ଡହ ଡହ ଖରାରେ ଚାଉଳ, ଭତ୍ତା ବଣ୍ଟନ

ଆର.ଉଦୟଗିରି,୧।୫: ଗତ କିଛି ଦିନ ହେଲା ରାଜ୍ୟରେ ପ୍ରଚଣ୍ଡ ଗୀଷ୍ମପ୍ରବାହ ଜାରି ରହିଛି। ପ୍ରବଳ ଖରାକୁ ଦୃଷ୍ଟିରେ ରଖି ସରକାର ଲୋକଙ୍କୁ ଛାଇରେ ରହିବାକୁ କହିବା ସହ ଆବଶ୍ୟକ ନ ହେଲେ ଘରୁ ନ ବାହାରିବାକୁ ପରାମର୍ଶ ଦେଇଛନ୍ତି। ହେଲେ ଏଭଳି ଡହ ଡହ ଖରାରେ ଲାଇନ ଲଗାଇ କେତେକ ଲୋକ ଚାଉଳ ଓ ଭତ୍ତା ନେଉଥିବାର ଦୃଶ୍ୟ ସାମ୍ନାକୁ ଆସିଛି। ଏହି ଦୃଶ୍ୟ ଗଜପତି ଜିଲାରୁ ଆସିଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ଗଜପତି ଜିଲା ମୋହନା ବ୍ଲକ ଅନ୍ତର୍ଗତ ଦମାଦୁଆ ପଞ୍ଚାୟତ ଅତି ଦୁର୍ଗମ ଆଦିବାସୀ ଅଧ୍ୟ୍ୟୁଷିତ ଅଞ୍ଚଳ। ରବିବାର ପ୍ରଚଣ୍ଡ ଖରାରେ ଲୋକଙ୍କୁ ଚାଉଳ ଓ ଭତ୍ତା ବଣ୍ଟନ କରାଯାଉଥିବା ବେଳେ ସେମାନଙ୍କ ସୁବିଧା ବା ଛାଇ ପାଇଁ କୌଣସି ବ୍ୟବସ୍ଥା କରାଯାଇନାହିଁ। କେତେକ ଲୋକ ଖରାରେ ଠିଆ ହୋଇଥିବା ବେଳେ ଆଉ କେତେକ ଗଛ ମୂଳରେ ବସିଛନ୍ତି ତ ଆଉ କିଏ ଅଟୋରେ ଅପେକ୍ଷା କରୁଥିବା ଦେଖିବାକୁ ମିଳିଛି। ଏନେଇ ପଞ୍ଚାୟତରେ ପିଇଓଙ୍କୁ ଜଣାଇଲେ ସୁଦ୍ଧା କୌଣସି ସୁଫଳ ମିଳୁ ନ ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଯଦି ଏଭଳି ଖରାରେ କୌଣସି ବ୍ୟକ୍ତିଙ୍କୁ କିଛି ଅସୁବିଧା ହୁଏ ତେବେ ତା’ ପାଇଁ କିଏ ଦାୟୀ ରହିବ ବୋଲି ବୁଦ୍ଧିଜୀବୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୁଣିଗାରେଡ଼ି ସନ୍ଦେହରେ ଦମ୍ପତିଙ୍କୁ ଆକ୍ରମଣ: ଗାଁରେ ଅଶାନ୍ତି

ପୁରୁଷୋତ୍ତମପୁର,୧୦।୧୧(ଡି.ଏନ୍‌.ଏ.): ଗୁଣିଗାରେଡ଼ି, ଅନ୍ଧବିଶ୍ବାସକୁ ନେଇ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅଧୀନ ବେଢଜି ନୂଆଁପଲ୍ଲୀ ଗ୍ରାମରେ ଅଶାନ୍ତ ପରିବେଶ ସୃଷ୍ଟି ହୋଇଛି। ବୁଧବାର ରାତିରେ ଗୁଣିଗାରେଡ଼ି...

ଧକ୍କା ଦେଇ ପଳାଇଲା ଅଜଣା ଗାଡ଼ି: ମା’ ମୃତ, ଶିଶୁକନ୍ୟାଙ୍କ ଗୋଡ଼ ଭାଙ୍ଗିଲା

ଜଗନ୍ନାଥପ୍ରସାଦ, ୨୬।୧୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ଥାନା ଅଞ୍ଚଳରେ ଥିବା କୃଷି ଫାର୍ମ ସମ୍ମୁଖରେ ବୁଧବାର ରାତିରେ ଏକ ଦୁର୍ଘଟଣା ଘଟିଛି। ଅଜଣା ଗାଡ଼ି ଧକ୍କାରେ...

କିଡ୍‌ନୀ ଚୋରି ଅଭିଯୋଗ

ଢେଙ୍କାନାଳ ଅଫିସ, ୧୩।୩ – ଢେଙ୍କାନାଳ ଜିଲା ଗଁଦିଆ ବ୍ଲକ ଖଙ୍କର ଗ୍ରାମର କବିତା ପାଣି (୪୩)ଙ୍କ କିଡ୍‌ନୀ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଏ...

ଶ୍ରୀନଅରରେ ସୁନିଆ: ଚାଲିଲା ୬୩ ଅଙ୍କ, ୧୪୨୮ ସାଲ

ପୁରୀ ଅଫିସ,୩୦। ୮: ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଶାସନରେ ୬୨ଅଙ୍କ ଶେଷ ହୋଇଛି। ଶନିବାର ସୁନିଆ ଅବସରରେ ୬୩ ଅଙ୍କ ଏବଂ ୧୪୨୮ ସାଲ...

ଅଗ୍ନିକାଣ୍ଡରେ ଜଳିଗଲା ଔଷଧ

ବଇଣ୍ଡା,୧୪।୧(ଡି.ଏନ.ଏ.): ଅନୁଗୋଳ ଜିଲା କିଶୋରନଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଡ୍ରଗ୍‌ ହାଉସରେ ଶୁକ୍ରବାର ସକାଳେ ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ଔଷଧ ସମେତ ବହୁ...

ବନ୍ଦେ ଉତ୍କଳ ଜନନୀ ଗାନ ବେଳେ ବିଭ୍ରାଟ ଘଟଣା: ଡିଆଇପିଆର୍‌ଓଙ୍କୁ ସ୍ପଷ୍ଟୀକରଣ ମାଗିଲେ ଜିଲାପାଳ

ଅନୁଗୋଳ ଅଫିସ, ୨।୬- କରୋନା ଯୋଦ୍ଧାଙ୍କୁ ଉତ୍ସାହିତ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମେ ୩୦ ଅପରାହ୍ନ ୫ଟା ୩୦ରେ ବନ୍ଦେ ଉତ୍କଳ ଜନନୀ ଗାନ...

କାଳବୈଶାଖୀରେ ଭାଙ୍ଗିଲା ଗଛ, ଛିଣ୍ଡିଲା ବିଦ୍ୟୁତ୍‌ ତାର

ବରଗଡ଼ ଅଫିସ,୭।୫: ବରଗଡ଼ ଜିଲାରେ କାଳବୈଶାଖୀର ପ୍ରଭାବ ଦେଖିବାକୁ ମିଳିଛି। ଝଡ଼ତୋଫାନ ସାଙ୍ଗକୁ ବର୍ଷା ଯୋଗୁ ବିଶେଷକରି ବରଗଡ଼ ସହରରେ ଏହାର ପ୍ରଭାବ ଅଧିକ ରହିଥିଲା।...

ଆଜିଠୁ ଖୋଲିବ ମନ୍ଦିର, ଧାର୍ମିକ ଅନୁଷ୍ଠାନ

ଖୋର୍ଦ୍ଧା ଅଫିସ,୩।୧: ଖୋର୍ଦ୍ଧା ଜିଲାରେ ବିଏମ୍‌ସିକୁ ବାଦଦେଇ ଗ୍ରାମାଞ୍ଚଳରେ ଥିବା ସମସ୍ତ ମନ୍ଦିର ଏବଂ ଧାର୍ମିକ ଅନୁଷ୍ଠାନ ରବିବାର ଖୋଲିବ। ଏନେଇ ଜିଲା ପ୍ରଶାସନ ପକ୍ଷରୁ...

Advertisement
Archives

Model This Week