Posted inଜାତୀୟ

ଦିଲ୍ଲୀ ସରକାରରେ ବିଭାଗ ବଣ୍ଟନ: ଅର୍ଥ ବିଭାଗ ନିଜ ପାଖରେ ରଖିଲେ ରେଖା

ନୂଆଦିଲ୍ଲୀ,୨୦।୨: ଭାଜପା ବିଧାୟିକା ରେଖା ଗୁପ୍ତା ଦିଲ୍ଲୀର ୯ମ ମୁଖ୍ୟମନ୍ତ୍ରୀ ଭାବେ ଗୁରୁବାର ଶପଥ ଗ୍ରହଣ କରିବା ସହ ସଚିବାଳୟ ଯାଇ ଦାୟିତ୍ୱ ଗ୍ରହଣ କରିଛନ୍ତି। ଏଥିସହ ଦିଲ୍ଲୀରେ ରେଖା ସରକାର ଆରମ୍ଭ ହୋଇଛି। ୨୬ ବର୍ଷରୁ ଊର୍ଦ୍ଧ୍ୱ ସମୟ ବ୍ୟବଧାନ ପରେ ଗତ ୫ ତାରିଖରେ ଅନୁଷ୍ଠିତ ଦିଲ୍ଲୀ ବିଧାନସଭା ନିର୍ବାଚନରେ ଭାଜପା ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ହାସଲ କରିଥିଲା।
ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ନିଜ ପାଖରେ ଅର୍ଥ, ଯୋଜନା, ସାଧାରଣ ପ୍ରଶାସନ ବିଭାଗ (GAD), ମହିଳା ଏବଂ ଶିଶୁ ବିକାଶ (WCD), ସେବା, ରାଜସ୍ବ, ଜମି ଏବଂ କୋଠାବାଡ଼ି, ସୂଚନା ଏବଂ ଲୋକସମ୍ପର୍କ (I&PR), ସତର୍କତା, ପ୍ରଶାସନିକ ସଂସ୍କାର (AR) ମନ୍ତ୍ରଣାଳୟ ନିଜ ରଖିଥିବାବେଳେ ପରଭେଶ ବର୍ମାଙ୍କୁ ପିଡବ୍ଲୁଡି, ବିଭାଗ ମିଳିଛି। ସେହିପରି ପରଭେଶ ସାହିବ ସିଂହଙ୍କୁ ପବ୍ଲିକ ୱାର୍କସ ବିଭାଗ (ପିଡବ୍ଲୁଡି), ବିଧାନସଭା ବ୍ୟାପାର, ଜଳସେଚନ ଏବଂ ବନ୍ୟା ନିୟନ୍ତ୍ରଣ (ଆଇ ଆଣ୍ଡ ଏଫସି), ଜଳ ବିଭାଗ ଦିଆଯାଇଛି।

ଆଶିଷ ସୁଦଙ୍କୁ ଗୃହ, ବିଦ୍ୟୁତ, ନଗର ଉନ୍ନୟନ (UD), ଶିକ୍ଷା, ଉଚ୍ଚଶିକ୍ଷା, ତାଲିମ ଏବଂ ବୈଷୟିକ ଶିକ୍ଷା, ସରଦାର ମନଜିନ୍ଦର ସିଂହ ସିରସାଙ୍କୁ ଖାଦ୍ୟ ଏବଂ ଯୋଗାଣ, ଜଙ୍ଗଲ ଏବଂ ପରିବେଶ, ଶିଳ୍ପ ବିଭାଗ ଦିଆଯାଇଛି।

ସୂଚନାଯୋଗ୍ୟ, ରାମଲୀଳା ମଇଦାନରେ ଅନୁଷ୍ଠିତ ଭବ୍ୟ ଶପଥଗ୍ରହଣ ଉତ୍ସବରେ ରେଖାଙ୍କ ସହ ଅନ୍ୟ ୬ ଜଣ ମନ୍ତ୍ରୀ ଶପଥ ନେଇଥିଲେ। ସେମାନେ ହେଲେ ନିର୍ବାଚନରେ ଅରବିନ୍ଦ କେଜ୍‌ରିଓ୍ବାଲଙ୍କୁ ହରାଇଥିବା ପର୍‌ଭେଶ ବର୍ମା, ହିନ୍ଦୁତ୍ୱବାଦୀ ନେତା କପିଲ ଶର୍ମା, ଦଳର ଶିଖ୍‌ ଚେହେରା ମଞ୍ଜିନ୍ଦର ସିଂ ସିର୍ସା, ଆଶିଷ ସୁଦ୍‌ , ରବିନ୍ଦର ଇନ୍ଦ୍ରଜ ସିଂ ଏବଂ ପଙ୍କଜନ ସିଂ। ଉପରାଜ୍ୟପାଳ ଭି.କେ. ସାକ୍ସେନା ନୂଆ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀମାନଙ୍କୁ ଶପଥ ପାଠ କରାଇଥିଲେ। ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହାଙ୍କ ସମେତ ଅନ୍ୟ କେନ୍ଦ୍ରମନ୍ତ୍ରୀଗଣ, ଏନ୍‌ଡିଏ ଶାସିତ ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ, ଭାଜପାର ବରିଷ୍ଠ ନେତୃବୃନ୍ଦଙ୍କ ସମେତ ଏନ୍‌ଡିଏ ନେତାମାନେ ଯୋଗଦେଇଥିଲେ। ଭାଜପାର ସୁଷମା ସ୍ବରାଜ, କଂଗ୍ରେସର ଶୀଲା ଦୀକ୍ଷିତ ଏବଂ ଆମ୍‌ ଆଦ୍‌ମୀ ପାର୍ଟିର ଆତିଶୀଙ୍କ ପରେ ରେଖା ନୂଆଦିଲ୍ଲୀର ଚତୁର୍ଥ ମହିଳା ମୁଖ୍ୟମନ୍ତ୍ରୀ। ଏହି ୫୦ ବର୍ଷୀୟା ଶାଲିମାର ବାଗ୍‌ ବିଧାୟିକା କାର୍ଯ୍ୟଭାର ଗ୍ରହଣ କରିବା ସହ ନିର୍ବାଚନ ବେଳେ ଦିଆଯାଇଥିବା ସମସ୍ତ ପ୍ରତିଶ୍ରୁତିକୁ ତାଙ୍କ ସରକାର ନିଶ୍ଚୟ ପୂରଣ କରିବେ ବୋଲି କହିଛନ୍ତି। ପ୍ରତିଶ୍ରୁତି ଅନୁଯାୟୀ ମାର୍ଚ୍ଚ ୮ ଅନ୍ତର୍ଜାତୀୟ ମହିଳା ଦିବସରୁ ଦିଲ୍ଲୀର ମହିଳାମାନଙ୍କୁ ମାସିକ ୨,୫୦୦ ଟଙ୍କା ସହାୟତା ଯୋଗାଇଦିଆଯିବ ବୋଲି ରେଖା କହିଛନ୍ତି। ୭୦ ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭା ନିର୍ବାଚନରେ ଭାଜପା ୪୮ ଆସନରେ ବିଜୟୀ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri