ଭିଜିଲାନ୍ସ ଜାଲରେ ଜିଲା କୃଷି ଅଧିକାରୀ

ମାଲକାନଗିରି,୧୫।୩(ଡି.ଏନ୍‌.ଏ): ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ମାଲକାନଗିରି ଜିଲା କୃଷି ଅଧିକାରୀ ଏମ. ଆନନ୍ଦ ରାଓଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି । ମାଲକାନଗିରିସ୍ଥିତ ଅଫିସ ସମେତ ସରକାରୀ ବାସଭବନରେ ଚଢାଉ ଜାରି ରହିଛି । ବର୍ତ୍ତମାନ ସୁଦ୍ଧା ଘରୁ କିଛି ନଗଦ ଟଙ୍କା ସହ ସୁନା ଗହଣା ଠାବ ହୋଇଥିବା ସୂଚନା ମିଳିଛି। ଏବେ ବି ଚଢାଉ ଜାରି ରହିଛି। ତେବେ କେତେ ପରିମାଣର ସମ୍ପତ୍ତି ଜବତ ହୋଇଛି । ସେନେଇ କୌଣସି ସୂଚନା ମିଳିନାହିଁ।