆମ୍ବେଦକର ଛକଠାରୁ କଲେଜ ରୋଡ଼ ଦେଇ ଡୁମେର ମୁଣ୍ଡା ସାହୁ ପଡା ଏବଂ ରୁପ୍ରା ଗ୍ରାମ ଦେଇ ଜୁରାଡ଼ବ୍ରା ଜାତୀୟ ରାଜପଥ ୫୯କୁ ସଂଯୋଗ ହୋଇଥିବା ରାସ୍ତାର ଅଂଶ ହେଉଛି ସାହୁପଡାର ଶୋଚନୀୟ ରାସ୍ତା। ସାହୁ ପଡା ଓ କେନ୍ଦୁଲିପ ଦୁଇ ଜାଗାରେ ଥିବା ସାଢେ ଛ ଶହ ମିଟର ରାସ୍ତାଟି ଆଜକୁ ବର୍ଷ ବର୍ଷ ବିତି ଯାଉଥିଲା ପିଚୁ ରାସ୍ତା ହୋଇ ନ ଥିଲା। ଏହି ରାସ୍ତାରେ ଅଧିକାଂଶ ବର୍ଷା ଋତୁରେ କାଦୁଅ ହୋଇ ଯାନବାହନ, କଲେଜ ଛାତ୍ରୀଛାତ୍ର, ବୁଢାବୁଢ଼ୀ ଗମନାଗମନ ବେଳେ କାଦୁଅରେ ପଡିଯାଇ ଖଣ୍ଡିଆ ଖାବରା ହେଉଥିଲେ। ଅଞ୍ଚଳବାସୀ ବହୁ ବାର ଜିଲାପାଳ ଜନଶୁଣାଣି ଶିବିର, ବିଭାଗୀୟ ପି.ଡବ୍ଲୁ, ଡ଼ିର ଏସି, ଏସ.ଡ଼ି.ଓରେ ପିଚୁ ରାସ୍ତା ନିର୍ମାଣ ପାଇଁ ଲିଖିତ ଅଭିଯୋଗ କରିଥିଲେ।

ଆଜିକୁ ପ୍ରାୟ ୫୦ ବର୍ଷ ବିତିଯାଇଥିଲା । ଜମି ବିବାଦକୁ ନେଇ ଅନେକ ସମସ୍ୟା ଦେଖା ଯାଇଥିଲା। କିନ୍ତୁ ଲୋକଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ବର୍ତ୍ତମାନର କଳାହାଣ୍ଡି ଜିଲାପାଳ ପାୱାର ସଚିନ ପ୍ରକାଶ ଏବଂ ପି.ଡବ୍ଲୁ.ଡ଼ି.ବିଭାଗ ଓ ସାହୁ ପଡାର ଜମି ମାଲିକଙ୍କ ସହ ବୁଝାମଣା ପରେ ଜିଲାପାଳ ସାଢେ ଛ ଶହ ମିଟର ରାସ୍ତା ନିର୍ମାଣ ପାଇଁ ୪୫ ଲକ୍ଷ ମଞ୍ଜୁର କରି ପି.ଡବ୍ଲୁ.ଡ଼ି ବିଭାଗକୁ ପିଚୁ ରାସ୍ତା ନିର୍ମାଣର ଦାୟିତ୍ୱ ଦେଇଥିଲେ। ଉକ୍ତ ବିଭାଗର ଉଚ୍ଚ ଅଧିକାରୀ ଏସି ଏବଂ କନିଷ୍ଠ ଯନ୍ତ୍ରୀଙ୍କ ନେତୃତ୍ୱରେ ଟେଣ୍ଡର ଡାକି କେସିଙ୍ଗାର ଜଣେ ଠିକାଦାରଙ୍କୁ ଏହି ରାସ୍ତା ନିର୍ମାଣ ପାଇଁ ଦାୟିତ୍ୱ ଦିଆଗଲା। ଗୋଟିଏ ସପ୍ତାହ ମଧ୍ୟରେ ରାସ୍ତା ଉପରେ ପଥର ଗୁଣ୍ଡ ଚିପିସ ପକାଇ ରାସ୍ତାକୁ ସମତୁଲ କରିଥିଲେ। ଗତ ଦୁଇ ଦିନ ମଧ୍ୟରେ ପିଚୁ ପକାଇ ରାସ୍ତାଟି ନିର୍ମାଣ କରିଥିଲେ। ବର୍ତ୍ତମାନ ନିର୍ଭୟରେ ଲୋକମାନେ ସୁବିଧାରେ ଗମନାଗମନ କରି ପାରୁଥିବାରୁ ଅଞ୍ଚଳବାସୀ ଜିଲାପାଳଙ୍କୁ ଧନ୍ୟବାଦ ଜଣାଇ ଛନ୍ତି। ଏ ସଂକ୍ରାନ୍ତରେ ବିଭାଗୀୟ ଯନ୍ତ୍ରୀ ବିଷ୍ଣୁ ପ୍ରସାଦ କରଙ୍କୁ ପଚାରିବାରୁ ଲୋକଙ୍କ ସୁବିଧା ପାଇଁ ଗୋଟିଏ ସପ୍ତାହ ମଧ୍ୟରେ ପିଚୁ କାମ ଶେଷ କାରାଯାଇଛି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକାଙ୍କୁ ବ୍ଲାକମେଲିଂ: ଫେକ ଆକାଉଣ୍ଟ ଖୋଲି ଛାଡୁଥିଲେ…

ଜଗତ୍‌ସିଂହପୁର,୩୧ା୧(ପ୍ରମୋଦ କୁମାର ନାୟକ): ଜଗତ୍‌ସିଂହପୁର ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ବ୍ଲାକ ମେଲିଂ ଅଭିଯୋଗରେ ଜଣେ ଯୁବକ ଗିରଫ ହୋଇଛନ୍ତି। ସେ ହେଲେ କେନ୍ଦୁଝର ଜିଲା ନନ୍ଦିପଡ଼ା…

ମାଗଣାରେ ରୋଗୀଙ୍କୁ ମେଡିକାଲ ନେବାକୁ ନିଆରା ପ୍ରୟାସ: ଅଟୋ ଶୁଭାରମ୍ଭ କଲେ ବିଡିଓ

ବିଷମକଟକ,୩୧।୧ (ପ୍ରସନ୍ନ କୁମାର ପଣ୍ଡା) : ରାୟଗଡ଼ା ଜିଲା ବିଷମକଟକ ବ୍ଲକ୍‌ ଅନ୍ତର୍ଗତ ହାଟ ମୁନିଗୁଡ଼ା ପଞ୍ଚାୟତରେ ରୋଗୀ ସେବା ଯୋଗାଇଦେବାକ ଏକ ଛୋଟ ପ୍ରୟାସ କରାଯାଇଛି।…

ନଳିନୀ ବିଦ୍ୟା ମନ୍ଦିରରେ ଝାଡ଼ାବାନ୍ତି ଆତଙ୍କ: ଜଣେ ଛାତ୍ରୀ ମୃତ, ୪୦ ଗୁରୁତର

ବିଷମ କଟକ, ୩୧।୧(ପ୍ରସନ୍ନ କୁମାର ପଣ୍ଡା): ରାୟଗଡ଼ା ଜିଲା ବିଷମକଟକ ବ୍ଲକ୍‌ ଅନ୍ତର୍ଗତ ଚାଟିକଣା ପଞ୍ଚାୟତରେ ମଙ୍ଗଳ ବିଭାଗ ଦ୍ୱାରା ପରିଚାଳନିତ ନଳିନୀ ବିଦ୍ୟାମନ୍ଦିରର ହଷ୍ଟେଲରେ ଶୁକ୍ରବାରଠାରୁ…

ଦାରିଙ୍ଗବାଡ଼ି ପ୍ରଶଂସାରେ ଶତମୁଖ ବିଦେଶୀ ପର୍ଯ୍ୟଟକ: ସାଇକେଲରେ ବୁଲିଲେ, ଇକୋ ରିଟ୍ରିଟ୍‌ରେ…

ଦାରିଙ୍ଗବାଡି, ୩୧।୧ (ଅରୁଣ ସାହୁ): ଓଡ଼ିଶାର ଅନ୍ୟତମ ପର୍ଯ୍ୟଟନ କ୍ଷେତ୍ର ମଧ୍ୟରୁ କନ୍ଧମାଳ ଜିଲା ଦାରିଙ୍ଗବାଡି ଗୋଟିଏ। ଏଠାକୁ ବୁଲି ଆସିବାକୁ ବିଦେଶୀ ପର୍ଯ୍ୟଟକଙ୍କ ଆଗ୍ରହ ପୁଣି…

ଅନାସ୍ଥା ପରେ ଖାଲି ପଡ଼ିଥିଲା ଗୁଡ଼ାରି ବ୍ଲକ ଅଧ୍ୟକ୍ଷା ପଦ: ଉପାଧ୍ୟକ୍ଷ ବିଶ୍ୱନାଥଙ୍କୁ ମିଳିଲା ଅତିରିକ୍ତ ଦାୟିତ୍ୱ

ଗୁଣପୁର,୩୧।୧(ସଂକେତ ପାତ୍ର)- ଅନାସ୍ଥା ପ୍ରସ୍ତାବ ଗୃହୀତ ହେବା ପରେ ଲକ୍ଷ୍ମୀ ଶବରଙ୍କ ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକ ଅଧ୍ୟକ୍ଷା ପଦ ଗତ ୨୨ତାରିଖର ରଦ୍ଦ ହୋଇଥିଲା। ଏହାପରେ…

ଅବସର ନେଲେ ରାଜେନ୍ଦ୍ର କୁମାର, କେଏସୟୁବିର ନୂତନ ଅଧ୍ୟକ୍ଷ ଭାବେ ଦାୟିତ୍ୱ ନେଲେ କୁମୁନ୍ଦ ମହାପାତ୍ର

ଭଞ୍ଜନଗର,୩୧।୧(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟର ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ଦାସ ଅଧ୍ୟକ୍ଷ ପଦବୀରୁ ଶନିବାର ଅବସର ନେଇଛନ୍ତି। ଏନେଇ ସନ୍ଧ୍ୟାରେ…

ଦାଦନ ସାଜିଲା କାଳ: କେରଳରୁ ଫେରିବା ବେଳେ ଯୁବକ ନିଖୋଜ, ମୁକ୍ତି ପାଇଁ ମଗାଯାଉଛି ଟଙ୍କା,ଶୁଖୁ ନାହିଁ…

ଥୁଆମୂଳ ରାମପୁର, ୩୧।୧ (ଦୁର୍ଗା କୀର୍ତ୍ତି): ପେଟର ଭୋକ ଆଉ ପରିବାର ପ୍ରତିପୋଷଣର ଚିନ୍ତା ଜଣେ ଗରିବ ଯୁବକଙ୍କୁ ସୁଦୂର କେରଳକୁ ଟାଣି ନେଇଥିଲା। କିନ୍ତୁ ସେହି…

ବାଇକ୍‌କୁ ଧକ୍କା ଦେଇ ଘୋଷାଡ଼ି ନେଲା ବୋଲେରୋ: ଚାଲିଗଲା ସ୍ବାମୀଙ୍କ ଜୀବନ, ସ୍ତ୍ରୀ ଗୁରୁତର

ଗୋଡ଼ଭଗା,୩୧ା୧(ସୁରେଶ ଦାଶ): ଗୋଡ଼ଭଗା ଫାଣ୍ଡି ଅନ୍ତର୍ଗତ ଗୋଡ଼ଭଗା ମାରୱାଡି ଧର୍ମଶାଳା ପାଖରେ ଶୁକ୍ରବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ କଳାମାଟି ପଞ୍ଚାୟତ ମାଉଲିଭାଗର ହେମସାଗର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri