ଉଚ୍ଚଶିକ୍ଷାରେ ବୈଷମ୍ୟ

ଡ. ସୁବାସ ଚନ୍ଦ୍ର ପାତ୍ର

ଓଡ଼ିଶା ସରକାର ନାରୀଙ୍କୁ ସମ୍ମାନ ଓ ମହିଳା ସଶକ୍ତୀକରଣ କଥା ଜୋର୍‌ ପାଟିରେ କହୁଥିଲାବେଳେ ଉଚ୍ଚଶିକ୍ଷା କ୍ଷେତ୍ରରେ ନାରୀ ଶିକ୍ଷାନୁଷ୍ଠାନକୁ ଦେଖିଲେ ହତାଶ ହେବାକୁ ପଡ଼େ। ଏହାର ମୁଖ୍ୟ କାରଣ ଆମର ଯାବତୀୟ ରାଜନୈତିକ, ସାମାଜିକ, ପ୍ରଶାସନିକ ଆସ୍ଫାଳନ ସତ୍ତ୍ୱେ ଆମର ମନ ଏବେ ବି ପୁରୁଷକୈନ୍ଦ୍ରିକ ହୋଇ ରହିଛି।
କିଛିବର୍ଷ ତଳେ କେବଳ ରେଭେନ୍ସା, ଖଲ୍ଲିକୋଟ, ଗଙ୍ଗାଧର ମେହେର କଲେଜକୁ ଛାଡ଼ିଦେଲେ ଓଡ଼ିଶାର ବାକିସବୁ କଲେଜକୁ ଏକ ସ୍ତରର ଅନୁଷ୍ଠାନ ରୂପେ ଦେଖାଯାଉଥିଲା। ୯୦ ଦଶକରେ ସରକାର ମହାବିଦ୍ୟାଳୟଗୁଡ଼ିକର ବର୍ଗୀକରଣ କଲେ। ସେହି ବିଚାରରେ ଉଚ୍ଚଶିକ୍ଷା ବିଭାଗ ଏହି ତିନି କଲେଜକୁ ଛାଡ଼ି ବାକି କେତେକ ପ୍ରମୁଖ ମହାବିଦ୍ୟାଳୟକୁ ‘ଲିଡ୍‌’ କଲେଜ ରୂପେ ଘୋଷଣା କଲେ ଏବଂ ପରେ ସେହି କଲେଜଗୁଡ଼ିକ ସ୍ବୟଂଶାସିତ ମହାବିଦ୍ୟାଳୟରେ ରୂପାନ୍ତରିତ ହେଲା। ଏହି ‘ଲିଡ୍‌’ ବା ସ୍ବୟଂଶାସିତ ମାନ୍ୟତା ପ୍ରଦାନ ବେଳେ ବିଭାଗ ମହିଳା ଶିକ୍ଷାନୁଷ୍ଠାନଗୁଡ଼ିକ ପ୍ରତି ହୋଇଥିବା ଐତିହାସିକ ଅନ୍ୟାୟ କଥା ଭାବିଲା ନାହିଁ କି ବିଚାର ମଧ୍ୟ କଲା ନାହିଁ। ଅର୍ଥାତ୍‌ କେବଳ ଶୈଳବାଳା ଓ ରମାଦେବୀ ମହିଳା ମହାବିଦ୍ୟାଳୟକୁ ଛାଡ଼ି ଓଡ଼ିଶାର କୌଣସି ସରକାରୀ ମହିଳା କଲେଜ ଏ ମାନ୍ୟତା ପାଇଲେ ନାହିଁ। ଅଥଚ ସେହି ମହକୁମାରେ ଥିବା ସହଧ୍ୟାୟୀ ମହାବିଦ୍ୟାଳୟଟିଏ ସ୍ବୀକୃତି ପାଇଲା। ଏଠାରେ ଉଲ୍ଲେଖଯୋଗ୍ୟ, ମହିଳା କଲେଜମାନ ଷାଠିଏ ବା ସତୁରି ଦଶକରେ ସ୍ଥାପିତ ହୋଇଥିଲା। ତେଣୁ ବିଳମ୍ବରେ ‘ଭୂମିଷ୍ଠ’ ହୋଇଥିବାରୁ ଏହି ‘କନ୍ୟାନୁଷ୍ଠାନ’ଗୁଡ଼ିକ ସବୁଦିନ ‘କନିଷ୍ଠ’, ନିମ୍ନମାନର ତଥା ଏକ ବଞ୍ଚତ୍ତ ଗୋଷ୍ଠୀ ହୋଇ ରହିଗଲେ। ଏହି କଲେଜଗୁଡ଼ିକୁ ପର୍ଯ୍ୟାୟକ୍ରମେ ଉନ୍ନୀତ କରି ସେଥିରେ ବିଜ୍ଞାନ, ବାଣିଜ୍ୟ ଶ୍ରେଣୀ ସହ ଆଧୁନିକ ବିଷୟ ତଥା ସ୍ନାତକୋତ୍ତର ପାଠ୍ୟକ୍ରମ ଖୋଲାଗଲାନାହିଁ। ବିଡ଼ମ୍ବନାର କଥା, ସରକାରଙ୍କ ଅବହେଳା ଓ ହୀନଦୃଷ୍ଟିର ଶିକାର ହୋଇ ବର୍ଗୀକରଣରେ ଖସିପଡ଼ିଥିବା ଏହି ଶିକ୍ଷାନୁଷ୍ଠାନଗୁଡ଼ିକୁ ଆହୁରି ଲାଞ୍ଛତ୍ତ କରାଗଲା ଯେତେବେଳେ ଏହିସବୁ ଅନୁଷ୍ଠାନର ଅଧ୍ୟକ୍ଷ ପଦ ଲିଡ୍‌ ବା ସ୍ବୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ପଦଠୁ ନିମ୍ନସ୍ତରରେ ରଖାଗଲା। ଅର୍ଥାତ୍‌ ସ୍ବୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ପଦବୀ ପ୍ରଫେସର ଗ୍ରେଡ୍‌ର ଥିବାବେଳେ ‘ଅଣସ୍ବୟଂଶାସିତ’ ବା ‘ଅଣ ଲିଡ୍‌’ କଲେଜର ଅଧ୍ୟକ୍ଷ ପଦବୀ ହେଲା ରିଡର ଗ୍ରେଡ୍‌ର।
ଇତିମଧ୍ୟରେ କିଛି ମହିଳା କଲେଜ ସେମାନଙ୍କ ଅଧ୍ୟକ୍ଷମାନଙ୍କ ପାରଦର୍ଶିତା ଓ ସରକାରଙ୍କ ସହଯୋଗକ୍ରମେ କଳା, ବାଣିଜ୍ୟ, ବିଜ୍ଞାନ ଶ୍ରେଣୀ ଖୋଲି ପୂର୍ଣ୍ଣାଙ୍ଗ ହୋଇଛନ୍ତି। କିନ୍ତୁ ଏହି ରୂପାନ୍ତରୀକରଣ ଦ୍ୱାରା ଏହି ଅନୁଷ୍ଠାନର ଅଧ୍ୟକ୍ଷ ପଦବୀ ଆପଣାଛାଏଁ ଉନ୍ନୀତ ହେବନାହିଁ। ସେମାନଙ୍କୁ ଆପଣାଛାଏଁ ସ୍ବୟଂଶାସିତ ମାନ୍ୟତା ମିଳିବ ନାହିଁ। ୟୁ.ଜି.ସି.ର ମାନ୍ୟତା ଆକଳନ ପରିଷଦ (ନାକ୍‌) ଦ୍ୱାରା ମୂଲ୍ୟାୟିତ ହେଲେ ହଁି ସେମାନେ ନୂତନ ନିୟମ ଅନୁସାରେ ସ୍ବୟଂଶାସିତ ମାନ୍ୟତା ପାଇବେ। ଓଡ଼ିଶା ପରିପ୍ରେକ୍ଷୀରେ ଅସ୍ବସ୍ତିକର ଖବର ଏହି ଯେ, ୟୁ.ଜି.ସି.ର ନୂଆ ନିୟମ ଅନୁସାରେ ସ୍ବୟଂଶାସିତ ମାନ୍ୟତା ପାଇଁ ଆବେଦନ କରିବାକୁ ହେଲେ କଲେଜକୁ ନାକ୍‌ ଦ୍ୱାରା ମୂଲ୍ୟାୟିତ ହୋଇ ‘ଏ’ ଗ୍ରେଡ୍‌ ପାଇବାକୁ ପଡ଼ିବ, ଯାହା ଓଡ଼ିଶା ପ୍ରସଙ୍ଗରେ ଦିବାସ୍ବପ୍ନ। କାରଣ ଓଡ଼ିଶାର କାଁ ଭାଁ ଗୋଟିଏ, ଯୋଡ଼ିଏ କଲେଜକୁ ଛାଡ଼ି ବାକିସବୁ କଲେଜ ‘ବି’ ଅବା ‘ସି’ ଗ୍ରେଡ୍‌ର। ଏଠାରେ ଉଲ୍ଲେଖଯୋଗ୍ୟ, ଉଚ୍ଚତର ମାନ୍ୟତା ପାଇଁ ଯେଉଁ ଯେଉଁ ଯୋଗ୍ୟତା ହାସଲ କରିବାକୁ ପଡ଼ିବ, ସେ ସବୁର ଚାବିକାଠି ସରକାରଙ୍କ ହାତରେ। ଯେପରି ଖାଲିଥିବା ପଦବୀ ପୂରଣ, ଉନ୍ନତମାନର ପାଠାଗାର ଓ ପରୀକ୍ଷାଗାର, ମହାବିଦ୍ୟାଳୟର ଗବେଷଣାତ୍ମକ କାର୍ଯ୍ୟକ୍ରମ, ପ୍ୟାଟେଣ୍ଟ ହାସଲ ତଥା ବିଭିନ୍ନ ବୈଷୟିକ କ୍ଷେତ୍ରରେ ପରାମର୍ଶଦାତାର ଯୋଗ୍ୟତା ହାସଲ ଇତ୍ୟାଦି। ମାତ୍ର ଦୁଃଖର କଥା, ସରକାର ଏ ଦିଗରେ ସେମିତି କିଛି ପଦକ୍ଷେପ ନିଅନ୍ତି ନାହିଁ, ଯେଉଁଥିପାଇଁ ଓଡ଼ିଶାର ଅଧିକାଂଶ କଲେଜ ଓ ବିଶ୍ୱବିଦ୍ୟାଳୟ ନିମ୍ନ ମାନ୍ୟତାପ୍ରାପ୍ତ ଶିକ୍ଷାନୁଷ୍ଠାନ।
ଭାତହାଣ୍ଡିରୁ ଭାତ ଚିପିଲା ପରି ସରକାରୀ ମହିଳା କଲେଜ ପ୍ରତି ସରକାରଙ୍କ ଆଭିମୁଖ୍ୟର ଏକ କେସ୍‌ ଷ୍ଟଡି ହିସାବରେ ବାରିପଦା ସରକାରୀ ମହିଳା ମହାବିଦ୍ୟାଳୟକୁ ଦେଖାଯାଉ। ଦୀର୍ଘ ୨୬ ବର୍ଷ ବାରିପଦା ସହରର ଏକ ବାଳିକା ବିଦ୍ୟାଳୟରେ ସହାବସ୍ଥାନ କରି ଏହା ୨୦୦୧ରେ ସ୍ଥାନାନ୍ତରିତ ହେଲା ମୟୂରଭଞ୍ଜ ରାଜବାଟୀକୁ। ଇତିମଧ୍ୟରେ ୨୧ ବର୍ଷ ବିତିଗଲାଣି। ସ୍ବାଧୀନ ପରିସରଟିଏ ମିଳିଲା ନାହିଁ ଏହି ମହିଳା କଲେଜକୁ, ଯେହେତୁ ସେହି ପରିସରରେ ଏକ ସହଧ୍ୟାୟୀ ଯୁକ୍ତ ଦୁଇ ଶିକ୍ଷାନୁଷ୍ଠାନ କାର୍ଯ୍ୟ କରୁଛି। ଭାରତବର୍ଷର କେଉଁଠି ବି ଏକ ମହିଳା ଶିକ୍ଷାନୁଷ୍ଠାନ ଏକ ସହଧ୍ୟାୟୀ ଅନୁଷ୍ଠାନ ସହ ଏକ ପରିସରରେ, ଏକ ସମୟରେ କାର୍ଯ୍ୟ କରିବା ଦେଖାଯାଏ ନାହିଁ। ତେଣୁ ଅଧ୍ୟାପିକା, ଛାତ୍ରୀମାନଙ୍କ ସ୍ବାଧୀନତା, ସଂଭ୍ରମ, ମର୍ଯ୍ୟାଦା, ନିରାପତ୍ତା ବଳିପଡୁଛି ନିତିଦିନ। କେତେବେଳେ ସେହି କଲେଜର ତ କେତେବେଳେ ବାହାର ପୁଅମାନେ ନାନାଦି ଆପତ୍ତିଜନକ କାର୍ଯ୍ୟରେ ଲିପ୍ତ ରହୁଛନ୍ତି। ଖାଲି ସେତିକିରେ ଅନୁଷ୍ଠାନର ନିର୍ଯାତନାର କାହାଣୀ ସରୁନାହିଁ। ଶିକ୍ଷାନୁଷ୍ଠାନ ପରିସରରେ ଥିବା ହଷ୍ଟେଲରେ ପୁଅପିଲାମାନେ ରହୁଥିବା ବେଳେ ମହିଳା ମହାବିଦ୍ୟାଳୟର ଝିଅମାନେ ରହୁଛନ୍ତି ଏକ ବାଳିକା ସ୍କୁଲର ଭଙ୍ଗା ଆଜ୍‌ବେଷ୍ଟସ ଘରେ। ଏବେ ୬ କି.ମି. ଦୂର ନୂତନ ହଷ୍ଟେଲକୁ ସେମାନେ ଯିବେ। ଅର୍ଥାତ୍‌ ପୁଅମାନେ ରହିଲେ କଲେଜ କ୍ୟାମ୍ପସ୍‌ରେ, ଝିଅ ଯିବେ ରହିବାକୁ ୬ କି.ମି. ଦୂରକୁ। ଏସବୁ ବିଷୟରେ ଶିକ୍ଷା ବିଭାଗର ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଯେତେଥର ଜଣାଇଲେ ବି ଫଳ ଶୂନ। ଆଗକୁ ନାକ୍‌ ଟିମ୍‌ର କଲେଜ ପରିଦର୍ଶନ ଅଛି। କଲେଜର ମଞ୍ଜୁରପ୍ରାପ୍ତ ଶିକ୍ଷକ ସଂଖ୍ୟା ପାଖାପାଖି ୪୦ ହୋଇଥିଲାବେଳେ ଅଛନ୍ତି ମାତ୍ର ୮/୧୦ ଜଣ। ଏପରି କି କଲେଜର ଶୈକ୍ଷିକ ହୃତ୍‌ପିଣ୍ଡ, ଲାଇବ୍ରେରିର ଏକମାତ୍ର ଲାଇବ୍ରେରିଆନ ପଦବୀ ୮ ବର୍ଷ ହେଲା ଖାଲି ରହିଛି। ଏପରି ସ୍ଥିତିରେ କି ପ୍ରକାର ନାକ୍‌ ମାନ୍ୟତା ପାଇବ ଏହି ଅନୁଷ୍ଠାନ?
ସରକାର ତଥା ଉଚ୍ଚଶିକ୍ଷା ବିଭାଗକୁ ଅନୁରୋଧ ବହୁ ପଛରେ ସ୍ଥାପିତ ଏହି ଶିକ୍ଷାନୁଷ୍ଠାନଗୁଡ଼ିକ ପ୍ରତି ଏକ ଉଦାର ମନୋଭାବ ପୋଷଣ କରି ଏମାନଙ୍କୁ ଭିତ୍ତିଭୂମି, ପାଠ୍ୟକ୍ରମ, ପଦବୀ ପୂରଣ-ସବୁଥିରେ ଅଗ୍ରାଧିକାର ଦେଇ ସେମାନଙ୍କୁ ନିକଟତମ ସହଧ୍ୟାୟୀ କଲେଜ ସହ ଏକ ସମତଳକୁ ଆଣନ୍ତୁ। ଗୋଟିଏ ମହକୁମାରେ ଥିବା ସହଧ୍ୟାୟୀ ଓ ମହିଳା କଲେଜ ଭିତରେ ଉପଲବ୍ଧ ସୁବିଧାର ତାରତମ୍ୟ ରଖା ନ ଯାଉ ଅବା ସେହି ତାରତମ୍ୟଭିତ୍ତିରେ ମହିଳା କଲେଜକୁ କ୍ଷୁଦ୍ର ମଣି ଅଧ୍ୟକ୍ଷ ନିଯୁକ୍ତିରେ ପାତରଅନ୍ତର କରା ନ ଯାଉ। ସରକାର କୁଳପତି ନିଯୁକ୍ତି ଦେଲାବେଳେ, ଜିଲା ବା ସବ୍‌ଡିଭିଜନରେ ପ୍ରଶାସନିକ ଅଧିକାରୀ ନିଯୁକ୍ତ କଲାବେଳେ, କୌଣସି ବିଶ୍ୱବିଦ୍ୟାଳୟ ଅବା ଜିଲାକୁ ଛୋଟ କିମ୍ବା ବଡ଼ ଭାବୁ ନ ଥିଲାବେଳେ, ଏକା ଶିକ୍ଷା ପ୍ରଦାନ କରୁଥିବା ଦୁଇ ଅନୁଷ୍ଠାନ ଭିତରେ ଅନୁଷ୍ଠାନ ମୁଖ୍ୟ ନିଯୁକ୍ତି ବେଳେ କାହଁିକି ଏ ଛୋଟ ବଡ଼ ଭେଦଭାବ ରଖୁଛନ୍ତି। ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଓ ଉତ୍କଳ ବିଶ୍ୱବିଦ୍ୟାଳୟ କୁଳପତିଙ୍କ ମଧ୍ୟରେ ପଦବୀଗତ ତାରତମ୍ୟ ନ ଥିଲାବେଳେ, ପୁରୀ ସରକାରୀ ମହିଳା କଲେଜ ଓ ସାମନ୍ତ ଚନ୍ଦ୍ରଶେଖର କଲେଜର ଅଧ୍ୟକ୍ଷଦ୍ୱୟଙ୍କ ପଦବୀରେ ଉଚ୍ଚନୀଚ କାହିଁକି? ତେଣୁ ସ୍ବାଧୀନତା ପୂର୍ବରୁ ୯୦ ଦଶକ ପର୍ଯ୍ୟନ୍ତ ସବୁ ସରକାରୀ କଲେଜର ଅଧ୍ୟକ୍ଷ ଏକ ଶ୍ରେଣୀଭୁକ୍ତ ନିୟମକୁ ପୁନଃ ପ୍ରଚଳନ କରି ଏହି ଭେଦଭାବ ତୁରନ୍ତ ଅପସାରଣ କରନ୍ତୁ, ବିଶେଷତଃ ମହିଳା କଲେଜ ପ୍ରତି ରହିଥିବା ବାଛବିଚାରକୁ।
ପୂର୍ବତନ ଅଧ୍ୟକ୍ଷ, ଜେଲ୍‌ ରୋଡ୍‌, ବାଲେଶ୍ୱର
ମୋ:୯୪୩୭୩ ୭୬୨୧୯


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?