ମହିତଳାରେ ଔଷଧୀୟ ଚାରା ବଣ୍ଟନ

ଅନୁଗୋଳ ଅଫିସ,୮।୬ – ଅନୁଗୋଳ କୃଷି ବିଜ୍ଞାନ କେନ୍ଦ୍ର ତରଫରୁ ଛେଣ୍ଡିପଦା ବ୍ଲକ ମହିତଳା ଗ୍ରାମରେ ଗତ ରବିବାର ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ କୃଷି ବିଜ୍ଞାନ କେନ୍ଦ୍ରର ବନବିଜ୍ଞାନୀ ଜ୍ଞାନରଞ୍ଜନ ସାହୁ ଯୋଗଦେଇ ପରିବେଶ ପ୍ରଦୂଷଣ, ଜଳବାୟୁ ଜନିତ ସମସ୍ୟା ଏବଂ ପରିବେଶ ସୁରକ୍ଷା ସମ୍ବନ୍ଧୀୟ ବିଷୟବସ୍ତୁ ଉପରେ ଆଲୋଚନା କରିଥିଲେ। ଏଥିରେ ଗ୍ରାମର ୫୦ ଜନସାଧାରଣ ଯୋଗ ଦେଇଥିଲେ। ସେମାନଙ୍କୁ ବିଭିନ୍ନ ଔଷଧୀୟ ଚାରା ଯଥା ହରିଡ଼ା, ଅଁଳା, ବାହାଡା ବଣ୍ଟନ କରାଯାଇଥିଲା। କୃଷି ବିଜ୍ଞାନ କେନ୍ଦ୍ରର ପ୍ରାଣୀ ବିଜ୍ଞାନୀ ଡ. ମୋନାଲିସା ବେହେରା, କାର୍ଯ୍ୟକ୍ରମ ସହାୟିକା ରଶ୍ମିପ୍ରଭା ମିଶ୍ର ପରିଚାଳନା କରିଥିଲେ।