ଦିଗପହଣ୍ଡି,୩୦।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଜିଲାସ୍ତରୀୟ ଆଚାର୍ଯ୍ୟାଆଚାର୍ଯ୍ୟ କାର୍ଯ୍ୟଶାଳା ଉଦଘାଟିତ ହୋଇଯାଇଛି। ପ୍ରଧାନାଚାର୍ଯ୍ୟ ଭଗବତୀ ପ୍ରସାଦ ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ୩ ଦିନ ବ୍ୟାପୀ ଅନୁଷ୍ଠିତ ଏହି କାର୍ଯ୍ୟଶାଳା ଶୁକ୍ରବାର ଉଦଯାପିତ ହେବା କାର୍ଯ୍ୟକ୍ରମ ରହିଛି। କାର୍ଯ୍ୟଶାଳା ଉଦଘାଟନୀ କାର୍ଯ୍ୟକ୍ରମରେ ଦିଗପହଣ୍ଡି ତହସିଲଦାର ସନ୍ତୋଷ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ।
ଜିଲା ପ୍ରମୁଖ ତଥା ସହକାରୀ ଶିକ୍ଷକ ଉପେନ୍ଦ୍ର ପଣ୍ଡା, ବିଭାଗୀୟ ଜିଲା ନିରୀକ୍ଷକ ସରୋଜ କୁମାର ପଟ୍ଟନାୟକ, ସଙ୍କୁଳ ପ୍ରମୁଖ ତଥା ସହକାରୀ ଶିକ୍ଷକ ବିଜୟ ପ୍ରଧାନ, ସଙ୍କୁଳ ସଂଯୋଜକ ତଥା ବିଦ୍ୟାମନ୍ଦିର ଅନ୍ୟତମ ପ୍ରଧାନାଚାର୍ଯ୍ୟ ଷଷ୍ଠୀ ପ୍ରସାଦ ବିଷୋୟୀ, ବିଦ୍ୟାଳୟ ପରିଚାଳନା ସମିତି ସଭାପତି ରାମଚନ୍ଦ୍ର ବିଷୋୟୀ ପ୍ରମୁଖ ସମ୍ମାନିତ ଅତିଥି ଭାବେ ମଞ୍ଚାସୀନ ଥିଲେ। ଏହି କାର୍ଯ୍ୟଶାଳାରେ ଗଞ୍ଜାମ ଜିଲା ର ୧୨ ଟି ସରସତୀ ଶିଶୁ ବିଦ୍ୟାମନ୍ଦିରରୁ ପ୍ରଧାନାଚାର୍ଯ୍ୟଙ୍କ ସମେତ ୨ ଶହ ଆଚାର୍ଯ୍ୟା ଆଚାର୍ଯ୍ୟଙ୍କୁ ତାଲିମ ପ୍ରଦାନ କରାଯିବ। ୧୫ ପ୍ରଶିକ୍ଷକ କାର୍ଯ୍ୟଶାଳାରେ ଉପସ୍ଥିତ ଆଚାର୍ଯ୍ୟା ଆଚାର୍ଯ୍ୟ ଏବଂ ପ୍ରଧାନାଚାର୍ଯ୍ୟ ମାନଙ୍କୁ ଜାତୀୟ ଶିକ୍ଷା ନୀତି ୨୦୨୦ ସମେତ ଅନ୍ୟାନ୍ୟ ବିଷୟଭିତ୍ତିକ ତାଲିମ ପ୍ରଦାନ କରିବେ। ବିଦ୍ୟାମନ୍ଦିରର ସମସ୍ତ ଆଚାର୍ଯ୍ୟା ଆଚାର୍ଯ୍ୟ ବୃନ୍ଦ ଏବଂ ପରିଚାଳନା ସମିତିର ପ୍ରମୁଖ କାର୍ଯ୍ୟକର୍ତ୍ତା ବୃନ୍ଦ ଉପସ୍ଥିତ ରହି କାର୍ଯ୍ୟଶାଳା ଉଦଘାଟନୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।