ଲାଞ୍ଚ ନେଇ ଧରାପଡ଼ିଲେ ଜିଲା ଶ୍ରମ ଅଧିକାରୀ

କେନ୍ଦୁଝର,୩୦ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଶ୍ରମ ଅଧିକାରୀ ଆକାଶ ବିଶୋଇ ଜଣେ ବ୍ୟକ୍ତିଙ୍କଠାରୁ ଲାଞ୍ଚ ନେଇ ଭିଜିଲାନ୍ସ ବିଭାଗ ହାତରେ ଧରାପଡ଼ିଛନ୍ତି।

ଜିଲା ଶ୍ରମ ଅଧିକାରୀ ରବିବାର ସାରେ ଜଣେ ବ୍ୟକ୍ତିଙ୍କଠାରୁ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ। ଲାଞ୍ଚ ଟଙ୍କା ନେଉଥିବା ବେଳେ ଧରାପଡ଼ିଥିବା ଭିଜିଲାନ୍ସ ଡିଏସ୍‌ପି ସୁଧାଂଶୁ ପୂଜାରୀ ସୂଚନା ଦେଇଛନ୍ତି। ଏହା ପରେ ତାଙ୍କ ଅଫିସ ଓ ଘର ଯାଞ୍ଚ କରାଯାଉଛି। ତେବେ ସେ କାହାଠାରୁ ଟଙ୍କା ନେଉଥିଲେ, କ’ଣ ପାଇଁ ନେଉଥିଲେ ସେ ସମ୍ପର୍କିତ ସୂଚନା ମିଳିନାହିଁ।

Share