Posted inଗଜପତି

ଉଚ୍ଚକର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶକୁ ମାନୁନି ଜିଲା ଶିକ୍ଷାବିଭାଗ: ପୁନର୍ବାସ ଯୋଜନାରେ ନିଯୁକ୍ତି ଦିଆଯାଇ ନ ଥିବା ଅଭିଯୋଗ

ପାରଳାଖେମୁଣ୍ଡି,୧୫।୫(ଡି.ଏନ୍‌.ଏ.): ସରକାରୀ କଳରେ ଚାକିରିଆଙ୍କ ସ୍ଥାୟୀତ୍ୱ ଓ ଚାକିରି ସମୟରେ ମୃତ୍ୟୁ ଘଟିଲେ ପରିବାରର ଜଣେ ସଦସ୍ୟଙ୍କୁ ଯେଉଁ ବିଭାଗରେ ଚାକିରି କରୁଥିବେ ସେହି ବିଭାଗରେ ଯୋଗ୍ୟତା ଅନୁସାରେ ଚାକିରି ଦେବା ସର୍ଭିସ କୋଡ଼ରେ ନିୟମ ରହିଛି। ହେଲେ ସେହି ନିୟମ ଅନୁଯାୟୀ ଯୋଗ୍ୟ ହୋଇଥିବା ଲୋକଙ୍କୁ ଦୀର୍ଘଦିନ ହେଲା ଚାକିରି ମିଳିପାରିନାହିଁ। ବିଭାଗୀୟ ଉଚ୍ଚକର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶନାମାକୁ ଗଜପତି ଜିଲା ଶିକ୍ଷା ବିଭାଗ ମାନୁନଥିବାର ଅଭିଯୋଗ ହୋଇଛି। ପୁନର୍ବାସ ଯୋଜନାରେ ନିଯୁକ୍ତି ଦେବା ପାଇଁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶନାମା ଜାରି ହୋଇଥିବା ସତ୍ତ୍ବେ ଜିଲା ଶିକ୍ଷାଧିକାରୀ ଏହାକୁ କାର୍ଯ୍ୟକାରୀ କରୁନାହାନ୍ତି ବୋଲି ପୁନର୍ବାସ ଯୋଜନାରେ ଆବେଦନ କରିଥିବା ଆବେଦନକାରୀମାନେ ଅଭିଯୋଗ କରିଛନ୍ତି। ଜିଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟଠାରେ ପହଞ୍ଚିଥିଲେ ମଧ୍ୟ କେହି ଶୁଣୁନଥିବା ସେମାନେ କହିଛନ୍ତି। ପ୍ରକାଶ ଯେ, ଅଭିଯୋଗକାରୀଙ୍କ ପରିଜନ ଶିକ୍ଷାବିଭାଗରେ କାର୍ଯ୍ୟ କରୁଥିଲେ। ହେଲେ କାର୍ଯ୍ୟକାଳ ମଧ୍ୟରେ ଦେହାନ୍ତ ଘଟିଥିବାରୁ ରାଜ୍ୟସରକାରଙ୍କ ନିୟମ ମୁତାବକ ଘରର ଜଣେ ବ୍ୟକ୍ତିଙ୍କୁ ଚାକିରୀ ଦେବାର ନିୟମ ରହିଛି। ନିୟମାନୁଯାୟୀ ଏମାନେ ପୁନର୍ବାସ ଯୋଜନାରେ ଆବେଦନ କରିଥିଲେ। ଏପରି ଭାବରେ ଜିଲାରେ ବିଭିନ୍ନ ସମୟରେ ଗ୍ରେଡ-ସି ଓ ଡି ପଦବୀ ପାଇଁ ମୋଟ ୬୨ଜଣ ଆବେଦନ କରିଥିଲେ। ହେଲେ ୨୦୧୯ରେ ୬୨ରୁ ୧୬ ଜଣଙ୍କୁ ନିଯୁକ୍ତି ଦିଆଯାଇଥିଲା। ଅବଶିଷ୍ଠ ୪୬ଜଣଙ୍କୁ ନିଯୁକ୍ତି ଦିଆଯାଇ ନଥିବାର ସେମାନେ ଅଭିଯୋଗ କରିଛନ୍ତି। ତେବେ ଶୀଘ୍ର ଘରର ଜଣେ ସଦସ୍ୟଙ୍କୁ ନିଯୁକ୍ତି ଦିଆନଗଲେ ଆଗାମୀ ଦିନରେ ଜିଲା ଶିକ୍ଷା ବିଭାଗ ଆଗରେ ଆନ୍ଦୋଳାତ୍ମକ ପନ୍ଥା ଗ୍ରହଣ କରିବା ସହ ଆବଶ୍ୟକ ପଡିଲେ ଆତ୍ମହୁତି ଦେବୁ ବୋଲି ରମେଶ ଚନ୍ଦ୍ର ପାଲକା, ଧର୍ମେନ୍ଦ୍ର କୁମାର ସାହୁ, ହିମାଂଶୁ କରାଡ, ଜଗଦୀଶ ନାୟକ,ଅର୍ଚ୍ଚିତା ବେହେରା, ମିଖାଏଲ ଗମାଙ୍ଗ ପ୍ରମୁଖ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ଜିଲା ଶିକ୍ଷା ଅଧିକାରୀ ପ୍ରଦୋଷ କୁମାର ନାୟକଙ୍କୁ ପଚାରିବାରୁ ୨୦୧୯-୨୦ ବର୍ଷରେ ରିହାବିଲିଟେସନ ସ୍କିମ ନିୟମରେ କିଛିଟା ସଂଶୋଧନ ହୋଇଛି । ପ୍ରାର୍ଥୀଙ୍କ ଅନେକ ତଥ୍ୟ ଆବଶ୍ୟକ ପଡୁଛି ସେମାନଙ୍କୁ ମଗାଯାଇଛି ଯଥା ଶୀଘ୍ର ଖାଲିଥିବା ପଦବୀ ଗୁଡିକରେ ରିହାବିଲିଟେସନ ସ୍କିମରେ ବିବେଚିତ ପ୍ରାର୍ଥୀଙ୍କୁ ନିଯୁକ୍ତି ଦିଆଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ପୋଲିସକୁ ଭୁଆଁ ବୁଲାଇ ନୂଆ ତରିକାରେ ହେଉଥିଲା ଗଞ୍ଜେଇ ଚାଲାଣ, ଖବରପାଇ ପହଞ୍ଚିଗଲା ପୋଲିସ

ମୋହନା,୬।୪( ମନ୍ମଥ ମିଶ୍ର ): ଗଜପତି ଜିଲାର ଭୂସ୍ବର୍ଗ ପାଲଟିଥିବା ଅଡବା ଥାନା ଅଞ୍ଚଳରେ ପୋଲିସର ଘନଘନ ଚଢ଼ାଉ ଜାରି ରହିଛି। ଗତ କିଛି ଦିନ ଭିତରେ…

ନଡ଼ିଆ ଗଛରୁ ବାଘୁଆ ମହୁମାଛି ବାହାରି ହଠାତ କଲା ଆକ୍ରମଣ: ବୃଦ୍ଧ ଗୁରୁତର, ୪ ଯୁବକ…

ମୋହନା,୬।୪:(ମନ୍ମଥ ମିଶ୍ର): ବାଘୁଆ ମହୁମାଛି ଆକ୍ରମଣରେ ୪ ଆହତ ଜଣେ ବୃଦ୍ଧ ଗୁରୁତର। ଏଭଳି ଘଟଣା ଘଟିଛି ଗଜପତି ଜିଲା ମୋହନା ବ୍ଲକ ଅନ୍ତର୍ଗତ ପାଣିଗଣ୍ଡା ଗାଁରେ।…

ମହେନ୍ଦ୍ରଗିରିରେ ନିଖୋଜ ପର୍ଯ୍ୟଟକଙ୍କ ମୃତଦେହ ମିଳିଲା, ୩ ସାଙ୍ଗଙ୍କ ସହ ବୁଲିବାକୁ ଯାଇ…

ପାରଳାଖେମୁଣ୍ଡି,୬ା୪(ଗିରିଧାରୀ ପରିଚ୍ଛା): ମହେନ୍ଦ୍ରଗିରିରେ ନିଖୋଜ ଥିବା ପର୍ଯ୍ୟଟକଙ୍କ ମୃତଦେହ ସୋମବାର ସକାଳେ ଉଦ୍ଧାର ହୋଇଛି। ଗତକାଲି କାଳବୈଶାଖୀ ପ୍ରଭାବରେ ବିନୋଦ ଚନ୍ଦ୍ର ଜେନା ନାମକ ଜଣେ ବ୍ୟକ୍ତି…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

କେନ୍ଦୁଘାଟିରେ ଓଲଟିଲା କୋଳଥ ବୋଝେଇ ଟ୍ରକ୍‌: ଡ୍ରାଇଭର ଗୁରୁତର 

ମୋହନା,୫।୪(ମନ୍ମଥ ମିଶ୍ର):ଗଜପତି ଜିଲା ମୋହନା ଥାନା ଅନ୍ତର୍ଗତ ଲିଲିଗଡ଼ ନିକଟ କେନ୍ଦୁଘାଟି ବୁଲାଣିରେ ଦୁର୍ଘଟଣା ଘଟିଛି। ସୂଚନା ପ୍ରକାରେ ବ୍ରହ୍ମପୁରଠାରୁ ଏକ କୋଳଥ ବୋଝେଇ ଟ୍ରକ ଜୟପୁର…

ମହେନ୍ଦ୍ରଗିରିରେ ଭୟଙ୍କର ଦୁର୍ଘଟଣା: ଘାଟିରେ ଓଲଟିଲା ପାଣି ଟ୍ୟାଙ୍କର ଟ୍ରାକ୍ଟର, ଚାଲିଗଲା ହେଲ୍‌ପରଙ୍କ ଜୀବନ, ଚାଳକ…

ଗଜପତି, ୪ା୪(ଗିରିଧାରୀ ପରିଛା): ଗଜପତି ଜିଲା ଗାରାବନ୍ଧ ଥାନା ରାୟଗଡ଼ ବ୍ଲକ ଅନ୍ତର୍ଗତ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ମହେନ୍ଦ୍ରଗିରିରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ପାଣି ବୋଝେଇ…

ମହଙ୍ଗା ପଡ଼ିଲା କର୍ତ୍ତବ୍ୟରେ ଅବହେଳା: ବିଏଲ୍‌ଓ ନିଲମ୍ବିତ

ଗଜପତ/ମୋହନା,୪।୪(ଗିରିଧାରୀ ପରିଛା/ମନ୍ମଥ ମିଶ୍ର): ଗଜପତି ଜିଲା ୧୩୭-ପାରଳାଖେମୁଣ୍ଡି ବିଧାନସଭାର କାଶୀନଗର ବ୍ଲକ ଅନ୍ତର୍ଗତ ଭୋଟଗ୍ରହଣ କେନ୍ଦ୍ରର ବୁଥସ୍ତରୀୟ ଅଧିକାରୀ ଦାୟିତ୍ୱରେ ଥିବା ସହକାରୀ ଶିକ୍ଷକଙ୍କୁ ଜିଲା ନିର୍ବାଚନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri