ବଣ୍ଟନ କମ୍‌, ବିକ୍ରି ବେଶି

ଆଠମଲ୍ଲିକ/ ବଇଣ୍ଡା,୧୩ା୮ (ଡି.ଏନ.ଏ.) ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଗରିବ ଲୋକଙ୍କ ପାଇଁ ସରକାର କିରୋସିନ ଯୋଗାଇ ଦେଉଛନ୍ତି। ହେଲେ ଅନେକ ସମୟରେ ଏହି ସରକାରୀ କିରୋସିନରୁ ହଜାର ହଜାର ଲିଟର କଳାବଜାରରେ ବିକ୍ରି କରିଦିଆଯାଉଛି। ଅନୁଗୋଳ ଜିଲା ଆଠମଲ୍ଲିକ ଉପଖଣ୍ଡରେ ଏପରି ଅଭିଯୋଗ ବଢ଼ିବାରେ ଲାଗିଛି। ଉପଖଣ୍ଡର ଆଠମଲ୍ଲିକ ଓ କିଶୋରନଗର ବ୍ଲକ ଅଞ୍ଚଳର ବହୁ ରାଶନକାର୍ଡଧାରୀ ମାସ ମାସ ଧରି କିରୋସିନ ନେଉ ନ ଥିବା ବେଳେ ସେମାନଙ୍କ ନାମରେ ଆସୁଥିବା କିରୋସିନକୁ କେତେଜଣ ଡିଲର ଅସାଧୁ ତେଲ ବେପାରୀଙ୍କୁ ବିକ୍ରି କରିଦେଉଥିବା ହିତାଧିକାରୀମାନେ ଅଭିଯୋଗ କରୁଛନ୍ତି। ଇତିମଧ୍ୟରେ ଡିଜେଲ ଦରରେ ଅହେତୁକ ବୃଦ୍ଧି ଘଟିଥିବାରୁ ଏହା କିରୋସିନର କଳାବଜାରକୁ ଅଧିକ ପ୍ରୋତ୍ସାହିତ କରୁଛି। ଅଧିକ ଲାଭ ଆଶାରେ ଅସାଧୁ ଡିଜେଲ ବେପାରୀମାନେ ସେଥିରେ କିରୋସିନି ଅପମିଶ୍ରଣ କରି ଟ୍ରକ୍‌, ଟିପ୍ପର, ଟ୍ରାକ୍ଟର ଓ ଡ୍ରୋଜରମାଲିକମାନଙ୍କୁ ବିକ୍ରି କରି ଭଲ ଅର୍ଥ କମାଉଛନ୍ତି। ଗତ ୭ ତାରିଖରେ ଆଠମଲ୍ଲିକ ଥାନା ଗଦାଧରପୁରରୁ ପୋଲିସ ଏକ ଚୋରା ଡିଜେଲ ଟ୍ୟାଙ୍କର ଜବତ କରିଥିବାରୁ ଉପଖଣ୍ଡରେ ତେଲର ଚୋରା କାରବାର ଜୋରଦାର ଚାଲିଥିବା ସାଧାରଣରେ ଅଭିଯୋଗ ହେଉଛି।
ଆଠମଲ୍ଲିକ ଏନ୍‌ଏସି ଓ ବ୍ଲକର ୨୪ଟି ପଞ୍ଚାୟତ ପାଇଁ ମାସିକ ୭୫ ହଜାର ଲିଟର କିରୋସିନ ସରକାର ଯୋଗାଉଛନ୍ତି। ଏଥିରୁ ଏନ୍‌ଏସି ଅଞ୍ଚଳର କାର୍ଡଧାରୀଙ୍କ ନିମନ୍ତେ ୩ ହଜାର ଲିଟର ଓ ୨୪ ପଞ୍ଚାୟତର ହିତାଧିକାରୀଙ୍କ ପାଇଁ ୭୨ ହଜାର ଲିଟର ଉଠାଯାଉଛି। ହେଲେ ୧ ଟଙ୍କାରେ ଚାଉଳ କିଣୁଥିବା ରାଶନକାର୍ଡଧାରୀମାନଙ୍କ ମଧ୍ୟରୁ ଅନେକେ ଲିଟର ପ୍ରତି ୪୨ ଟଙ୍କା ଦେଇ କିରୋସିନ ନେଉନାହାନ୍ତି। ଏହାଛଡ଼ା ଅଧିକାଂଶ ବିପିଏଲ୍‌ ପରିବାରକୁ ସରକାରୀ ଯୋଜନାରେ ବିଦ୍ୟୁତ୍‌ ସଂଯୋଗ ମିଳିସାରିଛି। ତେଣୁ ସେମାନେ କିରୋସିନ ଆବଶ୍ୟକତା ଆଉ ଅନୁଭବ କରୁନାହାନ୍ତି। ଏଣେ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ସ୍ବଚ୍ଛତା ଆଣିବାକୁ ସରକାର ଅନ୍‌ଲାଇନ୍‌ ବ୍ୟବସ୍ଥା କରିଥିବାରୁ ଏହା କିରୋସିନ କଳାବଜାରକୁ ଆହୁରି ସହଜ କରିଦେଇଛି। କାରଣ ପିଓଏସ୍‌ ଯୋଗେ ହିତାଧିକାରୀ ଆଙ୍ଗୁଠି ଛାପ ଦେବା ମାତ୍ରେ ସେ ମାସିକ କୋଟା ନେଇଥିବା ସରକାରୀ ରେକର୍ଡ ରହୁଛି। କିନ୍ତୁ ସମ୍ପୃକ୍ତ ହିତାଧିକାରୀ ଖାଲି ଚାଉଳ ନେଇଗଲେ କିରୋସିନ ବଳକା ରହିଯାଉଛି। ତେଣୁ ଉକ୍ତ ବଳକା କିରୋସିନ ବାହାରେ ବିକ୍ରି କରାଯିବାରେ ସୁବିଧା ହେଉଛି। ବ୍ଲକର ବିଭିନ୍ନ ଅଞ୍ଚଳରେ ସରକାରୀ କିରୋସିନର ଏପରି କଳାବଜାର ଜାରି ରହିଥିବା ବେଳେ ଠାକୁରଗଡ଼ ଅଞ୍ଚଳରେ ଏପରି ହେଉଥିବା ଯୋଗାଣ ନିରୀକ୍ଷକ ଇତି ରଞ୍ଜନ ପାତ୍ର ସ୍ବୀକାର କରିଛନ୍ତି। ସେ କହିଛନ୍ତି, ଯୋଗାଣ ବିଭାଗ ଏଥିପ୍ରତି ସଜାଗ ରହିବା ସହିତ ଖୁବ୍‌ଶୀଘ୍ର ଦୃଢ଼ ପଦକ୍ଷେପ ନିଆଯିବ। କୋଭିଡ୍‌ ପାଇଁ ପାଇକସାହି ପଞ୍ଚାୟତକୁ ୨୦୦୦ ଲିଟର କିରୋସିନ ଯାଇନାହିଁ। ସେହିପରି ଜୁନ ମାସରେ ୪୦୦୦ ଲିଟର କିରୋସିନ ଡିଲରମାନେ ନେଇନାହାନ୍ତି। ଅଗଷ୍ଟ ମାସରେ ଜଣେ ଡିଲର ୬୦୦ ଲିଟର ଉଠାଇ ନାହାନ୍ତି। ଏହି କିରୋସିନକୁ ବନ୍ୟା ସମୟ ପାଇଁ ମହଜୁଦ ରଖାଯାଇଥିବା ସୂଚନା ମିଳିଛି। ସେହିପରି କିଶୋରନଗର ବ୍ଲକର ୨୨ ହଜାର ୭୫୮ ରାଶନ କାର୍ଡଧାରୀ ଓ ୩ ହଜାର ୨୪୭ ଜଣ ଅନ୍ତୋଦୟ ଯୋଜନାର ହିତାଧିକାରୀଙ୍କ ପାଇଁ ପ୍ରତ୍ୟେକ ମାସରେ ୩୨ ହଜାର ଲିଟର କିରୋସିନ ଆସୁଛି। ହେଲେ ପ୍ରାୟ ୩୦ ପ୍ରତିଶତ ହିତାଧିକାରୀ କିରୋସିନ କୋଟା ନେଉ ନ ଥିବାରୁ ସେସବୁକୁ କେତେଜଣ ଡିଲର ବାହାରେ ବିକ୍ରି କରିଦେଉଥିବା ଅଭିଯୋଗ ହେଉଛି। ବିଶେଷକରି ସରକାରୀ ଦର ଲିଟର ପିଛା ୪୨ ଟଙ୍କା ଥିବାବେଳେ ବହୁ ଟ୍ରାକ୍ଟର, ଟିପ୍ପର, ଡ୍ରୋଜର ମାଲିକଙ୍କୁ ୬୦ ଟଙ୍କା ଦରରେ ସରକାରୀ କିରୋସିନ ବିକ୍ରି କରାଯାଉଥିବା ଚର୍ଚ୍ଚା ହେଉଛି। ଏ ନେଇ କିଶୋରନଗର ଯୋଗାଣ ଅଧିକାରୀ ସୂର୍ଯ୍ୟକାନ୍ତ ପ୍ରଧାନ କହିଛନ୍ତି, କିରୋସିନ କଳାବଜାରରେ ବିକ୍ରି ହେଉଥିବା ସମ୍ପର୍କରେ ଖବର ପାଇଲେ ବିଭାଗ ପକ୍ଷରୁ ଚଢଉ କରାଯାଉଛି। ଅଭିଯୋଗ ଆସିଲେ ପୁଣି ଚଢାଉ ଦିଗରେ ପଦେକ୍ଷେପ ନିଆଯିବ।
ବଳକା କିରୋସିନ ଚାଷୀଙ୍କୁ ଦିଆଯାଉ
କିଶୋରନଗର ବ୍ଲକରେ ସରକାରୀ କିରୋସିନ କଳାବଜାର ଘଟଣା ବୃଦ୍ଧି ପାଉଛି। ହିତାଧିକାରୀଙ୍କ ପାଇଁ ଆସୁଥିବା କିରୋସିନର ଏକ ବଡ଼ ଅଂଶ ବାହାରେ ବିକ୍ରି କରାଯାଉଛି। ଯେଉଁ କାର୍ଡଧାରୀ ତେଲ ନେଉନାହାନ୍ତି, ସେମାନଙ୍କ କୋଟାକୁ ପାଣି ପମ୍ପ ରଖିଥିବା ଚାଷୀଙ୍କୁ ସବ୍‌ସିଡିରେ ପ୍ରଦାନ କରାଯାଉ।
-ରଣଜିତ ପଟ୍ଟନାୟକ, ସାମାଜିକ କର୍ମୀ
ଚତୁରତାର ସହ କାରବାର ହେଉଛି
ଯୋଗାଣ ବିଭାଗ ଜାଣତରେ ଏପରି କାରବାର ଚାଲିଛି। ଉଠାଣ ହେଉଥିବା କିରୋସିନର ୪୦ ପ୍ରତିଶତ ଅତି ଚତୁରତାର ସହ ଚୋରାରେ ବିକ୍ରି କରାଯାଉଛି। ଅଳ୍ପ ପରିମାଣ ହିତାଧିକାରୀଙ୍କୁ ବଣ୍ଟନ କରାଯାଉଛି। ଜିଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ନ ଦେଲେ ଆଠମଳ୍ଲିକ ଉପଖଣ୍ଡରେ ଚାଲୁଥିବା ଏପରି କଳାବଜାର ବନ୍ଦ ହେବନି।
-ସମୀର ପ୍ରଧାନ, ଠେଲକନାଳି
ଠିକ୍‌ ସମୟରେ ହିତାଧିକାରୀ ନେଉଛନ୍ତି
ଆମ୍ବଶରମୁଣ୍ଡା ପଞ୍ଚାୟତରେ ଥିବା ହିତାଧିକାରୀମାନଙ୍କୁ ଠିକ୍‌ ସମୟରେ କିରୋସିନ ଯୋଗାଣ କରାଯାଉଛି। ଜଙ୍ଗଲ ଅଧ୍ୟୁଷିତ ଅଞ୍ଚଳ ହୋଇଥିବାରୁ ଅନେକ କାର୍ଡଧାରୀ କିରୋସିନ ନେଇ ବ୍ୟବହାର କରୁଛନ୍ତି। ସରକାର ଏହି ପଞ୍ଚାୟତବାସୀଙ୍କୁ ଉପଯୁକ୍ତ ବ୍ୟବସ୍ଥାରେ କିରୋସିନ ଯୋଗାଇ ଦେଉଛନ୍ତି।
-ମହେଶ୍ୱର ଦେହୁରୀ, ସରପଞ୍ଚ, ଆମ୍ବସରମୁଣ୍ଡା
ଯାଞ୍ଚ ପାଇଁ ନିର୍ଦ୍ଦେଶ ଦିଆଯିବ
ଆଠମଲ୍ଲିକ ଉପଖଣ୍ଡରେ କିରୋସିନ କଳାବଜାର ନେଇ ଯେଉଁ ଅଭିଯୋଗ ହେଉଛି, ତାହାକୁ ରୋକିବା ପାଇଁ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯିବ। ଯେଉଁ ଅଞ୍ଚଳରେ ଖାଉଟିଙ୍କ କିରୋସିନକୁ ବାହାରେ ବିକ୍ରି କରାଯାଉଛି, ସେଠାରେ ଚଢ଼ାଉ କରାଯିବ। ଡିଲରମାନଙ୍କ ବଣ୍ଟନ ଖାତା ଯାଞ୍ଚ ପାଇଁ ନିର୍ଦ୍ଦେଶ ଦିଆଯିବ।
-ଲଲିତ ମୋହନ ବେହେରା, ଉପଜିଲାପାଳ, ଆଠମଲ୍ଲିକ


Enter your email to get our daily news in your inbox.

All Right Reserved By Dharitri.Com

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଜଗିଥିଲା ଯମ: ବାପାମା’ଙ୍କ ସହ ଚାଲିଗଲା ଭଉଣୀଙ୍କ ଜୀବନ, ସୌଭାଗ୍ୟକୁ… 

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏମିତି ବି ଆସେ ମୃତ୍ୟୁ। ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଦୁର୍ଘଟଣା ଚାଲିଗଲା ଜୀବନ। ମୃତକମାନେ ହେଲେ ଗଜପତି ଜିଲା ଗୋଶାଣୀ...

ସୁନା ପାଇଁ ବୃଦ୍ଧାଙ୍କୁ ପୋଡ଼ି ମାରିଦେଲେ! ଦୁଇ ଗୋଡ଼କୁ ଛାଡ଼ି ସବୁ ପାଉଁଶ, ପୋଲିସ ପହଞ୍ଚି…

ଅମ୍ବାଦୋଳା,୨୦।୧୨(ରବୀନ୍ଦ୍ର ପଣ୍ଡା):ରାୟଗଡା ଜିଲା ମୁନିଗୁଡା ବ୍ଲକ ଅମ୍ବାଦଳା ଥାନା ଅନ୍ତର୍ଗତ କୁମୁଡ଼ାବାଲି ଗାଁରେ ଜଣେ ବୃଦ୍ଧାଙ୍କ ଦଗ୍ଧ ମୃତଦେହ ଉଦ୍ଧାର ହୋଇଛି I  ମୃତ ବୃଦ୍ଧା...

ପ୍ରଦୂଷଣ ପ୍ରମାଣପତ୍ର ନ ଥିଲେ ଓଡ଼ିଶାରେ ପେଟ୍ରୋଲ ମନା

ଭୁବନେଶ୍ୱର,୨୦।୧୨: ପରିବହନ କ୍ଷେତ୍ରରେ ପରିବେଶ ସୁରକ୍ଷାକୁ ଦୃଷ୍ଟିରେ ରଖି ରାଜ୍ୟ ପରିବହନ ପ୍ରାଧିକରଣ (STA) ପକ୍ଷରୁ ଶନିବାର ଏକ ବଡ଼ ପଦକ୍ଷେପ ନିଆଯାଇଛି। ପ୍ରଦୂଷଣ ପ୍ରମାଣପତ୍ର...

ରାଜ୍ୟ ପାଇଁ ଗୌରବ ଆଣିଲେ ରଞ୍ଜନା: ଥାଇଲାଣ୍ଡରୁ ରୌପ୍ୟ ପଦକ ପାଇ…

ପୁରୁଷୋତ୍ତମପୁର,୨୦।୧୨ (ସବିତା ମିଶ୍ର): ଥାଇଲାଣ୍ଡରେ ଚାଲିଥିବା ଅନ୍ତର୍ଜାତୀୟ ପାରା ଆଥ୍ଲେଟିକ ପ୍ରତିଯୋଗିତାରେ ଗଞ୍ଜାମ ଜଲା ପୁରୁଷୋତ୍ତମପୁର ବ୍ଳକ କୁଶପୁର ଗ୍ରାମର ରଞ୍ଜନା ନାୟକ ଦୁଇଗୋଟି ରୌପ୍ୟ...

ମିନି ଟ୍ରାକ୍ଟର ଚଲାଇଲେ ବିଧାୟକ: କହିଲେ କୃଷକ ଦେଶର ମେରୁଦଣ୍ଡ 

ଭଞ୍ଜନଗର,୨୦।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଜେଲ ପଡିଆରେ ତିନିଦିନ ଧରି ଚାଲିଥିବା ଉପଖଣ୍ଡ ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଶନିବାର ଉଦ୍‌ଯାପିତ ହୋଇଯାଇଛି। ଏଥିରେ...

ମିନି ଟ୍ରାକ୍ଟର ଚଲାଇଲେ ବିଧାୟକ: କହିଲେ କୃଷକ ଦେଶର ମେରୁଦଣ୍ଡ 

ଭଞ୍ଜନଗର,୨୦।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଜେଲ ପଡିଆରେ ତିନିଦିନ ଧରି ଚାଲିଥିବା ଉପଖଣ୍ଡ ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଶନିବାର ଉଦ୍‌ଯାପିତ ହୋଇଯାଇଛି। ଏଥିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri