କେନ୍ଦୁଝରରେ ଛୁଟି ଘୋଷଣା କଲେ ଜିଲାପାଳ

କେନ୍ଦୁଝର/ବଞ୍ଚୋ,୧୯।୧୧(ନରେଶ ପଟ୍ଟନାୟକ/ପ୍ରଦୋଷ ବିଶ୍ୱାଳ): ସମ୍ଭାବ୍ୟ ବାତ୍ୟା ‘ଅକ୍ୱାନ’ର ପ୍ରଭାବ ଏବଂ ଭାରତୀୟ ପାଣିପାଗ ବିଭାଗର ସତର୍କ ସୂଚନାକୁ ଦୃଷ୍ଟିରେ ରଖି କେନ୍ଦୁଝର ଜିଲା ପ୍ରଶାସନ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଜିଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଶୁକ୍ରବାର(ନଭେମ୍ବର ୨୦ ତାରିଖ) ଜିଲାର ସମସ୍ତ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ ବନ୍ଦ ରହିବ।

ଖରାପ ପାଗ ସରଙ୍ଗକୁ ବର୍ଷା ପବନ ଆଶଙ୍କା ମଧ୍ୟରେ ଛାତ୍ରୀଛାତ୍ରୀମାନଙ୍କ ସୁରକ୍ଷାକୁ ସର୍ବାଧିକ ପ୍ରାଥମିକତା ଦେଇ ପ୍ରଶାସନ ପକ୍ଷରୁ ଏହି ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ଜିଲା ପ୍ରଶାସନର ଏହି ନିର୍ଦ୍ଦେଶନାମା ପ୍ରତି ସମସ୍ତ ଛାତ୍ରୀଛାତ୍ରୀ, ଶିକ୍ଷକ-ଶିକ୍ଷୟିତ୍ରୀ ଏବଂ ଅଭିଭାବକମାନେ ଧ୍ୟାନ ଦେବା ସହ ସତର୍କ ରହିବାକୁ ଅନୁରୋଧ କରାଯାଇଛି।

Share