ଜିଲାସ୍ତରୀୟ ଆଶା, ଗାଁ କଲ୍ୟାଣ ସମିତି ସମ୍ମିଳନୀ

ନୂଆପଡ଼ା ଅଫିସ,୧।୩: ନୂଆପଡା ଜିଲା ମୁଖ୍ୟ ଚିକିତ୍ସାଳୟ ପ୍ରାଙ୍ଗଣରେ ଆଶା ଓ ଗାଁ କଲ୍ୟାଣ ସମିତିର ଜିଲାସ୍ତରୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଜିଲା ମୁଖ୍ୟ ସ୍ବାସ୍ଥ୍ୟ ଓ ଜନସ୍ବାସ୍ଥ୍ୟ ଅଧିକାରୀ ଡ.ଚୌଧୁରୀ ଶୋଭାରାଣୀ ମିଶ୍ରଙ୍କ ଅଧ୍ୟକ୍ଷତାରେ ଜିଲା ପରିଷଦ ଅଧ୍ୟକ୍ଷା ଡଲି ମାଝି, ଜିଲା ପରିଷଦ ଉପାଧ୍ୟକ୍ଷ ଦୀପିକା କୌଶଲ୍ୟା, ଜିଲାପାଳ ହେମକାନ୍ତ ସାଏ, ଆରକ୍ଷୀ ଧୀକ୍ଷକ ଜିଆର ରାଘବେନ୍ଦ୍ର, ଜିଲା ମୁଖ୍ୟ ନିର୍ବାହୀ ଅଧିକାରୀ ମଧୁଛନ୍ଦା ସାହୁ, ଜିଲା ସମାଜ ମଙ୍ଗଳ ଅଧିକାରୀ ମନକୁମାରୀ ଲମ୍ବୁ, ଡିପିଏମ ଦିଲୀପ ଦୁବେ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ। ସମ୍ମିଳନୀରେ ଆଶା କର୍ମୀମାନଙ୍କ କାର୍ଯ୍ୟଦକ୍ଷତା ଉପରେ ଅତିଥିମାନେ ପ୍ରଶଂସା କରିଥିଲେ। ଆଶାମାନଙ୍କ କାର୍ଯ୍ୟ ଦକ୍ଷତା ଉପରେ ନିରୀକ୍ଷଣ କରି ପୁରସ୍କୃତ କରିଥିଲେ। ସର୍ବଶ୍ରେଷ୍ଠ ବା ପ୍ରଥମ ଭାବେ ଲକ୍ଷ୍ମୀ ଦଣ୍ଡସେନାଙ୍କୁ ପୁରସ୍କୃତ ହୋଇଥିବା ବେଳେ କୁମୁଦିନୀ ନାୟକ, ଯମୁନା ରାଉତ ଦ୍ୱିତୀୟ ଓ ସରୋଜୀନି ନାୟକ ତୃତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଥିଲେ। ସେହିପରି ପିପିଆଇ ଇଉସିଡିଓ ଅସ୍ତ୍ରୋପଚାର କ୍ଷେତ୍ରରେ ଧନମତୀ ତାଣ୍ଡି, ତୁଳସେ ହନସ ଓ ଅହଲ୍ୟା କାନ୍ତ ଶ୍ରେଷ୍ଠ ଆଶା ଭାବେ ପୁରସ୍କୃତ ହୋଇଥିଲେ। ଶ୍ରେଷ୍ଠ ଗାଁ କଲ୍ୟାଣ ସମିତି ପାଇଁ ପ୍ରତ୍ୟେକ ବ୍ଲକରୁ ଗୋଟିଏ ଲେଖାଏ ଗାଁ କଲ୍ୟାଣ ସମିତିକୁ ପୁରସ୍କୃତ କରାଯାଇଥିଲା। ଜିଲାରେ ଶିଶୁ ମୃତ୍ୟୁହାର ଓ ମାତୃ ମୃତ୍ୟୁହାର ରୋକିବାରେ ପାଇଁ ଆଶାକର୍ମୀ, ଅଙ୍ଗନୱାଡି ଓ ଗାଁ କଲ୍ୟାଣ ସମିତି ଭୂମିକା ଅନନ୍ୟା ସମସ୍ତେ ତୃଣମୂଳସ୍ତରରେ ନିଜ କ୍ଷେତ୍ରରେ ଭଲ କାମ କରି ପ୍ରଶଂସିତ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମଧ୍ୟାହ୍ନଭୋଜନ ଅଣ୍ଡା ଖାଇ ଛାତ୍ରୀଛାତ୍ର ଅସୁସ୍ଥ ଘଟଣା:ଡାକ୍ତରୀ ଦଳ ପକ୍ଷରୁ ବିଦ୍ୟାଳୟରେ ସ୍ବାସ୍ଥ୍ୟ ପରୀକ୍ଷା

ଖଣ୍ଡପଡ଼ା,୧୯ା୭(ସ୍ବ.ପ୍ର.)-ଖଣ୍ଡପଡ଼ା ବ୍ଲକ ଅନ୍ତର୍ଗତ ବାଣପୁର ପଞ୍ଚାୟତସ୍ଥ ଘଣାଶାଳିଆ ଉନ୍ନୀତ ମଧ୍ୟ ଇଂରାଜୀ ବିଦ୍ୟାଳୟରେ ମଧ୍ୟାହ୍ନଭୋଜନ ଅଣ୍ଡା ଖାଇ ୧୪ ଛାତ୍ରୀଛାତ୍ର ଅସୁସ୍ଥ ହୋଇଥିବା ଖବର ବିଭିନ୍ନ...

ବାଇକ୍‌ ଡିକି ଭାଙ୍ଗି ୧ ଲକ୍ଷ ଟଙ୍କା ଲୁଟ୍‌

ନାଉଗାଁ,୫ା୧(ସ୍ବ.ପ୍ର.): ନାଉଗାଁ ବ୍ଲକ ଅନ୍ତର୍ଗତ ଶାଳିଜଙ୍ଗା ମହିମା ଆଶ୍ରମ ସମ୍ମୁଖରୁ ଦୁଇ ଦୁର୍ବୃତ୍ତ ଏକ ବାଇକ୍‌ ଡିକି ଭାଙ୍ଗି ୧ ଲକ୍ଷ ଟଙ୍କା ସହିତ ବ୍ୟାଙ୍କ...

ଶିକ୍ଷା ବିଭାଗ କର୍ମଚାରୀଙ୍କୁ କଂସଙ୍କ ଡାକରା

ଚନ୍ଦାହାଣ୍ଡି,୧୬।୫(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ବ୍ଲକ ସଦର ମହକୁମାରେ ଚାଲିଥିବା ବାଲିଯାତ୍ରାର ଅଷ୍ଟମ ରଜନୀରେ ଅଷ୍ଟମଲ୍ଲ ସଖା ବଧ ମଞ୍ଚସ୍ଥ ହୋଇଛି। ମହାରାଜ କଂସଙ୍କୁ ଚନ୍ଦାହାଣ୍ଡି...

୧୧ କେଜିରୁ ଊର୍ଦ୍ଧ୍ୱ ବ୍ରାଉନସୁଗାର ଜବତ : ଜଣେ ଗିରଫ

ଖୋର୍ଦ୍ଧା ଅଫିସ,୧୦ା୮ : ଖୋର୍ଦ୍ଧା ଜିଲା ଆଦର୍ଶ ଥାନା ପୋଲିସ ଶନିବାର ଜୟମଙ୍ଗଳ ଛକରୁ ୧୧ କେଜି ୮୦୦ ଗ୍ରାମ ବ୍ରାଉନସୁଗାର ଜବତ କରିଛି। ଏହା...

ଖାଲଖମାରେ ଭର୍ତ୍ତି ପୂର୍ତ୍ତ ବିଭାଗ ରାସ୍ତା, ବଢୁଛି ଦୁର୍ଘଟଣା

ବ୍ରହ୍ମପୁର ଅଫିସ, ୪।୧୧: ସରକାର ରାସ୍ତା ନିର୍ମାଣ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଏବେ ମଧ୍ୟ ସହରର ଅନେକ ରାସ୍ତା ଖାଲଖମାରେ ପରିପୂର୍ଣ୍ଣ...

ପୌରପାଳିକା ନାଁରେ ନକଲି ଫେସବୁକ ଆକାଉଣ୍ଟ

ବାଲେଶ୍ୱର ଅଫିସ, ୬ା୨: ବାଲେଶ୍ୱର ପୌରାଞ୍ଚଳ ନାମରେ ଦୀର୍ଘ ୧ବର୍ଷ ଧରି ନକଲି ଫେସବୁକ୍‌ ଆକାଉଣ୍ଟ ଖୋଲାଯାଇ ବିଭିନ୍ନ ପ୍ରକାର ତଥ୍ୟ ସୋସିଆଲ ମିଡିଆରେ ଅପଲୋଡ୍‌...

ଅଦିନିଆ ଇସ୍କନ ରଥଯାତ୍ରାକୁ ବ୍ରହ୍ମକ୍ଷେତ୍ରରେ ପ୍ରତିବାଦ

ନିଶ୍ଚିନ୍ତକୋଇଲି, ୯।୨ (ସ୍ବ.ପ୍ର.): ଇସ୍କନ ପକ୍ଷରୁ ଅଦିନିଆ ରଥଯାତ୍ରାକୁ କଟକ ଜିଲା ନିଶ୍ଚିନ୍ତକୋଇଲି ବ୍ଲକ ଜିଗ୍ନିପୁର ବ୍ରହ୍ମକ୍ଷେତ୍ର ବଳଦେବଜୀଉ ପୀଠରେ ରବିବାର ପ୍ରତିବାଦ କରାଯାଇଛି। ବଳଦେବଜୀଉ...

ପ୍ରତିଭା ଦୀପ୍ତ ପଠାଣି ସାମନ୍ତଙ୍କ ପାଇଁ ସାରାଦେଶ ଗର୍ବିତ: ଖଣ୍ଡପଡ଼ାରେ ପଠାଣି ସାମନ୍ତଙ୍କ ୧୮୫ ତମ ଜୟନ୍ତୀ

ଖଣ୍ଡପଡା,୨୫।୧୨(ସ୍ବ.ପ୍ର.)-ପଠାଣି ସାମନ୍ତ ଏମାଟିର ପ୍ରଚଣ୍ଡ ପ୍ରତିଭା। ଏହି ପ୍ରତିଭା ଦିପ୍ତ ବିଶ୍ୱବିଖ୍ୟାତ୍‌ ଜ୍ୟୋର୍ତିବିଦ୍‌ ପଠାଣିସାମନ୍ତଙ୍କ ପାଇଁ ସାରା ଦେଶ ଗର୍ବିତ ା ତାଙ୍କୁ ଅନୁସରଣ କରିବା...

Advertisement
Archives

Model This Week