ଦଳୀୟ ପ୍ରାର୍ଥୀଙ୍କୁ ଅସନ୍ତୁଷ୍ଟ ଅଡୁଆ

କେନ୍ଦ୍ରାପଡ଼ା ଅଫିସ, ୨୫ା୧: ମଙ୍ଗଳବାର ପ୍ରାର୍ଥିପତ୍ର ପ୍ରତ୍ୟାହାର ପାଇଁ ଶେଷ ଦିନ। ତେବେ ଅସନ୍ତୁଷ୍ଟ ପ୍ରାର୍ଥୀଙ୍କ ମଧ୍ୟରୁ କାହାର ଫୋନ ସୁଇଚ ଅଫ ତ ଆଉ କିଏ ଗଁା ଛାଡି ବାହାରକୁ ପଳାଇ ଯାଇଛନ୍ତି। ସୋମବାର ରାତି ସୁଦ୍ଧା ଅସନ୍ତୁଷ୍ଟଙ୍କୁ ନିଜ ସପକ୍ଷରେ ନ ଆଣି ପାରିଲେ ଦଳୀୟ ସମର୍ଥିତ ପ୍ରାର୍ଥୀଙ୍କ ପାଇଁ ସମସ୍ୟା ସୃଷ୍ଟି ହେବ। ଏଥିପାଇଁ କେନ୍ଦ୍ରାପଡ଼ା ଦଳୀୟ ନେତାମାନେ ରାତି ଉଜାଗର ରହି ଅସନ୍ତୁଷ୍ଟ ପ୍ରାର୍ଥୀଙ୍କୁ ମନେଇବାକୁ ଚେଷ୍ଟା କରୁଛନ୍ତି। ଅସନ୍ତୁଷ୍ଟ ପ୍ରାର୍ଥୀଙ୍କ ମଧ୍ୟରୁ ପ୍ରାୟ ୧୫ ପ୍ରତିଶତ ସରପଞ୍ଚ ପଦବୀ ପାଇଁ ଆଶାୟୀ ରହିଛନ୍ତି। ଏହା ଦଳ ବଦଳ ନେତା ଓ କର୍ମୀମାନଙ୍କ ପାଇଁ ଅଡୁଆ ହୋଇଛି। ଅସନ୍ତୁଷ୍ଟଙ୍କ ସମସ୍ୟା ସମାଧାନ ହୋଇ ନ ପାରିଲେ ଭୋଟ ଗଣିତ ଏପଟ ସେପଟ ସମ୍ଭାବନା ଥିବା ରାଜନୈତିକ ବିଶ୍ଳେଷକମାନେ ମତ ଦେଇଛନ୍ତି।
ରାଜନୈତିକ ବିଶ୍ଳେଷକ ବାନାମ୍ବର ସାହୁ, ପ୍ରଶାନ୍ତ କୁମାର ନାୟକ, ରାଧାକାନ୍ତ ମହାନ୍ତି ପ୍ରମୁଖ ଦର୍ଶାଇଛନ୍ତି, ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ପୂର୍ବବର୍ଷଠାରୁ ସର୍ବାଧିକ ନାମାଙ୍କନପତ୍ର ଦାଖଲ ହୋଇଛି। ଏଥିମଧ୍ୟରୁ ଜିଲାର ୨୪୯ ପଞ୍ଚାୟତ ପାଇଁ ସମିତିସଭ୍ୟ ପ୍ରାର୍ଥୀ ୯୯୪ ଥିବା ବେଳେ ସରପଞ୍ଚ ପଦବୀ ପାଇଁ ସର୍ବାଧିକ ୧୨୮୫ ଜଣ ପ୍ରାର୍ଥତ୍ପତ୍ର ଯାଞ୍ଚ ପରେ ରହିଛି। ଏମାନଙ୍କ ମଧ୍ୟରୁ ପ୍ରାୟ ୧୫ ପ୍ରତିଶତ ଦଳୀୟ ଅସନ୍ତୁଷ୍ଟ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ସେମାନଙ୍କ ବିଜୟ ସମ୍ଭାବନା ଅଧିକ ଥିବା ପ୍ରାର୍ଥୀ ରହିଛନ୍ତି। ଅସନ୍ତୁଷ୍ଟଙ୍କ ମଧ୍ୟରେ କଂଗ୍ରେସ ଓ ଭାଜପା ଅପେକ୍ଷା ବିଜେଡିର ଅଧିକ ଅଛନ୍ତି। ନାମାଙ୍କନ ପତ୍ର ଦାଖଲ ପରେ ବିଜୟ ସମ୍ଭାବନା ଥିବା ଏହି ପ୍ରାର୍ଥୀଙ୍କୁ ବିପକ୍ଷ ଦଳର ନେତାମାନେ ନିଜ ସପକ୍ଷକୁ ନେବାକୁ ଚେଷ୍ଟା ଜାରି ରଖିଛନ୍ତି। ଏଥିପାଇଁ ଦଳୀୟ ନେତାମାନେ ଅସନ୍ତୁଷ୍ଟଙ୍କୁ ନିଜ ପାଖକୁ ଫେରାଇ ଆଣି ପ୍ରାର୍ଥତ୍ପତ୍ର ପ୍ରତ୍ୟାହାର ପାଇଁ ଉଦ୍ୟମ ଜାରି ରଖିଛନ୍ତି। ତେବେ ଅସନ୍ତୁଷ୍ଟ ପ୍ରାର୍ଥୀଙ୍କ ସହିତ ଯୋଗାଯୋଗ ହୋଇ ପାରୁ ନ ଥିବାରୁ ନେତାମାନେ ସମସ୍ୟାରେ ପଡିଛନ୍ତି। ଅପରପକ୍ଷରେ ନିର୍ବାଚନ ବିଜ୍ଞପ୍ତିର ବହୁ ପୂର୍ବରୁ ଦଳ ବଦଳ କେନ୍ଦ୍ରାପଡ଼ା ଜିଲାରେ ନିତିଦିନିଆ ହୋଇଥିଲା। ଦଳ ବଦଳ କରିଥିବା ବହୁଚର୍ଚ୍ଚିତ ନେତାଙ୍କୁ ରାଜ୍ୟର ପ୍ରମୁଖ ୩ ରାଜନୈତିକ ଦଳ ପକ୍ଷରୁ ଟିକେଟ ସହ ସମର୍ଥନ ଯୋଗାଇ ଦିଆଯାଇଛି। ତେବେ ଦଳବଦଳକାରୀ ନେତାଙ୍କୁ ନିର୍ବାଚନରେ ପ୍ରାର୍ଥୀ ଭାବେ ଦେଖିବାରୁ ଦଳୀୟ ପୂର୍ବ ନେତା ଓ କର୍ମୀମାନେ ଏବେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏପରି ସ୍ଥିତି ରହିଲେ ନିର୍ବାଚନୀ ଗଣିତ ସବୁ ଓଲଟପାଲଟ ହେବାର ସମ୍ଭାବନା ଅଧିକ ବୋଲି ବିଶ୍ଳେଷକମାନେ ପ୍ରକାଶ କରିଛନ୍ତି। ଅପରପକ୍ଷରେ ଜିଲା ଯୁବ ବିଜେଡି ସଭାପତି ରାଜେଶ ଦାସ, ଜିଲା ଭାଜପା ଯୁବମୋର୍ଚ୍ଚା ସଭାପତି ବିନ୍ଦୁସାଗର ଦାସ ଓ ଜିଲା କଂଗ୍ରେସ ଯୁବ ସଭାପତି ସତ୍ୟପ୍ରିୟ ସାମଲ ପ୍ରମୁଖ କହିଛନ୍ତି, ଚଳିତ ନିର୍ବାଚନର ଦଳୀୟ ସମର୍ଥିତ ପ୍ରାର୍ଥୀଙ୍କ ପ୍ରତି କର୍ମୀଙ୍କ ଆସ୍ଥା ରହିଛି। ୨ରୁ ୩ଟି ପଞ୍ଚାୟତରେ ଅସନ୍ତୁଷ୍ଟ ସମସ୍ୟା ରହିଛି। ତେବେ ଏହାକୁ ଛାଡି ଦେଲେ ସବୁଠାରେ ଦଳୀୟ ସମର୍ଥିତ ପ୍ରାର୍ଥୀଙ୍କ ଜିତିବା ଆଶା ଉଜ୍ଜ୍ୱଳ ଅଛି।


Enter your email to get our daily news in your inbox.

All Right Reserved By Dharitri.Com

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଅବସରକୁ ନେଇ ମୁହଁ ଖୋଲିଲେ ଶାମି

ନୂଆଦିଲ୍ଲୀ,୩୧ା୩: ଭେଟେରାନ ଭାରତୀୟ ପେସର ମହମ୍ମଦ ଶାମି ଏବେ ଅବସର ସମ୍ପର୍କରେ ଚିନ୍ତା କରୁ ନ ଥିବା କହିଛନ୍ତି। ସେ ତାଙ୍କର ବୟସ, ଆହତ ସମସ୍ୟା କିମ୍ବା…

ଭାଜପାରେ ଯୋଗଦେଲେ ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌

ନୂଆଦିଲ୍ଲୀ,୩୧ା୩: ଭାରତର ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌ ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା)ରେ ଯୋଗଦେଇଛନ୍ତି। ପଶ୍ଚିମବଙ୍ଗରେ ହେବାକୁଥିବା ବିଧାନସଭା ନିର୍ବାଚନ ପୂର୍ବରୁ ୫୧ ବର୍ଷୀୟ ପେସ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri