ଜିଲାସ୍ତରରେ ଶିକ୍ଷକ ସମ୍ବର୍ଦ୍ଧନା ଉତ୍ସବ, ପ୍ରଧାନ ଶିକ୍ଷକଙ୍କୁ ସମ୍ବର୍ଦ୍ଧନା କଲେ ଜିଲାପାଳ

ଦାରିଙ୍ଗବାଡି, ୨୦।୯(ଅରୁଣ ସାହୁ ): କନ୍ଧମାଳ ଜିଲା ବନଜ୍ୟୋସ୍ନା ସାହିତ୍ୟ ସଂସଦ ପକ୍ଷରୁ ରବିବାର ଜିଲା ସୂଚନା ଓ ଲୋକ ସମ୍ପର୍କ ଭବନ, ଫୁଲବାଣୀ ଠାରେ ଜିଲାସ୍ତରୀୟ ଶିକ୍ଷକ ସମ୍ବର୍ଦ୍ଧନା ଏବଂ ଗୁରୁପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ କନ୍ଧମାଳ ଜିଲାପାଳ ବେଦ ଭୂଷଣ ଯୋଗଦେଇଥିଲେ ।

ଜିଲାର ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରହିଥିବା ତଥା କୃତିତ୍ୱ ହାସଲ କରିଥିବା ଶିକ୍ଷୟିତ୍ରିଶିକ୍ଷକ ଏବଂ ଛାତ୍ରୀଛାତ୍ରମାନଙ୍କୁ ସମ୍ବର୍ଦ୍ଧିତ ସହ ମାନପତ୍ର ପ୍ରଦାନ କରିଥିଲେ । ଏହି ଅବସରରେ ଦାରିଙ୍ଗବାଡି ବ୍ଲକ ଶ୍ରାନିକେତା ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରମୋଦ ସାହୁଙ୍କୁ ଜିଲାପାଳ ସମ୍ବର୍ଦ୍ଧିତ କରିଥିଲେ । ପ୍ରଧାନ ଶିକ୍ଷକ ଏହି ସମ୍ବର୍ଦ୍ଧନା ପାଇବା ପରେ ଦାରିଙ୍ଗବାଡି ଅଞ୍ଚଳରେ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟୁଥିବା ଜଣାପଡିଛି ।

କାର୍ଯ୍ୟକ୍ରମରେ ଅନ୍ୟ ଅଧିକାରୀଙ୍କ ମଧ୍ୟରେ ମୁଖ୍ୟ ଉନ୍ନୟନ ଅଧିକାରୀ ଶମ୍ଭୁନାଥ ନନ୍ଦୀ, ସହକାରୀ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଆର୍ତ୍ତିନିୟାଲ ନାୟକ, ପୂର୍ବତନ ଜିଲା ମଙ୍ଗଳ ଅଧିକାରୀ ସୁବାଷ ଚନ୍ଦ୍ର ମହାନ୍ତି ପ୍ରମୁଖ ମଞ୍ଚାସିନ ରହିଥିଲେ ।

 

Dharitri – Odisha’s No.1 Odia Daily

Share