କର୍ଲାମୁଣ୍ଡା,୩।୯(ପ୍ରଦୀପ କୁମାର ସାହୁ):ଦୃଷ୍ଟିବାଧିତ ଛାତ୍ରୀଛାତ୍ରଙ୍କ ଶିକ୍ଷାକୁ ସହଜ ଓ ଡିଜିଟାଲ ମାଧ୍ୟମରେ ଆହୁରି ସୁଗମ କରିବା ଉଦ୍ଦେଶ୍ୟରେ ଜିଲାପାଳଙ୍କ ପକ୍ଷରୁ ଲାପଟପ ବଣ୍ଟନ କରାଯାଇଛି। ଜିଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଯୋଗ୍ୟ ଦୃଷ୍ଟିବାଧିତ ୬ ଜଣ ବେଦାନ୍ତ ସାହୁ, ସୁଷମା ସାହୁ,ମନକାନ୍ତି କୁମାର, ସାହିଲ କୁମାର ମହଲା, ମନ୍ଦାକିନୀ ଗହୀର, ଗଜେନ୍ଦ୍ର ବଗର୍ତ୍ତୀ ପ୍ରମୁଖ ଛାତ୍ରୀଛାତ୍ରଙ୍କୁ ଲାପଟପ ପ୍ରଦାନ କରାଯାଇଥିଲା।
ଏହି ଅବସରରେ ଜିଲ୍ଲାପାଳ ସଚିନ ପାୱାର, ଜିଲ୍ଲା ସାମାଜିକସୁରକ୍ଷା ଅଧିକାରୀ ଦିନେଶ କୁମାର କହଁର, ଡିଡିଆରଓ ନିବାସ କୁମାର ସାହୁ, କର୍ଲାମୁଣ୍ଡା ଜୋନ (ଖ)ଜିଲା ପରିଷଦ ସଭ୍ୟ ସୁରେଶ ଚୌଧୁରୀଙ୍କ ଉପସ୍ଥିତ ଥିଲେ ଛାତ୍ରଛାତ୍ରୀଙ୍କୁ ଲାପଟପର ସୁବିନିଯୋଗ କରି ଶିକ୍ଷା କ୍ଷେତ୍ରରେ ଆଗକୁ ବଢ଼ିବାକୁ ପରାମର୍ଶ ଦେଇଥିଲେ। ଡିଜିଟାଲ ଶିକ୍ଷା ମାଧ୍ୟମରେ ଦୃଷ୍ଟିବାଧିତ ଛାତ୍ରୀଛାତ୍ରମାନେ ନିଜର ଜ୍ଞାନ ଓ ଦକ୍ଷତା ବିକାଶ କରିପାରିବେ ବୋଲି ସେ କହିଥିଲେ। ଏହି ପଦକ୍ଷେପକୁ ଛାତ୍ରୀଛାତ୍ର, ଅଭିଭାବକ ଓ ଶିକ୍ଷାବିତ୍ମାନେ ସ୍ବାଗତ କରିଛନ୍ତି।