ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ରରେ ତଳ ଆଡୁ ଜିଲା ପ୍ରଥମ

ପାରାଦୀପ,୧୬ା୩ (ସ୍ବ.ପ୍ର.):ପୂର୍ବ ଭାରତର ଅର୍ଥନୈତିକ ମୁଖଶାଳା ପାରାଦୀପରେ ଏବେ କ୍ଷୁଦ୍ର, ମଧ୍ୟମ, ଆନୁଷଙ୍ଗିକ ଶିଳ୍ପ ସ୍ଥାପନ ଗତି ମନ୍ଥର ଥିବା ପାରିପାଶର୍‌ବିକ ଅବସ୍ଥାରୁ ଜଣାପଡିଛି। କାରଣ ଅଣୁ କ୍ଷୁଦ୍ର ମଧ୍ୟମ ଉଦ୍ୟୋଗ (ଏମ୍‌ଏସ୍‌ଏମ୍‌ଇ) ଏବେ ସ୍ଥାଣୁ ପାଲଟିଥିବା ଅଭିଯୋଗ ହେଉଛି। ଏପରି କି ଗତ ୨ଟି ଆର୍ଥିକ ବର୍ଷରେ ଜଗତ୍‌ସିଂହପୁର ଜିଲାର ଏମ୍‌ଏସ୍‌ଏମ୍‌ଇ ନୂଆ ଉଦ୍ୟୋଗ ସୃଷ୍ଟି କରିବାରେ ରାଜ୍ୟର ତଳ ଆଡୁ ପ୍ରଥମ ବୋଲି ସେହି ବିଭାଗର ବାର୍ଷିକ ରିପୋର୍ଟରୁ ଜଣାପଡ଼ିଛି। ଅର୍ଥାତ୍‌ ଜିଲା ୩୦ ନଂ. ସ୍ଥାନରେ ଅଛି ବୋଲି ଓଡ଼ିଶା ଆସେମ୍ବ୍ଲ୍ଲି କ୍ଷୁଦ୍ର ମଧ୍ୟମ ଉଦ୍ୟୋଗ ସଂଘ ସମ୍ପାଦକ ସନ୍ତୋଷ କୁମାର ପ୍ରଧାନ କହିଛନ୍ତି।
ଗତ ୧୧ ଓ ୧୨ ତାରିଖରେ ପାରାଦୀପର ବିଜୁ ସଦନଠାରେ ଉତ୍କଳ ଚାମ୍ବର୍ସ ଅଫ୍‌ କମର୍ସ ଇଣ୍ଡଷ୍ଟ୍ରି ଲିମିଟେଡ ପକ୍ଷରୁ ଉଦ୍ୟୋଗୀ ଶିବିର ଆୟୋଜନ କରାଯାଇଥିଲା। ସେଥିରେ ଦେଶର ପ୍ରତିଷ୍ଠିତ କମ୍ପାନୀ ଓ ରାଜ୍ୟ ସରକାରଙ୍କ ପ୍ରମୁଖ ଅଧିକାରୀମାନେ ଉପସ୍ଥିତ ରହି ପାରାଦୀପ ଶିଳ୍ପ ପାଇଁ ଅନୁକୂଳ ବୋଲି ମନ୍ତବ୍ୟ ଦେଇଥିଲେ। ୨୦୨୨ ଡିସେମ୍ବରରେ ମଧ୍ୟ ଶିଳ୍ପ ବିଭାଗ ପକ୍ଷରୁ ପାରାଦୀପରେ ଇନଭେଷ୍ଟର ମିଟ୍‌ ହୋଇଥିଲା। ଚଳିତ ମାସ ୩ ତାରିଖରେ କେନ୍ଦ୍ର ସରକାରଙ୍କ ଏମ୍‌ଏସ୍‌ଏମ୍‌ଇ ବିଭାଗ ରାଷ୍ଟ୍ରମନ୍ତ୍ରୀ ଦର୍ଶାନା ଜର୍ଦ୍ଦୋଶ ମଧ୍ୟ ପାରାଦୀପ ଗସ୍ତ କରିଥିଲେ। ଫେବୃୟାରୀ ୧୬ରୁ ୨୬ ପର୍ଯ୍ୟନ୍ତ ଜିଲାର ସବୁ ବ୍ଲକରେ ନିଯୁକ୍ତି ମେଳା ହୋଇଥିଲା। ଏସବୁଥିରେ ନୂଆ ଉଦ୍ୟୋଗ ଆସିବ, ନିଯୁକ୍ତି ସୃଷ୍ଟି ହେବ ବୋଲି କୁହାଯାଇଥିଲା। କିନ୍ତୁ ବାସ୍ତବରେ ନୂଆ କ୍ଷୁଦ୍ର ମଧ୍ୟମ କିମ୍ବା ଆନୁଷଙ୍ଗିକ ଶିଳ୍ପ ସ୍ଥାପନ ଗତି ମନ୍ଥର ଥିବା ଜଣାପଡିଛି। ଉଦାହରଣତଃ ୨୦୧୩ରେ ଘୋଷଣା କରାଯାଇଥିଲା ପାରାଦୀପରେ ଛୋଟ ଆନୁଷଙ୍ଗିକ ଶିଳ୍ପ ପ୍ଲାଷ୍ଟିକ ପାର୍କ ହେବ। ଏଥିପାଇଁ ଇଡ୍‌କୋ ୧୫୩ ଏକର ଜମି ଯୋଗାଇ ଦେଇଥିଲା। ୨୦୧୫ରେ ଶିଳ୍ପ ହେବ ବୋଲି ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିଲା। ଏହି ୧୦ ବର୍ଷ ମଧ୍ୟରେ ଉକ୍ତ ସ୍ଥାନରେ ଆରାଧନା ଓ ଟାଇଡାଲ ପ୍ଲାଷ୍ଟିକ ୨ଟି ୟୁନିଟ କରିବେ ବୋଲି ଆବଶ୍ୟକ ଭିତ୍ତିଭୂମି ତିଆରି କରିଛନ୍ତି। ଅନ୍ୟ ୩୦ରୁ ଅଧିକ ଉଦ୍ୟୋଗୀ ଆବେଦନ କରିଥିଲେ ହେଁ ସେମାନଙ୍କୁ କ୍ଲିୟରାନ୍ସ ମିଳିନାହିଁ ବୋଲି ଭଗବାନ ପରିଡା ନାମକ ଆବେଦନକାରୀ କହିଛନ୍ତି। ସେହିପରି ୨୦୧୫ରେ ବଗଦିଆ ସିଜୁ ଗ୍ରାମ ସୀମାନ୍ତରେ ୪୫୦ ଏକର ଜମିରେ ଦୀପକ ଫର୍ଟିଲାଇଜର କମ୍ପାନୀ ହେବ ବୋଲି ଘୋଷଣା ହୋଇଥିଲା। ଏପରିକି ୨୦୧୭ ଅକ୍ଟୋବରରେ ପରିବେଶ ଜନ ଶୁଣାଣି ସରିଥିଲା। ତା’ ପରଠାରୁ କମ୍ପାନୀ ଏ ପର୍ଯ୍ୟନ୍ତ ପ୍ରତିଷ୍ଠା ହୋଇନାହିଁ।
ଛୋଟ ଉଦ୍ୟୋଗ ପାଇଁ ଏମ୍‌ଏସ୍‌ଏମ୍‌ଇ ପାଖରୁ କ୍ଲିୟରାନ୍ସ, ବ୍ୟାଙ୍କ ଋଣ, ପ୍ରୋଜେକ୍ଟ ଆପ୍ରୁଭାଲ ଆଦି ମିଳିବା କଥା। ଏଥିପାଇଁ ପ୍ରତି ବ୍ଲକରେ ଜଣେ ଆଇପିଓ (ଇଣ୍ଡଷ୍ଟ୍ରି ପ୍ରମୋଶନ ଅଫିସର) ରହିବା କଥା। ପାରାଦୀପ ପାଇଁ ଆଇପିଓ ପଦବୀ ୪ବର୍ଷ ହେଲା ଖାଲିପଡିଛି। ଏବେ ଜିଲାରେ ମାତ୍ର ୩ ଜଣ ଆଇପିଓ ଥିବା ଉକ୍ତ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡ଼ିଛି। ଜିଲାରେ ମାତ୍ର ୨୩୨ ଏମ୍‌ଏସ୍‌ଏମ୍‌ଇ ପଞ୍ଜୀକୃତ ଉଦ୍ୟୋଗ ଚାଲିଛି ବୋଲି ଉକ୍ତ ସଂଘର ସଭାପତି ଭଗବାନ ସ୍ବାଇଁ କହିଛନ୍ତି। ଅନ୍ୟମାନେ ଆବେଦନ କଲେ ବିଭାଗୀୟ ଅଧିକାରୀ ଜେନେରାଲ ମ୍ୟାନେଜର (ଜିଏମ୍‌)ଙ୍କ ପକ୍ଷରୁ ସହଯୋଗ ମିଳୁନାହିଁ ବୋଲି ସେ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ଜିଏମ୍‌ କଙ୍କଣ ଘୋଷଙ୍କୁ ପଚାରିବାରେ ଅଭିଯୋଗ କରିବା ସହଜ। ଏବେ ବିଧାନସଭାରେ ନୟାଗଡ଼ ଜିଲା ପାଇଁ ଅଭିଯୋଗ ହୋଇଛି, ଜଗତ୍‌ସିଂହପୁର ଜିଲାରେ ୧୦୩୭ ସାର୍ଟିଫାଏଡ୍‌ ୟୁନିଟ ଅଛି। ଆଇପିଓ ନ ରହିବା ଓ ଉଦ୍ୟୋଗୀ ନ ହେବା ସମ୍ପର୍କରେ କୁହନ୍ତି, ଆମର କାମ ଯଦି ପସନ୍ଦ ହେଉନାହିଁ ବୋଲି ଅଭିଯୋଗ ହେଉଛି ତାହା ହେଲେ ଆମକୁ ବିଦା କରି ନୂଆ ଅଫିସର ଆଣନ୍ତୁ କହି ପ୍ରସଙ୍ଗକୁ ଏଡ଼ାଇ ଯାଇଥିଲେ। ଅନ୍ୟ ଏକ ଘଟଣା ହେଲା ୨୦୧୪ରେ ଏମ୍‌ଏସ୍‌ଏମ୍‌ଇ ମନ୍ତ୍ରୀ ଡା. ଦାମୋଦର ରାଉତ ଥିବାବେଳେ ପାରାଦୀପର ହାଉସିଂ ବୋର୍ଡଠାରେ ଏହି ବିଭାଗ ପକ୍ଷରୁ ଏକ କାର୍ଯ୍ୟାଳୟ ଖୋଲା ଯାଇଥିଲା। ୭ ଜଣ କର୍ମଚାରୀ ୫ ବର୍ଷ ମଧ୍ୟରେ ଗୋଟିଏ ୟୁନିଟ କରିପାରିଲେ ନାହିଁ। ସେଥିପାଇଁ ୨୦୧୯ ମାର୍ଚ୍ଚ ୩୧ରେ ପାରାଦୀପ ଅଫିସ ବନ୍ଦ କରାଯାଇ କଟକର ଚୌଦ୍ୱାରକୁ ସ୍ଥାନାନ୍ତର କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଗାଁକୁ ଫେରୁଥିବାବେଳେ ଟ୍ରେନରୁ ଖସି ଦାଦନ ଶ୍ରମିକଙ୍କ ମୃତ୍ୟୁ

ପାତ୍ରପୁର, ୨୨।୧୨(ଉମା ଚରଣ ନେପାକ): ପାତ୍ରପୁର ବ୍ଳକ ବାଦପୁର ପଞ୍ଚାୟତ ତିନିଘରିଆ ଗ୍ରାମର ନରସିଂହ ନାଇକ (୨୮) ନେଲୁରୁ ସ୍ଥିତ ଦିଶା ନାମକ ଏକ କମ୍ପାନୀରେ...

MGNREGA ନାମ ବଦଳାଇବା ବିବାଦ: ରାଜରାସ୍ତାକୁ ଓହ୍ଲାଇଲା କଂଗ୍ରେସ, କେନ୍ଦ୍ର ସରକାରଙ୍କୁ ଦେଲା ଚେତାବନୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ନାମକୁ କେନ୍ଦ୍ର ସରକାର ଇତିମଧ୍ୟରେ ବଦଳାଇଛନ୍ତି। ଏଥିସହ ନୂଆ ଯୋଜନାରେ ବ୍ୟାପକ...

ଭଞ୍ଜନଗର ଏନ୍‌ଏସିକୁ ମିଳିଲା ମ୍ୟୁନିସିପାଲଟି ମାନ୍ୟତା: ମିଶିବ ଏହି ସବୁ ଗାଁ, ଖୁସିରେ ଅଞ୍ଚଳବାସୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏନ୍‌ଏସିକୁ ସୋମବାରଠାରୁ ବିଧିବଦ୍ଧ ଭାବେ ମ୍ୟୁନିସିପାଲଟି ମାନ୍ୟତା ମିଳିଛି। ସେହିଭଳି ଜଗନ୍ନାଥପ୍ରସାଦ ପଞ୍ଚାୟତକୁ ଏନ୍‌ଏସି ମାନ୍ୟତା ମିଳିଛି। ଆଜି...

ଦିନକ ପରେ ବରଗଡ଼ ଧନୁଯାତ୍ରା: ମହୋତ୍ସବକୁ ନେଇ ଏମିତି କହିଲେ ଜିଲାପାଳ

ବରଗଡ,୨୨।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ୭୮ତମ ବରଗଡ଼ ଧନୁଯାତ୍ରା ମହୋତ୍ସବକୁ ଆଉ ମାତ୍ର ଦିନେ ବାକି। ଆସନ୍ତା ୨୪ତାରିଖରୁ ଏହି ମହୋତ୍ସବ ଆରମ୍ଭ ହେବ।...

ଲିକ୍‌ ହୋଇ ଫାଟିଲା ରନ୍ଧନ ଗ୍ୟାସ୍‌ ସିଲିଣ୍ଡର, ଘରେ ଥିଲେ…

କୋକସରା,୨୨।୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଟେମରା ଗ୍ରାମରେ ରନ୍ଧନ ଗ୍ୟାସ୍‌ ଲିକେଜ ହୋଇ ନିଆଁ ଲାଗି ଯିବାରୁ ୪ ଜଣ ଗୁରୁତର...

ଦିଗପହଣ୍ଡିରେ ‘ଆସ ସ୍କୁଲ ଯିବା’ ସଚେତନତା ସଭା ଅନୁଷ୍ଠିତ

ଦିଗପହଣ୍ଡି,୨୨।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ମଧୁବିଦ୍ୟାପୀଠ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ‘ଆସ ସ୍କୁଲ ଯିବା’ ସଚେତନତା ସଭା ସୋମବାର...

ପ୍ରଚେଷ୍ଟା ରହିଲେ ସଫଳତା ନିଶ୍ଚିତ ମିଳିବ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ସେଣ୍ଟ ଆନ୍ସ ଇଂଗ୍ରାଜୀ ମିଡିୟମ ସ୍କୁଲର ୧୯ ତମ ବାର୍ଷିକ ଉତ୍ସବ ସୋମବାର ସନ୍ଧ୍ୟାରେ ପାଳିତ ହୋଇଯାଇଛି। ଆୟୋଜିତ ଉତ୍ସବରେ...

ଡାକକୋଟା ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ‘ପିଏମ୍ ଶ୍ରୀ ଉତ୍ସବ’ ପାଳିତ

ଥୁଆମୂଳ ରାମପୁର,୨୨।୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍‌ ଅନ୍ତର୍ଗତ ଡାକକୋଟା ସ୍ଥିତ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଶନିବାର ‘ପିଏମ୍ ଶ୍ରୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri