ଗାଁକୁ ରାସ୍ତା ନାହିଁ ତ ଭୋଟ୍‌ ନାହିଁ

ମହାକାଳପଡ଼ା ,୨୫ା୧ (ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଞ୍ଚଳ ପେଟଛେଲା ପଞ୍ଚାୟତ ୧୪ ନଂ. ୱାର୍ଡ ଜ୍ୱାଇଁପଡ଼ା ଗାଁକୁ ସବୁଦିନିଆ ରାସ୍ତା ନାହିଁ। ଗ୍ରାମବାସୀ ବର୍ଷା ଦିନରେ ବିଭିନ୍ନ ପ୍ରକାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହା ବିରୋଧରେ ସୋମବାର ପଡ଼ା ଗାଁର ମହିଳାମାନେ ଏକଜୁଟ ହୋଇ କହିଛନ୍ତି, ଗାଁକୁ ରାସ୍ତା ନାହିଁ ତ ଭୋଟ୍‌ ନାହିଁ। ଏଥର ଆମେ ମତଦାନକୁ ବର୍ଜନ କରିବୁ ବୋଲି ଚେତାବନୀ ଦେଇଛନ୍ତି।
ଏହି ପଡ଼ା ଗାଁରେ ନଳିନୀ ସରକାର, ବାବୁଲାଲ ଦେବନାଥ, ମଲ୍ଲିକା ବର୍ମନ, ରବି ମଣ୍ଡଳ, ନାରାୟଣ ଦେବନାଥ ପ୍ରମୁଖ କହିଛନ୍ତି, ୪୫ରୁ ଅଧିକ ପରିବାର ଦୀର୍ଘବର୍ଷ ହେଲା ବସବାସ କରୁଛନ୍ତି। ହେଲେ ପ୍ରଶାସନ ପକ୍ଷରୁ ରାସ୍ତାଟିଏ ହୋଇପାରୁନାହିଁ। ଫଳରେ ଏହି ପଡ଼ା ଗାଁର ଗର୍ଭବତୀ, ଗୁରୁତର ରୋଗୀମାନେ ଆମ୍ବୁଲାନ୍ସ ସେବାରୁ ବଞ୍ଚତ୍ତ ହେଉଛନ୍ତି। ଡାକ୍ତରଖାନା ଯିବାକୁ ହେଲେ ଭାରର ସାହାରା ନେବାକୁ ପଡୁଛି। କିଛି ବାଟ ଗଲା ପରେ ଆମ୍ବୁଲାନ୍ସରେ ରୋଗୀଙ୍କୁ ନିଆଯାଉଛି। ଛାତ୍ରୀଛାତ୍ରମାନେ ନିକଟ ବିଦ୍ୟାଳୟକୁ ଯାଇ ପାରୁନାହାନ୍ତି। ଏହି ସମସ୍ୟାକୁ ନେଇ ଜ୍ୱାଇଁପଡ଼ା ଗାଁର ମହିଳାମାନେ ପ୍ଲା କାର୍ଡ ଧରି ଗାଁ ପରିଭ୍ରମଣ କରି ବିଭିନ୍ନ ନାରାବାଜି କରିଥିଲେ। ଆମ ଗାଁକୁ ରାସ୍ତା ନାହିଁ ତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଭୋଟ ବର୍ଜନ କରିବୁ। କୌଣସି ରାଜନେତାଙ୍କୁ ଗାଁରେ ପୂରାଇ ଦିଆଯିବ ନାହିଁ ବୋଲି ବିଭିନ୍ନ ସ୍ଲୋଗାନ ଦେଇ ଚେତାବନୀ ଦେଇଛନ୍ତି। ପଡ଼ା ଗାଁର ମହିଳାମାନେ କହିବା କଥା, ସ୍ବାଧୀନତାର ଦୀର୍ଘବର୍ଷ ପରେ ମଧ୍ୟ ଗାଁକୁ ସବୁଦିନିଆ ରାସ୍ତା ପାଇଁ ରାଜନେତା ଓ ପ୍ରଶାସନିକ ଅଧିକାରୀଙ୍କୁ ବହୁ ଗୁହାରି କଲୁ। ହେଲେ ରାଜନେତା ଓ ପ୍ରଶାସନିକ ଅଧିକାରୀମାନେ ଆମ କଥାକୁ ଶୁଣିଲେନି କି ସମସ୍ୟାର ସମାଧାନ କଲେ ନାହିଁ। ପାଖ ଗାଁରେ ଗଳି କନ୍ଦିରେ ପକ୍କା ଓ ଟାଇଲି ରାସ୍ତା ନିର୍ମାଣ ହେଉଛି। ଆମ ପଡ଼ା ଗାଁ ସେଥିରୁ ବଞ୍ଚତ୍ତ କରାଯାଇଛି। ଏ ନେଇ ସ୍ଥାନୀୟ ପ୍ରଶାସନଙ୍କୁ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ। ଅପରପକ୍ଷେ ଭୋଟ ବେଳେ ସ୍ଥାନୀୟ ଜନ ପ୍ରତିନିଧିମାନେ ବିଭିନ୍ନ ପ୍ରତିଶ୍ରୁତି ଦେଉଛନ୍ତି। ହେଲେ ନିର୍ବାଚନ ସରିଲେ ସବୁ କିଛି ଭୁଲି ଯାଉଛନ୍ତି ବୋଲି ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଧାର୍ଯ୍ୟ ହେଲା ନୂଆଁଖାଇ ଲଗ୍ନ

ସମ୍ବଲପୁର,୧୯।୮(ବ୍ୟୁରୋ): ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ ପାଇଁ ଶୁକ୍ରବାର ଲଗ୍ନ ଧାର୍ଯ୍ୟ ହୋଇଛି । ଆସନ୍ତା ସେପ୍ଟେମ୍ବର ୧ ତାରିଖ ପୂର୍ବାହ୍ନ ୧୦ ଟା ୫୬...

ଜିଲାପାଳଙ୍କୁ ଫେରାଦ ହେଲା ଏବିଭିପି

ବରଗଡ଼ ଅଫିସ୍‌,୯।୬- ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି) ୮ଦଫା ଦାବି ନେଇ ମଙ୍ଗଳବାର ବରଗଡ଼ ଜିଲାପାଳଙ୍କୁ ଫେରାଦ ହୋଇଥିଲା। ଏବିଭିପିର କାର୍ଯ୍ୟକର୍ତ୍ତାମାନେ ଜିଲାପାଳ ଜ୍ୟୋତିରଞ୍ଜନ ପ୍ରଧାନଙ୍କୁ...

ସୁସ୍ଥ ହେଲେ ୫୨ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୨୮।୨ : ଓଡ଼ିଶାରୁ ରବିବାର ୫୨ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସମ୍ବଲପୁରରୁ ୧୧, ସୁନ୍ଦରଗଡ଼ରୁ ୭, ବଲାଙ୍ଗୀର ୫, ବରଗଡ଼ ଓ ଦେଓଗଡ଼ରୁ ୪,...

ଆଜି ଭାରତ ବନ୍ଦ

ଭୁବନେଶ୍ୱର, ୨୬ା୨(ବ୍ୟୁରୋ): ବ୍ୟବସାୟୀ ସଂଘ ପକ୍ଷରୁ ଶୁକ୍ରବାର ଭାରତ ବନ୍ଦ ଡାକରା ଦିଆଯାଇଛି। କଟକ ନଗର ବ୍ୟବସାୟୀ ସଂଘ ଏହାକୁ ସମର୍ଥନ କରିବ ବୋଲି ଘୋଷଣା...

କୁଲଡ଼ିହା ସ୍ଥିତି ସମୀକ୍ଷା କଲେ କେନ୍ଦ୍ରମନ୍ତ୍ରୀ

ସଜନାଗଡ଼, ୧୩।୩(ଡି.ଏନ.ଏ.)-ବାଲେଶ୍ୱର ଜିଲା ନୀଳଗିରି ଅଞ୍ଚଳରେ ଥିବା କୁଲଡ଼ିହା ଅଭୟାରଣ୍ୟରେ ଦୀର୍ଘ ଏକ ସପ୍ତାହରୁ ଊର୍ଦ୍ଧ୍ୱ ହେବ ନିଆଁ ଲାଗି ବୃକ୍ଷଲତା ପୋଡି ପାଉଁଶ ହୋଇଯାଇଛି।...

ଯୁବ ବିଜେଡିର ସାଙ୍ଗଠନିକ ପୁନର୍ଗଠନ

ଭୁବନେଶ୍ବର, ୨୦ା୮(ବ୍ୟୁରୋ): ବିଜୁ ଯୁବ ଜନତା ଦଳ ପକ୍ଷରୁ ରାଜ୍ୟସ୍ତରୀୟ ବିଭିନ୍ନ ପଦ ପଦବୀରେ ବହୁ ନେତାଙ୍କୁ ନୂଆ ନିଯୁକ୍ତି ଦିଆଯାଇଛି। ଏନେଇ ମୁଖ୍ୟମନ୍ତ୍ରୀ ତଥା...

ମୃତ କୁମ୍ଭୀର ପେଟରୁ ବାହାରିଲା କୁକୁର,ଝୋଟଅଖା

ରାଜନଗର,୨୮ା୧୧(ଡି.ଏନ.ଏ.): ଭିତରକନିକା ଜାତୀୟ ଉଦ୍ୟାନକୁ ସଂଲଗ୍ନ କରୁଥିବା ହଂସୁଆ ନଦୀ ତଟରୁ ଏକ ମୃତ ଅଣ୍ଡିରା ବଉଳା କୁମ୍ଭୀର ରବିବାର ଜବତ କରାଯାଇଥିଲା ା ରାଜନଗର...

ସ୍ପେଶାଲ ଟ୍ରେନ୍‌ର ସମୟ ପରିବର୍ତ୍ତନ

ଭୁବନେଶ୍ୱର,୭ା୧୨(ବ୍ୟୁରୋ): ଭୁବନେଶ୍ବର-ରାଉରକେଲା-ଭୁବନେଶ୍ବର ସ୍ପେଶାଲ ଏକ୍ସପ୍ରେସ ସମୟରେ ପରିବର୍ତ୍ତନ କରାଯାଇଛି। ଭୁବନେଶ୍ବରରୁ ଅପରାହ୍ନ ୨ଟା ୧୦ରେ ଛାଡ଼ୁଥିବା ଏହି ଟ୍ରେନ୍‌ ଡିସେମ୍ବର ୫ରୁ ଅପରାହ୍ନ ୧ଟା ୪୦ରେ...

Advertisement
Archives

Model This Week